ଚାକିରି ବୟସ ସୀମା ୪୪ ବର୍ଷକୁ ବୃଦ୍ଧି ଦାବି

ଫୁଲବାଣୀ ଅଫିସ, ୪ା୯-ଦୀର୍ଘ ବର୍ଷଧରି ସରକାରୀ ଚାକିରିରେ ନିଯୁକ୍ତି ନିମନ୍ତେ ବୟସ ସୀମା ୩୨ବର୍ଷ ରହିଛି। ଏହାକୁ ୪୪ ବର୍ଷକୁ ବୃଦ୍ଧି କରିବାକୁ କନ୍ଧମାଳ ଜିଲା ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଦାବି କରାଯାଇଛି। ରାଜ୍ୟରେ ବେକାରୀ, ବେରୋଜଗାରୀ ବଢ଼ିଚାଲିଛି। ଅନ୍ୟପକ୍ଷରେ ଖାଲି ପଡ଼ିଥିବା ପଦବୀ ପୂରଣ ଓ ନୂତନ ପଦବୀ ସୃଷ୍ଟି କରାଯାଉନାହିଁ। ଅନେକ ଯୁବତୀଯୁବକ ୩୨ବର୍ଷ ଅତିକ୍ରାନ୍ତ କରିସାରିଲେଣି। ବିଜେଡି ଓ ଭାଜପା ଶାସନରେ ବୟସ ସୀମା ବୃଦ୍ଧି ନେଇ ବିଭିନ୍ନ ସ୍ତରରୁ ବାରମ୍ବାର ଦାବି ହୋଇ ଆସୁଛି। ଏ ନେଇ ବିଧାନସଭାରେ ବହୁବାର ଆଲୋଚନା ହୋଇଛି। ପ୍ରାକ୍ତନ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା ଏବଂ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବୟସ ବୃଦ୍ଧି କରିବାକୁ ସରକାର ବିଚାର କରୁଛନ୍ତି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ନିକଟରେ ବିଧାନସଭାରେ ଶୂନ୍ୟକାଳରେ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ ଏବଂ ତାରା ପ୍ରସାଦ ବାହିନୀପତି ସାଧାରଣବର୍ଗଙ୍କ ପାଇଁ ନିର୍ଦ୍ଧାରିତ ବୟସସୀମା ୩୨ବର୍ଷରୁ ୪୪ବର୍ଷକୁ ବୃଦ୍ଧି ପ୍ରସଙ୍ଗକୁ ଗୃହରେ ଉତ୍‌ଥାପନ କରିଥିଲେ। ଗୋଆରେ ୪୫, ଆସାମରେ ୪୪, ତେଲେଙ୍ଗାନାରେ ୪୪, ଆନ୍ଧ୍ରରେ ୪୨, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ସରକାରୀ ଚାକିରି ନିମନ୍ତେ ୪୦ ବର୍ଷ ବୟସ ସୀମା ରହିଛି ବୋଲି ଗୃହକୁ ଅବଗତ କରିଥିଲେ। ବୟସସୀମା ବୃଦ୍ଧି ଦ୍ୱାରା ଆଦିବାସୀ, ଦଳିତ ଓ ଓବିସି ମଧ୍ୟ ଉପକୃତ ହେବେ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହାର ପୁନଃବିଚାର କରି ୪୪ବର୍ଷକୁ ବୟସୀମା ବୃଦ୍ଧି କରିବାକୁ କନ୍ଧମାଳ ଜିଲା ବରିଷ୍ଠ ନାଗରିକ ସମାଜ ଉପ ସଭାପତି ସୁରେଶ ପଟ୍ଟନାୟକ, ବିଶ୍ୱନାଥ ବଗର୍ତୀ, କାଶୀନାଥ ମହାରଣା, ବେଣୁ ପ୍ରଧାନ, ବିନୋଦିନୀ ପଟ୍ଟନାୟକ, ରଘୁନାଥ ଗୌଡ, ରମେଶ ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ଘଟାଳ, କପ୍ତାନ ବଗର୍ତ୍ତୀ ପ୍ରମୁଖ ପ୍ରେସ୍‌ ବିଜ୍ଞପ୍ତିରେ ଦାବି କରଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଇଲା ଟ୍ରକ୍‌ ଦଖଲରେ ବିଜୁ ଏକ୍ସପ୍ରେସ ୱେ

ସମ୍ବଲପୁର/ରେଙ୍ଗାଲି,୨୮ା୯(ବ୍ୟୁରୋ/ଡି.ଏନ.ଏ.): ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେ ମଙ୍ଗଳବାର ପ୍ରାୟ ୪ ଘଣ୍ଟା ଧରି ଜାମ ରହିଥିଲା। ତଲାବିରା କୋଇଲା ଖଣିରୁ ପରିବହନ ହେଉଥିବା କୋଇଲା ଟ୍ରକ୍‌ଗୁଡିକ...

ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଅନିୟମିତତା ଘଟଣା:ବକେୟା ଦାବିରେ ଅଧିକାରୀଙ୍କୁ ଘେରାଉ

ଛେଣ୍ଡିପଦା,୨୫।୬(ସ୍ବ.ପ୍ର) ଅନୁଗୋଳ ଜିଲା ଛେଣ୍ଡିପଦା ସଦରମହକୁମାରେ ଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଚାଷୀମାନେ ଠକେଇର ଶିକାର ହେବା ସହ ସେମାନଙ୍କୁ ଠିକ୍‌ ସମୟରେ କ୍ଷୀର ବାବଦ...

ବର୍ଷାରେ ପୋଲ ଭୁଶୁଡ଼ିଲା, ଯାତାୟାତ ଠପ୍‌

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୩।୫:କନ୍ଧମାଳ ଜିଲାରେ ବର୍ଷା ପ୍ରଭାବରେ ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ କଡୁରାହାଠାରୁ ଜ୍ରାକିରାହାକୁ ସଂଯୋଗ କରୁଥିବା ରାସ୍ତାର ପୋଲ ଭୁଷୁଡି ପଡିଛି। ଫଳରେ...

ବାତ୍ୟା ‘ବୁଲବୁଲ୍‌’ର ପ୍ରଭାବ: ପଟ୍ଟାମୁଣ୍ଡାଇରେ ପ୍ରବଳ ବର୍ଷା

ପଟ୍ଟାମୁଣ୍ଡାଇ, ୮।୧୧(ସ୍ବ.ପ୍ର.): ବାତ୍ୟା ‘ବୁଲବୁଲ୍‌’ର ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ ପ୍ରବଳ ବର୍ଷା ହେବା ସହ ୫୦କିମିରୁ ଅଧିକ ବେଗରେ ପବନ ବୋହୁଛି। ଏହାକୁ ନେଇ...

ସରିଲା ସୀମାନ୍ତ ମହୋତ୍ସବ: ‘ଯୁବପିଢି ଚାକିରି ପଛରେ ନ ଗୋଡାଇ ସ୍ବାବଲମ୍ବୀ ହୁଅ’

ରେମୁଣା, ୨୨ା୧୧(ଡି.ଏନ.ଏ.)-ବିଜୁ ପଟ୍ଟନାୟକ ସ୍ମୃତି କମିଟି, ସୀମାନ୍ତ ମହୋତ୍ସବ କମିଟି ଓ ଯାତ୍ରା କମିଟିର ମିଳିତ ଆନୁକୂଲ୍ୟରେ ବାଲେଶ୍ୱର ମୟୂରଭଞ୍ଜ ସୀମାନ୍ତ ଦୁର୍ଗାଦେବୀ ରାଉତୁରାପୁରଠାରେ ଚାଲିଥିବା...

ହତ୍ୟା ଅଭିଯୁକ୍ତ ୩ ବର୍ଷ ପରେ ଗିରଫ

ନୟାଗଡ଼ ଅଫିସ,୨୧ା୧୦: ୩ ବର୍ଷ ତଳେ ହତ୍ୟାକାଣ୍ଡ ଘଟାଇ ଫେରାର ଥିବା ଜଣେ ଯୁବକଙ୍କୁ ଟାଉନ ଥାନା ପୋଲିସ ଶନିବାର ଗିରଫ କରିଛି। ସେ ହେଲେ...

ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ ଅଫିସ,୨୪ା୫: ଆସନ୍ତା ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଏଥିନିମନ୍ତେ ମେ’ ୨୬ରୁ ଜୁନ୍‌...

ଧାରଣାରେ ବସିଲେ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ

ବନ୍ତ,୧୦।୫(ଡି.ଏନ.ଏ.) କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେବା ନେଇ ଭଦ୍ରକ ଜିଲା ବନ୍ତ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ଟୁନାବାଳା ଦାଶ ସୋମବାର ବିଇଓ ଅଫିସ ଆଗରେ ଧାରଣାରେ ବସିଥିଲେ।...

Advertisement
Archives

Model This Week