ଚାଷଜମି ବୁଲି ଦେଖିଲେ ମନ୍ତ୍ରୀ

ଖଇରା,୧୧।୧୧(ଡି.ଏନ.ଏ.)- ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଖଇରା ବ୍ଲକର ୮୦ଭାଗ ଧାନ ପାଣିରେ ବୁଡିରହିଛି ା ପାଚିଲା ଧାନରେ ବର୍ଷା ମାଡ଼ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ଚାଷୀଙ୍କର ଏଭଳି ଦୁଃସମୟରେ ସେମାନଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ା ଶୁକ୍ରବାର ଅପରାହ୍ନରେ ସେ ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତର ବାରିଙ୍ଗିଆ, ରାଇକୁଳା ଏବଂ ଶ୍ୟାମସୁନ୍ଦରପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ନଷ୍ଟ ହୋଇଥିବା ଚାଷଜମି ଦେଖିଥିଲେ। ଏଥିସହ ବାଲେଶ୍ୱର ଜିଲାପାଳ, ରାଜ୍ୟ କୃଷି ଓ ରାଜସ୍ବ ମନ୍ତ୍ରୀଙ୍କୁ ଜଣାଇ କିଭଳି ଚାଷୀଙ୍କୁ ସହାୟତା ମିଳିପାରିବ ସେ ସମ୍ପର୍କରେ ଦୃଷ୍ଟିଦେବାକୁ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ା ୮୦ ପ୍ରତିଶତ ଚାଷ ନଷ୍ଟ ହୋଇଥିବା ବେଳେ ପ୍ରଶାସନର ସହାୟତା ଚାଷୀଙ୍କୁ କେତେ ପରିମାଣରେ ମିଳିବ ତାହା ଆଗାମୀ ଦିନରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ: ଖସୁଛି କରୋନା ଗ୍ରାଫ୍‌

ପୁରୀ ଅଫିସ,୨୭।୯: ଗତ କିଛିଦିନ ହେଲା ପୁରୀ ଜିଲାରେ କରୋନା ସଂକ୍ରମଣ ସାଂଘାତିକ ସ୍ଥିତିରେ ଥିଲା। ପ୍ରତ୍ୟହ ଦୁଇଶହ କିମ୍ବା ତିନିଶହରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ...

ରାତିଅଧିଆ ବିଧାୟକଙ୍କ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଭଦ୍ରକ ଅଫିସ,୨୦।୧୨: ଭଦ୍ରକ ବିଧାୟକ ସଞ୍ଜୀବ ମଲିକ ଗୁରୁବାର ବିଳମ୍ବିତ ରାତିରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ସେ ରାତିରେ ରୋଗୀସେବା ନିରୀକ୍ଷଣ...

କ୍ବାରାଣ୍ଟାଇନ ସେଣ୍ଟରରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେଉ

କଟକ ଅଫିସ,୨୮।୪: କଟକ ନଗର ମହିଳା ମୋର୍ଚ୍ଚା ତରଫରୁ ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ଜିଲାପାଳଙ୍କୁ ଭେଟି ଦାବିପତ୍ର...

ଆଦିବାସୀଙ୍କ ଆବଶ୍ୟକତା ଭରଣା କରୁଛି ଟୋଲା ତେଲ

ମାଥିଲି, ୧୭।୩ (ଡି.ଏନ.ଏ) :ଜଙ୍ଗଲ ଜାତ ଦ୍ରବ୍ୟ ହେଉଛି ଟୋଲା। ଏଥିରୁ ପ୍ରସ୍ତୁତ ତେଲକୁ ଆଦିବାସୀମାନେ ରୋଷେଇରେ ବ୍ୟବହାର କରିଥାନ୍ତିି। ମାଲକାନଗିରି ଜିଲା ମାଥିଲି ଓ...

୩୦ଫୁଟ ତଳକୁ ଖସିଲା ତେଲ ଟ୍ୟାଙ୍କର୍‌

ହରଭଙ୍ଗା, ୩।୯(ଡି.ଏନ.ଏ): ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଥାନା ଆଡେନିଗଡ ନିକଟରେ ଭାରସାମ୍ୟ ହରାଇ ତେଲ ଟ୍ୟାଙ୍କର ରାସ୍ତା ତଳକୁ ଓଲଟି ପଡିଛି। ସୌଭାଗ୍ୟବଶତଃ...

ଜନତା କର୍ଫ୍ୟୁ : ଚାରିଆଡ଼େ ଖାଁ ଖାଁ ପରିବେଶ

କେସିଙ୍ଗା,୨୨।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତର ୧୧୦ଟି ଗ୍ରାମର ଲୋକେ ରବିବାର ସକାଳ ୭ଟାରୁ କେନ୍ଦ୍ର ସରକାରଙ୍କ ଜନତା କର୍ଫ୍ୟୁ ନିୟମ ସମ୍ପୂର୍ଣ୍ଣ...

ଦୁର୍ନୀତିଖୋର ଅଧିକାରୀଙ୍କୁ ସୁରକ୍ଷା: ୧୫ ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଯାଜପୁର ଅଫିସ,୪ା୧୦: ଯାଜପୁର ଜିଲା ଯୋଗାଣ ବିଭାଗ କର୍ତ୍ତୃପକ୍ଷ ଅଡିଟ୍‌ ରିପୋର୍ଟର ଅନୁପାଳନ କରିବାରେ କୁନ୍ଥକୁନ୍ଥ ହେଉଛନ୍ତି। ବିପୁଳ ପରିମାଣର ସରକାରୀ ଅର୍ଥ ହରିଲୁଟ କରିଥିବା...

ଅବ୍ୟବସ୍ଥିତ ବ୍ୟାଙ୍କସେବା ପାଇଁ ସୁଫଳ ଦେଉନି ‘କାଳିଆ’

ବୈପାରୀଗୁଡ଼ା,୧୭।୧(ଡି.ଏନ୍‌.ଏ.) – ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା କରିଥିବା ବେଳେ କେନ୍ଦ୍ର ସରକାର ପିଏମ୍‌ କିଷାନ ଯୋଜନା କରିଛନ୍ତି। କିନ୍ତୁ...

Advertisement
Archives

Model This Week