Posted inଫୁରସତ

ଚିତାର ବେଗ ଘଣ୍ଟାକୁ ୧୦୨ କି.ମି., ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ପ୍ରାୟ ସମୟରେ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରାଲ ହୋଇଥାଏ। ଆଉ ଏହାକୁ ଲୋକମାନେ ମଧ୍ୟ ବେଶ୍‌ ପସନ୍ଦ କରିଥାନ୍ତି। ଜୀବମାନଙ୍କ ମଧ୍ୟରେ ଚିତା ଖୁବ୍‌ ବେଗରେ ଦୌଡ଼ିପାରେ। ନିଜର ଫୂର୍ତ୍ତି ଓ ବେଗ ପାଇଁ ପରିଚିତ। ନିକଟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ବାଲିରେ ଏକ ଚିତା ବାଘ ଖୁବ୍‌ ବେଗରେ ଦୌଡୁଥିବା ଦେଖିବାକୁ ମିଳିଛି। ଆଉ ଏହାର ବେଗ ରହିଛି ଘଣ୍ଟାକ ପ୍ରତି ୧୦୨ କିଲୋମିଟର। ଏହି ଭିଡିଓକୁ ଟ୍ବିଟରରେ ଇଣ୍ଡିଆନ ଫରେଷ୍ଟ ସର୍ଭିସର ଅଫିସର ସୁଶାନ୍ତ ନନ୍ଦା ଶେୟାର କରିଛନ୍ତି। ଏଥିସହ କ୍ୟାପଶନ୍‌ରେ ଲେଖିଛନ୍ତି,‘ଚିତାକୁ ଦୌଡୁଥିବା ଦେଖିବା ସବୁଠାରୁ ଅଦ୍ଭୁତ ଅନୁଭବ’। ଏହି ଭିଡିଓକୁ ଫେବୃୟାରୀ ୪ରେ ଶେୟାର କରାଯାଇଥିଲା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୧୫ ହଜାରରୁ ଊର୍ଦ୍ଧ୍ୱ ଥର ୟୁଜର୍ସ ଦେଖିସାରିଲେଣି। ଏଥିସହ ଏହାକୁ ୨ହଜାର ଲାଇକ୍‌ ଓ ୫୦୦ରୁ ଊର୍ଦ୍ଧ୍ୱଥର ରିଟ୍ବିଟ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମମନ୍ଦିରକୁ ଦାନ କରିବେ ଇସ୍‌ଲାମ୍‌

ଆଜମଗଡ଼: ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର। ସବୁ ଧର୍ମକୁ ଏଠାରେ ସମସ୍ତେ ସମ୍ମାନ କରନ୍ତି। ହେଲେ କିଛି ସ୍ବାର୍ଥାନ୍ବେଷୀ ବ୍ୟକ୍ତି ଧର୍ମ ନାମରେ ବିବାଦ ସୃଷ୍ଟି...

ଭିଡ଼ିଓ ଗେମ୍‌ ଖେଳି ଗୋଟେ ମାସରେ କମାଇଲେ ୯ କିଲୋ ଓଜନ…

ମାନିଲା, ୧୪।୧: ମେଦବହୁଳତାରୁ ରକ୍ଷା ପାଇଁ କେତେକ ଲୋକ ଭିନ୍ନ ଭିନ୍ନ ଉପାୟ କରିଥାନ୍ତି। ତେବେ ଭିଡ଼ିଓ ଗେମ୍‌ ଖେଳି ଓଜନ କମାଇବା ଶୁଣିଲେ ଯେ...

ରାତିରେ ୯ ଘଣ୍ଟା ଶୋଇଲେ ମିଳିବ ୧ ଲକ୍ଷ ଟଙ୍କା! ଏହି କମ୍ପାନୀ ଦେଇଛି ଏମିତି ଅଫର

ବର୍ତ୍ତମାନ ସମୟରେ ଲୋକେ ଆବଶ୍ୟକତା ଠାରୁ ଅଧିକ କିମ୍ବା କମ୍‌ ଶୋଉଥିବା ଦେଖିବାକୁ ମିଳୁଛି। ଏପରି ସ୍ଥତିରେ ଶୋଇବା ଏକ କଷ୍ଟକର ଜିନିଷରେ ପରିଣତ ହେଉଛି।...

କନ୍ୟାକୁ କୋଳରେ ଧରି ଫେରା ନିଅନ୍ତି ବର…

ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିବାହ ନେଇ ରହିଛି ବହୁ ପରମ୍ପରା। ବିବାହ ପରେ କନ୍ୟା ବର ଅଗ୍ନିକୁ ସାକ୍ଷୀ ରଖି ସାତଫେରା ନେଇଥାନ୍ତି...

ଏହିସବୁ କଥା ପ୍ରତି ଧ୍ୟାନ ଦେଲେ ଦାମ୍ପତ୍ୟ ଜୀବନ ହେବ ସୁଖମୟ

ସମସ୍ତେ ଚାହିଁଥାନ୍ତି ଦାମ୍ପତ୍ୟ ଜୀବନ କେମିତି ହସଖୁସିରେ କଟୁ। କିନ୍ତୁ ବେଳେ କିଛି କଥାକୁ ନେଇ ପରିବାରରେ ଝଡ଼ ସୃଷ୍ଟି ହୋଇଥାଏ। ଫଳରେ ବିଚ୍ଛେଦ ପର୍ଯ୍ୟନ୍ତ...

ଇଣ୍ଟରନେଟ୍‌ରେ ଲୋକାଲ ଲାଙ୍ଗୁଏଜ୍‌

ଦିନ ଥିଲା ଇଣ୍ଟରନେଟ୍‌ରେ ଅନ୍ୟ ଦେଶଗୁଡିକ ଭଳି ଆମ ଦେଶରେ ମଧ୍ୟ କେବଳ ଇଣ୍ଟରନ୍ୟାଶନାଲ୍‌ ଲାଙ୍ଗୁଏଜ ଇଂଲିଶର ପ୍ରଚଳନ ଥିଲା। ହେଲେ ବର୍ତ୍ତମାନ ବିଭିନ୍ନ ଲୋକାଲ୍‌...

ନିଜକୁ କରୋନା ପଜିଟିଭ୍‌ କହି ଗାଡ଼ିରେ ଆଗରେ ଶୋଇଗଲେ ଯୁବକ

ଲକ୍ଷ୍ନୌ,୧୯।୬: ଦେଶରେ କରୋନା ଭାଇରସ୍‌ ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାର ମୁକାବିଲା ପାଇଁ ଏଯାଏଁ କୌଣସି ଭ୍ୟାକସିନ୍‌ ବାହାରି ନ ଥିବା ବେଳେ ଦିନକୁ...

ବୁଲା କୁକୁରଙ୍କୁ ନିଜ ଥାଳିରେ କ୍ଷୀର ପିଆଇ ଚର୍ଚ୍ଚାରେ ଏହି ବୃଦ୍ଧ ଭିକାରୀ: ଲୋକେ କରୁଛନ୍ତି ସଲାମ

ଭିକାରୀଟିଏ ପାଖରେ କ’ଣ ବା ଥାଇପାରେ। ସେ କାହାକୁ କ’ଣ ବା ଦେଇପାରେ। ଏଭଳି ଚିନ୍ତାଧାରା ସମସ୍ତେ ରଖିଥାନ୍ତି। ହେଲେ ଅନେକ ଥର ରାସ୍ତାରେ ନିରାଶ୍ରୟ...

Coronavirus Update


Archives

Model This Week

Why Dharitri