ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

ସୋର, ୧୭ା୪(ଡି.ଏନ.ଏ.):-ସୋର ମ୍ୟୁନିସିପାଲିଟି ଅଧୀନ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସା ଅବହେଳାରୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏସ୍‌ଆଇ ସଚ୍ଚିଦାନନ୍ଦ ଗିରି ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ କରିବା ପରେ ମାମଲା (ନଂ.୧୨୭/୨୦) ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛନ୍ତି।
ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଥାନା ଅଧୀନ ଏକତାଡି ଗ୍ରାମର ମହେନ୍ଦ୍ର ନାଥ ହାଁସଦା ଓ ତାଙ୍କ ସ୍ତ୍ରୀ ସୁନୀତା ସୋର କୋର୍ଟରେ କିରାଣି ଭାବେ ଭାବେ କାର୍ଯ୍ୟରତ ଥିଲେ। ସେମାନେ ସ୍ଥାନୀୟ ଅନ୍ନପୂର୍ଣ୍ଣା ରାଇସ୍‌ ମିଲ୍‌ ପରିସରରେ ଭଡା ନେଇ ରହୁଥିଲେ। ବୁଧବାର ସୁନୀତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ନିକଟସ୍ଥ ଏକ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସକାଳେ ସୁନୀତା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ମଧ୍ୟାହ୍ନରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଘଟି କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅବହେଳା ଯୋଗୁ ସୁନୀତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସ୍ବାମୀ ମହେନ୍ଦ୍ର ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୃତା ସୁନୀତାଙ୍କର ୬ ବର୍ଷର ପୁଅଟିଏ ଅଛି। ନବଜାତକ ପୁତ୍ରକୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସୋର କୋର୍ଟର ବହୁ ଆଇନ୍‌ଜୀବୀ ପହଞ୍ଚି ଶୋକପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶନରେ କେନ୍ଦୁଝର ବୈଜ୍ଞାନିକ ଅଟଳକୃଷ୍ଣ

କେନ୍ଦୁଝର, ୨୧ା୮(ସ୍ବ.ପ୍ର.)-ଚନ୍ଦ୍ରାୟନ-୨ରେ କେନ୍ଦୁଝର ଜିଲାର ଯୁବ ବୈଜ୍ଞାନିକ ଅଟଳକୃଷ୍ଣ ଖଟୁଆଙ୍କ ଉଦ୍ୟମ ଏବେ ରାଜ୍ୟ ପାଇଁ ଗୌରବ ଆଣିଛି। ଅଟଳକୃଷ୍ଣ ଇସ୍ରୋର ରିଲାଇବିଲିଟି ବିଭାଗରେ ଦୀର୍ଘ...

ସ୍ତ୍ରୀଙ୍କ ଜୁଇକୁ ଡେଇଁ ଜୀବନ ହାରିଲେ ସ୍ବାମୀ

ଭବାନୀପାଟଣା,୨୫।୮(ସ୍ବ.ପ୍ର.):କଳାହାଣ୍ଡି ଜିଲା କେଗଁା ଥାନା ଅଧୀନ ସିଆଲଯୋଡି ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀର ସତ୍କାର ସମୟରେ ହଠାତ୍‌ ତାଙ୍କ ସ୍ବାମୀ...

ପାନ ଛେପ ପକାଇବା ପଡ଼ିଲା ମହଙ୍ଗା: ୫୦୦ ଜରିମାନା ଗଣିଲେ ବ୍ୟକ୍ତି

ରାଉରକେଲା ଅଫିସ,୨୮।୨: ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଭିତରେ ପାନ, ଗୁଟ୍‌ଖା ଖାଇବାକୁ ଶୁକ୍ରବାରଠାରୁ ବାରଣ କରାଯାଇଛି। କର୍ମଚାରୀଙ୍କ ସହ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକ...

ସିମନବାଡ଼ିରେ ପାଳନ ହେଲା ଦଶହରା

ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିରେ ଭାଇଚାରାରେ ପାଳନହେଲା ଦଶହରା ପର୍ବ ା ମା’ଦୁର୍ଗାଙ୍କ ମୃଣ୍ମୟ ମୁର୍ତ୍ତିକୁ ପୂଜାର୍ଚ୍ଚନା ସହ ଦର୍ଶନ ପାଇଁ ଭିଡ଼ ଜମିଥିଲା। ସେହିପରି...

ଫାଙ୍କା ଗୁଳିଚଳାଇ ଫାଇନାନ୍ସ  କର୍ମଚାରୀଙ୍କଠାରୁ ଲୁଟ୍‌

ପରଜଙ୍ଗ, ୧୮ା୫(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇଠାରୁ ମୁକ୍ତାପସି ଯାଇଥିବା ରାସ୍ତାର ରାହାବେରିଣୀ ଗ୍ରାମ ନିକଟରେ ଶୁକ୍ରବାର ଅପରାହ୍ନରେ ଜଣେ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌...

କଳାହାଣ୍ଡିରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସୋମବାର କୋର୍ଟ, ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ବନ୍ଦ

ଭବାନୀପାଟଣା,୨୮।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କଳାହାଣ୍ଡି ଓକିଲ ସଂଘ ପ୍ରାୟ ୧୦ ବର୍ଷ ଧରି ଆନ୍ଦୋଳନ ଚଳାଇ ଆସିଛି ।...

ହଇରାଣ ହେଉଛନ୍ତି ୨ହଜାର ମତ୍ସ୍ୟଜୀବୀ ପରିବାର

ପୁରୀ ଅଫିସ,୯ା୪: ପୁରୀ ପେଣ୍ଠକଟା ଅଞ୍ଚଳରେ ପ୍ରାୟ ୧୦ ହଜାରରୁ ଅଧିକ ମତ୍ସ୍ୟଜୀବୀ ପରିବାର ରହୁଛନ୍ତି । ଯେଉଁମାନଙ୍କର ମୁଖ୍ୟ ବେଉସା ହେଉଛି ମାଛ ମାରିବା...

ଅନୁଗୋଳ ପୁଅକୁ ଆମେରିକା ଡାକରା; ଶୁଭ୍ରାଂଶୁଙ୍କ ‘ମାଭିକ୍‌’ ଡ୍ରୋନ୍‌କୁ ନାସା କହିଲା ମିରାକିଲ୍‌

ଅନୁଗୋଳ ଅଫିସ, ୪।୧୧:  ୨୪ ଘଣ୍ଟା ଆକାଶରେ ଉଡ଼ାଣ କରିପାରିବ। ୧୫ କେଜିର ଫାଷ୍ଟଏଡ୍‌ ନେଇ ତୁରନ୍ତ ଅପହଞ୍ଚ ଅଞ୍ଚଳର ଗୁରୁତର କିମ୍ବା ଦୁର୍ଘଟଣାଗ୍ରସ୍ତଙ୍କ ନିକଟରେ ପହଞ୍ଚାଇ...

Advertisement
Archives

Model This Week