ଚିନ୍ତା ହେଉଛି, ତଦାରଖ ନାହିଁ: ପଲିଥିନମୁକ୍ତ ହୋଇପାରିନି ଆନନ୍ଦବଜାର

ପୁରୀ ଅଫିସ, ୨୮।୭: ପ୍ଲାଷ୍ଟିକ ଓ ପଲିଥିନର ବହୁଳ ବ୍ୟବହାର ମଣିଷ ପାଇଁ ମାରାତ୍ମକ ସାବ୍ୟସ୍ତ ହେଲାଣି। ପରିବେଶ ଲାଗି ମଧ୍ୟ ଏହା ଘାତକ ପାଲଟିଛି। ଏଗୁଡ଼ିକର ବହୁଳ ବ୍ୟବହାର ଫଳରେ ମାଟିର ଉର୍ବରତା ହ୍ରାସ, ଗୃହପାଳିତ ପ୍ରାଣୀଙ୍କ ପ୍ରତି ବିପଦ, ବାୟୁ ଓ ଜଳ ପ୍ରଦୂଷଣ ବୃଦ୍ଧି ପାଉଛି। ତେଣୁ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି ସରକାର। ରାଜ୍ୟ ସରକାର ପ୍ରାଥମିକ ପର୍ଯ୍ୟାୟରେ ୫ଟି ମହାନଗର ନିଗମ ସମେତ ପର୍ଯ୍ୟଟନ ସହର ପୁରୀରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରକୁ ନିଷିଦ୍ଧ କରିଛନ୍ତି। ଗତବର୍ଷ ଗାନ୍ଧୀ ଜୟନ୍ତୀଠାରୁ ଏହି କଟକଣା ଲାଗୁ ହୋଇଛି। ତେବେ ପୁରୀରେ ଏହା ଏକପ୍ରକାର ପ୍ରହସନ ପାଲଟିଛି। ଶ୍ରୀମନ୍ଦିର ଆନନ୍ଦବଜାରରେ ବି ଏହି କଟକଣାକୁ ଉଲ୍ଲଂଘନ କରାଯାଉଛି। ଏ ପର୍ଯ୍ୟନ୍ତ ପଲିଥିନମୁକ୍ତ ହୋଇପାରିନି ଆନନ୍ଦ ବଜାର। ପ୍ରଶାସନିକ ଅଧିକାରୀମାନେ ପ୍ଲାଷ୍ଟିକ, ପଲିଥିନ ହଟାଇବାକୁ ଚିନ୍ତା କରି ବାରମ୍ବାର ବୈଠକ କରୁଛନ୍ତି। ହେଲେ ଉପଯୁକ୍ତ ତଦାରଖ ଅଭାବରୁ ପଲିଥିନ ବ୍ୟବହାର ଉପରେ ଏ ପର୍ଯ୍ୟନ୍ତ ରୋକ୍‌ ଲାଗିପାରିନାହିଁ। ରାଜ୍ୟ ସରକାରଙ୍କ କଟକଣା ପରେ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଧରପଗଡ଼ ଜୋରଦାର ହେଲା। ମାତ୍ର ଏବେ ଯଥା ପୂର୍ବ ତଥା ପରଂ। ବିଭିନ୍ନ ଦୋକାନ, ହୋଟେଲ, ବିବାହ ବ୍ରତ, ମେଳା ମହୋତ୍ସବ ସବୁଠି ପଲିଥିନ ଓ ପାଣିବୋତଲ ବ୍ୟବହାର ହେଉଛି। ସେହିପରି ଆନନ୍ଦବଜାରରେ ପଲିଥିନ ବ୍ୟବହାର କରାଯିବନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏ ସଂକ୍ରାନ୍ତରେ ସୁଆର ମହାସୁଆର ସେବକ ମାନଙ୍କୁ ସଚେତନ କରାଯାଇଥିଲା। ପୂର୍ବରୁ ପଲିଥିନ ତଳେ ବସି ମହାପ୍ରସାଦ ବିକ୍ରି କରାଯାଉଥିଲା। ଆନନ୍ଦବଜାରକୁ ପଲିଥିନମୁକ୍ତ କରିବା ଲାଗି ପ୍ରଶାସନ ପକ୍ଷରୁ ଶେଡ୍‌ ତିଆରି କରାଗଲା। ଏହି ଶେଡ୍‌ ତଳେ ବସି ସୁଆର ସେବକମାନେ ମହାପ୍ରସାଦ ବିକ୍ରି କରୁଛନ୍ତି। କିନ୍ତୁ ଆନନ୍ଦବଜାରରେ ଥିବା ଶୁଖିଲା ଭୋଗ ଦୋକାନରେ ଏବେ ବି ପଲିଥିନର ବହୁଳ ବ୍ୟବହାର କରାଯାଉଛି। ଭକ୍ତମାନଙ୍କୁ ପଲିଥିନରେ ଭୋଗ ଦିଆଯାଉଛି।
ପ୍ରଶାସନିକ ଅଧିକାରୀମାନେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ପରାମର୍ଶ ଦେଉଛନ୍ତି। ମାତ୍ର ଏହା କିପରି ସମ୍ପୂର୍ଣ୍ଣ ବନ୍ଦ ହେବ ସେ ନେଇ ତଦାରଖ କରୁନାହାନ୍ତି। କୌଣସି ସରକାରୀ କାର୍ଯ୍ୟାଳୟରେ ପ୍ଲାଷ୍ଟିକ ବ୍ୟବହାର ହୋଇପାରିବ ନାହିଁ ବୋଲି ଜିଲାପାଳ ବଲୱନ୍ତ ସିଂ ନିର୍ଦ୍ଦେଶ ଜାରି କରିଛନ୍ତି। ଏପରି କି ସରକାରୀ ବୈଠକରେ ପ୍ଲାଷ୍ଟିକ ବୋତଲ, ଗ୍ଲାସ, କପ୍‌ ଓ ଥର୍ମୋକୁଲ ପରିବର୍ତ୍ତେ କାଗଜ ତିଆରି ଗ୍ଲାସ, କାଚ କିମ୍ବା ଷ୍ଟିଲ ଗ୍ଲାସ ବ୍ୟବହାର ପାଇଁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସ୍ବାଗତଯୋଗ୍ୟ। କିନ୍ତୁ ଖୋଦ୍‌ ଜିଲାପାଳ ଶ୍ରୀମନ୍ଦିରର ଉପମୁଖ୍ୟ ପ୍ରଶାସକ ଥାଇ ମଧ୍ୟ ଆନନ୍ଦ ବଜାରକୁ ପଲିଥିନମୁକ୍ତ କରି ନ ପାରିବା ପ୍ରଶାସନର ଆନ୍ତରିକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥଳକୁ ପଲିଥିନମୁକ୍ତ କରି ଏହି ବାର୍ତ୍ତା ଅନ୍ୟମାନଙ୍କୁ ଦେବା ଦରକାର ବୋଲି ନୟାଗଡ଼ ଗଣିଆର ସୁବୋଧ ମହାପାତ୍ର କହିଛନ୍ତି। କେବଳ ସଭା ସମିତିରେ କହିଦେଲେ ହେବ ନାହିଁ, ବାରମ୍ବାର ଏହାର ତଦାରଖ କରାଗଲେ ପୁରୀ ସହର ସର୍ବୋପରି ଆନନ୍ଦବଜାରକୁ ପଲିଥିନମୁକ୍ତ କରାଯାଇପାରିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରୁ ପୁଣି ୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୧୧କୁ ବୃଦ୍ଧି ପାଇଛି। ୨ ମୃତକଙ୍କ ମଧ୍ୟରେ...

ବୋଇତ ବନ୍ଦାଣ ମହୋତ୍ସବ ଉଦ୍‌ଯାପିତ: ପର୍ଯ୍ୟଟନ କ୍ଷେତ୍ର ଚିଲିକାର ବିକାଶ ନିତାନ୍ତ ଆବଶ୍ୟକ

ବାଲୁଗାଁ,୧୪ା୧୧(ଡି.ଏନ.ଏ.): ନିଳାମ୍ବୁ ଚିିଲିକା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ସମ୍ପ୍ରତି ଚିଲିକାର ପୃଷ୍ଠଭୂମି ଅବକ୍ଷୟ ଦିଗକୁ ଗତି କରୁଥବା ବେଳେ...

ଅମାନିଆଙ୍କୁ ନିଆରା ଶାସ୍ତି: ‘ମୁଁ ସ୍ବାର୍ଥପର’ ପ୍ଲାକାର୍ଡ ଧରାଉଛି ପାଟଣା ପୋଲିସ

ପାଟଣା,୨୫।୩(ସ୍ବ.ପ୍ର.): ସାରା ବିଶ୍ୱ କରୋନା ଭାଇରସକୁ ନେଇ ଆତଙ୍କିତ ଥିବା ବେଳେ ସରକାର ଓଡ଼ିଶାର ସମସ୍ତ ଜିଲାକୁ ମଙ୍ଗଳବାରଠାରୁ ଲକ୍‌ଡାଉନ କରିଛନ୍ତି। ଘରଭିତରେ ରହିବାକୁ ପୋଲିସ,...

ଡାକ୍ତରଙ୍କ ବଦଳି ଆଦେଶ ପ୍ରତ୍ୟାହାର ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ: ବରଗଡ଼-ଛତିଶଗଡ଼ ଯାତାୟତ ବିଚ୍ଛିନ୍ନ

ବରଗଡ଼ ଅଫିସ/ଅମ୍ବାଭୋନା,୩୧।୮: ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା. ହିତାକାଂକ୍ଷୀ ପ୍ରଧାନଙ୍କୁ ବରଗଡ଼ ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ...

ରାତିକରେ ୯ ସ୍ଥାନରୁ ଚୋରି

ବଇଣ୍ଡା,୨୮ା୧୨(ଡି.ଏନ.ଏ.) ଅନୁଗୋଳ ଜିଲା ହଣ୍ଡପା ଓ କିଶୋରନଗର ଥାନା ଅଞ୍ଚଳରେ ବଢ଼ୁଛି ଆପରାଧିକ କାର୍ଯ୍ୟକଳାପ। ପୋଲିସ ଠିକ୍‌ ଭାବେ ପାଟ୍ରୋଲିଂ କରୁ ନ ଥିବାରୁ ଚୋରି,...

କୂଅରୁ ଉଦ୍ଧାର ହେଲା କରୋନା ଆକ୍ରାନ୍ତଙ୍କ ବଡ଼ବାପାଙ୍କ ମୃତଦେହ, ଘଟଣାକୁ ନେଇ ଚର୍ଚ୍ଚା

ବଲାଙ୍ଗୀର ଅଫିସ/ଗୁଡଭେଲା(ଡି.ଏନ୍‌.ଏ.), ୬।୫- ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଲିଖିରିଆ ଗାଁରେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ କୂଅରୁ ଉଦ୍ଧାର କରାଯାଇଛି। ବ୍ୟକ୍ତି ଜଣକ ଶୁକଦେବ...

ରଙ୍ଗ ଖେଳି ବୁଗାଳି ଡ୍ୟାମରେ ଗାଧୋଉଥିବା ବେଳେ ଯୁବକ ମୃତ

ସଜନାଗଡ, ୧୦ା୩(ଡି.ଏନ.ଏ.)-ବାଲେଶ୍ବର ଜିଲା ନୀଳଗିରି ବ୍ଲକ ଅଧୀନ ଶିଆଡିମାଳ ପଞ୍ଚାୟତ ସୀତାପତିପୁର ଗ୍ରାମର ବୁଗାଳି ଡ୍ୟାମରେ ମଙ୍ଗଳବାର ମଧ୍ୟାହ୍ନରେ ନିଶିକାନ୍ତ ସାଏବାବୁ ଗାଧୋଉଥିବା ବେଳେ ନିଖୋଜ...

ଘଟଣାସ୍ଥଳ ପରିଦର୍ଶନ କରିବେ ଜିଲାପାଳ

ଅନୁଗୋଳ ଅଫିସ୍‌, ୧୦।୨: ଅନୁଗୋଳ ଜିଲାରେ ସରକାରଙ୍କ ‘ଖୁସି’ ଯୋଜନା ଦିଗହରା ହୋଇଯାଇଥିବା ନେଇ ଗତ ୮ ତାରିଖ ‘ଧରିତ୍ରୀ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ଜିଲା...

Advertisement
Archives

Model This Week