ଚାଷ ପାଇଁ ଚାଷୀ ଚିନ୍ତିତ

ପୁରୁଣା ଭୁବନେଶ୍ୱର,୨୧ା୯(ଡି.ଏନ.ଏ.): ରାଜଧାନୀର ବିଭିନ୍ନ ମଠ ମନ୍ଦିର, ଆଦି ସରକାରୀ ଜାଗାକୁ ଜବରଦଖଲ କରିସାରିବା ପରେ ଏବେ ରାଜଧାନୀର ଉପକଣ୍ଠରେ ଜବରଦଖଲକାରୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ଗ୍ରୀନ୍‌କୁ ୟଲୋ ଜୋନରେ ବିଡିଏରୁ ମିଛ ପ୍ରମାଣପତ୍ର ଦାଖଲ କରାଇ ଏସବୁ ଅଞ୍ଚଳରେ ୟଲୋ ଜୋନର ଯୋଜନାମାନ କରୁଛନ୍ତି। ଯାହାକୁ ନେଇ ଚାଷ ଉପରେ ନିର୍ଭର କରୁଥିବା ଶତାଧିକ ଚାଷୀ ଚିନ୍ତାରେ ପଡିଛନ୍ତି। ଚକନାଳୀ, କାଡାନାଳୀ, ନୈନଯୋରୀ, ଜୋର, ଅନାବାଦୀ, ସରକାରୀ ଜାଗା ଏବଂ ନାଳଗୁଡିକୁ ଜବରଦଖଲ କରି ଏଠାରେ ନିର୍ମାଣକାର୍ଯ୍ୟ କରିବା ଦ୍ୱାରା ଚାଷୀଙ୍କ ଦୁଃଖକୁ ଆହୁରି ଦୁଇଗୁଣିତ କରିଛି। ଏସବୁ କାର୍ଯ୍ୟରେ ରାଜ୍ୟରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ, ତହସିଲଦାର ଏବଂ ବିଡିଏର କେତେଜଣ ପ୍ରଶାସନିକ ଅଧିକାରୀଙ୍କୁ ହାତ କରି ବିଲ୍‌ଡରମାନେ ମୋଟା ଅଙ୍କର ଅର୍ଥ ଦେଇ ଜମି ହଡପ କରୁଛନ୍ତି। ୩୧୬ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଉତ୍ତର ଶାସନ, ପୂବାଶାସନ ଆଦି ମୌଜାରେ ଏହା ଦେଖିବାକୁ ମିଳୁଛି। ଗୁଡିଆପୋଖରୀ, ଛକଠାରେ ଥିବା ମାଟିଆପଡା-୨ ସର୍କଲ ଅଧୀନରେ ଥିବା ଚାଷଜମିରେ ଅନେକ ବିଲ୍‌ଡର ଚକନାଳୀକୁ ପୋତି ନିଜର କାର୍ଯ୍ୟ ହାସଲ କରିଥିବା ଦେଖିବାକୁ ମିଳୁଛି। ପ୍ରାୟ ୮ ଫୁଟର ଏକ ଚକନାଳୀକୁ ବିଲଡର ପାଚେରି କରି ନିଜେ ଚାଷୀଠାରୁ କିଣିଥିବା ଜମିରେ ମିଶାଇ ହରିଲୁଟ୍‌ କରିବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଘୋର ବିରୋଧ କରାଯାଇଛି। ଯଦି ଏକ ଚକନାଳୀକୁ ଚାଷୀମାନଙ୍କ ଉଦ୍ଦେଶ୍ୟରେ ବିଭାଗୀୟ ଅଧିକାରୀମାନେ ତୁରନ୍ତ ଉନ୍ମୁକ୍ତ ନ କରିବେ ତାହା ହେଲେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି। ସୂଚନାଥାଉ କି ଏହିସବୁ ମୌଜାରେ ରାଜଧାନୀର ଅନେକ ବିଲ୍‌ଡରମାନେ ନିଜର ପ୍ରୋଜେକ୍ଟ ପାଇଁ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନମାନ ନିର୍ମାଣ କରୁଛନ୍ତି। ହେଲେ କୌଣସି ବିଲଡର କିମ୍ବା ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଶୁଭଦୃଷ୍ଟି ଚାଷୀମାନଙ୍କ ଉପରେ ପଡୁ ନ ଥିବାରୁ ଆଗାମୀ ଦିନରେ ବିସ୍ତୀର୍ଣ୍ଣ ଚାଷଜମି ନିଶ୍ଚିହ୍ନ ହୋଇଯିବା ଏକ ପ୍ରକାର ଆଶଙ୍କା କରାଯାଇଛି। ଏ ସମ୍ପର୍କରେ ପିପିଲି ବିଡିଓ ତଥା ତହସିଲଦାର ଆଦିକନ୍ଦ ବେହେରାଙ୍କୁ ପଚାରିବାରୁ ଚାଷ ଜମି ଚକନାଳୀ ଜବରଦଖଲ ନେଇ କୌଣସି ଅଭିଯୋଗ ହୋଇନାହିଁ। ଚାଷୀମାନଙ୍କର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ତତ୍‌କାଳ ଚକନାଳୀ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଭଳି ଘଟଣାର ଆର୍‌ଆଇମାନେ ପ୍ରଥମେ ଡ୍ରେନେଜ ଅବସ୍ଥା ଦେଖି ପରେ ଅନୁମତି ଦେବା କଥା। ସ୍ଥାନୀୟ ବାସିନ୍ଦା ଦୀନବନ୍ଧୁ ବେହେରା କୁହନ୍ତି, ମୌଜା ଭଳି ଆଖପାଖ ଆଞ୍ଚଳରେ ଚାଷୀ ତଥା ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଚକନାଳୀ ଏବଂ କାଡାନାଳୀର ବେଆଇନ ନିର୍ମାଣକୁ ବରଦାସ୍ତ କରାଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

