Posted inପୁରୀ

ଚିଲିକା ପାଇଁ ବିପଦ ମାଲେସିଆ ଜାହାଜ : ମିଳୁନି ଆବଶ୍ୟକ ସୁରକ୍ଷା, ବାହାରିପାରୁନି ତେଲ

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୩୦।୮(ଡି.ଏନ୍‌.ଏ.) : ଚିଲିକା ପାଇଁ ଦିନକୁ ଦିନ ବିପଦ ସୃଷ୍ଟିକରୁଛି ମାଲେସିଆ ଜାହାଜ। ଜାହାଜରୁ ତେଲ କାଢ଼ିବା ଜରୁରୀ ହୋଇପଡ଼ିଥିବାବେଳେ ଜିଲା ପ୍ରଶାସନ ଚେଷ୍ଟା ଜାରି ରଖିଛି। ମାତ୍ର ୬ଦିନ ଧରି ତେଲ କାଢ଼ିବା ଲାଗି ଚେଷ୍ଟା କରାଯାଉଥିଲେ ବି ସଫଳତା ମିଳିପାରୁନି। ପ୍ରଶାସନ ଓ ଠିକା ସଂସ୍ଥା ଦ୍ୱାରା ନିୟୋଜିତ ଥିବା କର୍ମଚାରୀଙ୍କ ମଧ୍ୟରେ ସାମଞ୍ଜସ୍ୟ ଅଭାବରୁ ତେଲ କାଢ଼ିବାରେ ବିଳମ୍ବ ହେଉଛି। ବୁଧବାର ତେଲ କାଢ଼ିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ବି ଗୁରୁବାର ତେଲ କଢ଼ାଯାଇପାରିନାହିଁ। ତେଲ କାଢିବା ପାଇଁ ସ୍ଲିକବାର ଇଣ୍ଡୋନେସିଆର ଭୁବନେଶ୍ୱର ବ୍ରାଞ୍ଚରୁ ଆସିଥିବା ଦଳର ବିଶେଷଜ୍ଞ ସୁଶାନ୍ତ କୁମାର ମାହାନ୍ତଙ୍କ କହିବା ଅନୁଯାୟୀ, ଯଦି ଠିକ୍‌ ଉପାୟରେ ତେଲ ନ କଢ଼ା ଯାଏ ଏଥିରୁ ତେଲ ଲିକ୍‌ ହୋଇ ଚିଲିକାରେ ମିଶିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଉପଯୁକ୍ତ ସୁରକ୍ଷା ନ ମିଳିବା ପର୍ଯ୍ୟନ୍ତ ତେଲ କଢ଼ା ନ ଯାଉ ବୋଲି ସେ କହିଛନ୍ତି।
ମାଲେସିଆର ଏହି ପଣ୍ୟବାହୀ ଜାହାଜ ଚଳିତ ମାସ ୨ତାରିଖରେ ମୋଙ୍ଗଲା ବନ୍ଦରରୁ ବାହାରି ବିଶାଖାପାଟଣା ଅଭିମୁଖେ ଯାଇଥିଲା। ସେଠାରୁ ଫେରିବାବେଳେ ଅଚଳ ହୋଇପଡ଼ିଥିଲା। ଗତ ୮ତାରିଖରେ ବଙ୍ଗୋପସାଗରରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଓଡ଼ିଶା ଉପକୂଳକୁ ଚାଲିଆସି କୃଷ୍ଣପ୍ରସାଦ ବ୍ଲକର ରାଜହଂସ ନିକଟରେ ଲାଗିଥିଲା। ପ୍ରଥମେ ଜିଲା ପ୍ରଶାସନ ଜାହାଜରେ ୩୦ ହଜାର ଲିଟର ଡିଜେଲ, ୧ ହଜାର ଲିଟର ଲ୍ୟୁବ ଅଏଲ, ୨୦୦ ଲିଟର ହାଇଡ୍ରୋଲିକ ତେଲ ଅଛି ବୋଲି ଆକଳନ କରିଥିଲା। ମାତ୍ର ଗୁରୁବାର ବିଶେଷଜ୍ଞ ଦଳ ପହଞ୍ଚତ୍ ଯାଞ୍ଚ କରିବାରୁ ଉକ୍ତ ଜାହାଜ ମଧ୍ୟରେ ୭ଟି ଟାଙ୍କି ରହିଥିବା ଜଣାପଡ଼ିଥିଲା। ଏଥିରୁ ୫ଟି ଟାଙ୍କିରେ ତେଲ ଫୁଲ୍‌ ହୋଇଥିବାବେଳେ ୩୫ ହଜାର ଲିଟର ଡିଜେଲ, ୧୫ଶହ ଲିଟର ଲ୍ୟୁବ ଅଏଲ, ୧୫ଶହ ଲିଟର ହାଇଡ୍ରୋଲିକ ଅଏଲ ରହିଥିବା ଜଣାପଡ଼ିଛି। ଏହାସହ ଜାହାଜ ମଧ୍ୟରେ ଥିବା ବ୍ୟାଟେରିଗୁଡ଼ିକ ଫାଟିଯାଇ ଏସିଡ୍‌ ବାହାରୁଛି, ଯାହାକି ବିପଦ ସୃଷ୍ଟି କରିପାରେ। ଜାହାଜଟି ଦିନକୁ ଦିନ ଢଳିବା କାରଣରୁ ଏଥିରୁ ତେଲ ବାହାରି ସମୁଦ୍ର ଓ ଚିଲିକା ଜଳରେ ମିଶିଲେ ଚିଲିକାର ଜୈବବିବିଧତା ପାଇଁ ବିପଦ ଦେଖାଦେବ। ବୁଧବାର ଉକ୍ତ ଜାହାଜଠାରୁ ରାଜହଂସ (ତେଲ କଢାଯିବା ସ୍ଥାନ) ପର୍ଯ୍ୟନ୍ତ ୧ ହଜାର ମିଟର ପାଇପ ବିଛାଯାଇ ଗୁରୁବାର ଦିନ ତେଲ ବାହାର କରାଯିବା ପାଇଁ ସ୍ଥିର ହୋଇଥିଲା। ମାତ୍ର ବିଶେଷଜ୍ଞଙ୍କ ପରାମର୍ଶ ପରେ ତେଲ କଢ଼ା ବନ୍ଦ ରହିଥିଲା। ଉକ୍ତ ଠିକାସଂସ୍ଥା ତରଫରୁ ଯୋଗାଇ ଦିଆଯାଇଥିବା ମୋଟର ଏବଂ ପାଇପ ତେଲ କାଢିବା ପାଇଁ ଉପଯୁକ୍ତ ନୁହେଁ। ଜାହାଜରୁ ମୋଟର ଦ୍ୱାରା ତେଲ କଢାଯାଇ ଏକ ଟ୍ୟାଙ୍କରରେ ରଖାଯିବ। ସେଠାରୁ ତେଲ ଭେସେଲ ସାହାଯ୍ୟରେ ସାତପଡାକୁ ଆସି ଏକ ଟ୍ୟାଙ୍କରରେ ଲୋଡ କରାଯିବ। ଏଥିପାଇଁ ଆବଶ୍ୟକ ଉଚ୍ଚ ଶକ୍ତି ସମ୍ପନ୍ନ ପମ୍ପ। ଏହା ସହ ଯେଉଁ ପାଇପ ମାଧ୍ୟମରେ ତେଲ ବାହାରିବ ସେଥିରେ ତେଲ ଲିକ ହେବାର ସମ୍ଭାବନା ରହିଛି ା ଫଳରେ ଏହି ତେଲ ଚିଲିକାରେ ମିଶି ବିପଦ ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଉଛି ା ଏଣୁ ଉପଯୁକ୍ତ ସୁରକ୍ଷା ଯୋଗାଇ ନ ଦେଲେ ଜାହାଜରୁ ତେଲ ବାହାରିପାରିବ ନାହିଁ ବୋଲି ବିଶେଷଜ୍ଞ ମାହାନ୍ତ କହିଛନ୍ତି।
ଭାଙ୍ଗିଲାଣି କଣ୍ଟେନର
କୂଳରେ ଲାଗିଥିବା ଜାହାଜର କଣ୍ଟେନରଟି ଧୀରେ ଧୀରେ ଭାଙ୍ଗିବାକୁ ଲାଗିଲାଣି। ଜାହାଜରୁ କଣ୍ଟେନରଟି ଅଲଗା ହୋଇ ଯାଇଥିବାବେଳେ ଏଥିରେ ୫ଫୁଟର ଫାଟ ସୃଷ୍ଟି ହୋଇଥିଲା। ସମୁଦ୍ରର ଜୁଆର ପାଣି ଏହି ଫାଟ ମଧ୍ୟରେ ପଶିବାରୁ ଏହା ମଙ୍ଗଳବାର ଦିନ ଓଲଟି ପଡିଥିଲା। ଏବେ ଏହି କଣ୍ଟେନର କିଛି ଅଂଶ ଭାଙ୍ଗି ଭାସୁଥିବାର ଦେଖିବାକୁ ମିଳିଛି।
ଚକ୍କର କାଟୁଛି ହେଲିକପ୍ଟର
ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ରାଜହଂସ ନିକଟରେ ଲାଗିଥିବା ମାଲେସିଆର ଏକ ପଣ୍ୟବାହୀ ଜାହାଜ ନିକଟରେ ଗୁରୁବାର ଦିନତମାମ ଏକ ହେଲିକପ୍ଟର୍‌ ଚକ୍କର କାଟୁଥିବା ଦେଖିବାକୁ ମିଳିଥିଲା। ଏହି ହେଲିକପ୍ଟର୍‌ଟି କାହାର ଏବଂ କେଉଁ ଉଦ୍ଦେଶ୍ୟରେ ଏଠାରେ ଘୂରୁଛି ତାହାକୁ ନେଇ ସାଧାରଣରେ ଉତ୍କଣ୍ଠା ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାରେ ବରଗଡ଼ ଏମ୍‌ପିଙ୍କ ବଡ଼ ବୟାନ, କହିଲେ…

