ଛାତରୁ ଖସି ଜଣଙ୍କ ଜୀବନ ଗଲା

ବ୍ରହ୍ମପୁର ଅଫିସ,୧୦।୧୧: ଗଞ୍ଜାମ ଜିଲା ଟାଉନ୍‌ଥାନା ଅନ୍ତର୍ଗତ ଗାନ୍ଧୀନଗରସ୍ଥିତ ଓଡ଼ିଶା ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ ଆସୋସିଏଶନ (ଓସିଆ) ଛାତରୁ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ କଲିକତାର ଟି.ମହମ୍ମଦ(୫୨)ବୋଲି ପୋଲିସ କହିଛି । ରବିବାର ମୃତଦେହ ଜବତ କରି ପୋଲିସ ୨୫/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ପ୍ରକାଶ ଯେ, ଟି. ମହମ୍ମଦ ଏକ ଔଷଧ କମ୍ପାନୀରେ ମ୍ୟାନେଜର ଭାବେ କାମ କରୁଥିଲେ। ସେ ଗତ ପ୍ରାୟ ୬ ବର୍ଷ ହେଲା ଗାନ୍ଧୀନଗରସ୍ଥିତ ଓସିଆ ମେସ୍‌ରେ ଭଡ଼ାରେ ରହୁଥିଲେ। ଗତ ୪ ତାରିଖରେ ସେ କୌଣସି କାରଣରୁ ଉକ୍ତ କମ୍ପାନୀ ଛାଡିଥିଲେ। ଶନିବାର ସନ୍ଧ୍ୟାରେ ଉକ୍ତ ମେସ୍‌ର ରୋଷେୟା ତାଙ୍କୁ ଚା ପିଇବାକୁ ଦେଇଥିଲେ । ସେ ଚା କପଟି ଧରି ଛାତକୁ ଯାଇଥିଲେ । କିଛି ସମୟ ପରେ ସେ ହଠାତ୍‌ ଛାତରୁ ଖସି ପଡିଥିଲେ। ଉକ୍ତ ମେସରେ ରହୁଥିବା ରୋଷେୟା ଓ ପଡ଼ୋଶୀଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ନ ମିଳିବାରୁ ଖୋଲିନି ମଣ୍ଡି

ଯାଜପୁର ଅଫିସ,୩୧-୧:ଯାଜପୁର ଜିଲାରେ ଧାନ ସଂଗ୍ରହରେ ବିଳମ୍ବ କାରଣରୁ ଚାଷୀ ବହୁଳ ଭାବେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ପୂର୍ବରୁ ଧାନ ଅମଳ କରି ଚାଷୀ...

କଟକଣାକୁ ବେଖାତିର: ବରୁଣେଇରେ ଭୋଜି

ଖୋର୍ଦ୍ଧା ଅଫିସ,୨୨।୩: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଧାର୍ମିକ ପୀଠ ଏବଂ ପର୍ଯ୍ୟଟନସ୍ଥଳରେ...

ଟାଙ୍ଗରା ଭୂଇଁ ଏବେ ହସୁଛି, ସରକାର ପାଉଛନ୍ତି ରାଜସ୍ବ

ନୟାଗଡ଼ ଅଫିସ,୨୦ା୩ (ଲୋକନାଥ ମିଶ୍ର): ନୟାଗଡ଼ ସହର ଉପକଣ୍ଠ ଖୁଣ୍ଟୁବନ୍ଧସ୍ଥିତ ସବ୍‌ଜେଲର ଟାଙ୍ଗରା ଭୂଇଁ ଏବେ ହସୁଛି। କଏଦୀମାନଙ୍କ ପରିଶ୍ରମ ଓ ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଆଗ୍ରହ...

ସୁବର୍ଣ୍ଣପୁର ଜିଲା ଚିଠି: ଧଳାସୁନା ମଣ୍ଡି

କୃଷିଭିତ୍ତିକ ସୁବର୍ଣ୍ଣପୁର ଜିଲାରେ ଚାଷୀ ସବୁବେଳେ ଅଭାବୀ ବିକ୍ରି ଓ ଦଲାଲଙ୍କ ଦ୍ୱାରା ଶୋଷିତ ହୋଇଆସୁଛି। ଧାନ ହେଉ ଅବା ପନିପରିବା କିମ୍ବା ଧଳାସୁନା କୁହାଯାଉଥିବା...

ଚିପଟ ଅସ୍ତିଆବାସୀ ଅବହେଳାର ଶିକାର, ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ

ବାରିପଦା ଅଫିସ,୨୭ା୮- ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦା ସୀମାଠାରୁ ୫୦୦ ମିଟର ଦୂରରେ ଅବସ୍ଥିତ ଶାମାଖୁଣ୍ଟା ବ୍ଲକର ଚିପଟ ଅସ୍ତିଆ ଗ୍ରାମ ଜନସାଧାରଣ ଦୀର୍ଘ...

ବରଗଡ଼ରୁ ପୁଣି ୪ କରୋନା ପଜିଟିଭ ଚିହ୍ନଟ

ବରଗଡ଼ ଅଫିସ,୨୧।୭: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ୪ଜଣ ନୂଆ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨ଜଣ ମହିଳା ଥିବାବେଳେ ୨...

ଅଗ୍ନିକାଣ୍ଡରେ ଦୋକାନ ଜଳିଗଲା

ଖଲ୍ଲିକୋଟ,୧ା୬(ଡି.ଏନ.ଏ.)- ଖଲ୍ଲିକୋଟ ସହର ଧରାକୋଟ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବାଇଣ୍ଡିଙ୍ଗ୍‌ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ସାମଗ୍ରୀ...

ଲାଞ୍ଚ ନେଇ ଧରାପଡ଼ିଲେ ଜୁନିୟର ଇଞ୍ଜିନିୟର

କେନ୍ଦୁଝର/ପାଟଣା, ୨୨।୭ (ଡି.ଏନ୍‌.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର ଜୁନିୟର ଇଞ୍ଜିନିୟର ବିଭୂତି ଭୂଷଣ ପ୍ରଧାନ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।...

Coronavirus Update

Archives

Model This Week

Why Dharitri