RCBର ଏତିହାସିକ ବିଜୟ, ପ୍ରଥମ ଥର ପାଇଁ ଘରୋଇ ମଇଦାନରେ ଲକ୍ଷ୍ନୌକୁ କଲା ପରାସ୍ତ

ନୂଆଦିଲ୍ଲୀ,୧୫।୪: ଭାରତୀୟ ପ୍ରିମିୟର ଲିଗ୍  ର ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ନିଜର ଘରୋଇ ଗ୍ରାଉଣ୍ଡ ଏମ୍.ଏ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ…

ଏଥର ରାଜସ୍ଥାନ ରୟାଲ୍ସ ହିଁ ଜିତିବ ଆଇପିଏଲ୍‌? ଗୋଟିଏ ପରାଜୟ ଦେଲା ଖୁସିଖବର!

ନୂଆଦିଲ୍ଲୀ,୧୫।୪: ଆଇପିଏଲ୍‌ ୨୦୨୬ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ (RR) ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ଟି ମ୍ୟାଚ୍‌ରୁ ଦଳ ୪ଟିରେ ବିଜୟୀ ହୋଇଥିବାବେଳେ,…

RCB ପ୍ଲେଇଂ ୧୧ରୁ ବାଦ୍‌ ପଡ଼ିଲେ ବିରାଟ କୋହଲି, କାହିଁକି ନିଆଗଲା ଏଭଳି ବଡ଼ ନିଷ୍ପତ୍ତି?

ବେଙ୍ଗାଲୁରୁ,୧୫।୪: ଆଇପିଏଲ୍‌ ୨୦୨୬ର ୨୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବେଙ୍ଗାଲୁରୁର…

ଫୁଲବାଣୀ ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ, ଆଦର୍ଶ ଥାନା ପୋଲିସକୁ ଦାୟୀ କଲେ ପରିବାର

ଫୁଲବାଣୀ,୧୫।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି । ତେବେ…

ଦଣ୍ଡନାଚ ଦେଖିବା ବେଳେ ଠେଲାପେଲାକୁ ନେଇ ମାରପିଟ; ୫ ଆହାତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଭାଲିଆଝୋଳା ଗ୍ରାମରେ ଦଣ୍ଡନାଚ ଚାଲିଥିବା ବେଳେ ଠେଲାପେଲା । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ…

ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ…

କାର୍ ଭିତରୁ ୮.୪୭ଲକ୍ଷର ଜାଲ ନୋଟ ଜବତ, ବରଗଡ-ଛତିଶଗଡକୁ ଲମ୍ବିଛି ଚେର

ସୋନପୁର,୧୫।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏଥିରେ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri