ଚଳନ୍ତା ଟ୍ରେନ୍‌ରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ନାବାଳକ ଉଦ୍ଧାର

ବାଲେଶ୍ୱର ଅଫିସ, ୫।୧୧-ବାଲେଶ୍ୱର ରେଳଷ୍ଟେଶନରେ ମଙ୍ଗଳବାର ପୂର୍ବାହ୍ନରେ ବାରିପଦା-ଭୁବନେଶ୍ୱର ବାଙ୍ଗିରିପୋଷି ଏକ୍ସପ୍ରେସ୍‌ ପହଞ୍ଚତ୍ବାକୁ ଅଳ୍ପ ସମୟ ଥିବା ବେଳେ ପୂର୍ବରୁ ଗାଡ଼ି ଭିତରେ ଥିବା ଜଣେ ନାବାଳକ ଚଳନ୍ତା ଟ୍ରେନ୍‌ରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଆର୍‌ପିଏଫ୍‌ ଏଏସ୍‌ଆଇ ସୁନୀଲ କୁମାର ବେହେରା ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ସେ ଚାଇଲ୍ଡ ହେଲ୍ପଲାଇନ୍‌ର ଜିଲା ମୁଖ୍ୟ ପ୍ରଶାନ୍ତ ରାଉତଙ୍କୁ ଖବର ଦେବା ପରେ ସେମାନେ ନାବାଳକଙ୍କୁ ନେଇ ବାଳାଶ୍ରମରେ ରଖିଥିବା ଜଣାପଡ଼ିଛି।

ବାରିପଦାରୁ ଆସୁଥିବା ବାରିପଦା-ଭୁବନେଶ୍ୱର ବାଙ୍ଗିରିପୋଷି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଭଞ୍ଜପୁର ଅଞ୍ଚଳର ଜଣେ ୧୧ ବର୍ଷର ନାବାଳକ ଆସିଥିଲେ। ଟ୍ରେନ୍‌ ବାଲେଶ୍ୱର ଷ୍ଟେଶନ ପ୍ରବେଶ କରିବାର ଅଳ୍ପ ସମୟ ପୂର୍ବରୁ ଉକ୍ତ ନାବାଳକ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଠିକ୍‌ ସମୟରେ ଆର୍‌ପିଏଫ୍‌ ଏଏସ୍‌ଆଇ ବେହେରା ତାଙ୍କୁ ଅଟକାଇ ଦେଇଥିଲେ। ଏହାର କାରଣ ପଚାରିବାରୁ ପିଲାଟି କାନ୍ଦି କାନ୍ଦି କହିଥିଲେ ଯେ, ତାଙ୍କ ମା’ ତାଙ୍କୁ ଗାଳି କରିବା ସହ ମରିଯିବା ପାଇଁ କହିଥିଲେ। ଏଥିପାଇଁ ସେ ଏହି ଟ୍ରେନ୍‌ ଯୋଗେ ପଳାଇ ଆସି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା କହିଛନ୍ତି। ଚାଇଲ୍ଡ ହେଲ୍ପଲାଇନ୍‌ର ଜିଲା ମୁଖ୍ୟ ରାଉତ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝି ଏବଂ ଜିଲା ଶିଶୁ ମଙ୍ଗଳ କମିଟିର ଚେୟାରମ୍ୟାନ୍‌ ଭାଗିରଥି ବାରିକଙ୍କୁ ଅବଗତ କରାଇ ପିଲାଟିକୁ ପୋଲିସ ପାଖରୁ ଆଣି ବାଳାଶ୍ରମରେ ପହଞ୍ଚାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷାଘାତରେ ପୀଡ଼ିତ ବଶିଷ୍ଠ: ହେଲପରି କରି କୁଟୁମ ପୁଷୁଛେ ମଝିଆଁ ପୁଓ

ଲୋଇସିଂହା,୨୪।୬ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ନେଗିପାଲି ଗାଁର ବଶିଷ୍ଠ(୬୦)। ଦିନ୍‌ଥିଲା ସେ ବାହା ଜାଂଗଲ ମାଜି ୮ ପରାନୀ କୁଟୁମ ପୁଷୁଥିଲେ। ସେଥ୍‌ରୁ...

କ୍ୟାସ୍‌ଭ୍ୟାନ୍‌ରୁ ଟଙ୍କା ଲୁଟ୍‌ ଘଟଣା: ଆଉ ୩ ଗିରଫ

ଆଠଗଡ଼, ୨୧।୧୦(ସ୍ବ.ପ୍ର.) : କଟକ ଜିଲା ଆଠଗଡ଼ ଥାନା ଅଞ୍ଚଳରେ ଗତ ୧୦ ତାରିଖରେ କ୍ୟାସଭ୍ୟାନରେ ଟଙ୍କା ଏଟିଏମ୍‌ରେ ଭର୍ତ୍ତି ପାଇଁ ଯାଉଥିଲା। ଭ୍ୟାନରୁ ଟଙ୍କା...

ଭୂତକୋଠି ପାଲଟିଛି ଫରେଷ୍ଟ ବିଟ୍‌ ହାଉସ

ପାରାଦୀପ,୨୬।୪ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ଷଣ୍ଢକୁଦ ଉପାନ୍ତରେ ଜଙ୍ଗଲ ଓ ପରିବେଶ ବିଭାଗର ଫରେଷ୍ଟ ବିଟ୍‌ ହାଉସ ରହିଛି। ସମ୍ପ୍ରତି ଏହା ଭାଙ୍ଗିରୁଜି ଗଲାଣି।...

ଜମିଫାଟି ଅଁ।, ମାଡି ଗଲାଣି ଘାସ

ଲୋଇସିଂହା, ୫।୮(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ସ୍ବଳ୍ପ ବୃଷ୍ଟିପାତ ସତ୍ତ୍ୱେ ୮୦ପ୍ରତିଶତ ଚାଷ ହୋଇଛି। ବର୍ଷାଭାବରୁ ୨୦ ପ୍ରତିଶତ ଚାଷ ହୋଇପାରିନାହିଁ ।...

ସାମୁଦ୍ରିକ ପ୍ରାଣୀଙ୍କ ଅମରାବତୀ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ, ୧୯ା୧: ପ୍ରକୃତିପ୍ରେମୀଙ୍କ ପାଇଁ ଜାତୀୟ ଉଦ୍ୟାନ ଭିତରକନିକା ଖୁସି ଖବର ଦେଇଛି। ଜୈବ ବିବିଧତାରେ ପରିପୂର୍ଣ୍ଣ ଏହି ଅଞ୍ଚଳ ସାମୁଦ୍ରିକ ଜୀବଙ୍କ ପାଇଁ...

ବଜ୍ରପାତରେ ୨ ମୃତ , ୨ ଗୁରୁତର

ଆନନ୍ଦପୁର, ୬। ୧୦(ସ୍ବ.ପ୍ର.)- ଆନନ୍ଦପୁର ପୌରପରିଷଦ ପଦ୍ମପୁର ଠାରେ ବଜ୍ରପାତରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ...

ଭଦ୍ରକରେ ବନ୍ଦ ପାଳନ, ପିକେଟିଂ କରି ସହର ସାରା ପଇଁତରା ମାରୁଛନ୍ତି କଂଗ୍ରେସ କର୍ମୀ

ଭଦ୍ରକ ଅଫିସ,୧୫।୨: ତୈଳ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସର ଓଡିଶା ବନ୍ଦ ଡାକରାର ପ୍ରଭାବ...

ଜିଲା କୋଷାଗାରକୁ ଯିବ ୫ କ୍ୱିଣ୍ଟାଲ ରୁପା

ପୁରୀ ଅଫିସ, ୪।୧୦: ଶ୍ରୀମନ୍ଦିରର କଳାହାଟା ଦ୍ୱାର ପାଇଁ ଆସିଥିବା ସମସ୍ତ ୫ କ୍ୱିଣ୍ଟାଲ ରୁପାକୁ ମଙ୍ଗଳବାର ନିଳାଦ୍ରୀ ଭକ୍ତନିବାସ ଷ୍ଟ୍ରଙ୍ଗରୁମରୁ ଜିଲା କୋଷାଗାରକୁ ସ୍ଥାନାନ୍ତର...

Advertisement
Archives

Model This Week