ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ: ଶିଶୁଭବନରେ ଉତ୍ତେଜନା

କଟକ ଅଫିସ,୧୪ା୧୦- କଟକ ଶିଶୁଭବନରେ ଜଣେ ୪ମାସ ଶିଶୁର ମୃତ୍ୟୁକୁ ନେଇ ସୋମବାର ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସା ଅବହେଳାରୁ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ଡାକ୍ତରଖାନା ପରିସରରେ ହୋହଲ୍ଲା କରିଥିଲେ। ଏହାକୁ ନେଇ ସେଠାରେ ପ୍ରାୟ ଅଧଘଣ୍ଟା ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ଲାଲବାଗ ଥାନା ପୋଲିସ ପହଞ୍ଚି ମୃତ ଶିଶୁପୁତ୍ରଙ୍କ ପରିବାର ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ରିପୋର୍ଟ ଲେଖାଯିବା ସୁଦ୍ଧା ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଆଇଆଇସି ଆଶୁତୋଷ ମିଶ୍ର କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ଗରଡି ଗ୍ରାମର ରବୀନ୍ଦ୍ର ପଣ୍ଡାଙ୍କ ୪ମାସର ଶିଶୁପୁତ୍ର ୩ ଦିନ ଧରି ଅସୁସ୍ଥ ଥିଲେ। ଚିକିତ୍ସାଲାଗି ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଶିଶୁପୁତ୍ରର ସ୍ବାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ନ ଘଟିବାରୁ ରବିବାର ପୂର୍ବାହ୍ନରେ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା। ଶିଶୁଭବନରେ ପହଞ୍ଚିବା ପରେ ଶିଶୁପୁତ୍ରର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି ଓ ଆଇସିୟୁରେ ରଖାଯିବ ବୋଲି ଡାକ୍ତରମାନେ କହିଥିଲେ। ହେଲେ ଆଇସିୟୁରେ ବେଡ ଫାଙ୍କା ନ ଥିବାରୁ ଶିଶୁପୁତ୍ରକୁ କାଜୁଆଲ୍‌ଟିରେ ରଖାଯାଇଥିଲା। ସୋମବାର ଅପରାହ୍ନ ପ୍ରାୟ ୩.୩୦ରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା। ଡାକ୍ତରମାନେ ଅବହେଳା କରି ପୁଅକୁ ମାରି ଦେଇଛନ୍ତି ବୋଲି ରବୀନ୍ଦ୍ର ଅଭିଯୋଗ କରିଛନ୍ତି। ଏ ନେଇ ଶିଶୁଭବନ ସୁପରିଣ୍ଟେଣ୍ଡେଣ୍ଟ(ଇନ୍‌ଚାର୍ଜ) ପ୍ରଫେସର ଅନିଲ କୁମାର ମହାନ୍ତି କୁହନ୍ତି, ମୋ ନିକଟରେ ଘଟଣା ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇନି। ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଡକୋଦଣ୍ଡାରେ ବ୍ୟାପୁଛି ଜଣ୍ଡିସ: ସ୍ଥିତି ଅନୁଧ୍ୟାନ କଲେ ବିଡିଓ-ତହସିଲଦାର

ଭଞ୍ଜନଗର,୮/୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବଡକୋଦଣ୍ଡାରେ ବିଗତ କିଛି ବର୍ଷ ହେବ ଲଗାତାର ଗ୍ରାମର ଲୋକଙ୍କୁ ଜଣ୍ଡିସ ହେଉଛି। ଏହାଦ୍ୱାରା ଗ୍ରାମର ଶିଶୁଠାରୁ ଆରମ୍ଭ…

୧୦ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ମହିଳାଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୮।୬: ରାଜ୍ୟ କ୍ୟାବିନେଟ୍‌ରେ ସୋମବାର ୧୦ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ୫ ବିଭାଗର ୧୦ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ଲୋକସେବା ଭବନର…

ଫେରାର୍‌ ହେବାକୁ ଚେଷ୍ଟା କରୁଥିବାବେଳେ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ, ଜବତ ହେଲା…

ଆନନ୍ଦପୁର/ହାଟଡିହୀ,୮l୬(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସ ବିଦେଶୀ ମଦ ରଖିବା ଏବଂ ବିକ୍ରି କରିବା ଅଭିଯୋଗରେ ସୋମବାର ପୁରୁଣାଘାଟି ଗ୍ରାମର ସନାତନ ହୋଙ୍କ…

ଇରାନ-ଇସ୍ରାଏଲ ମହାଯୁଦ୍ଧ ଆରମ୍ଭ! ବାଜିଲା ସାଇରନ, ୨୪ ଘଣ୍ଟାରେ ବଦଳିଗଲା ମଧ୍ୟପ୍ରାଚ୍ୟର ଚିତ୍ର

ତେହରାନ, ୮।୬: ପଶ୍ଚିମ ଇରାନରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସମସ୍ତ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି। ସମସ୍ତ ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ସମ୍ଭବ ଯେକୌଣସି ଉପାୟରେ ଇରାନ ଛାଡ଼ିବାକୁ…

ପ୍ରକଳ୍ପ ନାହିଁ ତ ଜମି ନାହିଁ, କମ୍ପାନୀ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ

ଛତ୍ରପୁର,୮।୬(ଦିଲୀପ ସାମଲ): ମହେନ୍ଦ୍ରମେଳାରେ ଯୋଗଦେଇ ଛତ୍ରପୁର ସର୍କିଟ ହାଉସ ଆସିଥିବାବେଳେ କିଛି କମ୍ପାନୀମାନେ ପ୍ରକଳ୍ପ ପାଇଁ ଜମି ନେଇଥିବା ବେଳେ ତାହା କୌଣସି କାର୍ଯ୍ୟକାରୀ କରୁ ନ…

ଜଣକ ପରେ ଜଣେ ୨୦ ଏମ୍‌ପି ଛାଡ଼ିଲେ ସାଥ୍‌, ତଥାପି ‘ଦିଦି’ଙ୍କ ସହ ପାହାଡ଼ ଭଳି ଛିଡ଼ା ହେଲେ ଏହି ୨ ବିହାରୀ ବାବୁ! ଜାଣନ୍ତୁ ସେମାନେ କିଏ…

କୋଲକାତା, ୮।୬: ପଶ୍ଚିମବଙ୍ଗ ରାଜନୀତିରେ ଏହି ସମୟରେ ମମତା ବାନାର୍ଜୀ ଏବଂ ଟିଏମସି (TMC) ଉପରେ ଏକ ବଡ଼ ପ୍ରକମ୍ପନ ସୃଷ୍ଟି ହୋଇଛି। ଏହି ପ୍ରକମ୍ପନ ତୃଣମୂଳ…

ଚୋରାଚାଲାଣ କରୁଥିଲେ ଗଞ୍ଜେଇ, ପୋଲିସକୁ ଦେଖି ଭୟରେ ବାଇକ ସହ ଗଞ୍ଜେଇ ଛାଡି ଫେରାର୍‌ ମାରିଲେ ୨ ମାଫିଆ

ଡୁଙ୍ଗୁରିପାଲି, ୮।୬ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ସୋମବାର ସକାଳେ ପାଟ୍ରୋଲିଂ କରୁଥିବାବେଳେ ଶୁଖା-କର୍ଲାଯୁରୀ ରାସ୍ତାର ମହୁଲପାଲି ଛକରେ ଏକ ବାଇକ…

ଭବାନୀପାଟଣାରେ ଯୁବକଙ୍କୁ ଛୁରାମାଡ଼: ଗୁରୁତର ଅବସ୍ଥାରେ ବୁର୍ଲାରେ ଭର୍ତ୍ତିି

ଭବାନୀପାଟଣା,୮।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଶବରପଡ଼ାରେ ରବିବାର ରାତିରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଯୁବକଙ୍କ ନାମ ଶିବ ପ୍ରସାଦ ନାଏକ (୨୫)ବୋଲି ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri