ଛାତ୍ର ସଂସଦ ନିର୍ବାଚନ ବାତିଲ ପ୍ରସଙ୍ଗ: ତେଜିଲା ଛାତ୍ର ଅସନ୍ତୋଷ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ଚଳିତବର୍ଷ ସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ହେବନାହିଁ। କେବଳ ଛାତ୍ର ନେତା ଚୟନ କରାଯିବ ବୋଲି ରାଜ୍ୟ ସରକାର ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାକୁ ନେଇ ଛାତ୍ର ଅସନ୍ତୋଷ ତେଜିଛି। ଶୁକ୍ରବାର ଏବିଭିପି ପକ୍ଷରୁ ଶତାଧିକ ଛାତ୍ରୀଛାତ୍ର ୟୁନିଟ୍‌-୧ସ୍ଥିତ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ ସରକାରୀ ବାସଭବନ ଘେରାଉ କରିବା ପାଇଁ କମଳା ନେହେରୁ କଲେଜ ନିକଟରୁ ବାହାରିଥିଲେ। ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରୀଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା। ଏବିଭିପି ଛାତ୍ରମାନେ ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିବା ସମୟରେ ପୋଲିସ ସେମାନଙ୍କୁ ଅଟକାଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ ଏବିଭିପି ଛାତ୍ର ନେତା ଅଭିଳାଷ ପଣ୍ଡା ସମେତ ଅନ୍ୟ ୩୫ ଜଣଙ୍କୁ ଉଠାଇ ନେଇଥିଲା। ସନ୍ଧ୍ୟାରେ ସେମାନଙ୍କୁ ଛାଡି ଦିଆଯାଇଛି। ଛାତ୍ର ନେତା ସଞ୍ଜୟ ମଲିକ କହିଛନ୍ତି ଯେ, ବିଭିନ୍ନ କଲେଜ କ୍ୟାମ୍ପସରେ ଏବିଭିପିର ସାଙ୍ଗଠନିକ ଉତ୍‌ଥାନ ଦେଖି ଶାସକ ଦଳ ବିଚଳିତ ହୋଇପଡ଼ିଛିି। ତେଣୁ ଉଦ୍ଦେଶ୍ୟମୂଳକଭାବେ ଛାତ୍ରସଂସଦ ନିର୍ବାଚନ ବନ୍ଦ କରିଛନ୍ତି। ସରକାର ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ବଦଳାଇବାକୁ ଏବିଭିପି ପକ୍ଷରୁ ଦାବି କରାଯାଇଛି।
ଏଆଇଡିଏସ୍‌ଓ ପକ୍ଷରୁ ମଧ୍ୟ ଛାତ୍ର ନିର୍ବାଚନ ବାତିଲକୁ ନେଇ ବିରୋଧ କରାଯାଇଛି। ଏନେଇ ସଂଗଠନର ରାଜ୍ୟ ସଭାପତି ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନରୁ ରାଜ୍ୟ ତଥା ଦେଶ ନୂଆ ନେତା ପାଇଥାଏ। ହେଲେ ସରକାରଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ନିର୍ବାଚନକୁ ବାତିଲ କରାଯାଇଛି। ଛାତ୍ର ସଂସଦ ନିର୍ବାଚନ ଛାତ୍ରୀଛାତ୍ରଙ୍କ ଗଣତାନ୍ତ୍ରିକ ଅଧିକାର। ସରକାର ତାହାକୁ ଛଡ଼ାଇ ନେଇଛନ୍ତି। ତେଣୁ ଏହାକୁ ନେଇ ବିକ୍ଷୋଭ କରାଯିବ। ସରକାର ଏହି ନିଷ୍ପତ୍ତିକୁ ବଦଳାଇବା ପାଇଁ ସେ ଦାବି କରିଛନ୍ତି।
ଛାତ୍ର ନିର୍ବାଚନ ବାତିଲ କରିବା ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ ଏବଂ ଛାତ୍ର ସମାଜର ଗଣତାନ୍ତ୍ରିକ ଅଧିକାର ଉପରେ ଖୋଲା ପ୍ରହାର ବୋଲି ଏସ୍‌ଏଫ୍‌ଆଇ ପକ୍ଷରୁ କୁହାଯାଇଛି। ସଂଗଠନ ପକ୍ଷରୁ ଏକ ପ୍ରଶ୍ନ କରାଯାଇଛି ଯେ, ସାଧାରଣ ନିର୍ବାଚନରେ ହିଂସା ଓ ଗୁଣ୍ଡାମି ବୃଦ୍ଧିପାଉଛି। ତା’ମାନେ କ’ଣ ସାଧାରଣ ନିର୍ବାଚନକୁ ବନ୍ଦ କରିଦିଆଯାଉଛି କି? ତେଣୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର କରି ନିଅନ୍ତୁ ବୋଲି ସଂଗଠନର ରାଜ୍ୟ ଆବାହକ ବିପ୍ଲବ ମିଶ୍ର କହିଛନ୍ତି।
ଅନ୍ୟପକ୍ଷରେ ଏଆଇଏସ୍‌ଏଫର ଛାତ୍ର ନେତାମାନେ ପ୍ଲାକାର୍ଡ ଧରି ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରର୍ଦଶନ କରିଥିଲେ। ଏଆଇଏସ୍‌ଏଫ୍‌ର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା କହିଛନ୍ତି ଯେ, ସରକାର ନିଷ୍ପତ୍ତିକୁ ପରିବର୍ତ୍ତନ କରନ୍ତୁ ନ ହେଲେ ଆଗାମୀ ଦିନରେ ଛାତ୍ର ଆନ୍ଦୋଳନକୁ ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୧୫ରେ କାର୍ଯ୍ୟକାରୀ ହେବ ଭାରତ-ବ୍ରିଟେନ୍‌ ଟ୍ରେଡ୍‌ ଡିଲ୍‌

ଏଭିଆନ୍‌-ଲେସ୍‌-ବାଏନ୍ସ, ୧୮।୬: ଭାରତ ଓ ବ୍ରିଟେନ୍‌ ମଧ୍ୟରେ ବିସ୍ତୃତ ଅର୍ଥନୈତିକ ଓ ବାଣିଜ୍ୟ ଚୁକ୍ତିନାମା ଜୁଲାଇ ୧୫ରୁ କାର୍ଯ୍ୟକାରୀ ହେବ। ଏହି ଐତିହାସିକ ଚୁକ୍ତି ସ୍ବାକ୍ଷର ହେବାର…

ମୋଦିଙ୍କୁ ଭେଟିବା ପରେ ଭନ୍‌ ଡେର୍‌ ଲେୟେନ୍‌ଙ୍କ ଘୋଷଣା, ବର୍ଷ ଶେଷ ସୁଦ୍ଧା ଭାରତ-ୟୁରୋପୀୟ ସଂଘ ମଧ୍ୟରେ…

ଏଭିଆନ୍‌-ଲେସ୍‌ବାଏନ୍ସ,୧୮।୬(ପି.ଟି.): ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଏବଂ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ମହତ୍ତ୍ୱାକାଂକ୍ଷୀ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ) ସ୍ବାକ୍ଷର ହେବ ବୋଲି ବୁଧବାର…

ସମାଜବାଦୀ ପାର୍ଟି ଭାଙ୍ଗିବା ଅଭିଯୋଗକୁ ଖଣ୍ଡନ କଲେ ଅଖିଳେଶ, କହିଲେ ଦଳ ଆମର…

ଲକ୍ଷ୍ନୌ,୧୮।୬(ପି.ଟି.): ଆସନ୍ତାବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାବେଳେ ଏବେ ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି (ଏସ୍‌ପି)ରେ ବଡ଼ ବିଭାଜନ ହେବାକୁ ଯାଉଥିବା ମନ୍ତ୍ରୀ ତଥା ସୁହେଲଦେବ…

‘ଇଣ୍ଡୋ-ପାସିଫିକ୍‌ କମାଣ୍ଡ’ ନାଁରୁ ‘ଇଣ୍ଡୋ’ ହଟାଇଲା ଆମେରିକା

ୱାଶିଂଟନ/ନୂଆଦିଲ୍ଲୀ, ୧୮।୬(ପି.ଟି.): ପ୍ରତିରକ୍ଷା ଓ ସାମରିକ ରଣନୀତି କ୍ଷେତ୍ରରେ ଆମେରିକା ବଡ଼ ପଦକ୍ଷେପ ଗ୍ରହଣ କରିଛି। ୮ ବର୍ଷ ତଳର ଏକ ନିଷ୍ପତ୍ତିକୁ ବଦଳାଇ ଆମେରିକା ସରକାର…

ଫିଫା ବିଶ୍ୱକପ୍‌: ରୋନାଲ୍ଡୋଙ୍କ ରେକର୍ଡ ଭାଙ୍ଗିଲେ ମେସି

ଇଷ୍ଟ ରଦରଫୋର୍ଡ (ଆମେରିକା),୧୮।୬: ଫୁଟ୍‌ବଲ ସୁପର ଷ୍ଟାର ଲିଓନେଲ ମେସିଙ୍କ ହାଟ୍ରିକ୍‌ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ୩-୦ ଗୋଲରେ ଆଲ୍‌ଜେରିଆକୁ ପରାସ୍ତ କରିଛି। ଏହି…

୫୯ ମଣ୍ଡିରେ ପଡ଼ିରହିଛି ୪ ଲକ୍ଷ ବସ୍ତା ଧାନ, ବର୍ଷା ନେଇ ଚିନ୍ତାରେ ଚାଷୀ

ପଦ୍ମପୁର,୧୮।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଧାନ କିଣାବିକା ସମସ୍ୟା ସୁଧୁରୁ ନ ଥିବା ବେଳେ ଆଗାମୀ ମୌସୁମୀ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି।…

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri