ଚିଲିକାରେ ଅଟକି ରହିଥିବା ଜାହାଜରୁ ତେଲ କାଢ଼ିବା ପ୍ରକ୍ରିୟା ଆରମ୍ଭ: ପଡ଼ିଲା ପାଇପ, ଆଜି ବାହାରିିବ ତେଲ

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୨୯।୮ (ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ରାଜହଂସ ଓ ଖିରିସାହି ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମାଲେସିଆର ଏକ ପଣ୍ୟବାହୀ ଜାହାଜ ଜିନ ହଓ୍ବା ୪୨ ଲାଗିଛି। ଜାହାଜଟି ଦୀର୍ଘ ୨୧ ଦିନ ଧରି ଲାଗି ରହିଥିବା ବେଳେ ସମସ୍ତଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଜାହାଜର କଣ୍ଟେନରଟି ବର୍ତ୍ତମାନ ସମୁଦ୍ର ମଧ୍ୟକୁ ଓଲଟି ପଡିଛି। ଜାହାଜଟି ପାଣି ମଧ୍ୟକୁ ଢଳି ରହିଛି। ଜାହାଜରେ ଥିବା ୩୦ ହଜାରରୁ ଊର୍ଦ୍ଧ୍ୱ ଲିଟର ତେଲ ଯଦି ଲିକ୍‌ ହେବ ଚିଲିକାର ଜୈବ ବିବିଧତା ପାଇଁ ବିପଦ ସାଜିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଉକ୍ତ ଜାହାଜରୁ ତେଲ କଢାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଧବାର ଜାହାଜରୁ ତେଲ ବାହାର କରିବାକୁ ପାଇପ ପକାଯାଇଛି। ଗୁରୁବାର ତେଲ ବାହାର କରାଯିବ ବୋଲି ଜଣାପଡିଛି।
ପ୍ରକାଶ ଥାଉକି, ଗତ ୮ ତାରିଖରେ ମାଲେସିଆର ପଣ୍ୟବାହୀ ଜାହାଜ ବଙ୍ଗୋପସାଗରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କୃଷ୍ଣପ୍ରସାଦ ବ୍ଲକର ରାଜହଂସ ନିକଟରେ ଲାଗିଥିଲା। ଏହି ଜାହାଜରେ ଭରି ରହିଛି ୩୦ ହଜାର ଲିଟର ଡିଜେଲ, ୧ ହଜାର ଲିଟର ଲ୍ୟୁବ ଅଏଲ, ୨୦୦ ଲିଟର ହାଇଡ୍ରୋଲିକ ତେଲ। ଜାହାଜରୁ ତେଲ ଖାଲି କରିବାକୁ ୩ ଦିନ ତଳେ ଜିଲା ପ୍ରଶାସନ ତତ୍ପର ହୋଇଛି। ଫଳରେ ଉକ୍ତ ଜାହାଜ ମାଲିକଙ୍କ ସହ ଯୋଗାଯୋଗ କରି ତେଲ କଢାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ବୁଧବାର ୩ ଟି ଦଳ ଆସି ଜାହାଜ ନିକଟରେ ପହଞ୍ଚତ୍ ପାଇପ ପକାଇବା କାମ ଆରମ୍ଭ କରିଛନ୍ତି। ପାରାଦୀପସ୍ଥିତ ମେରାଇନ ସର୍ଭେରୁ ଶରତ ଚନ୍ଦ୍ର ସାହୁ ଜାହାଜର ସ୍ଥିତି ତଦନ୍ତ କରିବା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଏହି ତେଲ କାଢିବାକୁ କଲିକତାର ଏକ ଠିକା ସଂସ୍ଥାକୁ ଦିଆଯାଇଛି। ଏହି ଠିକା ସଂସ୍ଥାର ସଦସ୍ୟ ଅମିତ ଶାହ ଏଠାରେ ଉପସ୍ଥିତ ରହିଛନ୍ତି। ଏହା ସହ ଜାହାଜଠାରୁ ତେଲ କାଢିବା ପାଇଁ ପାଇପ ସଂଯୋଗ କରିବାକୁ ବାଲେଶ୍ୱରରୁ ଏକ ୬ ଜଣିଆ ଦଳ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଜାହାଜରୁ ରାଜହଂସ (ତେଲ କଢାଯିବା ସ୍ଥାନ) ପର୍ଯ୍ୟନ୍ତ ୧ ହଜାର ମିଟର ପାଇପ ବିଛାଯାଇଛି। ଗୁରୁବାର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଭେସେଲ ଦ୍ୱାରା ଟ୍ୟାଙ୍କର ପହଞ୍ଚତ୍ବା ପରେ ତେଲ ବାହାର କରାଯିବ। ଏ ନେଇ ସମସ୍ତ ପ୍ରସ୍ତୁତି ସରିଯାଇଛି। ଏହି ତେଲ କାଢିବାକୁ ଅତିକମରେ ୨ରୁ ୩ ଦିନ ସମୟ ଲାଗିବ ବୋଲି ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତିଥିଙ୍କୁ ୨ଘଣ୍ଟା ଅଟକ ରଖିଲା ସ୍କୁଲ କମିଟି

