ବସ୍ତା, ୩୦।୧୨(ସ୍ବ.ପ୍ର.)-ଫକୀରମୋହନ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚାକିରି କରାଇଦେବାକୁ କହି ଟଙ୍କା ଠକି ନେଇ ପଳାଉଥିବା ଜଣେ ଯୁବକ ଲୋକଙ୍କ ଦ୍ୱାରା ଧରାପଡ଼ି ଗିରଫ ହୋଇଛନ୍ତି। ଏନେଇ ପୋଲିସ ଏକ ମାମଲା (ନଂ. ୪୪୯/୧୯) ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି।
ପ୍ରକାଶ ଯେ, ବସ୍ତା ଥାନା ମୁଣ୍ଡିମାରି ଗ୍ରାମ ନିବାସୀ ପର୍ଶୁରାମ ବେହେରାଙ୍କ ପୁଅ ହିମାଂଶୁଙ୍କୁ ଚାକିରି କରାଇଦେବାକୁ କହି ଖନ୍ତାପଡ଼ା ଥାନା ବାଉଶଁମୁହାଁ ଗ୍ରାମର ମହେଶ୍ୱର ବାରିକଙ୍କ ପୁଅ କାଶୀନାଥ ୨୦ ହଜାର ଟଙ୍କା ଅଗ୍ରିମ ନେଇଥିଲେ। ୪୦ହଜାରରୁ ଅବଶିଷ୍ଟ ୨୦ହଜାର ଟଙ୍କା ନିଯୁକ୍ତିପତ୍ର ପ୍ରଦାନ ବେଳେ ନେବେ ବୋଲି କହିଥିଲେ। ତଦନୁଯାୟୀ ଅଭିଯୁକ୍ତ କାଶୀନାଥ ନିଯୁକ୍ତିପତ୍ର ଦେଇ ଆସନ୍ତା ୨୦୨୦ ଜାନୁୟାରୀ ୨ରେ ଚାକିରିରେ ଯୋଗଦେବାକୁ ହିମାଂଶୁଙ୍କୁ କହିଥିଲେ। ମାତ୍ର ନିଯୁକ୍ତିପତ୍ର ନେଇ ସନ୍ଦେହ ପ୍ରକାଶ ପାଇବାରୁ ହିମାଂଶୁ ତାଙ୍କର ସାଙ୍ଗମାନଙ୍କ ସହ ମିଶି ଖୋଳତାଡ କରିବା ପରେ ନିଯୁକ୍ତି ପତ୍ର ସମ୍ପୂର୍ଣ୍ଣ ଜାଲ ବୋଲି ଜଣାପଡ଼ିଥିଲା। ରବିବାର ସନ୍ଧ୍ୟାରେ ଅଭିଯୁକ୍ତ କାଶୀନାଥ ହିମାଂଶୁଙ୍କଠାରୁ ୨୦ହଜାର ଟଙ୍କା ନେବା ବେଳେ ତାଙ୍କୁ ଅଟକ ରଖାଯାଇଥିଲା। ଏହା ପରେ ତାଙ୍କୁ ଅମର୍ଦ୍ଦା ରୋଡ଼ ଫାଣ୍ଡି ଅଧିକାରୀ ରସାନନ୍ଦ ବେହେରାଙ୍କୁ ହସ୍ତାନ୍ତର କରାଯାଇଥିଲା।
Posted inଆମ ଜିଲା ଖବର, ବାଲେଶ୍ୱର View All

ଖାଉଟି ସାମଗ୍ରୀ ପ୍ରଦାନରେ ଅନିୟମିତତା: କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ
ଢେଙ୍କାନାଳ ଅଫିସ, ୧୩।୯-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କାଉଁରିଆପାଳ ଗ୍ରାମର ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ପ୍ରଦାନରେ ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି। ବାରମ୍ବାର ଦୃଷ୍ଟି ଆକର୍ଷଣ...

ବଳାତ୍କାର ଉଦ୍ୟମ ବିଫଳ ପରେ ଛାତ୍ରୀଙ୍କ ବେକ କାଟିଥିବା ଯୁବକ ଗିରଫ
ବିନିକା,୧୮ା୪: ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅଧୀନ ସାନଭାଲୁପାଲି ଅଞ୍ଚଳର ଜଣେ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିଲା। ଏଥିରେ ଯୁବକ ଜଣକ ବିଫଳ ହୋଇ ଛାତ୍ରୀଙ୍କୁ...

କୂଳ ଖାଉଛି ଦୁଇମୁହାଣୀ
କୁଆମରା,୧୧।୮(ଡି.ଏନ୍.ଏ.)-ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଦେଇ ନାହ୍ଲୁଆ ଓ ଗଙ୍ଗାହାର ନାମରେ ଦୁଇଟି ନଦୀ ପ୍ରବାହିତ ହୋଇଛି। ଉକ୍ତ ଦୁଇ ନଦୀ ଖଡ଼ିକାପଦାଠାରେ ମିଶ୍ରଣ...

ପୋଲିସ ଛାଉଣୀରେ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା : ବଇଣ୍ଡାରେ ୩ ଦିନ ପାଇଁ ୧୪୪ ଧାରା ଜାରି
ବଇଣ୍ଡା,୧୧।୯(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ମୁଖ୍ୟ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ବଇଣ୍ଡା ଛକରେ ଜାତୀୟ ରାଜପଥ ବିଭାଗ ଓ ପ୍ରଶାସନ ପକ୍ଷରୁ ବୁଧବାର ଉଚ୍ଛେଦ ପକ୍ରିୟା...

କେନ୍ଦ୍ରାପଡ଼ାରେ ୧୫ କରୋନା ପଜିଟିଭ୍ ଚିହ୍ନଟ: ୫୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
କେନ୍ଦ୍ରାପଡ଼ା ଅଫିସ,୨୫ା୫: କେନ୍ଦ୍ରାପଡ଼ା ଜିଲାରେ ସୋମବାର ଆଉ ୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି ।...

ଏସ୍ୟୁସିଆଇର ପ୍ରତିବାଦ ସଭା
ଯଶିପୁର,୧୭ା୨(ଡି.ଏନ୍.ଏ.): କେନ୍ଦ୍ର ସରକାରଙ୍କ ଦ୍ୱାରା ଏଲ୍ପିଜି ଗ୍ୟାସ୍ର ସିଲିଣ୍ଡର ପିଛା ୧୪୪.୫୦ ଟଙ୍କା ବୃଦ୍ଧି ଘଟଣା ପ୍ରତିବାଦରେ ଯଶିପୁର ବଜାରଛକଠାରେ ଏସ୍ୟୁସିଆଇ(କମ୍ୟୁନିଷ୍ଟ)ର କର୍ମୀମାନେ ଏକ ପ୍ରତିବାଦ...
ବିଦାୟ ନେଲେ ଦୁର୍ଗତିନାଶିନୀ
ଢେଙ୍କାନାଳ ଅଫିସ, ୧୦।୧୦ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସିମିନଈ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜା। ମିଳିତ ଭସାଣି ଶୋଭାଯାତ୍ରାରେ...

କରୋନା ନେଲା ଔଷଧ ଦୋକାନୀଙ୍କ ଜୀବନ: ଗଭୀର ଶୋକ ପ୍ରକାଶ କଲେ ବାଚସ୍ପତି
ଦିଗପହଣ୍ଡି,୧।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବସଷ୍ଟାଣ୍ଡର ବହୁ ପୁରୁଣା ସାହୁ ମେଡିକାଲ ଷ୍ଟୋର ମାଲିକ ସୀମାଞ୍ଚଳ ସାହୁଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ଗତ କିଛିଦିନ...