ଚର୍ଚ୍ଚାରେ ମଜ୍‌ନୁ

ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ଏବଂ ଜାଗୀ ମଙ୍ଗତ ପଣ୍ଡାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେଉଛି ନୂଆ ଓଡ଼ିଆ ସିନେମା ‘ମିଷ୍ଟର ମଜ୍‌ନୁ’। କମେଡି ଫ୍ଲେଭର ଥିବା ଏହି ଫିଲ୍ମର ଟାଇଟଲ ଭୂମିକାରେ ଅବତୀଣ୍ଣ ହୋଇଛନ୍ତି ବାବୁସାନ୍‌। ତାଙ୍କ ଅପୋଜିଟ୍‌ରେ ଅଛନ୍ତି ତିନି ଜଣ ନାୟିକା-ଶୀତଲ, ଦିବ୍ୟା ଏବଂ ସୂର୍ଯ୍ୟମୟୀ। ଖାସ୍‌ କଥା ହେଲା, ଏହାର ନିର୍ଦ୍ଦେଶନା ସିଟ୍‌ରେ ବସିଛନ୍ତି ପୂର୍ବରୁ ବାବୁସାନଙ୍କ ଅଭିନୀତ ବେଶ୍‌ କେତୋଟି ହିଟ୍‌ ସିନେମାର ନିର୍ଦ୍ଦେଶନା ଦେଇଥିବା ଅଶୋକ ପତି। ସିନେମାଟିକୁ ଆହୁରି ଦର୍ଶକାଦୃତ କରିବାକୁ ଏଥିରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଉଛନ୍ତି ଓଡ଼ିଆ ସିନେମାର ଅନ୍ୟତମ ଲୋକପ୍ରିୟ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ତାଙ୍କ ସଂଯୋଜିତ ତଥା ବାବୁସାନ୍‌ ଅଭିନୀତ ‘ତାଟୁଓ୍ବାଲି, ନାଗିନ୍‌ ନାଗିନ୍‌, ମୋ ଚୁନି ତଳେ ବ୍ଲାକ୍‌ ମନି, ଶେହେଜାଦୀ ଓ ଶେହଜାଦୀ, ତୁ ମୋ ସାୟରୀ, ପ୍ୟାର ବାଲା ହିଚକି, ଗେଲୁ ତୁ ଚିପୁଡି ଦେଲୁ ଦିଲଟା ଏବଂ ସର୍ଜିକାଲ ଷ୍ଟ୍ରାଇକ୍‌ ବେଶ୍‌ ଶ୍ରୋତାଦୃତ ହୋଇପାରିଛି। ଅଭିଜିତ ଏବେ ‘ମିଷ୍ଟର ମଜନୁ’ର ଏକ ଜଦରଦସ୍ତ ଗୀତର କମ୍ପୋଜିଶନ୍‌ରେ ବ୍ୟସ୍ତ ଅଛନ୍ତି। ଯେହେତୁ ଗୀତଟି ଏବେ ପ୍ରସ୍ତୁତି ପର୍ଯ୍ୟାୟରେ ଅଛି ତେଣୁ ଗୀତର ପ୍ରଥମ ଧାଡି କିମ୍ବା ସେ ବିଷୟରେ ସବିଶେଷ ବିବରଣୀ ଦେବାକୁ ଉଚିତ ମନେ କରୁନି। କିନ୍ତୁ ଅଳ୍ପ ଦିନ ଭିତରେ ଏକଥା ସମ୍ପର୍କରେ ସୂଚନା ମିଳିଯିବ ଏବଂ ଏହି ଗୀତ ଫିଲ୍ମର ଅନ୍ୟତମ ଆକର୍ଷଣ ସାଜିବ ବୋଲି କହନ୍ତି ଅଭିଜିତ। ‘ମିଷ୍ଟର ମଜନୁ’ରେ ରାଇମୋହନ ମଧ୍ୟ ଏକ ଦମ୍‌ଦାର ଭୂମିକାରେ ଦର୍ଶକଙ୍କ ସାମନାକୁ ଆସିବେ। ଫିଲ୍ମଟି ଚଳିତବର୍ଷ ଦଶହରାରେ ରିଲିଜ ହେବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁରକୁ ୨୫ ଶହ ଟଙ୍କାରେ ବିକି ପୁଣି ୧୦ ଲକ୍ଷ ଟଙ୍କାରେ କିଣିଥିଲେ ଏହି ଅଭିନେତା

ହଲିଉଡ ସୁପରଷ୍ଟାର ସିଲ୍‌ୱେଷ୍ଟର ଷ୍ଟେଲାନ୍‌ ଷ୍ଟାଇଲ୍‌ ଓ ଆକ୍‌ସନ୍‌ ପାଇଁ ପ୍ରସିଦ୍ଧ। ଭାରତରେ ମଧ୍ୟ ତାଙ୍କ ଫ୍ୟାନ୍‌ମାନଙ୍କ ସଂଖ୍ୟା ଅଧିକ। କିନ୍ତୁ ଏପରି ଏକ ସମୟ...

