Posted inଖେଳ

ଚହଲ, କୁଲଦୀପ ଆଗକୁ ଆହୁରି ପ୍ରଭାବୀ ସାବ୍ୟସ୍ତ ହେବେ: ହସି

ମୁମ୍ବାଇ,୨୮।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଆଗକୁ ଭାରତର ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଆହୁରି ଭଲ ପ୍ରଦର୍ଶନ କରି ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାଇକେଲ ହସି କହିଛନ୍ତି। ଆଗକୁ ପିଚ୍‌ଗ୍‌ୁଡିକ ଆହୁରି ଶୁଖିଲା ହେବ। ଫଳରେ ଭାରତ ଫାଇଦାରେ ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ୪ଟି ମ୍ୟାଚ୍‌ରୁ ଚହଲ ୮ଟି ଉଇକେଟ ହାସଲ କରିଛନ୍ତି। ଅନ୍ୟପଟେ କୁଲଦୀପ ସଂଘର୍ଷ କରୁଥିବାର ଦେଖାଯାଇଛି। ତେବେ ସେ ଏପର୍ଯ୍ୟନ୍ତ ୩ଟି ଉଇକେଟ ହାସଲ କରିଛନ୍ତି। ଟୁର୍ନାମେଣ୍ଟ ଆଗକୁ ବଢିବା ସହିତ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିବ। ଭାରତୀୟ ଦଳ ଏକ ସନ୍ତୁଳିତ ଦଳ। ଟୁର୍ନମେଣ୍ଟ ପରବର୍ତ୍ତୀ ପର୍ଯ୍ୟାୟରେ ପିଚ୍‌ଗୁଡିକ ଅଧିକରୁ ଅଧିକ ବ୍ୟବହୃତ ହେବ ଓ ଶୁଖିଲା ମଧ୍ୟ ହେବ। ଯାହା ଫଳରେ ସ୍ପିନରମାନେ ଫାଇଦା ହାସଲ କରିପାରିବେ ବୋଲି ଏକ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି।
ଅନ୍ୟଦଳଗୁଡିକ ତୁଳନାରେ ଭାରତକୁ ଅପେକ୍ଷାକୃତ ଅଧିକ ଫାଇଦା ମିଳିବ। ଭାରତ ପାଖରେ ଦୁଇଜଣ ବିଶ୍ୱସ୍ତରୀୟ କ୍ୱାଲିଟି ରିଷ୍ଟ ସ୍ପିନର କୁଲଦୀପ ଓ ଚହଲ ରହିଛନ୍ତି। ଏହି ଦୁଇଜଣ ମ୍ୟାଚ୍‌ ଓ୍ବିନର ଭାବେ ପରିଚିତ। ଟୁର୍ନାମେଣ୍ଟରେ ଭାରତ ଭଲ ସ୍ଥିତିରେ ରହିଛି। ଭାରତ ସେମିଫାଇନାଲରେ ପହଞ୍ଚିବ ବୋଲି ଆଶା କରୁଛି। ଧୋନୀ କେତୋଟି ମନ୍ଥର ଇନିଂସ ଖେଳି ବେଶ୍‌ ସମାଲୋଚିତ ହୋଇଛନ୍ତି। ତେବେ ଭାରତୀୟ ଦଳ ପାଇଁ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବ୍ୟାଟିଂ କରିବାକୁ ଆସି ହଠାତ୍‌ ସ୍ପିନରମାନଙ୍କୁ ଆକ୍ରମଣ କରିବା ଓ ଷ୍ଟ୍ରାଇକ ରୋଟେଟ୍‌ କରିବା ସେତେଟା ସହଜ ନୁହଁ। ସ୍ଲୋ ପିଚ୍‌ରେ ଷ୍ଟ୍ରାଇକ ରୋଟେଟ କରିବା ସହଜ ନୁହେଁ। ଅନ୍ୟ ବ୍ୟାଟ୍ସମ୍ୟାନ ବିଫଳ ହେଉଥିବା ବେଳେ କେବଳ ଧୋନୀଙ୍କୁ ଦାୟୀ କରିବା ଠିକ୍‌ ନୁହଁ। ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଏଥର ମଧ୍ୟ ଟାଇଟଲ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ ପୂର୍ବାନୁମାନ କରିଛନ୍ତି। ବିଶ୍ୱକପ୍‌ର ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଛି। ଦଳ ଏବେ ବେଶ୍‌ ଭଲ ପ୍ରଦର୍ଶନ କରୁଛି। ଟପ୍‌ ଅର୍ଡରରେ ଅଧିନାୟକ ଆରୋନ ଫିଞ୍ଚ୍‌ ଓ ଡେଭିଡ ଓ୍ବାର୍ନର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଅଷ୍ଟ୍ରେଲିଆର ଚତୁର୍ଥ ଓ ପଞ୍ଚମ ବୋଲିଂ ବିକଳ୍ପକୁ ନେଇ ଚିନ୍ତିତ ଅଛି। ଏହି ଦାୟିତ୍ୱରେ ଥିବା ବୋଲରମାନେ ଅବଶ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ଜାସନ ବେହରେନଡୋର୍ଫ ଗତ ମ୍ୟାଚ୍‌ ଜବରଦସ୍ତ ପ୍ରଦର୍ଶନ କରି ବେଶ୍‌ ଭଲ ଭାବେ ନିଜର ଦାୟିତ୍ୱ ତୁଲାଇଛନ୍ତି। ନାଥନ ଲିୟନ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ବିଶ୍ୱକପ୍‌ ଇତିହାସରେ ଅଷ୍ଟ୍ରେଲିଆର ପ୍ରଦର୍ଶନ ଜବରଦସ୍ତ ରହିଛି। ବଡ଼ ବଡ଼ ମ୍ୟାଚ୍‌ରେ କିପରି ଜିତିବାକୁ ହୁଏ ତାହା ଅଷ୍ଟ୍ରେଲିଆକୁ ବେଶ୍‌ ଭଲ ଭାବେ ଜଣା ବୋଲି ୭୯ଟି ଟେଷ୍ଟ ଓ ୧୮୫ଟି ଦିନିକିଆ ମ୍ୟାଚ୍‌ ଖେଳିଥିବା ହସି କହିଛନ୍ତି। ଦୁଇ ଓପନରଙ୍କ ଉପରେ ଅଷ୍ଟ୍ରେଲିଆ ଅତ୍ୟଧିକ ନିର୍ଭରଶୀଳ ହେଉଛି ବୋଲି ପ୍ରଶ୍ନକୁ ସେ ଏଡାଇ ଯାଇଛନ୍ତି। ଭାରତ ସମେତ ଏକାଧିକ ଦଳ ଦୁଇ ତିନିଜଣଙ୍କ ଉପରେ ବେଶ୍‌ ନିର୍ଭରଶୀଳ ହେଉଛି। ଏଥିରେ ନୂଆ କଥା କିଛି ନାହିଁ। ନ୍ୟୁଜିଲାଣ୍ଡ କେନ୍‌ ଓ୍ବିଲିୟମସନ, ଭାରତ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ନିର୍ଭର କରୁଛି। ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଉସ୍‌ମାନ ଖ୍ବାଜା, ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ଭଲ ପ୍ରଦର୍ଶନ କରୁଛନ୍ତି। ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ପାଖରେ ଏକ୍ସ- ଫ୍ୟାକ୍ଟର ରହିଛି। ତେବେ ମାର୍କସ ଷ୍ଟୋଇନିସ ଏପର୍ଯ୍ୟନ୍ତ ଦମ୍‌ ଦେଖାଇନାହାନ୍ତି। ଆଗକୁ ସେ ସଫଳ ହେବେ ଓ ଧୂଆଁଧାର ଇନିଂସ ଖେଳିବେ ବୋଲି ଆଶା କରୁଛି। ସବୁ କିଛି ଠିକ୍‌ଠାକ୍‌ ଚାଲେ ତେବେ ଏଥର ଅଷ୍ଟ୍ରେଲିଆ ପୁଣି ବାଜି ମାରିବ ବୋଲି ହସି ପୂର୍ବାନୁମାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଭିଷେକ ଶର୍ମା- ଅକ୍ଷର ପଟେଲଙ୍କର ହେବ ଡୋପ୍‌ ଟେଷ୍ଟ, RTP ତାଲିକାରେ ସାମିଲ କଲା… 

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଜାତୀୟ ଡୋପିଂ ବିରୋଧୀ ସଂସ୍ଥା (NADA) ପକ୍ଷରୁ ପଞ୍ଜିକୃତ ପରୀକ୍ଷଣ ପୁଲ (RTP)ର ନୂଆ ତାଲିକା ଜାରି କରାଯାଇଛି।…

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ଲଜ୍ଜାଜନକ ରେକର୍ଡ କଲା KKR: IPL ଇତିହାସରେ ଯାହା କେବେ ଘଟି ନ ଥିଲା…

ନୂଆଦିଲ୍ଲୀ,୧୫।୪: IPL 2026ର ୨୨ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (KKR) ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିପକ୍ଷରେ ୩୨ ରନରେ ପରାଜୟ ବରଣ କରିଛି। ଏହା…

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri