ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା: ନାବାଳକଙ୍କୁ ୨୦ ବର୍ଷ ଜେଲ୍‌

ଅନୁଗୋଳ ଅଫିସ, ୪।୮-ଅନୁଗୋଳ ଥାନା ପଞ୍ଚମହଲା ନିକଟରେ ୨୦୧୭ ମାର୍ଚ୍ଚ ୩୧ରେ ଜଣେ ଛାତ୍ରୀଙ୍କୁ ଗଣ ବଳାତ୍କାର କରାଯାଇଥିବା ମାମଲାରେ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ଅନୁଗୋଳ ଅତିରିକ୍ତ ଜିଲା ଦୌରା ଜଜ୍‌ ତଥା ବାଳ ଅପରାଧ ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିବା ମାମଲା ପରିଚାଳନା କରିଥିବା ଅତିରିକ୍ତ ପିପି ତାପସ ରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ମୋଟ ୧୨ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ୮ଟି ଦସ୍ତାବିଜ ଅନୁଧ୍ୟାନ କରି କୋର୍ଟ ଏପରି ରାୟ ଶୁଣାଇଥିବା ପିପି ପ୍ରକାଶ କରିଛନ୍ତି। ଏହି ମାମଲାରେ ମୋଟ୍‌ ୬ଜଣଙ୍କ ସମ୍ପୃକ୍ତି ଥିବା ବେଳେ ପୂର୍ବରୁ ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇସାରିଛି। ତେବେ ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ରହିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୭ ମାର୍ଚ୍ଚ ୩୧ରେ ସମ୍ପୃକ୍ତା ଛାତ୍ରୀ ମାଉସୀ ପୁଅ ଭାଇ ସହ ଯାଉଥିବା ବେଳେ ୬ ଅଭିଯୁକ୍ତ ସେମାନଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଟଙ୍କା ମାଗିଥିଲେ। ପରେ ଅଭିଯୁକ୍ତମାନେ ଛାତ୍ରୀଙ୍କୁ ବଳାତ୍କାର କରିବା ସହିତ ମୋବାଇଲରେ ଭିଡିଓ ରେକର୍ର୍ଡିଂ କରିଥିଲେ। ୨୦ ହଜାର ଟଙ୍କା ନ ଦେଲେ ଇଣ୍ଟରନେଟ୍‌ରେ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇ ଉଭୟଙ୍କୁ ଛାଡ଼ି ଦେଇଥିଲେ। ଘଟଣା ସମ୍ପର୍କରେ ଛାତ୍ରୀଙ୍କ ପରିବାର ପକ୍ଷରୁ ୨୦୧୭ ଏପ୍ରିଲ ୧ରେ ଅନୁଗୋଳ ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ନଂ.୧୮୧/୨୦୧୭ରେ ମାମଲା ରୁଜୁ କରି ଅତି ଗୋପନର ସହ ତଦନ୍ତ ଚଳାଇ ସେହି ମାସ ୧୪ ତାରିଖରେ ଜଣେ ନାବାଳକଙ୍କ ସହ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ନାବାଳକଙ୍କୁ ବାଦ ଦେଇ ଅନ୍ୟ ୪ ଅଭିଯୁକ୍ତଙ୍କୁ ୨୦୧୮ ସେପ୍ଟେମ୍ବର ୨୫ରେ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତେବେ ନିର୍ଭୟା ଘଟଣା ପରେ ପ୍ରତ୍ୟେକ କୋର୍ଟରେ ସିଆଇସିଏଲ୍‌ (ଚାଇଲ୍ଡ ଇନ୍‌ କନ୍‌ଫ୍ଲିକ୍ଟ ଉଇଥ ଲ) କୋର୍ଟ ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନୁଗୋଳ କୋର୍ଟରେ ଗଠନ ହୋଇଥିବା ଏହି କୋର୍ଟ ଅଭିଯୁକ୍ତ ନାବାଳକଙ୍କୁ ୨୦ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି। ଓଡ଼ିଶାରେ କୌଣସି ନାବାଳକଙ୍କୁ ଚିଲଡ୍ରେନ୍‌ କୋର୍ଟଙ୍କ ଏପରି ଦଣ୍ଡାଦେଶ ପ୍ରଥମ ବୋଲି ପିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ୱ ନେଲେ ଢେଙ୍କାନାଳର ନୂଆ ଏସ୍‌ପି

ଢେଙ୍କାନାଳ ଅଫିସ,୨୩ ।୧୧ ଢେଙ୍କାନାଳ ଜିଲାର ନୂତନ ଏସ୍‌ପି ଭାବେ ଲୋଗା ନାୟାଗୀ ଦିବ୍ୟା ଭି. ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବାହ୍ନରେ ବିଦାୟୀ ଏସ୍‌ପି...

