ଚିକିଟିକୁ ଲେଉଟିଲେ ହାତୀପଲ

ଚିକିଟି,୧୯ା୧(ଡି.ଏନ.ଏ.)-ଗଜପତି ଜିଲାର ଲଖାରି ଜଙ୍ଗଲ ଛାଡି ଏଣେତେଣେ ବୁଲୁଥିବା ଏକ ହାତୀପଲ ପୁଣି ଏବେ ଚିକିଟି ଅଞ୍ଚଳକୁ ଫେରିଛନ୍ତି। ଶନିବାର ବିଳମି୍ବତ ରାତିରେ ଗୋବିନ୍ଦନଗର ଗ୍ରାମର କୋରା ସାହୁ, ଗୋବର୍ଦ୍ଧନ ସାହୁଙ୍କ ଧାନଖଳାରେ ୧୦ରୁ ଊର୍ଦ୍ଧ୍ୱ ହାତୀପଲ ପଶି କ୍ଷତିଗ୍ରସ୍ତ କରିଛନ୍ତି। ଗତ ୧୧ ତାରିଖରେ ରାଧାମୋହନପୁର, ଗୋବିନ୍ଦନଗର, ଝିଙ୍କିପଦର, ଭାଲିଆବାଡ, ଏରଣ୍ଡ୍ରା, କୃଷ୍ଣନଗର ଆଦି ଇଲାକାରେ ୧୦ରୁ ଊର୍ଦ୍ଧ୍ୱ ଚାଷୀଙ୍କର ଧାନଫସଲ ସମେତ ବିଭିନ୍ନ ପନିପରିବା କ୍ଷତିଗ୍ରସ୍ତ ହୋଇଥିଲା। ନିର୍ଦ୍ଧିଷ୍ଟ ଅଞ୍ଚଳରେ ହାତୀପଲ ରହିବା ସହିତ ସନ୍ଧ୍ୟା ହେଲେ ଜନବସତିଆଡକୁ ମାଡିଆସୁଛନ୍ତିି ା ବର୍ତ୍ତମାନ ହାତୀପଲ ରାଧାମୋହନପୁର ଗ୍ରାମ ନିକଟସ୍ଥ ପାହାଡରେ ରହୁଥିବା ସୂଚନା ମିଳିଛି। ଫଳରେ ଗୋବିନ୍ଦନଗର, ରାଧାମୋହନପୁର, ଭାଲିଆବାଡ, ଝିଙ୍କିପଦର ସମେତ ଆଖପାଖ ଅଞ୍ଚଳର ଲୋକମାନେ ଆତଙ୍କିତ ଅଛନ୍ତିି। ଏହି ହାତୀପଲକୁ ଘଉଡାଇବା ପାଇଁ ଚିକିଟି ବନବିଭାଗ ପକ୍ଷରୁ ଚେଷ୍ଟା କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହଁ। ଏହିଭଳି ସମସ୍ୟା ଲାଗିରିଲେ ଆଗାମୀ ଦିନରେ ଧାନଫସଲ ନଷ୍ଟ ହେବା ସମ୍ଭାବନା ରହିଛି। ଏଣୁ ହାତି ଘଉଡାଇବା ଦିଗରେ ଦୃଢ ପଦକ୍ଷେପ ନିଆଯିବାକୁ ଚାଷୀମାନେ ଦାବି କରିଛନ୍ତିି। ଏ ସମ୍ପର୍କରେ ଚିକିଟି ବନପାଳ କେ.କବିତାଙ୍କ ସହ ଯୋଗାଯୋଗ ବେଳେ ହାତୀ ଘଉଡାଇବା ପାଇଁ ଟ୍ରାକ୍‌ ପ୍ରସ୍ତୁତ କରି ଚେଷ୍ଟା ଚାଲିଛି ବୋଲି କହିଛନ୍ତିି ା


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri