ଜଗତ୍‌ସିଂହପୁର ଜିଲା ମହୋତ୍ସବ ବାତିଲ

ଜଗତ୍‌ସିଂହପୁର ଅଫିସ, ୧୮ା୩: ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଜଗତ୍‌ସିଂହପୁର ଜିଲା ମହୋତ୍ସବ କଲ୍ଲୋଳ-୨୦୨୦ ଅନୁଷ୍ଠିତ ହେବାର ଥିଲା। ଏନେଇ ୨ଥର ପ୍ରସ୍ତୁତି ବୈଠକ ସରିଥିଲା। ବିଗତବର୍ଷଗୁଡିକ ଅପେକ୍ଷା ଏଥର ଧୁମଧାମରେ ମହୋତ୍ସବ ପାଳନ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। କିନ୍ତୁ କରୋନା ଭୂତାଣୁ (କୋଭିଡ୍‌-୧୯)ର ଦ୍ରୂତ ସଂକ୍ରମଣ ଯୋଗୁ ମହୋତ୍ସବକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ କରି ଦିଆଯାଇଛି। ପରିସ୍ଥିତି ସ୍ବାଭାବିକ ହେଲେ ମହୋତ୍ସବ କରାଯିବ। ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଜିଲା ସଂସ୍କୃତି ପରିଷଦ ଦ୍ୱାରା ଅନୁଷ୍ଠିତ ବୈଠକରେ ପରିଷଦ ଅଧ୍ୟକ୍ଷ ତଥା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହୋତ୍ସବରେ ରାଜ୍ୟ ଏବଂ ବାହାରୁ ବହୁ ସୁନାମଧନ୍ୟ କଳାକାର ଆସିବାର ଥିଲା। ଏପରି କି କେତେଜଣଙ୍କ ବିମାନ ଟିକେଟ୍‌ ହୋଇ ସାରିଥିଲା। ଜରୁରୀ ପରିସ୍ଥିତି ଯୋଗୁ ସେମାନଙ୍କୁ ଏହି ଟିକେଟ୍‌ ବାତିଲ କରିବାକୁ ପଡିବ। ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶ ପ୍ରକାରେ ଜିଲାର କୌଣସି ସାଂସ୍କୃତିକ ଦଳ ବାହାରକୁ ଯାଇପାରିବେ ନାହିଁ। ଅନୁରୂପ ଭାବେ ବାହାର ଜିଲାର ଦଳ ଜଗତ୍‌ସିଂହପୁର ଆସିପାରିବେ ନାହିଁ। ଜିଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ଲଗାଯାଇଛି। ଯଦି କେହି କରୋନା ରୋଗୀଙ୍କ ସମ୍ପର୍କରେ ସୂଚନା ଦେବେ ତାଙ୍କୁ ପୁରସ୍କୃତ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଶୀଘ୍ର ଥରେ ହିସାବରେ ଗ୍ରାମସଭା ଓ ପଞ୍ଚାୟତ ସଭା କରାଯାଇ ଲୋକଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କହିଥିଲେ। ବୈଠକରେ ଜଗତ୍‌ସିଂହପୁର ବିଧାୟକ ତଥା ରାଜ୍ୟ ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି ଯୋଗଦେଇ କହିଥିଲେ, କରୋନା ନେଇ ଜଗତ୍‌ସିଂହପୁର ଏକ ସମ୍ବେଦନଶୀଳ ଜିଲା ଭାବେ ଗଣନା କରାଯାଉଛି। ଏ ପରିସ୍ଥିତିରେ ଜିଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି। ସହରରେ ରହୁଥିବା ଲୋକେ ଗାଁମୁହାଁ ହୋଇଛନ୍ତି। ସେମାନେ ସଂକ୍ରମିତ ହେଲେ ଏହି ରୋଗ ଗାଁରେ ବ୍ୟାପିବାର ସମ୍ଭାବନା ରହିଛି। ଏକ୍ଷେତ୍ରରେ ଗଣମାଧ୍ୟମ ନକରାତ୍ମକ ନ କରି ସକରାତ୍ମକ ଖବର ପ୍ରସାରଣ କରିବାକୁ ବିଧାୟକ ଅନୁରୋଧ କରିଥିଲେ। ମାସ୍କର ଅଭାବ ଦେଖା ଦେଇଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଯେଉଁମାନେ ବିକ୍ରି କରୁଛନ୍ତି ସେମାନେ ୨/୩ଗୁଣ ଅଧିକ ଦରରେ ବିକ୍ରି କରୁଛନ୍ତି। ସେହିପରି ବଜାରରେ ସାନିଟାଇଜର୍‌ ମିଳୁନି। ଏ ସମ୍ପର୍କରେ ଜିଲାପାଳ ଓ ବିଧାୟକଙ୍କୁ ଉପସ୍ଥିତ ଅଞ୍ଚଳର ବୁଦ୍ଧିଜୀବୀ ଅବଗତ କରି ପ୍ରତିକାର ଦାବି କରିଥିଲେ। ଏହା ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ଜିଲାର ଏକାଧିକ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କୁ ୧ ଲକ୍ଷ ମାସ୍କ ତିଆରି କରିବା ପାଇଁ କୁହାଯାଇଛି। ୩/୪ ଦିନ ଭିତରେ ସେମାନେ ମାସ୍କ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପରେ ଦେଖା ଦେଇଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ଜିଲାପାଳ କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଅତିରିକ୍ତ ଏସ୍‌ପି ବିଶ୍ୱନାଥ ମିଶ୍ର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ସମେତ ପରିଷଦ ସଭ୍ୟାସଭ୍ୟ ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬୨ କେଜି ଗଞ୍ଜେଇ ଜବତ: ୩ ଅଭିଯୁକ୍ତ କୋର୍ଟଚାଲାଣ

