ଚାଷ ପାଇଁ ଭିତ୍ତିଭୂମି ନାହିଁ : ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୧୮ା୯ : ଶିଳ୍ପ ଓ ଅନ୍ୟାନ୍ୟ ଭିତ୍ତିଭୂମି ନ ଥିବାରୁ କେନ୍ଦ୍ରାପଡ଼ା ଜିଲାବାସୀ କୃଷିକୁ ଆଦରି ନେଇଛନ୍ତି। ଜିଲାର ୬୮ ପ୍ରତିଶତ ଅଞ୍ଚଳରେ ଖରିଫ ଚାଷ କରି ଜୀବିକାନିର୍ବାହ କରୁଛନ୍ତି। ତେବେ ଚାଷ ପାଇଁ ଭିତ୍ତିଭୂମି ନ ଥିବାରୁ ଚାଷୀଙ୍କ ଚିନ୍ତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜିଲାରେ ଚାଷ ପାଇଁ ସରକାରୀ ସାର ମିଳୁ ନ ଥିବାବେଳେ ଅଳ୍ପ ଦିନ ଭିତରେ ସରକାରୀ ବିହନରେ ପଡ଼ିଥିବା ତଳିରୁ ଥୋଡ଼ ବାହାରୁଥିବା ଅଭିଯୋଗ ହୋଇଛି। ସେହିପରି ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ଓ ଧାନରେ ପୋକ ବାହାରୁଥିବାରୁ ଅନେକ ସମୟରେ ଫସଲ ନଷ୍ଟ ହେଉଛି। କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ବାରୋ, ଚକ୍ରୋଡା ଓ ଓସ୍ତପୁର ଆଦି ପଞ୍ଚାୟତରେ ଧାନ ଫସଲରେ କାଣ୍ଡବିନ୍ଧା ଓ ପତ୍ରମୋଡା ରୋଗ ଦେଖାଦେଇଛି। ଏନେଇ ଏସବୁ ପଞ୍ଚାୟତର ଅନେକ ଚାଷୀ ମଙ୍ଗଳବାର ଜିଲା କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଚକ୍ରୋଡାର ଗୌରାଙ୍ଗ ବାରିକ, ଦଧିବାମନ ନାୟକ, ବାରୋ ପଞ୍ଚାୟତର ବସନ୍ତ କୁମାର ପ୍ରଧାନ, ମହେନ୍ଦ୍ର ନାୟକ, ଶଙ୍କର ବାରିକ ଏବଂ ଓସ୍ତପୁରର ବାବାଜି ପ୍ରଧାନ କୁହନ୍ତି, ଚାଷ ଜମିରେ ପୋକ ଲାଗିଥିବାରୁ ରିହାତି ଦରରେ ସରକାରୀ ସାର ଏବଂ କୀଟନାଶକ ଔଷଧ ଯୋଗାଇଦେବା ପାଇଁ କୃଷି ଅଧିକାରୀଙ୍କୁ ଭେଟିଥିଲୁ। ଆସନ୍ତା ସପ୍ତାହରେ ଏହା ଆସିବ କହି ସେ ଆମକୁ ଫେରାଇ ଦେଇଛନ୍ତି। ମାତ୍ର ସେତେବେଳକୁ ସବୁ ଫସଲ ନଷ୍ଟ ହୋଇଯାଇଥିବ ବୋଲି ଚାଷୀ ଅଭିଯୋଗ କରିଛନ୍ତି। ସେହିପରି ସରକାରୀ ଧାନ ବିହନରେ ପଡ଼ିିଥିବା ତଳିରୁ ମାତ୍ର ୨୬ ଦିନରେ ଥୋଡ଼ ବାହାରିବା ସମସ୍ୟାର ସମାଧାନ ଖୋଜି ପାଉ ନ ଥିବା ବେଳେ ସାର ମିଳୁ ନ ଥିବାରୁ ଖୋଲା ବଜାରରୁ ଅଧିକ ଦରରେ କିଣିବାକୁ ଚାଷୀ ବାଧ୍ୟ ହେଉଛନ୍ତି। ଏପରିକି ୟୁୁରିଆ ବସ୍ତାପ୍ରତି ୫୦୦ ଟଙ୍କା ଦରରେ ଖୋଲା ବଜାରରୁ କିଣିବାକୁ ପଡ଼ୁଛି ବୋଲି ଚାଷୀ କହିଛନ୍ତି। ଏହାଛଡା ମୌସୁମୀ ବର୍ଷା ଓ ମହାନଦୀ, ବାହ୍ମଣୀ ସିଷ୍ଟମରେ ଆସିଥିବା ବନ୍ୟା ଜଳ ଅଦ୍ୟାବଧି ତଳୁଆ ଅଞ୍ଚଳରେ ଥିବା ଚାଷ ଜମିଗୁଡିକରେ ଜମି ରହିଛି। ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି।
