ଛାତ୍ରାବାସ ଛାତରୁ ଖସିଲା କଂକ୍ରିଟ

ବାଲେଶ୍ୱର ଅଫିସ, ୧।୧୦-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରାବାସ କୋଠାରୁ ସୋମବାର ମଧ୍ୟାହ୍ନରେ କଂକ୍ରିଟ୍‌ ଖଣ୍ଡ ଖସି ପଡିଥିଲା। ଏଥିରେ ଜଣେ ଛାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହାର ପ୍ରତିବାଦ କରି ଅନ୍ୟ ନର୍ସିଂ ଛାତ୍ରୀମାନେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟଙ୍କ ଅଫିସ୍‌ ଘେରାଉ କରିଥିଲେ। ଦୀର୍ଘ ୩/୪ ଘଣ୍ଟା ପରେ ଜିଲା ପ୍ରଶାସନ ହସ୍ତକ୍ଷେପ କରି ଦୁର୍ଗା ପୂଜା ଛୁଟି ଭିତରେ ଉକ୍ତ କୋଠା ସମ୍ପୂର୍ଣ୍ଣ ମରାମତି କରିବାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି।
ଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ୧୯୫୯ ମସିହାରେ ମହିଳା ସ୍ବାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ତିଆରି ହୋଇଥିଲା। କିଛିବର୍ଷ ହେଲା ଛାତରୁ ସିମେଣ୍ଟ, ବାଲି ଖଣ୍ଡ ଖସି ଏହା ଅସୁରକ୍ଷିତ ହୋଇପଡ଼ିଛି। ଏପରିକି ବର୍ଷା ସମୟରେ ଘର ଭିତରେ ପାଣି ପଶି ଯାଉଥିବାରୁ ହଇରାଣ ହରକତ ହେବାକୁ ପଡୁଛି। ଛାତ୍ରୀମାନେ ବାରମ୍ବାର ବିଭାଗୀୟ ଅଧିକାରୀ ତଥା ଜିଲା ପ୍ରଶାସନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ଛାତ୍ରୀ ସୁକାନ୍ତି ବିନ୍ଧାଣୀ ସୋମବାର ମଧ୍ୟାହ୍ନରେ ଶୌଚାଳୟ ଯାଇଥିବା ବେଳେ ହଠାତ୍‌ ଛାତରୁ ସିମେଣ୍ଟ, ବାଲି ଖଣ୍ଡ ଖସିଥିଲା। ଏହି କଂକ୍ରିଟ ଖଣ୍ଡ ତାଙ୍କ ଉପରେ ପଡ଼ିବାରୁ ସେ ଗୁରୁତର ହୋଇଥିଲେ। ସଙ୍ଗେ ସଙ୍ଗେ ଅନ୍ୟ ଛାତ୍ରୀମାନେ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ପରେ ଉତ୍ତ୍ୟକ୍ତ ଛାତ୍ରୀମାନେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଛୋଟରାୟଙ୍କ ଅଫିସ୍‌ ଘେରାଉ କରିବା ସହ ଏହାର ପୁନରୁଦ୍ଧାର ପାଇଁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ ବିଭାଗରେ ନିୟୋଜିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ମହଙ୍ଗା ପଡ଼ିଲା ସରକାରୀ ଗାଡ଼ିରେ ବେସରକାରୀ କାମ

ବଣାଇଁ,୧୨ା୬(ପ୍ରଦୀପ ତ୍ରିପାଠୀ): ରାଜାମୁଣ୍ଡା କୋଇଡା ୫୨୦ ନମ୍ବର ଜାତୀୟ ରାଜପଥର କେ. ବଲାଙ୍ଗ ଥାନା ନିକଟରେ ଗୁରୁବାର ରାତିରେ ହାଇଓ୍ବା ପଛରେ ଏକ ବୋଲେରୋ ପିଟି ହୋଇ…

‘ହିତାଧିକାରୀଙ୍କୁ ଏକାସାଙ୍ଗରେ ମିଳିବ ୩ ମାସର ଭତ୍ତା’

ଭୁବନେଶ୍ୱର,୧୨ା୬: ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସମସ୍ୟା ରାଜ୍ୟର ନୁହେଁ,…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ଏଣିକି ୫ କେଜି ବଦଳରେ ମିଳିବ ଏତେ କେଜି ମାଗଣା ଚାଉଳ

ଭୁବନେଶ୍ୱର,୧୨।୬: ମୋହନ ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଆଜିଠୁ ରାଜ୍ୟରେ ଲାଗୁ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ, ଭଉଣୀ-ଭିଣୋଇଙ୍କୁ ଅଟକ ରଖି…

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ରାଇପୁର ଗାଁର କାହ୍ନୁ ସେଠୀ ନାମକ ଜଣେ ଯୁବକଙ୍କ ମୃତଦେହ ତୋଟା ସାହି ପାଳୁଅ ବାରି କେନାଲରୁ ଶୁକ୍ରବାର ଉଦ୍ଧାର…

ବିଡିଓଙ୍କୁ ଗାଡ଼ି ଉପରକୁ ଟେକାପଥର ମାଡ଼

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ନୟାଗଡ଼ ଜିଲା ଦଶପଲା ବ୍ଲକ ନଛିପୁରରେ ଦଶପଲ୍ଲା ବିଡିଓ ଶରତ ମଲିକଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼ ହୋଇଛି। ବିଡିଓ ନିର୍ବାଚନ କାର୍ଯ୍ୟରେ…

ଏସ୍‌ପି ଅଫିସ ଆଗରେ ବାପା-ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ,୧୨ା୬(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ରାଣିପାଳ ଗ୍ରାମର ଆଇନ ଛାତ୍ର ସରୋଜ ରାଉତ ଓ ତାଙ୍କ ପିତା ପଦ୍ମନାଭ ରାଉତ ଶୁକ୍ରବାର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ପଢ଼ିବେ ଛାତ୍ରୀଛାତ୍ର, ଖର୍ଚ୍ଚର ବୋଝ ଆଉ…

ଭୁବନେଶ୍ୱର,୧୨ା୬: ମୋହନ ସରକାରକୁ ଶୁକ୍ରବାର ପୂରିଛି ୨ ବର୍ଷ। ଏହି ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣ ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଠିକ୍‌…

ଓଡ଼ିଶା ଛୁଇଁଲା ମୌସୁମୀ, ରଜ ପୂର୍ବରୁ…

ଭୁବନେଶ୍ୱର,୧୨ା୬: କେରଳରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଓଡ଼ିଶାରେ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri