ଚାଇନାରୁ ଆସିବ କୋଭିଡ-୧୯ କିଟ୍‌

ନୂଆଦିଲ୍ଲୀ,୧୩।୪: କରୋନା ଭାଇରସ ପ୍ରଥମେ ଚାଇନାରେ ଆରମ୍ଭ ହୋଇଥିବା ବେଳେ ଏବେ ଏହା ସାରା ବିଶ୍ୱରେ କାୟା ବିସ୍ତାର କରି ସାରିଲାଣି। ଏହାକୁ ନେଇ ଭାରତ ଚିନ୍ତାରେ ଥିବା ବେଳେ ଏଠାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ତେବେ ଭାରତ ଯେଉଁ କୋଭିଡ-୧୯ କିଟ୍‌ ଚାଇନାଠାରୁ ମଗାଇଥିଲା ତାହା ଆସନ୍ତା ବୁଧବାର ଅର୍ଥାତ୍‌ ଏପ୍ରିଲ ୧୫ରେ ଭାରତରେ ପହଞ୍ଚିବ ବୋଲି କହିଛନ୍ତି ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚର ସଦସ୍ୟ ରମଣ ଆର୍‌ ଗଙ୍ଗାଖେଦକର। ଏହି କିଟ୍‌ ପହଞ୍ଚିବା ପରେ ଭାରତରେ କରୋନା ଟେଷ୍ଟ ଶୀଘ୍ର କରାଯାଇ ପାରିବ ବୋଲି କୁହାଯାଉଛି। କେତେଜଣ ବିଶେଷଜ୍ଞଙ୍କ କହିବା କଥା ହେଲା ଭାରତରେ କରୋନା ଟେଷ୍ଟ ସୁବିଧା ପର୍ଯ୍ୟାପ୍ତ ପରିମାଣରେ ଉବଲବ୍ଧ ନ ଥିବାରୁ ଏଠାରେ ସଂକ୍ରମିତଙ୍କ ଚିହ୍ନଟରେ ବିଳମ୍ବ ହେଉଛି। ହେଲେ କେନ୍ଦ୍ର ସରକାର ଏ କ୍ଷେତ୍ରରେ ଦୃଢ ପଦକ୍ଷେପ ନେଉଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରେ ୫୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ରାଜ୍ୟରୁ ୫୭୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌...

ପଶ୍ଚିମବଙ୍ଗ: ସ୍କୁଲରେ ମୁସଲମାନ ଛାତ୍ରଙ୍କ ପାଇଁ ଅଲଗା ଡାଇନିଂ ହଲ୍‌

କୋଲକତା,୨୮।୬: ପୁଣି ଥରେ ଭାଜପା ଟାର୍ଗେଟରେ ଟିଏମ୍‌ସି। କାରଣ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏମିତି ଏକ ନିର୍ଦ୍ଦେଶ ଦେଇଛନ୍ତି ଯାହା ପୁଣି ରାଜନୈତିକ ଅସ୍ଥିରତା...

ଚାଇନା ତିଆରି ତ୍ରିରଙ୍ଗା ଆମଦାନୀ କରିବ ନାହିଁ ଭାରତ: ଫ୍ଲାଗ୍‌ କୋଡ୍‌ ଅବମାନନା ଅଭିଯୋଗ

ନୂଆଦିଲ୍ଲୀ,୧୭।୧୦: ଏଣିକି ଚାଇନାରେ ତିଆରି ଭାରତୀୟ ତ୍ରିରଙ୍ଗା ଆମଦାନୀ ହେବନାହିଁ। ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ଅଧିସୂଚନା ଜାରି ହୋଇଛି। ଭାରତୀୟ ଜାତୀୟ...

ଇସ୍ତଫା ଦେଲେ ରାଜ୍ୟସଭାର ପୂର୍ବତନ ଏମ୍‌ପି

ନୂଆଦିଲ୍ଲୀ, ୧୨।୮: ରାଜ୍ୟସଭାର ପୂର୍ବତନ ଏମ୍‌ପି ପବନ କେ. ବର୍ମା ଶୁକ୍ରବାର  ତୃଳମୂଳ କଂଗ୍ରେସ(ଟିଏମସି )ରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପଶ୍ଚିମବଙ୍ଗ...

ଭାଜପାରୁ ୬ ବର୍ଷ ପାଇଁ ନିଲମ୍ବିତ ହେଲେ ହରକ, କଂଗ୍ରେସରେ ହୋଇପାରନ୍ତି ସାମିଲ

ଡେରାଡୁନ,୧୭ ।୧: କଂଗ୍ରେସରୁ ଅସନ୍ତୁଷ୍ଟ ହୋଇ ୨୦୧୬ରେ ଭାରତୀୟ ଜନତାପାର୍ଟି (ଭାଜପା)ର ହାତ ଧରିଥିଲେ ହରକ ସିଂ ରାୱତ । ଏବେ ଭାଜପା ତାଙ୍କୁ ୬...

ଚାଇନା ସୀମାକୁ ପଠାଇଲା ବୋମା ବର୍ଷି ବିମାନ

ନୂଆଦିଲ୍ଲୀ,୧୯ ।୧୧: ଭାରତ ସହ ଲଦ୍ଦାଖ ସୀମାରେ ଲାଗିରହିଥିବା ବିବାଦ ମଧ୍ୟରେ ଚାଇନା ଏଲ୍‌ଏସିରେ ବୋମା ବର୍ଷି ଏଚ୍‌-୬କେ ବିମାନ ମୁତୟନ କରିଦେଇଛି । ଯାହା...

ସିଆଚେନ୍‌ ପହଞ୍ଚିଲେ ରାଜନାଥ

ନୂଆଦିଲ୍ଲୀ,୩।୬: ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜନାଥ ସିଂ ସୋମବାର ସିଆଚେନ୍‌ ଗ୍ଲାସିୟର ପହଞ୍ଚିଛନ୍ତି। ସେଠାରେ ସେ ସୁରକ୍ଷା ବ୍ୟବସ୍ଥା ଓ...

ପ୍ରବାସୀ ଶ୍ରମିକଙ୍କ ପାଇଁ ଆଉ ଏକ ନିୟମ: ଫେରିବା ପୂର୍ବରୁ ସରପଞ୍ଚଙ୍କୁ ସମସ୍ତ ତଥ୍ୟ ଦେବା ଜରୁରୀ

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷକରି ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆ(ଶ୍ରମିକ)ମାନେ ଚିନ୍ତାର କାରଣ ପାଲଟିଛନ୍ତି। ସମ୍ପ୍ରତି...

Advertisement
Archives

Model This Week