ଚାକିରି ଅପେକ୍ଷାରେ ୩୩,୭୨୧ ବେକାର

 

ବାରିପଦା ଅଫିସ, ୨୧ା୩- ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ବର୍ତ୍ତମାନ ବେକାରି ସମସ୍ୟା ଉତ୍କଟ ହେବାରେ ଲାଗିଛି। ପ୍ରତିବର୍ଷ ବେକାରିଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲୁଛି। ସରକାରଙ୍କ ପକ୍ଷରୁ ନିଯୁକ୍ତି ମେଳା ଆୟୋଜନ କରାଯାଉଛି। ବିଜୁ ଦକ୍ଷତା କେନ୍ଦ୍ର ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବତୀଯୁବକମାନଙ୍କୁ ତାଲିମ ଦିଆଯାଉଛି। କିନ୍ତୁ ବାସ୍ତବରେ ଏହାର ସଫଳତା ମିଳୁ ନ ଥିବା ଦେଖିବାକୁ ମିଳୁଛି। ଜିଲା ନିୟୋଜନ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜିଲାରେ ଗତ ୫ ବର୍ଷ ମଧ୍ୟରେ ମୋଟ ୩୮,୦୮୫ ଯୁବତୀଯୁବକ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୨,୭୬୮ ଯୁବତୀ ଓ ୨୫,୩୧୭ ଯୁବକ ରହିଛନ୍ତି। ପଞ୍ଜୀକୃତ ୩୮,୦୮୫ ଜଣଙ୍କ ମଧ୍ୟରୁ ମାତ୍ର ୪,୩୬୪ ଜଣ ନିଯୁକ୍ତି ପାଇଥିବା ଜଣାପଡ଼ିଛି। ୫୯୩ ଜଣ ବିଭିନ୍ନ ସରକାରୀ ସଂସ୍ଥାରେ ନିଯୁକ୍ତି ପାଇଥିବା ବେଳେ ୧୨୮୨ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇ ନିଯୁକ୍ତି ପ୍ରଦାନ କରାଯାଇଛି। ସେହିିଭଳି ୩ ବର୍ଷରେ ଜିଲାରେ ହୋଇଥିବା ନିଯୁକ୍ତି ମେଳାରେ ୨୪୮୯ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଫଳରେ ବର୍ତ୍ତମାନ ଜିଲାରେ ୩୩,୭୨୧ ଜଣ ବେକାର ଯୁବତୀ ଯୁବକ ଚାକିରି ଅପେକ୍ଷାରେ ଅଛନ୍ତି। ମାତ୍ର ୪୩୬୪ ଜଣ ନିଯୁକ୍ତି ପାଇବା ଘଟଣା ଜିଲାର ପ୍ରତିବର୍ଷ ହେଉଥିବା ନିଯୁକ୍ତିମେଳା ଓ ଜିଲା ନିୟୋଜନ କାର୍ଯ୍ୟାଳୟର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଉଲ୍ଲେଖଯୋଗ୍ୟ, ଶିଳ୍ପବିହୀନ ମୟୂରଭଞ୍ଜ ଜିଲାରେ କୌଣସି ଶିଳ୍ପ ନ ଥିବାରୁ ଏଠାକାର ଯୁବତୀଯୁବକମାନେ କାମ ଅନ୍ବେଷଣରେ ଜିଲା ତଥା ରାଜ୍ୟ ବାହାରକୁ ଯାଉଛନ୍ତି। ସେହିଭଳି ଜିଲାରେ ଥିବା ସରକାରୀ ସଂସ୍ଥାରେ ନିଯୁକ୍ତି ଖୁବ କମ୍‌। ଯେଉଁ ଅଳ୍ପ ନିଯୁକ୍ତି ଦିଆଯାଉଛି ତାହା ପୁଣି ଠିକା ସଂସ୍ଥା (ଆଉଟସୋର୍ସିଂ) ମାଧ୍ୟମରେ। ଫଳରେ ଜିଲାରେ ବେକାରି ସମସ୍ୟା ଦୂର ହୋଇପାରୁ ନାହିଁ। ପୂର୍ବରୁ ଜିଲାରେ ଅଶିକ୍ଷତ ବେକାରିଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବର୍ତ୍ତମାନ ଶିକ୍ଷିତ ବେକାରିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲା ସଦର ମହକୁମାରେ ଜିଲା ନିୟୋଜନ କାର୍ଯ୍ୟାଳୟ ରହିଛି। ନାମ ପଞ୍ଜୀକରଣ କରିବାକୁ ହେଲେ ଜିଲା ନିୟୋଜନ କାର୍ଯ୍ୟାଳୟରୁ ଦିଆଯାଉଥିବା ଫର୍ମରେ କେତେକ ତଥ୍ୟ ଦେବାକୁ ପଡ଼ିଥାଏ। ନିଜର ସମସ୍ତ ତଥ୍ୟ ଦେଇ ସାରିଲା ପରେ କେଉଁ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ସେ ନେଇ ମଧ୍ୟ ସ୍ପଷ୍ଟ କରିବାକୁ ପଡ଼ିଥାଏ। ଏପରିକି ଜିଲାରେ ସ୍ନାତକ ପାସ୍‌ କରିଥିବା ପିଲାମାନେ ବି ଡିଟିପି ଅପରେଟର ଓ ସୁରକ୍ଷାକର୍ମୀ ଭାବେ ଅତି କମ୍‌ ଦରମାରେ କାର୍ଯ୍ୟ କରିବା ପାଇଁ ଫର୍ମରେ ଉଲ୍ଲେଖ କରୁଥିବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ଜିଲାରେ ଛାତ୍ରୀଛାତ୍ରମାନେ ବିଭିନ୍ନ ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ନାମକରା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ରହିଛି। ପ୍ରତିବର୍ଷ ଜିଲାରେ ପିଲାମାନେ ଭଲ ମାର୍କ ରଖୁଥିବା ବେଳେ ୩୩,୭୨୧ ଜଣ ବେକାର ଯୁବତୀଯୁବକ ଥିବା ଘଟଣାକୁ ନେଇ ସାଧାରଣରେ ଉଦବେଗ୍‌ ପ୍ରକାଶ ପାଇଛି। ପଢା ଶେଷ ପରେ କାମଧନ୍ଦା ନ ପାଇ ବହୁ ଯୁବତୀଯୁବକ କର୍ମ ଅନ୍ବେଷଣରେ ବାହାର ରାଜ୍ୟ ଏବଂ ଦେଶକୁ ଯାଇ ଠକାମିର ଶିକାର ହେଉଥିବା ମଧ୍ୟ ପରିଲକ୍ଷିତ ହେଉଛି। ଏପରି ସ୍ଥଳେ ଜିଲାରେ ଥିବା ରାଜନୈତିକ ବ୍ୟକ୍ତିମାନେ ଜିଲାରେ କୌଣସି ଶିଳ୍ପ ପ୍ରତିଷ୍ଠା ଲାଗି ଉଦ୍ୟମ କରି ବେକାରମାନଙ୍କୁ ନିଯୁକ୍ତି ପ୍ରଦାନ ସହ ଜିଲାକୁ ଉନ୍ନତି ଆଡ଼କୁ ଅଗ୍ରସର କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୁକ୍ତ ଗିରଫ, ବନ୍ଧୁକ ଜବତ

ବିଶୋଇ,୧୦ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳରେ ଶନିବାର ରାତିରେ ଗୁଳିକରି ମହିଳାଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାଶ ହୋଇଛି। ଭଜଣା ମୃତ୍ୟୁର ପ୍ରତିଶୋଧ ନେବା...

କରଞ୍ଜିଆ ଏନଏସି : ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଠାକୁରମୁଣ୍ଡା,୪ା୧୨(ଡି.ଏନ୍‌.ଏ.)- କରଞ୍ଜିଆ ଏନଏସିରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ କେତେକ ଦାବି ନେଇ ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି।...

ମୟୂରଭଞ୍ଜ ଜିଲା ଚିଠି: ପର୍ଯ୍ୟଟନ ଶିଳ୍ପ

ମୟୂରଭଞ୍ଜ ଜିଲାରେ ରହିଛି ବହୁ ପର୍ଯ୍ୟଟନ ସ୍ଥଳ। ପ୍ରସ୍ତାବିତ ଜାତୀୟ ଉଦ୍ୟାନ ଶିମିଳିପାଳ ସହିତ ବହୁ ଜଳପ୍ରପାତ, ମନ୍ଦିର, ଐତିହାସିକ ସ୍ଥାନ ରହିଛି। ହେଲେ ଏହି...

କାଠ ବୋଝେଇ ଗାଡ଼ି ଜବତ

କୁଆମରା,୧୨ା୧(ଡି.ଏନ୍‌.ଏ.): ଖୁଣ୍ଟା-ବାଲେଶ୍ୱର ରାସ୍ତାର ଦାମାସାହି ଛକ ନିକଟରେ ଉଦଳା ବନବିଭାଗ ପକ୍ଷରୁ ଚଢାଉ କରାଯାଇ ଚୋରା କାଠ ବୋଝେଇ ଏକ ଟାଟା ଏସି ଗାଡ଼ି ଜବତ...

୩ ପୋଲିସ କରୋନା ଯୋଦ୍ଧା ପ୍ରଶଂସିତ

ବାରିପଦା ଅଫିସ, ୨୩ା୪-କରୋନା ଭଳି ମହାମାରୀର ମୁକାବିଲା ଲାଗି ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ପୋଲିସ କର୍ମଚାରୀମାନେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତିି। ମୟୂରଭଞ୍ଜ ଜିଲାର ୩ପୋଲିସ...

ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ

ବାରିପଦା ଅଫିସ,୨୯ା୧୧-ମୟୂରଭଞ୍ଜ ଜିଲା ବଡ଼ସାହି ଓ ସଦରଥାନା ଅଞ୍ଚଳରେ ପୃଥକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଶନିବାର ସନ୍ଧ୍ୟାରେ ମାଣତ୍ରୀ-ବେତନଟୀ ରାସ୍ତାର ଗୌଡ଼ଗାଁ ନିକଟରେ...

କାର୍ଯ୍ୟ ବନ୍ଦ ଡକରା ଦେଲା ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀ ସଂଘ

ବାରିପଦା ଅଫିସ,୨୫ା୧- ବାରିପଦା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ମିଳିତ ଭାବେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସୁବ୍ରତଙ୍କୁ ଭାରତୀୟ ଯୁବ ପୁରସ୍କାର

ବାରିପଦା ଅଫିସ,୧୩।୧୦- ମୟୂରଭଞ୍ଜ ଜିଲାର ଯୁବ ପ୍ରତିଭା ସୁବ୍ରତ ଦାସ ଓଡ଼ିଶାର ଏକମାତ୍ର ଯୁବକ ଭାବେ ଚଳିତବର୍ଷ ଭାରତୀୟ ଯୁବ ପୁରସ୍କାର ସମ୍ମାନ ଲାଭ କରିଛନ୍ତି।...

Play 250+ Trending Games
Archives

Model This Week

Why Dharitri