ରାଇକିଆ,୨୮।୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ରାଇକିଆ ପୋଲିସ ସୋମବାର ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଡ୍ରାଇଭରଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି...

ଏମ୍‌କେସିଜିରେ ପ୍ଲେଟ୍‌ଲେଟ୍‌ ଅଭାବ, ନେଗେଟିଭ୍‌ ଗ୍ରୁପ୍‌ ଖାଲି

ବ୍ରହ୍ମପୁର ଅଫିସ,୨।୧୦:  ଗଞ୍ଜାମ ଜିଲାରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଚାଲିଛି। ଗତ ଦୁଇ ଦିନରେ ଜଣେ ୧୧ ମାସର ଶିଶୁ ସମେତ...

ବିଜେଡି, ଭାଜପାର ପରାଜୟକୁ ନେଇ ଚର୍ଚ୍ଚା

ଗୁଣପୁର,୨ା୩(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ସରିଛି। ଏଥିରେ ଶାସକ ବିଜେଡିକୁ ଗୁଣପୁର ବ୍ଲକରେ ଧରାଶାୟୀ ହେବାକୁ ପଡ଼ିଛି। ସେହିପରି ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ...

୧୪ ଭକ୍ତଙ୍କୁ ନେଇ ଚଡ଼କମେଳା

ଭୋଗରାଇ, ୧୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ପୂର୍ବଭାରତର ପ୍ରସିଦ୍ଧ ଶୈବପୀଠ ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଶ୍ରୀ ଚନ୍ଦନେଶ୍ୱର ମହାଦେବଙ୍କ ଚୈତ୍ର ଚଡ଼କମେଳାର ଶନିବାର ଥିଲା...

୭ ବିଦ୍ୟାଳୟରେ ମୌଳିକ ସୁବିଧା ନାହିଁ

କଟକ ଅଫିସ,୧ା୩: ଆମିକସ୍‌କ୍ୟୁରି ପ୍ରଫୁଲ୍ଲ କୁମାର ରଥ ବୌଦ୍ଧ ଜିଲାର ୭ଟି ବିଦ୍ୟାଳୟ ପରିଦର୍ଶନ କରିବା ପରେ ମୌଳିକ ସୁବିଧା ନ ଥିବା ସଂକ୍ରାନ୍ତୀୟ ରିପୋର୍ଟ...

ବିଦ୍ୟାଳୟ ଗୃହ ସିଲିଂ ଭୁଶୁଡ଼ିଲା: ବର୍ତ୍ତିଲେ ଅଙ୍ଗନୱାଡି, ସ୍ବାସ୍ଥ୍ୟ କର୍ମୀ

ଡେରାବିଶ, ୮ା୧୦(ସ୍ବ.ପ୍ର.): ଡେରାବିଶ ବ୍ଲକ ଦାନପୁର ପଞ୍ଚାୟତ ଅନ୍ତର୍ଗତ ଗହଗା ନରସିଂହପୁର ଉପ୍ରା ବିଦ୍ୟାଳୟରେ ଶୁକ୍ରବାର ସମନ୍ବିତ ଶିଶୁ ବିକାଶ ଯୋଜନାର ‘ମମତା ଦିବସ’ ପାଳନ...

ଯୁବକଙ୍କୁ ମାଡ଼ ପ୍ରତିବାଦରେ ରାସ୍ତାରୋକୋ

ବ୍ରହ୍ମଗିରି,୨ା୧(ଡି.ଏନ୍‌.ଏ.): ପୋଲିସ ଜଣେ ଯୁବକଙ୍କୁ ମାଡ଼ ମାରିବା ପ୍ରତିବାଦରେ ବୁଧବାର ରାତିରେ ସ୍ଥାନୀୟ ଯୁବକମାନେ ବେଣ୍ଟପୁର ଛକଠାରେ ରାସ୍ତାରୋକୋ କରିଥିଲେ। ସୂଚନା ଅନୁଯାୟୀ, ନୂଆବର୍ଷ ଉପଲକ୍ଷେ...

ପତ୍ନୀହନ୍ତା ସ୍ବାମୀ ଗିରଫ

ପାଟଣା,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ପଲାଣିଘାଟି ପଞ୍ଚାୟତ ଜାମୁଳେଇ ବେଡା ଗ୍ରାମର ପତ୍ନୀହନ୍ତା ସ୍ବାମୀଙ୍କୁ ଘଟଗାଁ ପୋଲିସ ଗିରଫ କରିଛି। ଏହାପରେ...

Advertisement
Archives

Model This Week