Posted inଖେଳ

ଚାରି ନମ୍ବର ସ୍ଥାନ ପକ୍କା କରିଛନ୍ତି ଶ୍ରେୟାସ

କୋଲକାତା, ୯ା୬ (ପି.ଟି.)-ହ୍ବାଇଟ୍‌ ବଲ୍‌ କ୍ରିକେଟରେ ଭାରତୀୟ କ୍ରିକେଟ ଦଳରେ ୪ ନମ୍ବର ସ୍ଥାନ କିଏ ପୂରଣ କରିବା ସେ ନେଇ ଦୀର୍ଘ ଦିନ ହେଲା ବିତର୍କ ଚାଲିଥିଲା। ଏହି ସ୍ଥାନ ବୋଧହୁଏ ମୁଁ ପକ୍କା କରିସାରିଛି ବୋଲି କହିଛନ୍ତି ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର। ବ୍ୟାଟିଂ ଅର୍ଡରରେ ଚାରି ନମ୍ବର ସ୍ଥାନ ପାଇଁ ଅମ୍ବାଟି ରାୟୁଡୁ, ବିଜୟ ଶଙ୍କର, ରିଷଭ ପନ୍ତ ଏପରିକି ଏମ୍‌.ଏସ୍‌. ଧୋନୀଙ୍କୁ ନେଇ ପରୀକ୍ଷା କରାଯାଇଛି। ହେଲେ କେହି ଏହି ସ୍ଥାନ ପକ୍କା କରି ପାରି ନ ଥିଲେ। ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ପରାଜୟ ପରେ ଏହି ମୁମ୍ବାଇ ୟଙ୍ଗଷ୍ଟରଙ୍କୁ ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ଡାକରା ଆସିଥିଲା। ସିରିଜରେ ସେ ପ୍ରଭାବୀ ପ୍ରଦର୍ଶନ ମଧ୍ୟ କରିଥିଲେ। ପରେ ଚଳିତ ବର୍ଷ ପ୍ରଥମ ଭାଗରେ ନ୍ୟୁଜିଲାଣ୍ଡରେ ଏହି ୨୫ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା। ସିରିଜରେ ସେ ଗୋଟିଏ ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ସହ ସବୁଠାରୁ ଅଧିକ ରନ ସଂଗ୍ରହକାରୀ ଖେଳାଳି ହୋଇଥିଲେ। ଯଦି ଭାରତର ତରଫରୁ ଏକ ବର୍ଷ ଧରି ଜଣେ ଖେଳାଳି ଗୋଟିଏ ପୋଜିଶନରେ ଖେଳି ପାରିଲା ସେହି ସ୍ଥାନ ସେ ପକ୍କା କରିନେଲା ବୋଲି ବୁଝିବାକୁ ହେବ ବୋଲି ଶ୍ରେୟାସ କହିଛନ୍ତି। ଶ୍ରେୟାସ ଏହି ସରିଜରେ ମୋଟ ୨୧୭ ରନ ସ୍କୋର କରିଥିଲେ। ଏକ ୩ ମ୍ୟାଚ ବିଶିଷ୍ଟ ଦ୍ୱିପାକ୍ଷିକ ସିରିଜରେ ୪ନମ୍ବର ସ୍ଥାନରେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଏହାଥିଲା ସର୍ବାଧିକ ରନ। ୪ ନମ୍ବର ସ୍ଥାନ ପାଇଁ ବିତର୍କ ଚାଲିଥିଲା। ଏହି ସ୍ଥାନରେ ଭଲ ପ୍ରଦର୍ଶନ କରି ସ୍ଥାନ ପକ୍କା କରିବା ନିଶ୍ଚିତ ଭାବେ ସନ୍ତୋଷଜନକ ବୋଲି ଶ୍ରେୟାସ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆୟୋଜିତ ଏକ ଇନଷ୍ଟାଗ୍ରାମ୍‌ ଚାଟ୍‌ରେ କହିଛନ୍ତି। ତେବେ ସେ ଟିମ୍‌ର ଆବଶ୍ୟକତା ଅନୁସାରେ ଯେକୌଣସି ସ୍ଥାନରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ଥିବା ପ୍ରକାରାନ୍ତରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୁମରାଙ୍କୁ ପାକିସ୍ତାନ ବୋଲରଙ୍କ ସହ ତୁଳନା କଲେ ପ୍ରାକ୍ତନ ପେସର

