ଛତ୍ରପୁର ହସ୍ପିଟାଲ ପ୍ରତି ଅବହେଳା ଅଭିଯୋଗ

ଛତ୍ରପୁର,୫ା୮(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୦୦୦ ନୂଆ ଜୁନିୟର ଡାକ୍ତର ପଦବୀ ସୃଷ୍ଟି ହୋଇଛି। ଏହାକୁ ରାଜ୍ୟପାଳ ମଞ୍ଜୁରୀ ପ୍ରଦାନ କରିଛନ୍ତିି। ଏନେଇ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଉପଖଣ୍ଡ ହସ୍ପିଟାଲ ପାଇଁ ଉକ୍ତ ନୂତନ ପଦବୀରୁ ଗୋଟିଏ ମଧ୍ୟ ନିଯୁକ୍ତି ବ୍ୟବସ୍ଥା ନ ଥିବା ତାଲିକାରୁ ଜଣାପଡିଛି। ଏନେଇ ଛତ୍ରପୁର ଉପଖଣ୍ଡ ହସ୍ପିଟାଲକୁ ପୁଣି ଅବହେଳା କରାଯାଇଥିବା ନେଇ ମଣ୍ଡଳ ଭାଜପା ସଭାପତି ତଥା ଓକିଲ ପ୍ରଦୀପ ପାଢୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଛତ୍ରପୁର ହସ୍ପିଟାଲରେ ୨୨ ଡାକ୍ତର ରହିବା ବଦଳରେ ମାତ୍ର ୮ ଜଣ ଅଛନ୍ତି। ଏଣୁ ଏଠାରେ ନୂତନ ଡାକ୍ତର ନିଯୁକ୍ତି ହେଲେ ଖାଲି ପଡିଥିବା ପଦବୀ ପୂରଣ କରିବାକୁ ସେ ଦାବି କରିଛନ୍ତିି। ଉକ୍ତ ୮ ଙ୍କ ମଧ୍ୟରେ ଜଣେ ସିନିୟର ଡାକ୍ତର ଓ ଅନ୍ୟ ୭ ସ୍ପେଶାଲିଷ୍ଟ ରହିଛନ୍ତି। ମିଳିିଥିବା ସୂଚନା ଅନୁସାରେ, ୧୨ ଜୁନିୟର ଡାକ୍ତର ଓ ୧୦ ସ୍ପେଶାଲିଷ୍ଟ ରହିବା କଥା। ମାତ୍ର ଛତ୍ରପୁର ହସ୍ପିଟାଲରେ ଜଣେ ମଧ୍ୟ ଜୁନିୟର ଡାକ୍ତର ନାହାନ୍ତି। ଜୁନିୟର ଡାକ୍ତର ନିଯୁକ୍ତ ହେଲେ ଛତ୍ରପୁର ହସ୍ପିଟାଲରେ ଲାଗି ରହିଥିବା ଡାକ୍ତର ସମସ୍ୟା ଦୂର ହୋଇପାରିବ ବୋଲି ଓକିଲ ପାଢୀ କହଛନ୍ତି। ଏବେ ଜିଲାରେ ଛତ୍ରପୁର ଓ ଭଞ୍ଜନଗରରେ ଉପଖଣ୍ଡ ହସ୍ପିଟାଲ, ବ୍ରହ୍ମପୁରରେ ହେଡକ୍ୱାର୍ଟର ହସ୍ପିଟାଲ ତଥା ସିଟି ହସ୍ପିଟାଲ ରହିଛି। ଏଥିସହ ପ୍ରତି ବ୍ଲକରେ ଗୋଟିଏ ଲେଖାଏ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଜିଲାର ଆସିକା ଓ ହିଞ୍ଜିଳି ସ୍ବାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡ ହସ୍ପିଟାଲ ମାନ୍ୟତା ଦେଇ ଏଠାରେ ଡାକ୍ତର ପଦବୀ ପୂରଣ ପାଇଁ ନୂତନ ଭାବେ ସୃଷ୍ଟି ହୋଇଥିବା ୨୦୦୦ ଡାକ୍ତର ପଦବୀରେ ବ୍ୟବସ୍ଥା କରାଯାଇଛି। ଉକ୍ତ ତାଲିକାରୁ ମିଳିଥିବା ସୂଚନା ଅନୁସାରେ ଆସିକା ଉପଖଣ୍ଡ ହସ୍ପିଟାଲ ପାଇଁ ୧୨ ଓ ହିଞ୍ଜିଳି ଉପଖଣ୍ଡ ହସ୍ପିଟାଲ ପାଇଁ ୧୩ ଜୁନିୟର ଡାକ୍ତର ପଦବୀ ସୃଷ୍ଟି ହୋଇଛି। ସେହିପରି ବରିଡା, ସୁନାଥର ଓ ହୁଗୁଳାପଟା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ନୂଆ) ପାଇଁ ଗୋଟିଏ ଲେଖାଏ ଜୁନିୟର ଡାକ୍ତର ପଦବୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପରତା

ନୟାଗଡ଼ ଅଫିସ,୨୨।୧: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଚେଇଁ ଶୋଇଥିବା ନୟାଗଡ଼ ଜିଲା ପ୍ରଶାସନ ତତ୍ପର ହୋଇଛି। ଗୁରୁବାର ସନ୍ଧ୍ୟାରେ ପାଣିପୋଇଲାସ୍ଥିତ ଚିନିକଳକୁ ଜିଲାପାଳ ପୋମା ଟୁଡୁ,...

ଜଙ୍ଗଲରେ ନିଆଁ ଲଗାଉଥିଲେ

ସମ୍ବଲପୁର,୯ା୪(ବ୍ୟୁରୋ): ସମ୍ବଲପୁର ଜିଲା ଛାମୁଣ୍ଡା ଜଙ୍ଗଲରେ ବନବିଭାଗ ଟିମ୍‌ ପାଟ୍ରେଲିଂ କରୁଥିବାବେଳେ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଇଥିବା ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଉଡନ୍ତା ମୂଷା,...

କନ୍ଧମାଳରେ ପୁଣି ସ୍ଥିତି ଜାହିର କଲେ ମାଓବାଦୀ

ବାଲିଗୁଡ଼ା,୯।୨:(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓବାଦୀ ସଙ୍ଗଠନ । ଗତ କିଛିଦିନ ପୂର୍ବରୁ ତୁମୁଡ଼ିବନ୍ଧ ଥାନା ବେନାରବାହାଲ...

ଆଇଜରରେ ପଢ଼ିବେ ପାନ ଦୋକାନୀଙ୍କ ପୁଅ

ଚୌଦ୍ୱାର,୨୪ା୧୦(ଡି.ଏନ୍‌.ଏ.): କଠିନ ଅଧ୍ୟବସାୟ ଓ ଦୃଢ଼ ଇକ୍ତାଶକ୍ତି ଥିଲେ ସବୁ ସମ୍ଭବ। ମନରେ ଦୃଢ ସଙ୍କଳ୍ପ ରଖିଲେ ମଣିଷ ଅଭାବ ଅନଟନ ଭିତରେ ବି ସଫଳତା...

କରୋନାରେ ଆକ୍ରାନ୍ତ ହେଲେ ବିଧାୟକ

ବାଲେଶ୍ୱର ଅଫିସ, ୬।୭: ପ୍ରଥମ ଥର ପାଇଁ ରାଜ୍ୟରେ ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି। ବାଲେଶ୍ୱର ଜିଲାର ଏହି ବିଧାୟକଙ୍କ ରିପୋର୍ଟ ପଜିଟିଭ ଆସିଥିବା...

ତିରୁଣା ସମବାୟ ସମିତିରେ ଚାଷୀଙ୍କୁ ଦୁର୍ବ୍ୟବହାର

ନାଉଗଁ।, ୨୨।୨ (ସ୍ବ.ପ୍ର.): ନାଉଗଁ। ବ୍ଲକ ଅଧୀନ ତିରୁଣା ସେବା ସମବାୟ ସମିତିରେ ଧାନ ଦେବା ସମୟରେ ଚାଷୀମାନଙ୍କୁ ଦୁର୍ବ୍ୟବହାର କରାଯିବା ସହ କୁଇଣ୍ଟାଲ ପିଛା...

ଏକାଠି ହୋଇ କାର୍ଯ୍ୟକଲେ ତୃଣମୂଳସ୍ତରରେ ଏଡ୍‌ସ ଦୂରୀକରଣ ସମ୍ଭବ: ଜିଲାପାଳ

ରାୟଗଡ଼ା ଅଫିସ,୧।୧୨: ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ତତ୍ୱାବଧାନରେ ରବିବାର ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ସକାଳେ ରାୟଗଡ଼ା...

ତଥ୍ୟ ସଂଗ୍ରହ କଲେ କେନ୍ଦ୍ରୀୟ ଟିମ୍‌: ମଜୁରି ବୃଦ୍ଧି, ଠିକ୍‌ ସମୟରେ ଅନୁଦାନ ଦେବାକୁ ପ୍ରସ୍ତାବ

ଛତ୍ରପୁର,୧୦ା୧୧(ଡି.ଏନ.ଏ.)- ଦୁଇଜଣିଆ କେନ୍ଦ୍ରୀୟ ଟିମ୍‌ ୨ଦିନ ଧରି ଗଞ୍ଜାମ ଜିଲାରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ଜନସାଧାରଣ ଓ ମହିଳା ସଂଘଗୁଡିକ ସହ ଆଲୋଚନା କରିଥିଲେ।...

Advertisement
Archives

Model This Week