Posted inବୌଦ୍ଧ

ଚାଲି ଚାଲି ଫେରୁଥିବା ଦୁଇ ଶ୍ରମିକ ପରିବାର ଉଦ୍ଧାର

ବୌଦ୍ଧ,୨୯ା୫(ସ୍ବ.ପ୍ର.)-ଶୁକ୍ରବାର ବୌଦ୍ଧ ଜିଲାରେ ପୁଣି ୧୩୦ ଜଣ ପ୍ରବାସୀ ଶ୍ରମିକ ପହଞ୍ଚିଥିବା ଜଣାଯାଇଛି। ଫଳରେ ଜିଲାକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ୨୭୬୧ରେ ପହଞ୍ଚତ୍ଛି । ସେହିପରି ଅନୁଗୋଳ ଜିଲାର ଦୁଇ ଶ୍ରମିକ ପରିବାରର ୭ ଜଣ ଚାଲି ଚାଲି ଘରକୁ ଫେରୁଥିବା ବେଳେ ଜିଲା ଯୁବ ରେଡକ୍ରସ ପକ୍ଷରୁ ସେମାନଙ୍କୁ ବୌଦ୍ଧ ଟାଉନ ନିକଟରୁ ଉଦ୍ଧାର କରାଯାଇ ଗାଡି ଯୋଗେ ନିଜ ଘରକୁ ପଠାଇ ଦିଆଯାଇଛି ା ଏହାଛଡା ଏହାମଧ୍ୟରେ ସମୁଦାୟ ୬୧୩ ଜଣ ଶ୍ରମିକଙ୍କୁ ସ୍ବତନ୍ତ୍ର ଗାଡିରେ ସେମାନଙ୍କ ନିଜ ରାଜ୍ୟକୁ ପଠାଇ ଦିଆଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାରେ ୧୦୦ରୁ ଊର୍ଦ୍ଧ୍ୱ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ ହୋଇ ରହିଥିବା ବେଳେ ବର୍ତ୍ତମାନ ୫୩ କେନ୍ଦ୍ରରେ ପ୍ରବାସୀ ଶ୍ରମିକମାନଙ୍କୁ ରଖାଯାଇଛି। କଣ୍ଟାମାଳ ବ୍ଲକରେ ସର୍ବାଧିକ ୧୯ଟି କେନ୍ଦ୍ରରେ ୬୭୧ ଜଣ,ହରଭଙ୍ଗାରେ ୧୩ କେନ୍ଦ୍ରରେ ୫୧୪ ଜଣ ,ବୌଦ୍ଧ ବ୍ଲକରେ ୨୦ କେନ୍ଦ୍ରରେ ୬୪୭ ଜଣ ଓ ବୌଦ୍ଧ ଏନଏସିରେ ଗୋଟିଏ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୨ ଜଣ ଶ୍ରମିକଙ୍କୁ ରଖାଯାଇଛି । କ୍ୱାରାଣ୍ଟାଇନ ଅବଧି ପୂରଣ ହେବା ପରେ ୮୭୨ ଜଣ ଶ୍ରମିକ ଘରକୁ ଫେରିଥିବା ଜଣାଯାଇଛି। ସେହିପରି ୮୮୯ ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଆଉ ୬୯ ଜଣଙ୍କ ରିପୋର୍ଟ ଆସିବାକୁ ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା କ୍ଷୟକ୍ଷତି ଆକଳନ କଲେ ହରଭଙ୍ଗା ତହସିଲଦାର

ହରଭଙ୍ଗା,୯ା୯(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଞ୍ଚଳରେ ହୋଇଥିବା ଲଗାଣ ବର୍ଷା ଓ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ବୁଧବାର ହରଭଙ୍ଗା ଅତିରିକ୍ତ ତହସିଲଦାର ହରିଓଁ...

ମହୋତ୍ସବ ଋତୁ

ବୌଦ୍ଧ ଜିଲା ସଂସ୍କୃତିସମ୍ପନ୍ନ ଐତିହାସିକ, ଶାନ୍ତି, ପ୍ରୀତି ଓ ମୈତ୍ରୀର ପବିତ୍ର ମାଟି। ସେହି ଜିଲାରେ ବର୍ଷସାରା ମହୋତ୍ସବର ଋତୁ ଚାଲିଛି। ହରଭଙ୍ଗା ବ୍ଲକ ପୁରୁଣାକଟକରେ...

ଡେପୁଟି କଲେକ୍ଟରଙ୍କ ନାଁରେ ସ୍ତ୍ରୀ ଆଣିଲେ ନିର୍ଯାତନା ଅଭିଯୋଗ

ଲଖନପୁର, ୨୭ା୯(ଡି.ଏନ୍‌.ଏ.)-ବୌଦ୍ଧ ଜିଲାର ଡେପୁଟି କଲେକ୍ଟର ଶରତ କୁମାର ବାଗଙ୍କ ନାମରେ ସ୍ତ୍ରୀ ଡଲିଆ ଦେବନାଥ ଆଣିଛନ୍ତି ନିର୍ଯାତନା ଅଭିଯୋଗ । ଏ ନେଇ ଦେବନାଥ...

ଉପରେ ପିଆଜ ବସ୍ତା, ତଳେ ଗଞ୍ଜେଇ

ମନମୁଣ୍ଡା, ୧୯।୫ (ଡି.ଏନ.ଏ.)-ବୌଦ୍ଧ ଜିଲା ଅଧୀନ କଣ୍ଟାମାଳରୁ ଏକ ଟ୍ରକ ଯୋଗେ ମନମୁଣ୍ଡା ଦେଇ ଚୋରାଚାଲାଣ ହେଉଥିବା ୧୧ କୁଇଣ୍ଟାଲ ଗଞ୍ଜେଇ ଓ ୩୫ ବସ୍ତା...

୮ଦିନରେ ବଦଳିଗଲା ବ୍ଲଡ୍‌ଗ୍ରୁପ

ବୌଦ୍ଧ,୧୯।୬ (ସ୍ବ.ପ୍ର.): ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷାଗୁଡିକ ଖାମଖିଆଲିଭାବେ କରାଯାଉଛି। ଏହାର ଏକ ଉଦାହରଣ ଶନିବାର ଦେଖିବାକୁ ମିଳିଛି। ଏହି ହସ୍ପିଟାଲରେ ବୌଦ୍ଧ ବ୍ଲକ...

ଦାଦନ୍‌ ଦୁଖ: ଆପ୍‌ନେ ଆରପାରେ, ପଲିଥିନ୍‌ ତଲେ ପରିବାର

ପୁରୁଣାକଟକ,୧୭।୧୦(ଡି.ଏନ୍‌.ଏ.)-  ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପଁଚେତ୍‌ ଅଧୀନ କମଳପୁର ଗଁାର ଭିକୁ ହଂସ(୩୪)। ସେ ବାଙ୍ଗାଲୋରକେ ଦାଦନ୍‌ ଖଟିଯାଇ ଶୋଭା ଲିମିଟେଡ୍‌ କମ୍ପାନୀରେ...

ଅଧିକ ୬ଟଙ୍କାରେ ବିକ୍ରି ହେଉଛି କିରୋସିନ

ବାଉଁଶୁଣୀ,୯।୪(ଡି.ଏନ୍‌.ଏ.): ସରକାର ଲୋକଙ୍କୁ ଚାଉଳ, ଗହମ, କିରୋସିନ ଆଦି ସାମଗ୍ରୀ ରିହାତି ଦରରେ ଯୋଗାଇ ଦେଉଛନ୍ତି। ହେଲେ କିଛି ଅସାଧୁ କର୍ମଚାରୀ ଅଧିକ ଦରରେ ବିକି...

ନାବାଳିକାଙ୍କ ବିବାହ ଯୋଜନା ଧରାପଡ଼ିଲା, ୩ଗିରଫ

ବୌଦ୍ଧ, ୨୯ା୪(ସ୍ବ.ପ୍ର)-ଜଣେ ନାବାଳିକାଙ୍କ ବିବାହ ଯୋଜନା ପୋଲିସ ହାତରେ ଧରାପଡିଛି ା ଏହି ବିବାହରେ ବ୍ୟବହୃତ କାର ପାଇଁ ଜାଲ୍‌ ପାସ୍‌ ବ୍ୟବହାର କରାଯାଇଥିବା ଘଟଣା...

Advertisement
Archives

Model This Week