ସୂଚନାଯୋଗ୍ୟ, ଜିଲାରେ ୧, ୭୨, ୩୧୩ ଜଣ ଚାଷୀ ଥିଲାବେଳେ ୧,୮୨,୧୮୪ ହେକ୍ଟର ଚାଷୋପଯୋଗୀ ଜମି ରହିଛି। ଚଳିତ ବର୍ଷ ୧ଲକ୍ଷ ୫୨ ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।  ଅଦ୍ୟାବଧି ଜିଲାରେ ୧,୨୪,୪୬୦ ହେକ୍ଟରରେ ଧାନ ଚାଷ ହୋଇଥିବା ନେଇ ଜିଲା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏ ସମ୍ପର୍କରେ କୃଷକ ନେତା ଗୟାଧର ଧଳ କୁହନ୍ତି, ଜିଲାରେ ଆଳି, ରାଜକନିକା ଓ ରାଜନଗର ବ୍ଲକରେ ଆଦୌ କେନାଲ ନାହିଁ। ମହାକାଳପଡ଼ାରେ ମାତ୍ର ୨୦ ପ୍ରତିଶତ ଚାଷ ଜମିକୁ କେନାଲ ମାଧ୍ୟମରେ ଜଳସେଚନ ହେଉଛି। ତେବେ ଜିଲାର ଅନ୍ୟାନ୍ୟ ବ୍ଲକରେ ମୋଟ ୪୫,୯୧୪ ହେକ୍ଟର ଚାଷ ଜମିରେ ଜଳସେଚନ ହେଉଥିବା ଦର୍ଶାଇ ଦୀର୍ଘବର୍ଷ ଧରି ଜଳକର ଆଦାୟ ହେଉଛି। ଅପରପକ୍ଷରେ ଚଳିତ ଖରିଫ ଋତୁରେ ମୋଟ ୪୦,୨୦୭ ହେକ୍ଟର ଅଞ୍ଚଳକୁ କେନାଲ ମାଧ୍ୟମରେ ଜଳସେଚନ ହେଉଥିବା କୃଷି ବିଭାଗ ପକ୍ଷରୁ ଜଣାପଡିଛି ା ସେହିପରି ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ଗହଗାପାଟର ୮୧୬ ହେକ୍ଟର ଜମିରେ ପାଣି ଜମି ନଷ୍ଟ ହୋଇଥିବା ଧଳ କହିଛନ୍ତି। ଜିଲାର ଅନେକ ଚାଷୀ ଋଣ କରି ଚାଷ କରିଥିବାବେଳେ ଏସବୁ ସମସ୍ୟା ଯୋଗୁ ଋଣ ଶୁୁଝିବା ନେଇ ଚିନ୍ତାରେ ପଡ଼ିଛନ୍ତି।
ଏ ସମ୍ପର୍କରେ କୃଷି ଉପନିର୍ଦ୍ଦେଶକ ଶରତଚନ୍ଦ୍ର ଦାସ କୁହନ୍ତି, ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅଳ୍ପ ଦିନରେ ଧାନ ଗଛରୁ ଥୋଡ ବାହାରିବା ସମସ୍ୟା ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ସୋମବାର ୫ ଜଣ କୃଷି ବୈଜ୍ଞାନିକ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ତଦନ୍ତ ରିପୋର୍ଟ ଆସିଲେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ ସାରର ଅଭାବ ସମ୍ପର୍କରେ ସେ କୁହନ୍ତି, ଆସନ୍ତା ବୁଧବାର ଭଦ୍ରକରୁ ସାର ଆସିବ। ଏହି ସାର ଆସିବା ପରେ ଜିଲାରୁ ସାର ଅଭାବଜନିତ ସମସ୍ୟା ଦୂର ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?