ଚର୍ଚ୍ଚିତ ଟୁଇଟ୍‌ : ମୁଖ୍ୟମନ୍ତ୍ରୀ, ସିଏମ୍‌ଙ୍କ ବ୍ୟକ୍ତିଗତ ସଚିବଙ୍କ ଫଟୋ ଭାଇରାଲ

ଭୁବନେଶ୍ୱର,୧ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ। ଜଣେ ରାଜ୍ୟ ତଥା ଦେଶ ରାଜନୀତିରେ ଚର୍ଚ୍ଚିତ ନାମ। ଅନ୍ୟ ଜଣେ ପ୍ରଶାସକ ମହଲରେ ସବୁଠୁ ଚର୍ଚ୍ଚିତ/ଆଲୋଚିତ ବ୍ୟକ୍ତିତ୍ୱ। ବିଭିନ୍ନ ସରକାରୀ ସଭାସମିତିରେ ଉଭୟଙ୍କୁ ଦେଖିବାକୁ ମିଳିଥାଏ। ହେଲେ ଶୁକ୍ରବାର ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ଦ୍ୱାରା ଟୁଇଟ୍‌ ହୋଇଥିବା ଫଟୋରେ ଉଭୟଙ୍କୁ ଅପେକ୍ଷାକୃତ ହାଲ୍‌କା ମୁହୂର୍ତ୍ତରେ ଦେଖାଯାଇଛି। ଏହି ଟୁଇଟ୍‌ରେ ସସ୍ମିତ ଲେଖିଛନ୍ତି ଯେ, ଏହା ନବୀନ ପଟ୍ଟନାୟକ ଏବଂ ଭି. କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ଏକ କ୍ୱଚିତ ଫଟୋ। ଜଣେ ଷ୍ଟେଟ୍‌ସମ୍ୟାନ ( ଉତ୍ତୁଙ୍ଗ ରାଜନୈତିକ ବ୍ୟକ୍ତିତ୍ୱ) ଏବଂ ଆଉ ଜଣେ ଦକ୍ଷ ଜେନେରାଲ (ବିଚକ୍ଷଣ ସେନାପତି)। ଫଟୋରେ ଫୁଟି ଉଠିଥିବା ହସ ନିର୍ମଳ, ହୃଦୟସ୍ପର୍ଶୀ। ସେମାନଙ୍କ ନିଷ୍ଠା, ପ୍ରତିବଦ୍ଧତା ଏବଂ ପ୍ରଗାଢ଼ ଅନୁରାଗ ଓଡ଼ିଶାକୁ ପରିବର୍ତ୍ତନ କରିପାରିଛି, ଯାହା ନବୀନବାବୁଙ୍କୁ ରେକର୍ଡ ପଞ୍ଚମ ପାଳିରେ ପହଞ୍ଚାଇ ପାରିଛିି। ସସ୍ମିତଙ୍କ ଦ୍ୱାରା ଅପଲୋଡ୍‌ କରାଯାଇଥିବା ଫଟୋଟି ନବୀନ ନିବାସରେ ଉଠାଯାଇଥିବା ପ୍ରଚ୍ଛଦପଟ୍ଟରୁ ଜଣାପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ଶିକ୍ଷାବର୍ଷରୁ ୩ ମେଡିକାଲ କଲେଜରେ ନାମଲେଖା

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ରାଜ୍ୟରେ ୩ଟି ନୂଆ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାର ପ୍ରତିଷ୍ଠା କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ ହୋଇଛି। ତେଣୁ ଡିସେମ୍ବର ଶେଷସୁଦ୍ଧା ଏଠାରେ ଆନୁଷଙ୍ଗିକ...

ଆଣ୍ଡ୍ରଏଡ୍‌ ଫୋନ୍‌ରେ ପରୀକ୍ଷା ଦେବେ ଡିପ୍ଲୋମା ଛାତ୍ରୀଛାତ୍ର

ଭୁବନେଶ୍ୱର,୯।୭(ବ୍ୟୁରୋ): ଆଣ୍ଡ୍ରଏଡ ଫୋନ୍‌ରେ ପରୀକ୍ଷା ଦେଇପାରିବେ ଡିପ୍ଲୋମା ଛାତ୍ରୀଛାତ୍ର। ଲାପ୍‌ଟପ୍‌ କିମ୍ବା ଡେସ୍କଟପ୍‌ ନ ଥିବା ପିଲା ସ୍ମାର୍ଟ ଫୋନ୍‌ରେ ପରୀକ୍ଷା ଦେବେ। ଘରେ ରହି...

ଭର୍ଚୁଆଲ ଟୁର୍‌ରେ ନିୟମଗିରିର ଡଙ୍ଗରିଆ କନ୍ଧ

ଭୁବନେଶ୍ୱର, ୧୧।୭ (ବ୍ୟୁରୋ): ଓଡ଼ିଶାର ଜନଜାତିଙ୍କ ମଧ୍ୟରେ ଡଙ୍ଗରିଆ କନ୍ଧ ହେଉଛନ୍ତି ଅନ୍ୟତମ। ଏମାନେ ସାଧାରଣତଃ ରାୟଗଡ଼ାର ପୂର୍ବଘାଟ ଅଞ୍ଚଳରେ ବସବାସ କରନ୍ତି। ସୂଚୀଶିଳ୍ପ, କାଠଖୋଦେଇ,...

ସ୍ଥିତି ଦେଖି ନିଷ୍ପତ୍ତି ନେବ ବିଜେଡି : ପ୍ରତାପଦେବ

ଭୁବନେଶ୍ୱର,୨୧।୫(ବ୍ୟୁରୋ)- ଦିନକ ପରେ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ଅଧିକାଂଶ ଏକଜିଟ୍‌ ପୋଲ ଏନ୍‌ଡିଏ ସପକ୍ଷରେ ମତ ଦେଇଛନ୍ତି। କେତେକ ଏକ୍‌ଜିଟ୍‌ ପୋଲ...

ୟୁଜିସି ଏନ୍‌ଇଟି: ଆବେଦନ ଫର୍ମରେ ଏଡିଟ୍‌ କରିପାରିବେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୩ା୫(ବ୍ୟୁରୋ): ୟୁଜିସି ଏନ୍‌ଇଟି ପାଇଁ ଆବେଦନ କରିଥିବା ଛାତ୍ରୀଛାତ୍ରଙ୍କୁ ଫର୍ମ ଏଡିଟ୍‌ ବା ପରିବର୍ତ୍ତନ କରିବା ଲାଗି ସୁଯୋଗ ଦିଆଯାଇଛି। ଛାତ୍ରୀଛାତ୍ରମାନେ ନିଜ ଅନ୍‌ଲାଇନ୍‌...

ପରିବାର ନିୟୋଜନ ଅସ୍ତ୍ରୋପଚାର କରିବାରୁ ୧୧ ଛୁଆର ମା’ଙ୍କୁ ଘରେ ପୂରାଉନାହାନ୍ତି ସ୍ବାମୀ

କେନ୍ଦୁଝର,୧୮ା୨(ସ୍ବ.ପ୍ର.): ସାମାଜିକ ଅନ୍ଧ ବିଶ୍ୱାସ ଓ ପରମ୍ପରାକୁ ନେଇ ଆଦିବାସୀ ସମାଜ ବଞ୍ଚିଥିବା ବେଳେ ଅନେକ ସମୟରେ ଆଜିକାର ଆଧୁନିକ ଯୁଗରେ ଏହା ସେମାନଙ୍କ ପାଇଁ...

ରାଜ୍ୟବାସୀଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଆଜି ହେଉଛି ପଣାସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ବାର୍ତ୍ତାରେ...

୮୭ ହଜାର ହେକ୍ଟରରେ ହେବ ଚାଷ

ଅନୁଗୋଳ ଅଫିସ, ୧୬ା୬ ମୌସୁମୀ ପହଞ୍ଚି ସାରିଥିବାରୁ ପାଗ ବଦଳିଯାଇଛି। ଫଳରେ ତାତିରୁ ଲୋକଙ୍କୁ ତ୍ରାହି ମିଳିଛି। ତେବେ ମୌସୁମୀ ବର୍ଷାକୁ ନେଇ ଚାଷୀମାନେ ବେଶ୍‌...

Advertisement
Archives

Model This Week