ଜଗତ୍‌ସିଂହପୁର ଜିଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ୧୨୬ ବିଦ୍ୟାଳୟରେ ନାହାନ୍ତି ପ୍ରଧାନଶିକ୍ଷକ

ଜଗତ୍‌ସିଂହପୁର ଅଫିସ,୧ା୮: ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବାସ୍ତବରେ ସରକାରୀ ଉଦାସୀନତା ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରୋତ୍ସାହନ ଦେଉଛି। ଯାହା ଜଗତ୍‌ସିଂହପୁର ଜିଲାରେ ଦେଖିବାକୁ ମିଳଛି। ଏହି ଜିଲାରେ ୧୬୪ଟି ସରକାରୀ ଉଚ୍ଚ ବିଦ୍ୟାଳୟ ଥିବାବେଳେ ସେଗୁଡିକ ମଧ୍ୟରୁ ୧୨୬ଟିରେ ପ୍ରଧାନଶିକ୍ଷକ ନାହାନ୍ତି। ଯାହାକି ଗୁଣାତ୍ମକ ଶିକ୍ଷାଦାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ସେହିପରି କଳା ଶିକ୍ଷକ ବିଦ୍ୟାଳୟ ପିଛା ୨ ଜଣ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ (ଟିଜିଟି) ଓ ଅତିରିକ୍ତ ଶିକ୍ଷକ ରହିବା କଥା। ଏହି ଅନୁଯାୟୀ ଜିଲାରେ ୩୨୮ରୁ ଅଧିକ ଶିକ୍ଷକଙ୍କ ଆବଶ୍ୟକତା ଥିବା ବେଳେ ୮୬ଟି ପଦବୀ ଖାଲି ପଡିଛି। ସେହିପରି ପ୍ରତି ବିଦ୍ୟାଳୟରେ ଜଣେ ହିସାବରେ ୧୬୪ ଜଣ ପିସିଏମ୍‌ (ଫିଜିକ୍ସ, କେମିଷ୍ଟ୍ରି, ମାଥମେଟିକ୍ସ) ଶିକ୍ଷକ ରହିବା ବ୍ୟବସ୍ଥା ରହିଛି। କିନ୍ତୁ ଖାଲି ପଡିଛି ୧୪। ସିବିଜେଡ୍‌ (କେମିଷ୍ଟ୍ରି, ବଟ୍‌ନି ଓ ଜୁଲୋଜୀ) ଶିକ୍ଷକ ୧୬୪ ଆବଶ୍ୟକତା ଥିବା ବେଳେ ଖାଲି ପଡିଛି ୩୨। ସଂସ୍କୃତ (କ୍ଲାସିକାଲ) ଶିକ୍ଷକ ୧୬୪ରୁ ୪୮ ଖାଲି ରହିଛି। ହିନ୍ଦୀରେ ଆବଶ୍ୟକ ୧୬୪ ଶିକ୍ଷକ ପଦବୀରୁ ୫୩ଟି ଖାଲି ପଡିଛି। ପିଇଟି (ଫିଜିକାଲ ଏଜୁକେଶନ ଟିଚର) ୧୬୪ରୁ ୫୨, କିରାଣି ୧୬୪ରୁ ୧୮, ରାତ୍ର ଜଗୁଆଳ ୧୬୪ରୁ ୩୮ଟି ପଦବୀ ଖାଲି ରହିଛି। ପିଅନ ପ୍ରତି ବିଦ୍ୟାଳୟରେ ୨ ଜଣ ହିସାବରେ ନିଯୁକ୍ତ ରହିବା କଥା। ଏହି ହିସାବରେ ୩୨୮ଟି ପଦବୀ ମଧ୍ୟରୁ ୪୨ଟି ଖାଲି ଥିବା ସୂଚନା ଦିଆଯାଇଛି। ଏହି ଚିତ୍ର ଦେଖିଲେ ଜଣାଯାଏ ଜିଲାରେ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡିକର ଅବସ୍ଥା କିପରି ଅଛି।
ବିଦ୍ୟାଳୟଗୁଡିକରେ ଛାତ୍ରୀଛାତ୍ର ସଂଖ୍ୟା କମିଲେ କିମ୍ବା ମାଟ୍ରିକ ପରୀକ୍ଷା ଫଳ ସନ୍ତୋଷଜନକ ନ ହେଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ କର୍ମକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଉଛି। କିନ୍ତୁ ବିଦ୍ୟାଳୟ ପରିଚାଳନା ପାଇଁ ମୁଖ୍ୟତଃ ପ୍ରଧାନଶିକ୍ଷକଙ୍କ ନିଯୁକ୍ତି ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ସୁଦ୍ଧା ତାହା କରାଯାଉନାହିଁ। ଏହି ପଦବୀରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ କିମ୍ବା ଅନ୍ୟ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ କାମଚଳା ଦାୟିତ୍ୱ ଦିଆଯାଉଛି। ଯେହେତୁ ଜଣେ ସହକାରୀ ଶିକ୍ଷକ କାମଚଳା ପ୍ରଧାନଶିକ୍ଷକ ଦାୟିତ୍ୱରେ ରହୁଛନ୍ତି ତାଙ୍କ କଥାକୁ ଅନ୍ୟ ଶିକ୍ଷକମାନେ ଗୁରୁତର ସହ ନେଉନାହାନ୍ତି। ଏ ପରିସ୍ଥିତିରେ ଦାୟିତ୍ୱରେ ରହୁଥିବା ପ୍ରଧାନଶିକ୍ଷକମାନେ ଏକପ୍ରକାର ଅସହାୟତା ପ୍ରକାଶ କରୁଛନ୍ତି। ସେହିପରି ସଂସ୍କୃତ, ହିନ୍ଦୀର, ପିଇଟି ଆଦି ଶିକ୍ଷକଙ୍କ ଅଭାବ ଯୋଗୁ ନାହିଁ ନ ଥିବା ସମସ୍ୟା ସୃଷ୍ଟି ହେଉଛି। ଯେହେତୁ ଅନ୍ୟ ଶିକ୍ଷକ ଏସବୁ ବିଷୟରେ ଶିକ୍ଷାଦାନ କରିବା ସମ୍ଭବ ନୁହେଁ ତେଣୁ ଛାତ୍ରୀଛାତ୍ର ଉପଯୁକ୍ତ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ଏ ସମ୍ପର୍କରେ କେତେଜଣ ଛାତ୍ରାଭିଭାବକଙ୍କ ଅଭିଯୋଗ କରିଛନ୍ତି ଯେ, ସରକାର ପରୋକ୍ଷରେ ବେସରକାରୀ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହନ ଦେଉଛନ୍ତି। ସରକାରୀ ବିଦ୍ୟାଳୟରେ ନିଯୁକ୍ତି ବନ୍ଦ କରିଦେଲେ ଆପେଆପେ ଛାତ୍ରାଭିଭାବକ ବେସରକାରୀ ଶିକ୍ଷାନୁଷ୍ଠାନ ମୁହାଁ ହେବେ।
ସରକାରୀ ପ୍ରାଥମିକ ବିଦ୍ୟାଳୟ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାରଙ୍କ ଅଜବ ନୀତି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ୧୦ରୁ କମ ଛାତ୍ରୀଛାତ୍ର ଥିବା ସରକାରୀ ବିଦ୍ୟାଳୟଗୁଡିକୁ ବନ୍ଦ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ଅନୁଯାୟୀ ଜିଲାର ୧୯ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ହୋଇଛି। ୨୦୧୭-୧୮ରେ ମଧ୍ୟ ୩୯ଟି ବନ୍ଦ ହୋଇଥିଲା। ଅନୁରୂପ ଭାବେ ୨୦୧୮ରେ ଜିଲାରେ ୧୬୨ଟି ବିଦ୍ୟାଳୟ ଅନ୍ୟ ଶିକ୍ଷାନୁଷ୍ଠାନରେ ମିଶିଯିବା (ମର୍ଜ) ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଫଳରେ ସେତେବେଳେ ୬୨ଟି ମିଶି ଯାଇଥିଲା। ଅବଶିଷ୍ଟ ମଧ୍ୟରୁ ୬୦ଟି ଯଥାଶୀଘ୍ର ମିଶାଇବା ପାଇଁ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ମାନେ ପ୍ରତିଶ୍ରୁତି ଦେଇଛନ୍ତି। ଏହା ଭିତରେ ୩୦ଟି ଅନ୍ୟ ଶିକ୍ଷାନୁଷ୍ଠାନରେ ମିଶି ସାରିଲାଣି। ଆଗକୁ ଏହି ପ୍ରକ୍ରିୟା ଜାରି ରହିବାର ଯଥେଷ୍ଟ ସମ୍ଭାବନା ଅଛି। ଅନ୍ୟପକ୍ଷରେ ସରକାର ବେସରକାରୀ ବିଦ୍ୟାଳୟଗୁଡିକ ପ୍ରତି କୋହଳ ମନୋଭାବ ପୋଷଣ କରୁଛନ୍ତି। ବେସରକାରୀ ବିଦ୍ୟାଳୟଗୁଡିକ ଆବଶ୍ୟକ ସର୍ତ୍ତାବଳୀ ପୂରଣ କରି ନ ପାରିଲେ ସିଓଆର୍‌ (ସାର୍ଟିଫିକେଟ୍‌ ଅଫ ରେକଗ୍‌ନାଇଜେଶନ୍‌) ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶନାମା ଅଛି। କିନ୍ତୁ କାହିଁକି ଏହି ନିର୍ଦ୍ଦେଶନାମା ପାଳନ କରାଯାଉନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୁହାଯାଉଛି, ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏଭଳି ଚଞ୍ଚକତା କରୁଛନ୍ତି। ସରକାରୀ ବିଦ୍ୟାଳୟଗୁଡିକରେ ପ୍ରି ନର୍ସରୀ ଖୋଲିବା ପାଇଁ ୫ ବର୍ଷ ପୂର୍ବରୁ ଚିନ୍ତା କରା ଯାଇଥିଲେ ସୁଦ୍ଧା ତାହା ଏଯାଏ ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚତ୍ ପାରିନାହିଁ। ଯେଉଁ କାରଣରୁ ଛାତ୍ରାଭିଭାବକ ସେମାନଙ୍କ ପିଲାଙ୍କୁ ବେସରକାରୀ ବିଦ୍ୟାଳୟଗୁଡିକରେ ପ୍ରି-ନର୍ସରୀ ପଢାଇବାକୁ ବାଧ୍ୟ ହେଉଛନ୍ତି। ପରବର୍ତ୍ତୀ ସମୟରେ ବେସରକାରୀ ବିଦ୍ୟାଳୟଗୁଡିକ ସହ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକଙ୍କ ସମ୍ପର୍କ ବଢିଯାଉଛି। ପ୍ରଥମ ଶ୍ରେଣୀ ବେଳକୁ ଅଭିଭାବକ ଆଉ ବିଦ୍ୟାଳୟ ବଦଳାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସଙ୍କୁ ପଚାରିବାରେ ସେ କହିଥିଲେ, ପ୍ରଧାନଶିକ୍ଷକ ପଦବୀ ପୂରଣ କରିବା ଦାୟିତ୍ୱ ସରକାରଙ୍କର। ସରକାର ପଦୋନ୍ନତି ଦେଲେ ଏହି ପଦବୀ ପୂରଣ ହେବ। ପଦୋନ୍ନତିରେ ବିଳମ୍ବ ଯୋଗୁ ପ୍ରଧାନଶିକ୍ଷକ ପଦବୀ ପୂରଣ ହୋଇ ପାରୁନାହିଁ। ସେହିପରି ଅନ୍ୟ ଶିକ୍ଷକ ପଦବୀ ପୂରଣ ଦାୟିତ୍ୱ ମଧ୍ୟ ସରକାରଙ୍କ ଉପରେ ରହିଛି। ନିର୍ଦ୍ଦେଶନାମା ଆସିଲେ ସବୁ ପଦବୀ ପୂରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରେ ନକଲି ମଶାଧୂପ କାରଖାନା : ବିପୁଳ ପରିମାଣର ମଶାଧୂପ ଜବତ

ପାରାଦୀପ,୧୨ା୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ବିଜୟଚନ୍ଦ୍ରପୁର ତାରିଣୀଗଡ଼ାଠାରେ ଏକ ନକଲି ମଶାଧୂପ କାରଖାନା ଉପରେ ପୋଲିସ ଓ ମହାରାଷ୍ଟ୍ରର ଏକ ତଦନ୍ତକାରୀ...

ବର୍ଷାକୁ ପାଉନି ଭରସା :ବିହନ ବୁଣିବାକୁ ଡରୁଛନ୍ତି ଚାଷୀ

ଜଗତ୍‌ସିଂହପୁର ଅଫିସ,୧୪ା୬: ବିଗତ ବର୍ଷଗୁଡିକ ତୁଳନାରେ ଚଳିତବର୍ଷ ଅଦ୍ୟାବଧି ଜଗତ୍‌ସିଂହପୁର ଜିଲାରେ ବର୍ଷା ପରିମାଣ କମିଛି। ଆଗକୁ ମଧ୍ୟ ଆଶାଜନକ ବର୍ଷା ହେବନାହିଁ ବୋଲି ପାଣିପାଗ...

ସହକାରୀ ଦେବୋତ୍ତର ଆୟୁକ୍ତଙ୍କ ରେକର୍ଡପତ୍ର ଯାଞ୍ଚ

ରଘୁନାଥପୁର,୧୬।୯(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠକୁ ଶୁକ୍ରବାର ସହକାରୀ ଦେବୋତ୍ତର ଆୟୁକ୍ତ କଟକ, ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟ ପରିଦର୍ଶନରେ...

ଝିଅକୁ ଧରି ନଦୀକୁ ଡେଇଁପଡ଼ିଲେ ମା’: କାରଣ ଅସ୍ପଷ୍ଟ, ଉଭୟ ନିଖୋଜ

ନାଉଗାଁ, ୧୧-୯ (ସ୍ବ.ପ୍ର.):ନାଉଗାଁ ଥାନା ବଛାଳୋ ପଞ୍ଚାୟତ ପୋକାମୂଳ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ନିଜ ୫ମାସର ଶିଶୁକନ୍ୟାକୁ...

୪୨ ହଜାରରୁ ଊର୍ଦ୍ଧ୍ୱ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ

ପାରାଦୀପ,୭।୧(ସ୍ବ.ପ୍ର.): ପାରାଦୀପ ପିପିଏଲ୍‌ ପରିସରରେ ଥିବା ଜଳାଶୟରେ ଚଳିତବର୍ଷ ୪୨ ହଜାରରୁ ଊର୍ଦ୍ଧ୍ୱ ଦେଶୀ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ଶୁକ୍ରବାର ରାଜନଗର ବନଖଣ୍ଡ ପକ୍ଷରୁ...

ଖେଳୁଖେଳୁ ଚାଲିଗଲା ୨ ନିଷ୍ପାପ ଶିଶୁଙ୍କ ଜୀବନ

ପାରାଦୀପ,୬।୧୦(ସ୍ବ.ପ୍ର.): ଖେଳୁ ଖେଳୁ ଚାଲିଗଲା ୨ ନିଷ୍ପାପ ଜୀବନ। ବୁଧବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲା ପାରାଦୀପ ଲକପଡ଼ା ବସ୍ତିରେ। ଘର...

୨ ଓଡ୍ରାଫ୍‌, ୧୪ ଅଗ୍ନିଶମ ବାହିନୀ ପ୍ରସ୍ତୁତ

ଜଗତ୍‌ସିଂହପୁର ଅଫିସ, ୪।୧୨: ବାତ୍ୟା ‘ଜୱାଦ’ ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ମଧ୍ୟରାତ୍ର ପରେ ଏହା ପରିମାଣ ବଢ଼ିବ ବୋଲି...

ବିଶ୍ୱର ୯୦ ପ୍ରତିଶତ ଅର୍ଥନୀତି ଜଳପଥ ଉପରେ ନିର୍ଭରଶୀଳ

ପାରାଦୀପ,୨୮।୯(ସ୍ବ.ପ୍ର.): ବିଶ୍ୱରେ ଥିବା ବନ୍ଦରଗୁଡ଼ିକରେ ବୁଧବାର ବିଶ୍ୱ ନୌବାଣିଜ୍ୟ ଦିବସ ପାଳନ ହେବ। ଏହି କ୍ରମରେ ଆମ ଦେଶର ଦ୍ୱିତୀୟ ବୃହତ୍‌ ବନ୍ଦର ପାରାଦୀପରେ ବିଭିନ୍ନ...

Advertisement
Archives

Model This Week