କରାଚୀ, ୧୩ା୪- ଭାରତୀୟ ପେସର ଯଶପ୍ରୀତ ବୁମରାଙ୍କୁ ବିଶ୍ୱ କ୍ରିକେଟରେ ଅନ୍ୟତମ ଘାତକ ବୋଲର ଭାବେ ଗଣାଯାଏ। ହେଲେ ପାକିସ୍ତାନ ପେସର ଶାହିନ ଆଫ୍ରିଦୀ, ବୁମରାଙ୍କ...

ହଠାତ୍‌ ଅବସର ଘୋଷଣା କରି ଚମକାଇଲେ ଏହି ୩୦ ବର୍ଷୀୟ କ୍ରିକେଟର

କଲମ୍ବୋ,୫।୧: ନିକଟରେ ଶେଷ ହୋଇଥିବା ଟି -୨୦ ବିଶ୍ୱକପ ସମୟରେ ବିସ୍ଫୋରକ ବ୍ୟାଟିଂ କରି ଚମକାଇଥିବା ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଭାନୁକା ରାଜପକ୍ଷେ(୩୦) ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟରୁ...

ପୁଣିଥରେ ଶାହାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍‌; କ୍ୱାରାଣ୍ଟାଇନ୍‌ ଶେଷ କରିବା ସତ୍ତ୍ୱେ..

ନୂଆଦିଲ୍ଲୀ,୧୪।୫: ସନରାଇଜର୍ସ ହାଇଦ୍ରାବାଦର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଦ୍ଧିମାନ ଶାହାଙ୍କ ନମୂନା ପୁଣିଥରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦୁଇ ସପ୍ତାହ(୧୪ ଦିନ) ଧରି କ୍ୱାରାଣ୍ଟାଇନ୍‌ରେ ରହିବା...

ପନ୍ତଙ୍କ ମା’ଙ୍କ ସହ ଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଶୁକ୍ରବାର ସେ ପନ୍ତଙ୍କ...

ରୋହିତ, ଈଶାନ୍ତ ପ୍ରଥମ ଦୁଇ ଟେଷ୍ଟରୁ ବାଦ୍‌: ବାକି ଦୁଇଟି ମ୍ୟାଚ୍‌ ଖେଳିବା ନେଇ ଆଶଙ୍କା

ନୂଆଦିଲ୍ଲୀ,୨୫।୧୧(ପି.ଟି.): ଭାରତୀୟ ତାରକା ଓପନର ରୋହିତ ଶର୍ମା ଓ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି...

ଇଡେନ ଗାର୍ଡେନ୍‌ରେ ଲାଗିଲା ନିଆଁ

କୋଲକତା,୧୦।୮: ଭାରତରେ ଦିନିକିଆ ବିଶ୍ୱକପ ଆରମ୍ଭ ହେବାକୁ ୨ ମାସରୁ କମ ସମୟ ବାକି ଅଛି। ଏହି ସମୟରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ମେଗା...

ବାତିଲ୍‌ ହୋଇପାରେ ଭାରତ-ଇଂଲଣ୍ଡ ସିରିଜ

ନୂଆଦିଲ୍ଲୀ, ୧୫।୭- ମହାମାରୀ କରୋନା ଭାଇରସ୍‌ ଲାଗି ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ସୀମିତ ଓଭର ବିଶିଷ୍ଟ ସିରିଜ...

ସଚେତନ କରାଇଲେ ବିରାଟ

ନୂଆଦିଲ୍ଲୀ, ୨୮।୩ – କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର କରିଥିବା ଲକ୍‌ଡାଉନ ନିୟମକୁ ନେଇ ଲୋକମାନେ ଯେପରି ଆଲୋଚନା କରୁଛନ୍ତି ସେଥିରେ ସନ୍ତୁଷ୍ଟ...

Advertisement
Archives

Model This Week