ଚିରଞ୍ଜୀବଙ୍କ ପାଇଁ ପ୍ରଚାରରେ ଗୁଲାମ ନବୀ ଆଜାଦ

ନାଉଗାଁ,୨୭ା୪(ସ୍ବ.ପ୍ର.): ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀମାନଙ୍କ ପ୍ରଚାର ସେତେ ଜୋର୍‌ଦାର ହେବାରେ ଲାଗିଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ ରାଜ୍ୟ ଓ ଜାତୀୟସ୍ତରର ହେଭିଓ୍ବେଟ୍‌ ନେତାଙ୍କୁ ଆଣି ପ୍ରଚାର କରୁଛନ୍ତି। ଏହି କ୍ରମରେ ଜଗତ୍‌ସିଂହପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳଙ୍କ ପାଇଁ ଶୁକ୍ରବାର ରାଜ୍ୟ ସଭାର ବିରୋଧୀ ଦଳ ନେତା ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ରୋଡ୍‌ ଶୋ ମାଧ୍ୟମରେ ପ୍ରଚାର କରିଛନ୍ତି। ପୂର୍ବାହ୍ନ ୧୧.୩୦ରେ ସେ ସ୍ଥାନୀୟ ଅଲଣାହାଟ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ପଡିଆରେ ହେଲିକପ୍ଟରରୁ ଅବତରଣ କରି ରୋଡ୍‌ ଶୋ’ରେ ଯିବାର ଥିଲା। କିନ୍ତୁ କୌଣସି କାରଣରୁ ବିଳମ୍ବ ହୋଇଥିଲା। ପରେ ହେଲିକପ୍ଟରରେ ନ ଆସି ୧ ଘଣ୍ଟା ବିଳମ୍ବରେ ସଡ଼କ ପଥରେ
ଆସି ମୁଣ୍ଡାଳୋ ବଜାରଠାରେ ପହଞ୍ଚତ୍ଥିଲେ। ସେଠାରେ ତାଙ୍କୁ
ସ୍ବାଗତ କରାଯାଇଥିଲା। ତାଙ୍କ ସହିତ ପୂର୍ବତନ ବିଧାୟକ
ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ, ବିଧାୟକ ପ୍ରାର୍ଥୀ ବିଶ୍ୱାଳ, ଏମପି ପ୍ରାର୍ଥୀ ପ୍ରତିମା ମଲ୍ଲିକ, ରାଜ୍ୟ ସଭା ସଦସ୍ୟ ରଞ୍ଜୀବ ବିଶ୍ୱାଳଙ୍କ ସମେତ ଶତାଧିକ କର୍ମୀ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଅବସରରେ ସେ ବିଧାୟକ ପ୍ରାର୍ଥୀ ବିଶ୍ୱାଳ ଓ ଏମ୍‌ପି ପ୍ରାର୍ଥୀ ମଲ୍ଲିକଙ୍କୁ ହାତ ଚିହ୍ନରେ ଭୋଟ୍‌ ଦେଇ ଜିତାଇବାକୁ ଭୋଟରଙ୍କୁ ନିବେଦନ କରିଥିଲେ। ମୁଣ୍ଡାଳୋ, ପାଳସାହି, ଘୋଡାଂଶ, ବ୍ଲକ ଛକ, ନାଉଗଁା ବଜାରରେ ସେ ଶୋଭାଯାତ୍ରା କରିଥିଲେ। ବଜାରଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରୁ କୋକିଡିହ, ବାଂଶ, ତେଣ୍ଟୋଇ, ଗଙ୍ଗଦାହାଟ, କୋରୁଅ ଦେଇ ଗାରୋଇ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ଭାଜପା ଗଡ଼ ରକ୍ଷା ଚିନ୍ତାରେ ଥିବାବେଳେ କଂଗ୍ରେସ ପାଇଁ ପୁରୁଣା ଗାଦି ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ ଆସନ ପାଇଁ ସୋମବାର ମତଦାନ କରାଯିବ। ଏସବୁ ଆସନରେ ଭାଜପା ଗଡ଼ ରକ୍ଷା...

୨ ବର୍ଷ ୨ମାସରେ ୭ ରାଜ୍ୟରେ କ୍ଷମତା ହରାଇଛି ଭାଜପା

ନୂଆଦିଲ୍ଲୀ,୧୧।୨: ଗତ ୨ ବର୍ଷ ୨ମାସ ମଧ୍ୟରେ ୭ ରାଜ୍ୟରୁ ଭାଜପା ସରକାର କ୍ଷମତା ହରାଇଛି। ଏବେ ଦିଲ୍ଲୀକୁ ମିଶାଇ ୧୨ଟି ରାଜ୍ୟରେ ଅଣ ଭାଜପା...

ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ହଜାରିବାଗ,୯।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ଏବେ ଝାଡ଼ଖଣ୍ଡରେ ପହଞ୍ଚୁଥିବା ଦେଖାଯାଇଛି। ସୋମବାର ପୂର୍ବତନ କଂଗ୍ରେସ...

ତାଳଚେରରେ ବ୍ରଜକିଶୋର ୫୩୬୩ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୭ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୫୩୬୩ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ବ୍ରଜକିଶୋର ମୋଟ୍‌...

୮ମ ରାଉଣ୍ଡ: ବିଜେଡି ପ୍ରାର୍ଥୀ ଆଗରେ

ଖଇରା, ୨୩।୫(ଡି.ଏନ.ଏ.)-ସିମୁଳିଆ ନିର୍ବାଚନମଣ୍ଡଳୀରେ ୮ମ ରାଉଣ୍ଡ ସୁଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପଦ୍ମଲୋଚନ ପଣ୍ଡାଙ୍କଠାରୁ ୩୨୯୧ଖଣ୍ଡ...

ମୟୂରଭଞ୍ଜ ଜିଲାରେ ନିର୍ବାଚନ ଫଳାଫଳ: ଭାଜପା ୬, ବିଜେଡି ୩ ବିଧାନସଭା ଆସନରେ ବିଜୟୀ

ବାରିପଦା ଅଫିସ,୨୪।୫ : ମୟୂରଭଞ୍ଜ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ବିଶେଶ୍ୱର ଟୁଡୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଡା. ଦେବାଶିଷ ମାରାଣ୍ଡିଙ୍କୁ ହରାଇ...

ଆଠମଲ୍ଲିକରେ ରମେଶ ସାଏ ୧୧୬୫୭ ଭୋଟରେ ଆଗରେ

ବଇଣ୍ଡା, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ୧୦ ରାଉଣ୍ଡ ଶେଷସୁଦ୍ଧା ୧୧୬୫୭ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ରମେଶଚନ୍ଦ୍ର...

ମହାରାଷ୍ଟ୍ରରେ ଭାଜପାକୁ ମିଳିବ ବହୁମତ: ଅମିତ ଶାହ

ମୁମ୍ବାଇ,୧୭।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଆଉ ୩ ଦିନ ପରେ ହେବ। ଏଠାରେ ଭାଜପା ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ହୋଇଛି। ୨୮୮ ବିଧାନସଭା...

Advertisement
Archives

Model This Week