ଛାତ୍ରୀଙ୍କୁ ଏକତରଫା ପ୍ରେମ ନିବେଦନ: ବିଫଳ ହେବା ପରେ ଫଟୋ ଭାଇରାଲ କରି ଜେଲଗଲେ ଶିକ୍ଷକ

ବ୍ରହ୍ମପୁର ଅଫିସ,୨୬।୯: ଛାତ୍ରୀଙ୍କୁ ଏକତରଫା ଭଲ ପାଉଥିଲେ ଶିକ୍ଷକ। ପରେ ଛାତ୍ରୀଜଣଙ୍କ ଅଧ୍ୟାପିକା ହେବା ପରେ ତାଙ୍କୁ ବ୍ଲାକମେଲ୍‌ କରିବା ଜଣେ ବିଜ୍ଞାନ ଶିକ୍ଷକଙ୍କ ପାଇଁ ମହଙ୍ଗା ପଡ଼ିଛି। ଅଭିଯୁକ୍ତ ଶିକ୍ଷକ ହେଲେ ପ୍ରିୟ ରଞ୍ଜନ ମିଶ୍ର।
ସୂଚନା ଅନୁଯାୟୀ, ପ୍ରିୟ ରଞ୍ଜନ ଏକ ସରକାରୀ ସ୍କୁଲରେ ବିଜ୍ଞାନ ଶିକ୍ଷକ ଅଛନ୍ତି। ସେ ଜଣେ ଛାତ୍ରୀଙ୍କୁ ମନେ ମନେ ଭଲପାଉଥିଲେ। ପରବର୍ତ୍ତୀ ସମୟରେ ଛାତ୍ରୀଜଣଙ୍କ ଅଧ୍ୟାପିକା ହେବା ପରେ ପ୍ରିୟ ରଞ୍ଜନ ଅଲଗା ନା’ରେ ଅଧ୍ୟାପିକାଙ୍କୁ ବ୍ଲାକ୍‌ମେଲ କରିବା ଆରମ୍ଭ କରିଥିଲେ। ପୀଡ଼ିତା ଏହା ଜାଣି ନ ପାରି ଶିକ୍ଷକ ପ୍ରିୟରଞ୍ଜନଙ୍କୁ ଏକଥା ଜଣାଇବା ସହ ସାହାଯ୍ୟ ମାଗିଥିଲେ। ସେ ସାହାଯ୍ୟ କରିବା ବାହାନାରେ ତାଙ୍କ ସହ କିଛି ଫଟୋ ଉଠାଇଥିଲେ। ପରେ ଫଟୋଗୁଡିକ ଏଡିଟିଂକରି ତାଙ୍କୁ ଦେଖାଇଥିଲେ। ଏପରିକି ଛାତ୍ରୀଙ୍କ ବେକରେ ଫୁଲମାଳ ପକାଉଥିବା ଫଟୋ ମଧ୍ୟ ବାହାର କରିଥିଲେ। ଏହାର କିଛିଦିନ ଅର୍ଥାତ ୨୦୧୯ ମସିହାରେ ଯୁବତୀଙ୍କ ଅନ୍ୟତ୍ର ବାହାଘର ହୋଇଥିଲା। ଏଥିରେ କ୍ରୋଧିତ ହୋଇ ପ୍ରିୟରଞ୍ଜନ ପୂର୍ବରୁ ଉଠାଇଥିବା ଫଟୋଗୁଡିକ ଭାଇରାଲ କରିଥିଲେ। ଏପରିକି ତାଙ୍କ ନାମରେ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଆପତ୍ତିଜଣକ ଫଟୋଗୁଡିକ ପୋଷ୍ଟ କରିଥିଲେ। ଏତିକିରେ ଶିକ୍ଷକଙ୍କ ମନ ବୁଝି ନ ଥିଲା। ଶେଷରେ ସେ ପଢ଼ାଉଥିବା କଲେଜ କାନ୍ଥରେ ଫଟୋଗୁଡିକର ପୋଷ୍ଟର ମାରିଥିଲେ। ଏ ନେଇ ବୁଧବାର ଯୁବତୀ ଗୋଶାଣିନୁଆଗାଁ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକ୍ରମେ ପୋଲିସ ପ୍ରିୟରଞ୍ଜନଙ୍କ ବିରୋଧରେ କେସ୍‌ ନଂ. ୯୫/୧୯ରେ ମାମଲା ରୁଜୁକରି ତାଙ୍କୁ ଗିରଫ କରିଥିଲେ। ଗୁରୁବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବା ପରେ ପ୍ରିୟ ରଞ୍ଜନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନାଧିକାରୀ ସୁମିତ ସୋରେନ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ପରିବାର ଦୁଃଖ: ବାପାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ଝିଅପୁଅ

ନୂଆପଡ଼ା ଅଫିସ,୧୯।୯: ଆଦିବାସୀ ଅଧ୍ୟୁଷିତ ନୂଆପଡା ଜିଲାରେ ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି। ଶିଳ୍ପବିହୀନ ଜିଲାରେ ଲୋକେ କାମ ଅନ୍ବେଷଣରେ ବାହାର...

ସଙ୍ଗଠନ ଆଳରେ ବିଦ୍ୱେଷଭାବ ସୃଷ୍ଟି କରୁଥିଲେ ମାନସ

ଖୋର୍ଦ୍ଧା ଅଫିସ,୪।୯: ବେଗୁନିଆ ଥାନା ଅଧୀନ ଅଭିମାନପୁରର ସତ୍ୟବ୍ରତ ନାୟକ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ମାନବବାଦ ସଙ୍ଗଠନର ମୁଖ୍ୟ ତଥା ଆତ୍ମଘୋଷିତ ଗୁରୁଜୀ ମାନସ...

ପ୍ରାକୃତିକ ବିପର୍ଯ୍ୟୟ, ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ପାଇଁ ରାମଚଣ୍ଡୀରେ ବିଶ୍ୱସ୍ତରୀୟ ମକ୍‌ଡ୍ରିଲ୍‌: ସାମିଲ ହେଲେ ୭ ଦେଶର ପ୍ରତିନିଧି

କୋଣାର୍କ,୧୨।୨(ଡି.ଏନ୍‌.ଏ.)- ବୁଧବାର ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ବିଶ୍ୱସ୍ତରୀୟ ମକଡ୍ରିଲ କୋଣାର୍କ ରାମଚଣ୍ଡୀଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଓ ଏନ୍‌ଡିଆର୍‌ଏଫ୍‌ ଡିଜି ଯୋଗଦେଇ ଉଦ୍‌ଘାଟନ କରିଥିଲେ।...

ଶଯ୍ୟାଶାୟୀ ମଧୁମେହ ରୋଗୀଙ୍କୁ ଉଦ୍ଧାର କଲା ପ୍ରଶାସନ

ବିଜେପୁର, ୩୦।୩ (ଡି.ଏନ.ଏ.)-କରୋନା ପ୍ରତିହତ ପାଇଁ ରାଜ୍ୟର ସମସ୍ତ ଜିଲା ଲକ୍‌ ଡାଉନ ରହିଛି । ଦିନ ମଜୁରିଆ ହାତବାନ୍ଧି ବସି ରହିବାକୁ ବାଧ୍ୟ ହେଉଛନ୍ତି...

ଡିଆର୍‌ଏମ୍‌ଙ୍କ ରୂପ୍‌ସା ଜଙ୍କଶନ ପରିଦର୍ଶନ

ରୂପ୍‌ସା, ୨୮।୧୧ (ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ୍‌ର ନୂତନ ରେଳବାଇ ମ୍ୟାନେଜର ମନୋରଞ୍ଜନ ପ୍ରଧାନ ଗୁରୁବାର ବାଲେଶ୍ୱର ଜିଲାର ରୂପ୍‌ସା ରେଳ ଜଙ୍କଶନ ପରିଦର୍ଶନ କରିଛନ୍ତି।...

ଅନୁଗୋଳ ଷ୍ଟେଶନରେ ଗଡିଲା ଟ୍ରେନ୍‌  

ଅନୁଗୋଳ ଅଫିସ, ୮।୬- ଦୀର୍ଘ ଦୁଇ ମାସ ପରେ ସୋମବାରଠାରୁ ଚଳଚଞ୍ଚଳ ହୋଇଛି ଅନୁଗୋଳ ରେଳ ଷ୍ଟେଶନ। କେନ୍ଦ୍ର ସରକାର କେତେକ ଟ୍ରେନ୍‌ ଚଳାଚଳକୁ ଅନୁମତି...

ଶିଶୁଙ୍କୁ ଅଣ୍ଡା ବଦଳରେ ବଣଭୋଜି ବାସି ତରକାରି

ମହାକାଳପଡ଼ା,୧୮।୧(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ଶିଶୁଙ୍କ କୁପୋଷଣ, ମୃତ୍ୟୁହାର ହ୍ରାସ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ଗର୍ଭସ୍ଥ ଶିଶୁର ବିକାଶ ପାଇଁ ପୁଷ୍ଟିକର...

CORONAVIRUS UPDATE: ସୁନ୍ଦରଗଡ଼ ଜିଲାରେ ଆଉ ୪କରୋନା ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼,୨୮।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ମଙ୍ଗଳବାର ପୁଣି ଆଉ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ...

Advertisement
Archives

Model This Week