ମା’ ହେଲେ ଶିଖା

ବମ୍ବେ: ମା’ ହେଲେ କୁମ୍‌କୁମ୍‌ ଫେମ୍‌ ଅଭିନେତ୍ରୀ ଶିଖା ସିଂହ। କନ୍ୟା ସନ୍ତାନକୁ ଜନ୍ମ ଦେଇଥିବାରୁ ଶିଖା ବହୁତ ଖୁସି ଅଛନ୍ତି। ଏପ୍ରିଲ ୨୨ରେ ସେ...

ଖୁବ୍‌ଶୀଘ୍ର ବିବାହ କରିବେ ମଲାଇକା-ଅର୍ଜୁନ

ବେଶ୍‌ କିଛିଦିନ ହେବ ମଲାଇକା ଅରୋଡ଼ା ଏବଂ ଅର୍ଜୁନ କପୁରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। କିନ୍ତୁ ଉଭୟ ଏହା...

ଅଲଗା ହେବେ ସିଦ୍ଧାନ୍ତ-ମେଘା

ବମ୍ବେ: ଅଭିନେତା ସିଦ୍ଧାନ୍ତ କର୍ନିକ ସ୍ତ୍ରୀ ମେଘା ଗୁପ୍ତାଙ୍କଠାରୁ ଅଲଗା ହେବେ। ଗତବର୍ଷ ଏପ୍ରିଲରୁ ଉଭୟ ଅଲଗା ରହିଆସୁଥିଲେ। ଏବେ ସେମାନେ ଛାଡ଼ପତ୍ର ପାଇଁ ଅପିଲ...

‘ଇନ୍‌ଶାଅଲ୍ଲାହ’ରେ ସଲମାନ୍‌ ନୁହେଁ, ଆଲିଆଙ୍କ ବିପକ୍ଷରେ ନଜର ଆସିବେ ହ୍ରିତିକ୍‌ !

ମୁମ୍ବାଇ: ସଞ୍ଜୟ ଲୀଲା ବନ୍‌ଶାଲୀଙ୍କ ଫିଲ୍ମ ‘ଇନ୍‌ଶାଅଲ୍ଲାହ’ରେ ନାୟକ କିଏ ହେବ ତାହା ସ୍ଥିର ହୋଇପାରୁନାହିଁ। ପ୍ରଥମେ ଏଥିରେ ଆଲିଆ ଭଟ୍ଟଙ୍କ ସହ ସଲମାନ୍‌ ଖାନ୍‌ଙ୍କୁ...

‘ଭୁଲ ଭୁଲେୟା ୨’ରେ ଏକାଠି ନଜର ଆସିବେ ଅକ୍ଷୟ-କାର୍ତ୍ତିକ!

ମୁମ୍ବାଇ: ଏବେ ରିମେକ୍‌ ଓ ସିକ୍ୟୁଏଲର ସମୟ ଚାଲିଥିବା ବେଳେ ବଲିଉଡ୍‌ ଦୁନିଆରେ ବଡ଼ ବଡ଼ ଫିଲ୍ମର ରିମେକ୍‌ ସହ ଏହାର ସିକ୍ୟୁଏଲ ମଧ୍ୟ ନିର୍ମାଣ...

ସିଦ୍ଧାନ୍ତଙ୍କ ସହ ରୋମାନ୍ସ କରିବେ ଦୀପିକା

ବମ୍ବେ: ନୂଆ ନାୟକଙ୍କ ସହ ରୋମାନ୍ସ କରିବେ ଦୀପିକା। ସେ ବି ନିର୍ଦ୍ଦେଶକ ଶକୁନ ବତ୍ରାଙ୍କ ଆଗାମୀ ଫିଲ୍ମରେ। ଚଳଚ୍ଚିତ୍ରର ନାମ ଏଯାଏ ଫାଇନାଲ୍‌ ହୋଇ...

ବୟସରେ ଢେର ସାନ ଅଭିନେତ୍ରୀଙ୍କ ସହିତ ରୋମାନ୍ସ କରିଛନ୍ତି ଏହିସବୁ ଅଭିନେତା

ଅଜୟ ଦେବଗନଙ୍କ ଫିଲ୍ମ ‘ଦେ ଦେ ପ୍ୟାର ଦେ’ ରିଲିଜ ହୋଇସାରିଛି। ଫିଲ୍ମକୁ ଭଲ ରେସ୍‌ପନ୍ସ ବି ମିଳିଛି। ଏଥିରେ ଅଜୟ ଜଣେ ଡିଭର୍ସୀ ଭୂମିକାରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *