ଛାତ୍ର ସଂସଦ ନିର୍ବାଚନ ବାତିଲ ପ୍ରସଙ୍ଗ: ତେଜିଲା ଛାତ୍ର ଅସନ୍ତୋଷ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ଚଳିତବର୍ଷ ସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ହେବନାହିଁ। କେବଳ ଛାତ୍ର ନେତା ଚୟନ କରାଯିବ ବୋଲି ରାଜ୍ୟ ସରକାର ଗୁରୁବାର ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାକୁ ନେଇ ଛାତ୍ର ଅସନ୍ତୋଷ ତେଜିଛି। ଶୁକ୍ରବାର ଏବିଭିପି ପକ୍ଷରୁ ଶତାଧିକ ଛାତ୍ରୀଛାତ୍ର ୟୁନିଟ୍‌-୧ସ୍ଥିତ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ ସରକାରୀ ବାସଭବନ ଘେରାଉ କରିବା ପାଇଁ କମଳା ନେହେରୁ କଲେଜ ନିକଟରୁ ବାହାରିଥିଲେ। ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରୀଙ୍କ ବାସଭବନ ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା। ଏବିଭିପି ଛାତ୍ରମାନେ ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିବା ସମୟରେ ପୋଲିସ ସେମାନଙ୍କୁ ଅଟକାଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ ଏବିଭିପି ଛାତ୍ର ନେତା ଅଭିଳାଷ ପଣ୍ଡା ସମେତ ଅନ୍ୟ ୩୫ ଜଣଙ୍କୁ ଉଠାଇ ନେଇଥିଲା। ସନ୍ଧ୍ୟାରେ ସେମାନଙ୍କୁ ଛାଡି ଦିଆଯାଇଛି। ଛାତ୍ର ନେତା ସଞ୍ଜୟ ମଲିକ କହିଛନ୍ତି ଯେ, ବିଭିନ୍ନ କଲେଜ କ୍ୟାମ୍ପସରେ ଏବିଭିପିର ସାଙ୍ଗଠନିକ ଉତ୍‌ଥାନ ଦେଖି ଶାସକ ଦଳ ବିଚଳିତ ହୋଇପଡ଼ିଛିି। ତେଣୁ ଉଦ୍ଦେଶ୍ୟମୂଳକଭାବେ ଛାତ୍ରସଂସଦ ନିର୍ବାଚନ ବନ୍ଦ କରିଛନ୍ତି। ସରକାର ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ବଦଳାଇବାକୁ ଏବିଭିପି ପକ୍ଷରୁ ଦାବି କରାଯାଇଛି।
ଏଆଇଡିଏସ୍‌ଓ ପକ୍ଷରୁ ମଧ୍ୟ ଛାତ୍ର ନିର୍ବାଚନ ବାତିଲକୁ ନେଇ ବିରୋଧ କରାଯାଇଛି। ଏନେଇ ସଂଗଠନର ରାଜ୍ୟ ସଭାପତି ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି ଯେ, ଛାତ୍ର ସଂସଦ ନିର୍ବାଚନରୁ ରାଜ୍ୟ ତଥା ଦେଶ ନୂଆ ନେତା ପାଇଥାଏ। ହେଲେ ସରକାରଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ନିର୍ବାଚନକୁ ବାତିଲ କରାଯାଇଛି। ଛାତ୍ର ସଂସଦ ନିର୍ବାଚନ ଛାତ୍ରୀଛାତ୍ରଙ୍କ ଗଣତାନ୍ତ୍ରିକ ଅଧିକାର। ସରକାର ତାହାକୁ ଛଡ଼ାଇ ନେଇଛନ୍ତି। ତେଣୁ ଏହାକୁ ନେଇ ବିକ୍ଷୋଭ କରାଯିବ। ସରକାର ଏହି ନିଷ୍ପତ୍ତିକୁ ବଦଳାଇବା ପାଇଁ ସେ ଦାବି କରିଛନ୍ତି।
ଛାତ୍ର ନିର୍ବାଚନ ବାତିଲ କରିବା ନିଷ୍ପତ୍ତିକୁ ଅଗଣତାନ୍ତ୍ରିକ ଏବଂ ଛାତ୍ର ସମାଜର ଗଣତାନ୍ତ୍ରିକ ଅଧିକାର ଉପରେ ଖୋଲା ପ୍ରହାର ବୋଲି ଏସ୍‌ଏଫ୍‌ଆଇ ପକ୍ଷରୁ କୁହାଯାଇଛି। ସଂଗଠନ ପକ୍ଷରୁ ଏକ ପ୍ରଶ୍ନ କରାଯାଇଛି ଯେ, ସାଧାରଣ ନିର୍ବାଚନରେ ହିଂସା ଓ ଗୁଣ୍ଡାମି ବୃଦ୍ଧିପାଉଛି। ତା’ମାନେ କ’ଣ ସାଧାରଣ ନିର୍ବାଚନକୁ ବନ୍ଦ କରିଦିଆଯାଉଛି କି? ତେଣୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର କରି ନିଅନ୍ତୁ ବୋଲି ସଂଗଠନର ରାଜ୍ୟ ଆବାହକ ବିପ୍ଲବ ମିଶ୍ର କହିଛନ୍ତି।
ଅନ୍ୟପକ୍ଷରେ ଏଆଇଏସ୍‌ଏଫର ଛାତ୍ର ନେତାମାନେ ପ୍ଲାକାର୍ଡ ଧରି ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରର୍ଦଶନ କରିଥିଲେ। ଏଆଇଏସ୍‌ଏଫ୍‌ର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା କହିଛନ୍ତି ଯେ, ସରକାର ନିଷ୍ପତ୍ତିକୁ ପରିବର୍ତ୍ତନ କରନ୍ତୁ ନ ହେଲେ ଆଗାମୀ ଦିନରେ ଛାତ୍ର ଆନ୍ଦୋଳନକୁ ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ସୁଦ୍ଧା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ

ଭୁବନେଶ୍ୱର(ବ୍ୟୁରୋ)/ରାଉରକେଲା ଅଫିସ୍‌,୧୯।୮: ରାଉରକେଲା ବିପିୟୁଟି କ୍ୟାମ୍ପସ ପରିସରରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ ୨୦୨୨ ଜୁଲାଇ ସୁଦ୍ଧା ଶେଷ ହେବ।...

ରାୟପୁରରେ ଓଡ଼ିଶାର କଂଗ୍ରେସ ନେତୃବୃନ୍ଦ

ଭୁବନେଶ୍ବର,୨୫ା୨(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ୮୫ ତମ ମହା ଅଧିବେଶନରେ ଯୋଗଦେବା ଲାଗି ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି...

ଆଜି କଂଗ୍ରେସର ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ

ଭୁବନେଶ୍ବର, ୨୬ା୭(ବ୍ୟୁରୋ): ନ୍ୟାଶନାଲ୍‌ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ଏକାଧିକ ଥର ଜେରା କରାଯାଇସାରିଛି।...

ନବୀନଙ୍କୁ ଧନ୍ୟବାଦ ଦେଲେ ନଡ୍ଡା

ଭୁବନେଶ୍ୱର,୨୫ା୬(ବ୍ୟୁରୋ): ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନିଃସର୍ତ୍ତ ସମର୍ଥନ କରିବା ବିଜେଡିର ରାଜନୈତିକ ସମୀକରଣକୁ ବଦଳାଇ ଦେଇଛି। ଭାଜପା ଓ କଂଗ୍ରେସ ସହ ସମଦୂରତ୍ୱ ରକ୍ଷା କରୁଥିବା...

ପିଲାଙ୍କ ପ୍ରତି ବଢ଼ିବ ରିସ୍କ

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅଧିକ ଶକ୍ତିଶାଳୀ ରହିଛି। ଏହି ଲହରରେ ଏବେ ଯୁବପିଢ଼ି ଓ ଶିଶୁ ବହୁ ଆକ୍ରାନ୍ତ ହେଉଛନ୍ତି। ଏଯାବତ୍‌ ୨୯,୪୧୩...

ଖତ ଖାଉଛି ମହୁ ବାକ୍ସ

କେନ୍ଦୁଝର,୧୨।୭(ସ୍ବ.ପ୍ର.)-ଏକଦା କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର ମହୁର ବିଶ୍ୱସନୀୟତା ବାହାରେ ଅଧିକ ରହିଥିଲା। ଏହି ଜିଲାରେ ପ୍ରଚୁର ପରିମାଣରେ ମହୁ ଉତ୍ପାଦନ ହେଉଥିଲା। ପ୍ରାକୃତିକ ପରିବେଶରେ...

ରାଜ୍ୟରେ ୭ ଅକ୍ସିଜେନ ପ୍ଲାଣ୍ଟ କରିବ ଡିଆର୍‌ଡିଓ

ଭୁବନେଶ୍ୱର, ୧୨ା୫(ବ୍ୟୁରୋ):ଓଡ଼ିଶାରେ ୭ଟି ଅକ୍ସିଜେନ ପ୍ଲାଣ୍ଟ ହେବ। ଏସବୁ ପ୍ଲାଣ୍ଟ ପ୍ରତିରକ୍ଷା ଗବେଷଣା ବିକାଶ ପ୍ରତିଷ୍ଠାନ(ଡିଆର୍‌ଡିଓ) କରିବ। ବୌଦ୍ଧ, କଟକ, ଭଦ୍ରକ, ଗଜପତି, ଝାରସୁଗୁଡ଼ା, ନୟାଗଡ଼...

ବାତ୍ୟା ଦୋହଲାଉଛି ଆର୍ଥିକ ମେରୁଦଣ୍ଡ

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ରାଜ୍ୟକୁ ବାତ୍ୟା ଭୟ ଘେରି ରହିଛି। ଏଥିଯୋଗୁ ଦୋହଲିଯାଉଛି ଲୋଙ୍କ ଆର୍ଥିକ ମେରୁଦଣ୍ଡ। ବାତ୍ୟା ମାଡ଼ରୁ ଅଣ୍ଟା ସଳଖିବାକୁ ଅନେକବର୍ଷ ଲାଗିଯାଉଛି। ଗୋଟିଏ ବାତ୍ୟାଜନିତ...

Advertisement
Archives

Model This Week