ଭଉଣୀ ସହ ବଜାର ଯାଇଥିଲେ ଭାଇ, ହେଲେ ଘରକୁ ଫେରିଲା ମୃତଦେହ

ରାୟଗଡ଼ା ଅଫିସ, ୩୧।୧୦: ୩୨୬ ନମ୍ବର ଜାତୀୟ ରାଜପଥରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ୫ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଛି। ସେ...

ଖେଳିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଭଉଣୀ-ଭାଇ

ପାରଳାଖେମୁଣ୍ଡି,୪ା୮(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଘୋରୋଣି ପଞ୍ଚାୟତ ଅନ୍ତର୍ଗତ ଏସ୍‌.ରତନସିଂ ଗାଁରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଖେଳିବାକୁ ଯାଇ ରମେଶ...

ଅନୁରୋଧ ରଖିଲେ ତେଲେଙ୍ଗାନା ସରକାର

ପର୍ଲା, ୩।୪ (ଡି.ଏନ.ଏ)- କଳାହାଣ୍ଡି ଜିଲାର ୧୯୫ ଜଣ ଦାଦନ ଶ୍ରମିକଙ୍କୁ ତେଲେଙ୍ଗାନା ସରକାର ସହାୟତାର ହାତ ବଢାଇଛନ୍ତି। ଏମାନେ ତେଲେଙ୍ଗାନା ରାଜ୍ୟର ରାଙ୍ଗାରେଡ୍ଡି ଜିଲାର...

ଜିଲାପାଳଙ୍କ ନିୟମ ନ ମାନି ଘରକୁ ପଳାଇଥିଲେ: ବିଇଓଙ୍କୁ ସଙ୍ଗରୋଧରେ ରଖିଲେ ତହସିଲଦାର

ଦାରିଙ୍ଗବାଡି,୧୬।୭(ଡି.ଏନ୍‌.ଏ.)-ଜିଲା ପ୍ରଶାସନର ନିୟମ ନ ମାନି ଘରକୁ ପଳାଇବା ମହଙ୍ଗା ପଡିଛି ଜଣେ ଶିକ୍ଷା ବିଭାଗ ଅଧିକାରୀଙ୍କୁ। ସୀମା ସିଲ୍‌ ସତ୍ତ୍ୱେ ଗଳାବାଟ ଦେଇ ଘରକୁ...

ବନ୍ଧହୁଡ଼ା କାଟିଦେଲେ ଲୋକେ

ଲାଞ୍ଜିଗଡ଼,୧।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ଏରୋଡ୍ରମ ନିକଟରେ ଥିବା ଶହେ ଏକରରୁ ଅଧିକ ଜମିରେ ପାଣି ମାଡ଼ି ପାରୁନାହିଁ। ବନ୍ଧରୁ ପାଣି ନେଇ...

ଭୁବନେଶ୍ୱର-ଝାରସୁଗୁଡା ବିମାନସେବା ଆରମ୍ଭ

ଭୁବନେଶ୍ୱର,୫।୬: ଭୁବନେଶ୍ୱରରୁ ଝାରୁସୁଗୁଡା ଓ ରାୟପୁରକୁ ବିମାନ ସେବା ବୁଧବାରରୁ ଆରମ୍ଭ ହୋଇଛି। ଭୁବନେଶ୍ୱରୁ ପ୍ରଥମ ବିମାନ ଉଡାଣ ଭରି ଝାରସୁଗୁଡାରେ ପହଞ୍ଚିଛି। ପୁଣି ଝାରସୁଗଡାରୁ...

୨ନଂ. ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

ଜଗତ୍‌ସିଂହପୁର ଅଫିସ, ୨୯ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଗଁା ଗହଳିରେ ପ୍ରଚାର ଆରମ୍ଭ ହୋଇଗଲାଣି। ପ୍ରାର୍ଥୀମାନେ ଘରକୁ ଘର ବୁଲି...

Advertisement
Archives

Model This Week