ପୁରୀ ଅଫିସ,୩।୩: ପୁରୀ ଜିଲାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ୫ଟି ଛାତ୍ରୀନିବାସ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ବାର୍‌ହା ଆକ୍ରମଣରେ ୨ଆହତ

ହିଞ୍ଜିଳିକାଟୁ,୧୪ା୧୧(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଶାସନଆମ୍ବଗଁା ପଞ୍ଚାୟତ ବାହିଆମ୍ପଗଁାରେ ବୁଧବାର ବାର୍‌ହା ଆକ୍ରମଣରେ ୨ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର ପ୍ରକାଶ ରାଉତ ଓ...

ମେଘୁଆ ରହିବ ପାଗ

ଭୁବନେଶ୍ୱର,୩।୪(ବ୍ୟୁରୋ):  ରାଜ୍ୟରେ ତାତିର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି । ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ତଳେ...

ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ହେଉଛି ଖାଦ୍ୟ: ଅଧିକାଂଶ ଉଦ୍ୟୋଗର ଲାଇସେନ୍ସ ନାହିଁ

ନବରଙ୍ଗପୁର,୨୪।୭(ବି.ପ୍ର.)-ନବରଙ୍ଗପୁର ଜିଲାର ବିଭିନ୍ନ ବ୍ଲକରେ ଉଦ୍ୟୋଗମାନଙ୍କ ଦ୍ୱାରା ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରାଯାଇ ପ୍ୟାକେଟ ଜରିଆରେ ବଜାରରେ ବିକ୍ରି ହେଉଛି। ବିନା ସରକାରୀ ନିୟମରେ ସାରା...

କେନ୍ଦ୍ର ସାମୁଦ୍ରିକ ମତ୍ସ୍ୟ ବିଲ୍‌କୁ ବିରୋଧ

ପାରାଦୀପ,୧୪ା୫(ସ୍ବ.ପ୍ର.): ଦେଶର ୯ ଉପକୂଳବର୍ତ୍ତୀ ରାଜ୍ୟ ଓ ଆଣ୍ଡାମାନ ଦୀପରେ ପ୍ରାୟ ୨ କୋଟିରୁ ଅଧିକ ମତ୍ସ୍ୟଜୀବୀ ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି। ଏବେ...

ଶିଶୁଙ୍କ ପାଇଁ ବିପଦ ସାଜିଛି ଖୋଲା ବୋରୱେଲ:ନିର୍ଦ୍ଦେଶ ସତ୍ତ୍ୱେ ପ୍ରତିକାର ପାଇଁ ନାହିଁ ପଦକ୍ଷେପ

ଯାଜପୁର ଅଫିସ,୧୯ା୧: ଖୋଲା କିମ୍ବା ପରିତ୍ୟକ୍ତ ଟ୍ୟୁବୱେଲ ଓ ବୋରୱେଲ ଛୋଟଛୋଟ ପିଲାଙ୍କ ପାଇଁ ବିଭିନ୍ନ ସମୟରେ ବିପଦ ସାଜିଛି। ଖୋଲା ବୋରୱେଲ ଓ ଟ୍ୟୁବୱେଲଗୁଡ଼ିକରେ...

୨ ବର୍ଷର କାର୍ଯ୍ୟ ୭ ବର୍ଷରେ ସରିଲାନି

ଅନୁଗୋଳ ଅଫିସ, ୨୨ା୭ ଶିଳାନ୍ୟାସର ୭ ବର୍ଷ ପରେ ବି ଶେଷ ହୋଇପାରୁନି ଅନୁଗୋଳର ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ବସ୍‌ ଟର୍ମିନାଲ କାର୍ଯ୍ୟ। ଏହାର ନିର୍ମାଣ...

ବସ୍‌ ଭଡ଼ା କଷଣରେ ଯାତ୍ରୀ ହଇରାଣ

ଭୁବନେଶ୍ୱର,୪ା୪(ବ୍ୟୁରୋ): କିଛିଦିନ ହେବ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଛି। ଓଡ଼ିଶାରେ ଗତ ୧୩ ଦିନରେ ତୈଳ ଦର ପ୍ରାୟ ସାଢ଼େ ୮ ଟଙ୍କା ବୃଦ୍ଧି...

Advertisement
Archives

Model This Week