ଚିଙ୍ଗୁଡ଼ି ଚାଷୀଙ୍କ କବ୍‌ଜାରେ କେନାଲ

ଚାନ୍ଦବାଲି, ୪।୮ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ବିଭିନ୍ନ ନଦୀ ଓ ଏହାର ଶାଖାନଦୀରେ ସଂଯୁକ୍ତ ଅଧିକାଂଶ ଜଳସେଚନ ପାଇଁ ଉଦ୍ଦିଷ୍ଟ କେନାଲଗୁଡ଼ିକ ଚିଙ୍ଗୁଡ଼ି ଚାଷୀଙ୍କ କବ୍‌ଜାରେ ରହିଛିି। ନଦୀ ଓ କେନାଲକୂଳିଆ ଚାଷଜମି, ଗୋଚର ଓ ଅନାବାଦୀରେ ବେଆଇନ ଚିଙ୍ଗୁଡ଼ି ଘେରି ଖୋଳାଯାଇଛି। ଏବେ ଚିଙ୍ଗୁଡ଼ି ଫାର୍ମକୁ ଲୁଣାପାଣି ପ୍ରବେଶ କରାଇବା ପାଇଁ ଚାଷୀ କେନାଲର ସ୍ଲୁଇସ୍‌ ଗେଟ୍‌କୁ ନିୟନ୍ତ୍ରଣ କରିବା ଓ ଆଡ଼ିବନ୍ଧ କାଟିବା କାରଣରୁ ଅବାଧରେ କେନାଲରେ ଲୁଣାପାଣି ପ୍ରବେଶ କରୁଛି। ଫଳରେ ଏହା ଅନ୍ୟ ଚାଷ ଅନୁପଯୋଗୀ ହେଉଛି। ବିଭିନ୍ନ ସମୟରେ ଚାଷୀଙ୍କ ପକ୍ଷରୁ ଦାବି ହୋଇଆସୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହାକୁ ନିୟନ୍ତ୍ରଣ କରିବାରେ ବିଭାଗ ଓ ପ୍ରଶାସନ ସକ୍ଷମ ହେଉ ନ ଥିବା ଅଭିଯୋଗ ହେଉଛି। ଚଳିତ ଖରିଫ ଋତୁରେ ସ୍ବଳ୍ପ ବୃଷ୍ଟି ପାଇଁ ଚାଷୀ କେନାଲ ପାଣି ଉପରେ ନିର୍ଭର କରୁଥିବା ବେଳେ ଏହି ଲୁଣାପାଣି ଚିନ୍ତାର କାରଣ ହୋଇଛି। କେନାଲକୂଳିଆ ଜମିର ଧାନତଳି ଘେରା ଓ ରୁଆଧାନ କିଆରିକୁ ପାଣି ମଡ଼ାଇବା ସମ୍ଭବ ହେଉନାହିଁ। ଏହାକୁ ନେଇ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି।
ମନ୍ତେଈ ନଦୀର ଶାଖା କେନାଲ ନୂଆନଈ ଉପରେ ବାଂଶଡ଼ା ଘାଟ ନିକଟସ୍ଥ ବିଶ୍ୱନାଥପୁରଠାରେ ସ୍ଲୁଇସ୍‌ ଗେଟ୍‌ ରହିଛି। ଜଳସମ୍ପଦ ବିଭାଗ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ କରାଯାଉଥିଲେ ମଧ୍ୟ କେତେକ ଚିଙ୍ଗୁଡ଼ି ଚାଷୀ ଏହାକୁ ମନଇଚ୍ଛା ନିୟନ୍ତ୍ରଣ କରୁଥିବା ନେଇ ଅଭିଯୋଗ ହେଉଛି। ଉଲ୍ଲେଖନୀୟ ଯେ, ହଳଦୀଗଣ୍ଡ ଜଳସେଚନ ଯୋଜନାରେ ୧୯୯୨ ମସିହାରେ ଏହି ନୂଆନଈ କେନାଲ ଖନନ କରାଯାଇ ନୂଆଗଁା ପଞ୍ଚାୟତର ବିଶ୍ୱନାଥପୁର ନିକଟରେ ଏକ ସ୍ଲୁଇସଗେଟ୍‌ ତିଆରି ହୋଇଥିଲା। ଏହାଦ୍ୱାରା ମନ୍ତେଈ ନଦୀର ଲୁଣାପାଣି କେନାଲ ମଧ୍ୟକୁ ପ୍ରବେଶକୁ ନିୟନ୍ତ୍ରଣ କରାଯିବା ସହ ଜଳସେଚନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସମ୍ପୃକ୍ତ ଜଳସେଚନ ପ୍ରକଳ୍ପ ଦ୍ୱାରା ଚାନ୍ଦବାଲି ବ୍ଲକର ନୂଆଗଁା, ଯଶୀପୁର, ଜଳେଶ୍ୱରପୁର, ନଳଗୋହିରା, ମୌସୁଧା, ମତୋ, ନାଲଗୁଣ୍ଡା, ଘଟପୁର ପରି କେତେକ ପଞ୍ଚାୟତର ଚାଷୀ ଧାନ ଓ ପନିପରିବା ଚାଷରୁ ଉପକୃତ ହେଉଥିଲେ। ଏବେ କେନାଲ ମଧ୍ୟରେ ମନ୍ତେଈ ନଦୀର ଲୁଣାପାଣି ବର୍ଷତମାମ ପ୍ରବେଶ କରୁଛି। ଏହି ଲୁଣାପାଣି ଅନ୍ୟ କେତେକ ଶାଖା କେନାଲରେ ପ୍ରବେଶ କରିବା ଫଳରେ ସ୍ଥାନୀୟ ଅଞ୍ଚଳର କେନାଲ ଓ ଗୋହିରୀର ପାଣି ଲୁଣା ହେଉଛି। କେନାଲରେ ଲୁଣାପାଣି ପ୍ରବେଶ କରିବାରୁ ଧାନ ଓ ପନିପରିବା ଚାଷ ସହିତ ଗୋରୁଗାଈଙ୍କ ପିଇବା ପାଇଁ ସମସ୍ୟା ହୋଇଛି ବୋଲି ପରମାନନ୍ଦପୁର ଗଁାର ନରହରି ଦାସ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ମାଝିଙ୍କୁ ପଚାରିବାରୁ ଘଟଣାର ସତ୍ୟାସତ୍ୟ ଥିଲେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଖରିଫ ଚାଷ ଅମଳ ପରେ ପ୍ରାୟ ଜାନୁୟାରୀ ଆରମ୍ଭରେ କେନାଲରେ ସାମୁଦ୍ରିକ ଲୁଣାପାଣି ପ୍ରବେଶ କରିଥାଏ। ଚଳିତବର୍ଷ ସ୍ବଳ୍ପ ବୃଷ୍ଟି କାରଣରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ନଦୀପାଣି ଲୁଣା ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ

କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?