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା…

ଟପ୍ପର ହୋଇ ଗୌରବ ଆଣିଲେ ଚନ୍ଦନ

ଥୁଆମୂଳ ରାମପୁର, ୨୮ା୫ (ଦୁର୍ଗା କୀର୍ତ୍ତି): ଭବାନୀପାଟଣାଠାରେ ପ୍ରତିଷ୍ଠିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ନାତକୋତ୍ତର ପରୀକ୍ଷା ଫଳର ମେଧା ତାଲିକା ଗୁରୁବାର ପରୀକ୍ଷା ନିୟନ୍ତ୍ରକଙ୍କ ସ୍ବାକ୍ଷରରେ…

ଓସିଏସ୍‌ ପରୀକ୍ଷାରେ ଭବେଶଙ୍କୁ ୯୩ ର଼୍ୟାଙ୍କ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌) ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ…

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଶାନ୍ତି ଚୁକ୍ତିର ଦ୍ୱାର ଦେଶରେ ଇରାନ-ଆମେରିକା, ଖୋଲିବ କି ହର୍ମୁଜ? ଜାଣନ୍ତୁ ଅପଡେଟ ଖବର

ତେହରାନ,୨୮।୫: ଆମେରିକା ଏବଂ ଇରାନ ଉଭୟ ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ନିକଟରେ ପହଞ୍ଚିଛନ୍ତି। ଆକ୍ସିଓସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଏବଂ ଇରାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri