ଛାତ୍ରଙ୍କୁ ମିଳିଲା ଶ୍ରବଣଯନ୍ତ୍ର

ଦାରିଙ୍ଗବାଡ଼ି,୧୨।୧୨(ଡି.ଏନ.ଏ)-ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ ଲାଦାଙ୍ଗି ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଟୁନା ପ୍ରଧାନଙ୍କ ଗୋଟିଏ କାନକୁ ଆଦୌ ଶୁଣାଯାଉ ନ ଥିବାବେଳେ ଅନ୍ୟ କାନରେ ସେ ଅଳ୍ପ ଶୁଣିପାରୁଥିଲେ। ୭ ବର୍ଷ ହେଲା ଏଭଳି ସମସ୍ୟା ମଧ୍ୟରେ ସେ ପାଠ ପଢୁଥିଲେ। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ବିଦ୍ୟାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ ଦୁର୍ଗମ ଲାଦାଙ୍ଗି ବିଦ୍ୟାଳୟକୁ ଯାଇ ଟୁନାଙ୍କୁ ଶ୍ରବଣଯନ୍ତ୍ର ପ୍ରଦାନ କରିଛନ୍ତି। ପ୍ରଧାନଶିକ୍ଷକ କିଶୋର ଚନ୍ଦ୍ର କରଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁଧାକର ପ୍ରଧାନ ଏବଂ ଗ୍ରାମ୍ୟ କମିଟି ଉପସ୍ଥିତିରେ ବୁଧବାର ଟୁନାଙ୍କ କାନରେ ଶ୍ରବଣଯନ୍ତ୍ର ଲଗାଯିବାପରେ ସେ ଏବେ ଠିକ ଭାବେ ଶୁଣିପାରୁଛନ୍ତି । ସୂଚନାଯୋଗ୍ୟ, ଟୁନାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଛି। ମା’ ମାଳି ପ୍ରଧାନ ମୂଲ ଲାଗି ପରିବାର ଚଳାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ପାପଡାହାଣ୍ଡିରେ ଘରେ ପଶିଲା ପାଣି

ପାପଡାହାଣ୍ଡି,୨୦।୮(ଡି.ଏନ୍‌.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାରେ ବହୁ ଘରେ ଓ ଦୋକାନଗୁଡିକରେ ବର୍ଷାଜଳ ପଶିଯାଇଥିବା ଦେଖିବାକୁ...

ବସ୍ତିବାସିନ୍ଦାଙ୍କୁ ରନ୍ଧାଖାଦ୍ୟ ବଣ୍ଟନ, ସାମାଜିକ ଦୂରତା ବଜାୟ ରଖିବାକୁ ସଚେତନତା

ଚୌଦ୍ୱାର,୧୫ା୪(ଡି.ଏନ୍‌.ଏ.): କରୋନା ପାଇଁ ଲକ୍‌ଡାଉନ୍‌ ଜାରି ରହିଥିବାରୁ ଗରିବ ପରିବାରରେ ଖାଦ୍ୟ ସଂକଟ ଦେଖାଦେଇଛି। ଲୋକେ କାମଧନ୍ଦା ପାଇଁ ବାହାରକୁ ଯାଇ ପାରୁ ନ ଥିବାରୁ...

ସାପ କାମୁଡ଼ାରେ ନାବାଳକ ମୃତ: ମେଡିକାଲରେ ଗୁଣିଆ କଲେ ଝଡ଼ାଫୁଙ୍କା

ଅନୁଗୋଳ ଅଫିସ, ୧୫।୯ – ସାପ କାମୁଡ଼ାରେ ଗୁରୁତର ହୋଇଥିବା ଜଣେ ନାବାଳକଙ୍କ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।...

ବଜେଟରେ ପର୍ଯ୍ୟଟନକୁ ଫୋକସ: ଅବଢା ଯୋଜନା ପାଇଁ ୨୨୪ କୋଟି

ଭୁବନେଶ୍ୱର,୨୪।୨(ବ୍ୟୁରୋ): ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ବଜେଟରେ ପର୍ଯ୍ୟଟନକୁ ମଧ୍ୟ ରାଜ୍ୟ ସରକାର...

ଦୋକାନରେ ଚଢ଼ାଉ, ୨୭ କେଜି ପଲିଥିନ ଜବତ

ଭଞ୍ଜନଗର,୧୯।୬(ଡି.ଏନ.ଏ)-ପଲିଥିନ ବ୍ୟବହାର ଉପରେ କଟକଣା ଲାଗିଛି। ତଥାପି ବେଧଡ଼କ ବହୁଳ ଭାବେ ଏହାର ବ୍ୟବହାର ଚାଲିଛି। ଭଞ୍ଜନଗର ସହରରେ ବହୁଳ ପଲିଥିନ ଓ ପ୍ଲାଷ୍ଟିକ୍‌ ବ୍ୟବହାର...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଏସ୍‌ସିବି ମେଡିକାଲର ବରିଷ୍ଠ ଷ୍ଟେନୋଗ୍ରାଫରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

କଟକ ଅଫିସ,୪।୧୨: କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ବରିଷ୍ଠ ଷ୍ଟେନୋଗ୍ରାଫର ପ୍ରମୋଦ କୁମାର ବସନ୍ତରାୟଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ...

ପାଠପଢ଼ା ପାଇଁ ଜୀବନ ବାଜି

ଦଶମନ୍ତପୁର, ୨୦ା୮(ଡି.ଏନ୍‌.ଏ.): ଆଜି ବି ଏମିତି ପଞ୍ଚାୟତ ଏବଂ ଦୁର୍ଗମ ଗ୍ରାମାଞ୍ଚଳ ରହିଛି ଯେଉଁଠିକୁ ରାସ୍ତାଟିଏ ନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା...

ସେବାୟତଙ୍କୁ ହାତ ଉଠାଇବା ଅଭିଯୋଗରେ କନଷ୍ଟେବଳଙ୍କ ବଦଳି

ଆରଡ଼ି, ୨ା୯ (ଡି.ଏନ.ଏ.)- ଭଦ୍ରକ ଜିଲାର ଶୈବପୀଠ ଆଖଣ୍ଡଳମଣି ମନ୍ଦିର ପରିସରରେ ସୋମବାର ପୂର୍ବାହ୍ନରେ ଜଣେ ସେବାୟତଙ୍କୁ ହାତ ଉଠାଇବା ଅଭିଯୋଗରେ ଆରଡ଼ି ଫାଣ୍ଡିର ଜଣେ...

Advertisement
Archives

Model This Week