ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଜଣେ ଅଟକ

ପଦ୍ମପୁର,୯।୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହ ପୋଲିସ ଜନୈକା ୫ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଜଣକୁ ଅଟକ ରଖିଛି। ଅଭିଯୋଗ ଅନୁଯାୟୀ, ଶୁକ୍ରବାର ସକାଳେ ଛାତ୍ରୀ ଜଣକ ସ୍ଥାନୀୟ ବିଦ୍ୟାଳୟକୁ ଯାଉଥିଲେ। ବର୍ଷା ହେବାରୁ ରାସ୍ତାପାର୍ଶ୍ୱରେ ଥିବା ଏକ ଅର୍ଦ୍ଧନିର୍ମିତ ଘରେ ଆଶ୍ରୟ ନେଇଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ଛାତ୍ରୀଙ୍କୁ ବିଲ ମଧ୍ୟକୁ ଟେକି ନେଇ ଅସଦାଚରଣ କରିଥିଲେ। ସେ ଜୋରରେ ପାଟି କରିବାରୁ ଅଭିଯୁକ୍ତ ସ୍ଥାନ ଛାଡ଼ି ଚାଲିଯାଇଥିଲେ। ଛାତ୍ରୀ ଜଣକ ଘରକୁ ଫେରି ଘଟଣା ସମ୍ପର୍କରେ ଜଣାଇବାରୁ ତାଙ୍କ ମା’ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ କେସ୍‌ ନଂ. ୧୬/୨୦ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି। ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ନିରୋଜ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ, ୩ ଗିରଫ

ବ୍ରହ୍ମପୁର ଅଫିସ,୩ା୬: ସଦର ଥାନା ଅନ୍ତର୍ଗତ ଲୋଚାପଡା ଚୈତନ୍ୟନଗରରେ ରହୁଥିବା ଜଣେ ମହିଳାଙ୍କ ଘରେ ପଶି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପୋଲିସ ୩ ଅଭିଯୁକ୍ତଙ୍କୁ...

ସାହାସପୁର ମହାବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବ ‘ସଂକଳ୍ପ ନେଇ ଶିକ୍ଷାଲାଭ କଲେ ସିଦ୍ଧି ନିଶ୍ଚିତ ମିଳିବ’

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୧୭ା୮(ଡି.ଏନ.ଏ.)- ଗୋଟିଏ ଶିକ୍ଷାନୁଷ୍ଠାନ ଆଗକୁ ଯିବାକୁ ହେଲେ ସମସ୍ତଙ୍କର ସହଭାଗିତା ଓ ସହଯୋଗର ଆବଶ୍ୟକ ରହିଅଛି। ଛାତ୍ରୀଛାତ୍ର, ଅଧ୍ୟାପକ ଓ ଅଭିଭାବକଙ୍କ ମିଳିତ ଉଦ୍ୟମ ଦ୍ୱାରା...

ଜମିପଟ୍ଟା ପାଇଁ ଶତାଧିକ ଲୋକ ଜିଲାପାଳଙ୍କ ଦ୍ୱାରସ୍ଥ

ଭଦ୍ରକ ଅଫିସ,୨।୧୨- ସ୍ଥାୟୀ ଜମିପଟ୍ଟା, ବିଦ୍ୟୁତ୍‌ ସଂଯୋଗ ଓ ଗମନାଗମନ ପରି ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ସୋମବାର ଶତାଧିକ ଭୂମିହୀନ ଲୋକ ଜିଲାପାଳଙ୍କ...

ବ୍ୟାଟେରି ଚୋରି ରାକେଟ ସକ୍ରିୟ

ବନ୍ତ,୬।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ଏବେ ବ୍ୟାଟେରି ଚୋରି ରାକେଟ ସକ୍ରିୟ ହୋଇଛନ୍ତି। ବିଭିନ୍ନ ସ୍ଥାନରୁ ବ୍ୟାଟେରି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ...

ସିଏଏକୁ ବିରୋଧ କରି ବିକ୍ଷୋଭ

ନୟାଗଡ଼ ଅଫିସ,୨୦ା୧୨: କେନ୍ଦ୍ର ସରକାରଙ୍କ ଦ୍ୱାରା ଗୃହୀତ ହୋଇଥିବା ନାରଗିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନୟାଗଡ଼ ଜିଲାରେ ବିରୋଧ କରାଯାଇଛି। ଏହା ସମ୍ବିଧାନ ବିରୋଧୀ ଓ...

ସାନିଟାଇଜର ମେଶିନ ତିଆରି କଲେ ଯୁବ ଇଞ୍ଜିନିୟର

ବରଗଡ଼ ଅଫିସ୍‌,୧୯।୪: ଲକ୍‌ ଡାଉନ ସମୟରେ ଘରେ ବସି ନିଜର ଇଚ୍ଛାଶକ୍ତି, ପ୍ରୟାସରେ ଏକ ସାନିଟାଇଜର୍‌ ମେଶିନ ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି...

୨୦ରୁ ଊର୍ଦ୍ଧ୍ୱ ମଦଭାଟି ଭାଙ୍ଗିଲେ ଏସ୍‌ଏଚ୍‌ଜି

ଔପଦା, ୧୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡସାହି ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଶୀତବଣ ପାହାଡଘେରା ବେତେଇ ଗ୍ରାମ ଜଙ୍ଗଲରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ବେଆଇନ ମହୁଲି...

ବାଳସୁଧାର ଗୃହରୁ ଅନ୍ତେବାସୀ ଚମ୍ପଟ ଘଟଣା: ୩ ଜଣଙ୍କୁ ଧରିଲା ପୋଲିସ, ୪ ଜଣଙ୍କ ପତ୍ତା ମିଳୁନି

ବ୍ରହ୍ମପୁର ଅଫିସ , ୨୧।୫ : ଗଞ୍ଜାମ ଜିଲା ବ୍ରହ୍ମପୁର ଏସ୍‌ପି ଓ ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ କାର୍ଯ୍ୟାଳୟ ଠାରୁ ଅଳ୍ପ ଦୂରରେ ବାଳସୁଧାର ଗୃହ...

Coronavirus Update


Archives

Model This Week

Why Dharitri