ଚିନ୍ତା ବଢ଼ାଇଲେଣି ପ୍ରବାସୀ: ଗଞ୍ଜାମରେ ୨ ସୁରଟ ଫେରନ୍ତାଙ୍କୁ କରୋନା

ବ୍ରହ୍ମପୁର ଅଫିସ, ୩।୫- ଗଞ୍ଜାମରୁ ୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲାକୁ ମିଶାଇ ରାଜ୍ୟରେ ଏବେ ମୋଟ ୧୬ ଜିଲା ସଂକ୍ରମିତ ତାଲିକାରେ ସାମିଲ ହୋଇଛନ୍ତି। ଜିଲାରେ ଚିହ୍ନଟ ୨ କରୋନା ସଂକ୍ରମିତ ୩ ଦିନ ତଳେ ସୁରଟରୁ ଗଞ୍ଜାମ ଫେରିଥିଲେ। ପ୍ରଥମେ ପଶ୍ଚିମବଙ୍ଗ ଫେରନ୍ତା ପରେ ଏବେ ସୁରଟରୁ ଫେରୁଥିବା ବ୍ୟକ୍ତିଙ୍କଠାରେ କରୋନା ଚିହ୍ନଟ ହେବା ପରେ ପ୍ରବାସୀଙ୍କୁ ନେଇ ଏବେ ଚିନ୍ତା ବଢ଼ିବାରେ ଲାଗିଛି।

କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶକ୍ରମେ ଦେଶରେ କରୋନା ଲକଡାଉନ୍‌ରେ ଫସିଥିବା ଲୋକମାନଙ୍କୁ ନିଜ ନିଜ ଘରକୁ ଫେରିବାର ବାଟ ଫିଟିଥିଲା। ୩ ଦିନ ୪ ଟି ବସରେ ସୁରଟରୁ ଗଞ୍ଜାମ ଫେରିଥିବା ୨୧୭ ଜଣ ଲୋକଙ୍କୁ ଶେରଗଡ ଓ ଧରାକୋଟରେ ପ୍ରଶାସନ ତରଫରୁ ଆୟୋଜନ କରାଯାଇଥିବା ୨ ଟି କ୍ୱାରାଣ୍ଟାଇନ୍‌ର ରଖାଯାଇଥିଲା । ଜିଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ୨ଟି ଟିମ ସୁରଟ ଫେରନ୍ତାଙ୍କ ସ୍ବାବ ନମୁନା ସଂଗ୍ରହ କରି ଭୁବନେଶ୍ୱର ଆର୍‌ଏମ୍‌ଆର୍‌ସିକୁ ପଠାଇଥିଲେ। ରବିବାର ସ୍ବାବ ରିପୋର୍ଟ ଆସିବା ପରେ ଗଞ୍ଜାମର ୨ ଜଣ ଲୋକଙ୍କ କରୋନା ପଜେଟିଭ୍‌ ଚିହ୍ନଟ ହୋଇଛି ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଉମା ମିଶ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ଲଗାତାର ଭାବେ ବସ ଓ ଟ୍ରେନ ଯୋଗେ କେରଳ, ସୁରତ ଓ ବେଙ୍ଗାଲୋରରୁ ହଜାର ହଜାର ପ୍ରବାସୀ ଶ୍ରମିକ ଏବେ ଗଞ୍ଜାମ ଫେରୁଛନ୍ତି। ଯଦି କରୋନା ସଂକ୍ରମଣ ଏଭଳି ଭାବେ ବଢି ଚାଲିବ ତେବେ ଆଗକୁ ଜିଲ୍ଲାର ସ୍ଥିତି ଅସମ୍ଭାଳ ହୋଇପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ଖୋଲିବାକୁ ଅନୁମତି ମାଗିଲା ଏଚ୍‌ଆର୍‌ଏଓ

ଭୁବନେଶ୍ୱର,୨୬ା୫ (ବ୍ୟୁରୋ): ଗତ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ହେଲା ବନ୍ଦ ହୋଇ ପଡ଼ିଥିବା ହୋଟେଲ ଶିଳ୍ପକୁ ପୁନର୍ବାର ଖୋଲିବା ପାଇଁ ଦାବି ହୋଇଛି। ସୋମବାରଠାରୁ ଦେଶରେ...

ଜଙ୍ଗଲ କାଟି ପୋଡ଼ି ଦେଲେ

କେନ୍ଦୁଝର,୧୦।୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜ ଓ ତେଲକୋଇ ରେଞ୍ଜ ସୀମାନ୍ତରେ ଥିବା ଜଙ୍ଗଲ ବିଭିନ୍ନ କାରଣରୁ ପଦା ହେବାକୁ ବସିଛି। ସେହିପରି...

ଟ୍ୟୁଶନ ନ ପଢ଼ିଲେ ମାର୍କ ଦେଉନାହାନ୍ତି ଅଧ୍ୟାପକ

ବ୍ରହ୍ମପୁର ଅଫିସ୍‌,୨୦ା୭-ଦିଗପହଣ୍ଡିସ୍ଥିତ ବିଜୁ ପଟ୍ଟନାୟକ ମହିଳା କଲେଜ ଇଂଲିଶ ଅଧ୍ୟାପକ ସୁଧୀରକାନ୍ତ ପଣ୍ଡା ଘରୋଇ ଟ୍ୟୁଶନ ପଢ଼ାଉଛନ୍ତି । ଯେଉଁ ଛାତ୍ରୀମାନେ ଟ୍ୟୁଶନ ପଢ଼ିବେ ନାହିଁ,...

ସୁସ୍ଥ ହେଲେ ୧୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୪ା୨- ଓଡ଼ିଶାରେ ଗୁରୁବାର ୧୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୩,୩୨,୬୧୧ରେ...

ଠିକ୍‌ ସମୟରେ ଠିକ୍‌ କଥା କହିବି: ବାବୁସାନ୍‌

ଭୁବନେଶ୍ୱର,୨୮ା୭(ବ୍ୟୁରୋ): ବିବାଦରେ ଫସିଥିବା ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ଗୁରୁବାର ଘରର ବାଲକୋନିକୁ ଆସି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି, ଠିକ୍‌ ସମୟରେ ଠିକ୍‌ କଥା କହିବି।...

କମରେଇ ଜଙ୍ଗଲ ଜଳୁଛି

ବଇଣ୍ଡା,୧୬।୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନରେ ଥିବା କମରେଇ ଜଙ୍ଗଲ ୨ ଦିନ ହେବ ଜଳୁଛି। ବନ ବିଭାଗ ପକ୍ଷରୁ ନିଆଁ...

ଓଡ଼ିଶାରେ ନକଲି ଡାକ୍ତରୀ ସାର୍ଟିଫିକେଟ ର଼୍ୟାକେଟ

ଭୁବନେଶ୍ୱର,୨୮।୭ (ବ୍ୟୁରୋ): ଓଡ଼ିଶା କାଉନ୍‌ସିଲ୍‌ ଫର୍‌ ମେଡିକାଲ ରେଜିଷ୍ଟ୍ରଶନ (ଓସିଏମ୍‌ଆର୍‌) ନାଁରେ ଜାଲ୍‌ ଓ୍ବେବ୍‌ସାଇଟ୍‌ ଖୋଲି ଦିଆଯାଉଛି ନକଲି ଡାକ୍ତରୀ ସାର୍ଟିଫିକେଟ। ଉକ୍ତ ସାର୍ଟିଫିକେଟରେ ଏକାଧିକ...

ଆସୁଛି ଆଉ ଏକ ଲଘୁଚାପ: ଫିକା ପଡ଼ିବ ପାର୍ବଣ

ଭୁବନେଶ୍ୱର,୬ା୧୦(ବ୍ୟୁରୋ): ଆସୁଛି ଆଉ ଏକ ଲଘୁଚାପ। ଚଳିତବର୍ଷ ପାର୍ବଣ ଫିକା ପଡ଼ିବ ଯାହା ଜଣାପଡୁଛି। ଅକ୍ଟୋବର ତୃତୀୟ ସପ୍ତାହରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ...

Advertisement
Archives

Model This Week