ଚିକିଟିକୁ ଲେଉଟିଲେ ହାତୀପଲ

ଚିକିଟି,୧୯ା୧(ଡି.ଏନ.ଏ.)-ଗଜପତି ଜିଲାର ଲଖାରି ଜଙ୍ଗଲ ଛାଡି ଏଣେତେଣେ ବୁଲୁଥିବା ଏକ ହାତୀପଲ ପୁଣି ଏବେ ଚିକିଟି ଅଞ୍ଚଳକୁ ଫେରିଛନ୍ତି। ଶନିବାର ବିଳମି୍ବତ ରାତିରେ ଗୋବିନ୍ଦନଗର ଗ୍ରାମର କୋରା ସାହୁ, ଗୋବର୍ଦ୍ଧନ ସାହୁଙ୍କ ଧାନଖଳାରେ ୧୦ରୁ ଊର୍ଦ୍ଧ୍ୱ ହାତୀପଲ ପଶି କ୍ଷତିଗ୍ରସ୍ତ କରିଛନ୍ତି। ଗତ ୧୧ ତାରିଖରେ ରାଧାମୋହନପୁର, ଗୋବିନ୍ଦନଗର, ଝିଙ୍କିପଦର, ଭାଲିଆବାଡ, ଏରଣ୍ଡ୍ରା, କୃଷ୍ଣନଗର ଆଦି ଇଲାକାରେ ୧୦ରୁ ଊର୍ଦ୍ଧ୍ୱ ଚାଷୀଙ୍କର ଧାନଫସଲ ସମେତ ବିଭିନ୍ନ ପନିପରିବା କ୍ଷତିଗ୍ରସ୍ତ ହୋଇଥିଲା। ନିର୍ଦ୍ଧିଷ୍ଟ ଅଞ୍ଚଳରେ ହାତୀପଲ ରହିବା ସହିତ ସନ୍ଧ୍ୟା ହେଲେ ଜନବସତିଆଡକୁ ମାଡିଆସୁଛନ୍ତିି ା ବର୍ତ୍ତମାନ ହାତୀପଲ ରାଧାମୋହନପୁର ଗ୍ରାମ ନିକଟସ୍ଥ ପାହାଡରେ ରହୁଥିବା ସୂଚନା ମିଳିଛି। ଫଳରେ ଗୋବିନ୍ଦନଗର, ରାଧାମୋହନପୁର, ଭାଲିଆବାଡ, ଝିଙ୍କିପଦର ସମେତ ଆଖପାଖ ଅଞ୍ଚଳର ଲୋକମାନେ ଆତଙ୍କିତ ଅଛନ୍ତିି। ଏହି ହାତୀପଲକୁ ଘଉଡାଇବା ପାଇଁ ଚିକିଟି ବନବିଭାଗ ପକ୍ଷରୁ ଚେଷ୍ଟା କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହଁ। ଏହିଭଳି ସମସ୍ୟା ଲାଗିରିଲେ ଆଗାମୀ ଦିନରେ ଧାନଫସଲ ନଷ୍ଟ ହେବା ସମ୍ଭାବନା ରହିଛି। ଏଣୁ ହାତି ଘଉଡାଇବା ଦିଗରେ ଦୃଢ ପଦକ୍ଷେପ ନିଆଯିବାକୁ ଚାଷୀମାନେ ଦାବି କରିଛନ୍ତିି। ଏ ସମ୍ପର୍କରେ ଚିକିଟି ବନପାଳ କେ.କବିତାଙ୍କ ସହ ଯୋଗାଯୋଗ ବେଳେ ହାତୀ ଘଉଡାଇବା ପାଇଁ ଟ୍ରାକ୍‌ ପ୍ରସ୍ତୁତ କରି ଚେଷ୍ଟା ଚାଲିଛି ବୋଲି କହିଛନ୍ତିି ା


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ବନ୍ୟା ବିତ୍ପାତ : ଅଞ୍ଚଳବାସୀ ଆତଙ୍କିତ

ଭବାନୀପାଟଣା,୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ମଙ୍ଗଳପୁରସ୍ଥିତ ହାତୀ ବ୍ୟାରେଜର ୪ଟି ରେଡିଏଲ୍‌ ଗେଟ ଖୋଲାଯାଇଛି। ୩୨୦ କ୍ୟୁସେକ୍‌ ବନ୍ୟା ଜଳ ହାତୀକୁ...

ସପ୍ତାହେ ପରେ ନିର୍ବାଚନ ଫଳ: ପ୍ରାର୍ଥୀ ଜାଳିଲେଣି ଅଖଣ୍ଡ ଦୀପ

ବଅଁରପାଳ, ୧୭।୫(ଡି.ଏନ୍‌.ଏ.) ଆସନ୍ତା ୨୩ ତାରିଖରେ ହେବ ଭୋଟ ଗଣତି। ପରିସମାପ୍ତି ଘଟିବ ଫଳାଫଳକୁ ନେଇ ଥିବା ସବୁ ଉତ୍କଣ୍ଠା, ଉଦ୍ଦୀପନାର। ଭୋଟରମାନେ କାହାକୁ ପସନ୍ଦ...

ତହସିଲ ଅଫିସରୁ କର୍ମଚାରୀଙ୍କୁ ତଡିଦେଲେ ଚାଷୀ

ବରଗଡ଼ ଅଫିସ୍‌,୨୫।୩।: ବରଗଡ଼ ଜିଲାରେ ଚାଷୀ ସମସ୍ୟା ଥମିବାର ନାଁ ନେଉ ନାହିଁ। ଧାନ ବିକ୍ରିକୁ ନେଇ ସରକାରୀ କଳ ପକ୍ଷରୁ କରାଯାଉଥିବା ବିଭିନ୍ନ କଟକଣାକୁ...

ନିଜାମୁଦ୍ଦିନ ଯାଇଥିଲେ ମାଧପୁର ଦମ୍ପତି

ଆଠମଲ୍ଲିକ, ୪ା୪- ଦିଲ୍ଲୀର ନିଜାମୁଦ୍ଦିନ ସଭାରେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ଅଞ୍ଚଳର ଏକ ଦମ୍ପତି ଯୋଗ ଦେଇଥିବା ନେଇ ଶନିବାର ଅଞ୍ଚଳବାସୀ ପୋଲିସକୁ...

ଶୁଣିଲାନି ପୂର୍ତ୍ତ ବିଭାଗ: ରାସ୍ତା ମରାମତି କଲେ ଅଟୋ ଚାଳକ

ଗୋପ,୧୧।୧୧(ଡି.ଏନ୍‌.ଏ.)- ଗୋପ-କୋଣାର୍କ ପୂର୍ତ୍ତ ରାସ୍ତାର ଗୋପ ବଜାରରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଏଥିଲାଗି ଅଧିକାଂଶ ସମୟରେ ବିଭିନ୍ନ ଦୁର୍ଘଟଣାମାନ ଘଟୁଛି। ବାରମ୍ବାର ଅଭିଯୋଗସତ୍ତ୍ୱେ...

ରେଡ ଜୋନ୍‌ରେ ଗଞ୍ଜାମର ୨୮୮ ଗାଁ: ୨୧.୭୮ ଲକ୍ଷ ଲୋକଙ୍କ ହେଲାଣି ଥର୍ମାଲ ସ୍କ୍ରିନିଂ

ଛତ୍ରପୁର,୪।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଘରକୁ ଘର ଯାଇ ସମସ୍ତ ପରିବାର ସଦସ୍ୟଙ୍କ ଥର୍ମାଲ ସ୍କ୍ରିନିଂ ଗତ ୧୯ ତାରିଖରୁ ଚାଲିଛି। ଗଞ୍ଜାମରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା...

କଣ୍ଟ ପୂରିଲା, ନିଯୁକ୍ତି ନୋହିଲା

ଅନୁଗୋଳ ଅଫିସ, ୮।୧୧: କଣ୍ଟ ପୂରିଲା। ହେଲେ ମିଳିଲାନି ନିଯୁକ୍ତି। ଏହାର ପ୍ରତିବାଦରେ ନବରତ୍ନ କମ୍ପାନୀ ନାଲ୍‌କୋ ସ୍ପୋନ୍‌ସର୍ଡ ଆଇଟିଆଇ (ଏଲ୍‌ଏପି) କ୍ଷତିଗ୍ରସ୍ତ ପ୍ରଜାସଂଘର ୧୯୮ ସଦସ୍ୟ...

ରାଜ୍ୟର ୪ ପୋଲିସ ଅଧିକାରୀ ପାଇବେ ଉତ୍କର୍ଷ ସେବା ପଦକ

କଟକ ଅଫିସ,୧୩ା୮: ତଦନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଦେଶର ୧୫୨ଜଣ ପୋଲିସ ଅଧିକାରୀଙ୍କୁ ୨୦୨୧ ବର୍ଷ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଉତ୍କର୍ଷ...

Advertisement
Archives

Model This Week