ଚାଉଳିଆଗଞ୍ଜ ପୂଜା କମିଟି : ଦଶମୀରେ ହୁଏ ଦହି ପଖାଳ

କଟକ ଅଫିସ,୧୬ା୯ : ଷୋଡ଼ଶ ଉପଚାରରେ ହୁଏ ଜନଗହଳି। କେବଳ ଗୋଟିଏ ଦିନ ନୁହେଁ, ସମ୍ପୂର୍ଣ୍ଣ ଷୋଡ଼ଶ ଉପଚାରରେ ଏଠାରେ ଜନଗହଳି ହୁଏ। ଚଳିତଥର ଷୋଡ଼ଶ ଉପଚାର ସମୟରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। କମିଟି ପକ୍ଷରୁ ଭାଇଚାରାକୁ ପ୍ରାଧାନ୍ୟ ଦିଆଯାଇଥାଏ। ଏଥିପାଇଁ ଦଶମୀରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଦହିପଖାଳ ବ୍ୟବସ୍ଥା କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

ଉତ୍ତମ ସାଜସଜ୍ଜାଠାରୁ ଆରମ୍ଭ କରି ଶୃଙ୍ଖଳିତ ପୂଜା ନିମନ୍ତେ କଟକର ବିଭିନ୍ନ ପୂଜା କମିଟିକୁ ଜିଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥାଏ। କିଛିବର୍ଷ ହେବ ବିଭିନ୍ନ ବର୍ଗରେ ଚାଉଳିଆଗଞ୍ଜ ପୂଜା କମିଟି ଏଭଳି ସମ୍ମାନିତ ହୋଇଆସୁଛି। ୧୯୯୯ରେ ଏହି ପୂଜା କମିଟି ଚାନ୍ଦିମେଢ଼ ନିର୍ମାଣ କରି ଚର୍ଚ୍ଚାରେ ରହିଥିଲା। ପୂର୍ବତନ ସମ୍ପାଦକ ରାମଚନ୍ଦ୍ର ପୃଷ୍ଟିଙ୍କ ଉଦ୍ୟମରେ ୫ କୁଇଣ୍ଟାଲ ଚାନ୍ଦିରେ ବିଶାଳ ମେଢ଼ ନିର୍ମାଣ ହୋଇଥିଲା। ୨୦୦୭ରେ ମା’ଙ୍କ ମୂର୍ତ୍ତିର ଦୁଇ ପାର୍ଶ୍ୱରେ ଚାନ୍ଦି ସିଂହ ନିର୍ମାଣ କରାଯାଇଥିଲା। ଏଥିସହ ଶେଖ୍‌ ବଜାରର କାରିଗର ବିଶ୍ୱନାଥ ଦେ ୪ କେଜି ସୁନାରେ ମା’ଙ୍କ ସ୍ବର୍ଣ୍ଣ ମୁକୁଟ ତିଆରି କରିଥିଲେ। ବଙ୍ଗୀୟ ରୀତିନୀତିରେ ଏଠାରେ ପୂଜାର୍ଚ୍ଚନା କରାଯାଇଥାଏ। ଚଳିତ ବର୍ଷ ପୂଜା ପାଇଁ ପ୍ରାୟ ୧୬ ଲକ୍ଷ ଟଙ୍କାର ବଜେଟ କରାଯାଇଛି।
୧୯୨୫ରେ ଚାଉଳିଆଗଞ୍ଜ ପୂଜା କମିଟି ଗଠନ କରାଯାଇଛି। ସ୍ବର୍ଗତଃ ଚିନ୍ତାମଣି ସାହୁ ଓ ସ୍ବର୍ଗତ ହାଡିବନ୍ଧୁ ସାହୁ ଏହି କମିଟିର ଯଥାକ୍ରମେ ପ୍ରଥମ ସଭାପତି ଓ ସମ୍ପାଦକ। ଏକ ଚାଳଘରେ ହରପାର୍ବତୀଙ୍କ ମୂର୍ତ୍ତି ନିମାର୍ଣ କରାଯାଇ ପୂଜା କରାଯାଉଥିଲା। ୧୯୬୨ରେ ମା’ ଦୁର୍ଗାଙ୍କର ମୂର୍ତ୍ତି ପୂଜା ଆରମ୍ଭ ହୋଇଥିଲା। ୧୯୮୨ରେ ସ୍ଥାୟୀ ମଣ୍ଡପ ନିର୍ମାଣ କରାଯାଇ ଦୁର୍ଗାଙ୍କ ସହିତ ଗଜଲକ୍ଷ୍ମୀ, ଗଣେଶ, କାଳୀଙ୍କର ପୂଜା କରାଯାଉଛି। ୧୯୯୧ରୁ ଅନ୍ୟ ଏକ ମଣ୍ଡପରେ ମା’ ଦୁର୍ଗାଙ୍କର ସ୍ଥାୟୀ ମୂର୍ତ୍ତି ସ୍ଥାପନ କରାଯାଇ ପୂଜା କରାଯାଉଛି। ଏହି ପୀଠରେ ଷୋଡ଼ଶ ଉପଚାର ପୂଜା ହୁଏ। ପ୍ରତିବର୍ଷ ନନ୍ଦ ଉତ୍ସବରେ ସ୍ଥାନୀୟ କହ୍ନେଇପୁରରୁ ମାଟି ଅଣାଯାଇ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥାଏ। ଚଳିତ ବର୍ଷ ଓଏମ୍‌ପି ଛକ ଓ ଗାନ୍ଧୀ ଛକ ନିକଟରେ ଦୁଇଟି ବିଦ୍ୟୁତ୍‌ ତୋରଣ ନିର୍ମାଣ କରାଯିବ। ଏହାଛଡା ଓଏମ୍‌ପି ଛକଠାରୁ ଗାନ୍ଧୀଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ୧୦୦ରୁ ଊର୍ଦ୍ଧ୍ୱ ଆକର୍ଷଣୀୟ ଆଲୋକ ଗେଟ୍‌ କରାଯିବ ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି।

ଶାନ୍ତିଶୃଙ୍ଖଳା ବଜାୟ ରଖିବା ଆମର ମୁଖ୍ୟ ଲକ୍ଷ୍ୟ। ଏଠାରେ ପୂଜାର ପରିବେଶ ସବୁଠାରୁ ନିଆରା। ପୀଠରେ ଦେବୀ ଥିବା ହେତୁ ଷୋଡ଼ଶ ଉପଚାର ପୂଜା ପାଇଁ ଅନେକ ମହିଳା ଏଠାକୁ ଆସନ୍ତି। ଏଥର ମଧ୍ୟ ସୁଚାରୁରୂପେ ପୂଜା ଶେଷ କରିବାକୁ ଲକ୍ଷ୍ୟ ରଖିଛୁ।
– ଦେବେନ୍ଦ୍ର ପାତ୍ର,
ପୂଜା କମିଟି ସଭାପତି

ପୂଜା ପୂର୍ବରୁ କିଛି ସମସ୍ୟା ରହିଛି। ଜାତୀୟ ରାଜପଥକୁ ଲାଗି ପୂଜା ମଣ୍ଡପ ଥିବାରୁ ପୂଜା ସମୟରେ ଦୁର୍ଘଟଣାର ଭୟ ରହିଛି। ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରିଛୁ। ସ୍ପିଡ୍‌ ବ୍ରେକର ଲଗାଇବା ସହ ଟ୍ରାଫିକ ପୋଲିସ ନିୟୋଜିତ କରିବାକୁ ନିବେଦନ କରିଛୁ।
– ନିରଞ୍ଜନ ସାହୁ,
ପୂଜା କମିଟି ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

୬୮ ଖଣ୍ଡ ଚୌକାଠ ଚୋରାଚାଲାଣ: କାଠ ସହ ଟ୍ରାକ୍ଟର ଜବତ

ପାଟଣା,୨୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଗୁଜାପଥର ଗ୍ରାମ୍ୟ ଜଙ୍ଗଲରୁ ବୁଧବାର ରାତିରେ ୬୮ ଖଣ୍ଡ ଶାଳ ଚୌକାଠ କଟାଯାଇ ଚାଲାଣ ହେଉଥିଲା। ଖବର ପାଇ...

ପୋଷ୍ଟ ମାଷ୍ଟରଙ୍କୁ ମରଣାନ୍ତକ ଆକ୍ରମଣ

ପାଟଣାଗଡ଼,୨୬।୧୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଁ ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସକାଳେ ଭରତବାହାଲ ଗ୍ରାମରେ ପୋଷ୍ଟ ମାଷ୍ଟର ଭାବେ...

ମାରୁତି କଲ୍ୟାଣ ମଣ୍ଡପରେ ନିଅଁ।

ଫୁଲବାଣୀ ଅଫିସ, ୨୮ା୪-କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ହାଟପଦାରେ ଥିବା ବେଆଇନଭାବେ  ଗଢି ଉଠିଥିବା ମାରୁତି କଲ୍ୟାଣ ମଣ୍ଡପରେ ଶନିବାର ପୂର୍ବାହ୍ନରେ ନିଅଁ।  ଲାଗିଛି । ...

ବିଧାୟକଙ୍କ ପକ୍ଷରୁ ଖାଦ୍ୟ ବଣ୍ଟନ

ଅନୁଗୋଳ ଅଫିସ,୯ା୫ – ଲକ୍‌ଡାଉନ ଯୋଗୁ ଅସୁବିଧାରେ ଥିବା ଅନୁଗୋଳ ସହରର ଗରିବ ଓ ଅସହାୟମାନଙ୍କୁ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ପକ୍ଷରୁ ଖାଦ୍ୟ ବଣ୍ଟନ...

ନିରଞ୍ଜନ, ପଦ୍ମନାଭଙ୍କ ହ୍ୟାଟ୍ରିକ୍‌ ବିଜୟ

ସୋନପୁର,୨୪-୫(ନି.ପ୍ର.):ସୁବର୍ଣ୍ଣପୁର ଜିଲା ବିଜେଡିର ଦୁର୍ଗ ବୋଲି ପୁଣି ଥରେ ସାବ୍ୟସ୍ତ ହୋଇଛି। ସାଧାରଣ ନିର୍ବାଚନରେ ଦଳ କମାଲ କରିଛି। ମୋଦି ହାୱା ଏଠାରେ ଭାଜପାକୁ ବିଜୟୀ...

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ

ପୁରୀ ଅଫିସ,୮।୮: କରୋନା କଟକଣା ଯୋଗୁ ବନ୍ଦ ରହିଥିବା ଶ୍ରୀମନ୍ଦିର ଐତିହ କରିଡ଼ର କାର୍ଯ୍ୟ ଶନିବାର ପୁଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚତୁଃପାର୍ଶ୍ୱ...

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ

ବଲାଙ୍ଗୀର ଅଫିସ, ୭।୧୧- ଓଡ଼ିଶା ମୁଖ୍ୟ ଶାସନ ସଚିବ ଅଜିତ କୁମାର ତ୍ରିପାଠୀ, ୫-ଟି ସଚିବ ଭି କେ ପାଣ୍ଡିଆନ, ଏନଆର୍‌ଏଚ୍‌ଏମ୍‌ ଏମ୍‌ଡି ଶାଳିନୀ ପଣ୍ଡିତ...

ନଳକୂଅରୁ ବାହାରୁଛି ପୋକ, ଜୋକ

ଝୁମ୍ପୁରା, ୧୭।୧୦ (ଡି.ଏନ.ଏ.)-ନଳକୂଅର ହ୍ୟାଣ୍ଡେଲ ହଲାଇଲେ ପାଣି ସହିତ ବାହାରି ଆସୁଛନ୍ତି ପୋକ ଜୋକ। ଏହା ଦେଖି ୱାର୍ଡ ବସିନ୍ଦା ଉକ୍ତ ନଳକୂପରୁ ପାଣି ପିଇବା...

Advertisement
Archives

Model This Week