Posted inଜାତୀୟ

ଚଳନ୍ତା ଟ୍ରେନରେ ଫସିଯାଇଥିବା ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ କନଷ୍ଟେବଳ

ହାଇଦ୍ରାବାଦ,୩୦।୮: ହାଇଦ୍ରାବାଦର ଏକ ରେଳ ଷ୍ଟେଶନରେ ଚକିତ କରିଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯାତ୍ରୀ ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ଟ୍ରେନ ଓ ପ୍ଲାଟଫର୍ମ ମଝିରେ ଫସିଯାଇଥିଲେ। ସେହି ସମୟରେ ଜଣେ କନଷ୍ଟେବଳ ତାଙ୍କୁ ମରଣ ମୁହଁରୁ ଉଦ୍ଧାର କରିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ହାଇଦ୍ରାବାଦର ନାମପଲ୍ଳୀ ରେଲଓ୍ବେ ଷ୍ଟେଶନରେ ଚେନ୍ନାଇରୁ ଆସୁଥିବା ଚାରମିନାର ଏକ୍ସପ୍ରେସରୁ ଜଣେ ୪୫ ବର୍ଷୀୟ ଯାତ୍ରୀ ପ୍ଲାଟଫର୍ମରେ ଓହ୍ଲାଉଥିବା ବେଳେ ତାଙ୍କ ପାଦ ଖସିଯିବାରୁ ଟ୍ରେନ ଓ ପ୍ଲାଟଫର୍ମ ମଝିରେ ଫସିଯାଇଥିଲେ। ଏହାପରେ ସେ ଚିତ୍କାର କରିଥିଲେ। ସେହି ସମୟରେ ଆରପିଏଫ୍‌ର ଜଣେ କନଷ୍ଟେବଳ ବିକଳ କୁମାର କାର୍ଯ୍ୟରତ ଥିବା ବେଳେ ବ୍ୟକ୍ତି ଜଣଙ୍କୁ ଫସିଥିବାର ଦେଖି ସଙ୍ଗେ ସଙ୍ଗେ ତାଙ୍କୁ ଚଳନ୍ତା ଟ୍ରେନ ମଝିରୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ଯାତ୍ରୀ ଜଣକ ସୁରକ୍ଷିତ ଥିବା ଜଣାପଡ଼ିଛି। ଅନ୍ୟପଟେ କନଷ୍ଟେବଳ ବିକଳ କୁମାରଙ୍କ ଏହି ସାହସିକତା କାର୍ଯ୍ୟ ପାଇଁ ଆରପିଏଫ୍‌ ଆଇଜି ଓ ସାଧାରଣ ଲୋକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀଙ୍କୁ ମିଳିଲା ଜାମିନ୍‌, ବିବାଦୀୟ ମନ୍ତବ୍ୟ ଦେଇ ହୋଇଥିଲେ ଗିରଫ

ମୁମ୍ବାଇ,୧୬।୬: ବରିଷ୍ଠ ରାଜନେତା ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରି ଗିରଫ ହୋଇଥିବା ମରାଠୀ ଅଭିନେତ୍ରୀ କେତକୀ ଚିତଲେଙ୍କୁ ଗୁରୁବାର...

କୃଷକଙ୍କ ସହ ଆତଙ୍କବାଦୀ ଭଳି ବ୍ୟବହାର ହେଉଛି: ସଞ୍ଜୟ ରାଉତ

ମୁମ୍ବାଇ,୨୯ ।୧୧: କୃଷି ଆଇନକୁ ନେଇ ପ୍ରାୟ ୪ ଦିନ ହେବ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ସର୍‌କାର ଏବେ ପର୍ଯ୍ୟନ୍ତ ସେମାନଙ୍କୁ ଦିଲ୍ଲୀ-ହରିୟାଣାକୁ...

କଂଗ୍ରେସ ଘୋଷଣା କଲା ରାଜ୍ୟ ସଭା ପ୍ରାର୍ଥୀ

ନୂଆଦିଲ୍ଲୀ,୩୦।୫: ରାଜ୍ୟ ସଭା ନିର୍ବାଚନ ଜୁନ୍‌ ୧୦ରେ ହେବାକୁ ଥିବା ବେଳେ ସୋମବାର କଂଗ୍ରେସ ପକ୍ଷରୁ ୧୦ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ପି. ଚିଦାମ୍ବରମ୍‌, ଜୟରାମ...

କରୋନା ନେଗେଟିଭ୍‌ ମା’ଙ୍କ ନବଜାତ ଶିଶୁ ପଜିଟିଭ୍‌ ଚିହ୍ନଟ

ବାରାଣସୀ,୨୮।୫: ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରକୋପ ଜାରି ରହିଥିବା ବେଳେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ କୁହାଯାଉଛି, ତୃତୀୟ...

କରୋନା ଭାଇରସର ଗୁଜବରୁ ଦୂରେଇ ରହି ନମସ୍କାର କରିବା ଅଭ୍ୟାସ କରନ୍ତୁ: ମୋଦି

ନୂଆଦିଲ୍ଲୀ,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜନଔଷଧି ଦିବସ ଅବସରରେ ଭିଡିଓ କନଫରେନସିଂ ଜରିଆରେ ବିଭିନ୍ନ ଜନଔଷଧି କେନ୍ଦ୍ର ସହ କଥା ହୋଇଛନ୍ତି। ଏହି କାର୍ଯ୍ୟକ୍ରମ...

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା: ଏଫ୍‌ବିଆଇର ସହାୟତା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ଓଡ଼ିଶା ସରକାର

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୫: ଓଡ଼ିଶା ସରକାରର ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ଆମେରିକାର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫ୍‌ବିଆଇ)ର ସହାୟତା ଲୋଡିଛନ୍ତି। ଏନେଇ କେନ୍ଦ୍ର ଗୃହ...

ମିଶନ ଦିଲ୍ଲୀ ସମ୍ପର୍କରେ ସୂଚନା ଦେଲେ ଦିଦି…

କୋଲକାତା,୭।୧୦: ଭବାନୀପୁର ଉପନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ବିଜୟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ କଂଗ୍ରେସକୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ମମତା ଦିଦି...

ମିଛ କହିଲେ ହାଡ଼ ଦୁର୍ବଳ ହୁଏ

ଫରିଦାବାଦ୍‌: ଜଣେ ବ୍ୟକ୍ତି ଶାରୀରିକ ଭାବେ ସୁସ୍ଥ ରହିବା ଫଳରେ ଅନେକ ରୋଗଠାରୁ ଦୂରେଇ ରହିଥାଆନ୍ତି। ଫଳରେ ଶରୀରର ହାଡ଼ ମଜଭୁତ ହେବା ସହ ଫ୍ରାକ୍ଚର...

Advertisement
Archives

Model This Week