ଚର୍ଚ୍ଚାରେ ଅକ୍ଷୟଙ୍କ ‘ମିଶନ ମଙ୍ଗଲ’ ଟିଜର

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟେ ଅକ୍ଷୟ କୁମାରଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ମିଶନ ମଙ୍ଗଲ’ର ପୋଷ୍ଟର ଆସି ସାରିଥିବା ବେଳେ ଏବେ ଏହାର ଟିଜରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହା ଆସନ୍ତା ଅଗଷ୍ଟ ୧୫ରେ ରିଲିଜ୍‌ ହେବାକୁ ଥିବା ବେଳେ ଏଥିରେ ଅକ୍ଷୟଙ୍କ ସହ ବିଦ୍ୟା ବଲାନ, ସୋନାକ୍ଷୀ ସିହ୍ନା, ତାପସି ପନ୍ନୁ, ନିତ୍ୟା ମେନନ, କିର୍ତ୍ତି କୁଲ୍ଲାଡି ଓ ଶରମନ ଯୋଶୀ ନଜର ଆସିବେ। ଆଲୋଚନା ହେଉଥିଲା କି ଏଥିରେ ଅକ୍ଷୟଙ୍କର ଏକ ଛୋଟିଆ ରୋଲ୍‌ ରହିଛି। ହେଲେ ଏବେ ଟିଜର ଦେଖିବା ପରେ ଜଣାପଡୁଛି କି ସମ୍ପୂର୍ଣ୍ଣ ଫିଲ୍ମରେ ଅକ୍ଷୟଙ୍କୁ ଦେଖିବାକୁ ମିଳିବ। ନିକଟରେ ଅକ୍ଷୟ ତାଙ୍କ ଇନଷ୍ଟାଗ୍ରାମରେ ଫିଲ୍ମର ଟିଜର ଶେୟାର କରିବା ସହ ଲେଖିଛନ୍ତି, ଗୋଟିଏ ଦେଶ, ଗୋଟିଏ ସ୍ବପ୍ନ, ଗୋଟିଏ ଇତିହାସ ଭାରତର ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ସତ କାହାଣୀ। ଏହି ଫିଲ୍ମରେ ଅକ୍ଷୟଙ୍କୁ ଜଣେ ବୈଜ୍ଞାନିକ ଭୁମିକାରେ ଦେଖିବାକୁ ମିଳିବ। ଏହି ଟିଜର ଆସିବା ପରେ ଏବେ ଅକ୍ଷୟଙ୍କ ଫ୍ୟାନମାନେ ଫିଲ୍ମକୁ ଅପେକ୍ଷା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ପାଇଁ ଅଟକିଥିଲା ତେଲୁଗୁ ହିରୋ ନିତିନଙ୍କ ବିବାହ: ହୋଇପାରେ ଜୁଲାଇ ଶେଷ ସୁଦ୍ଧା

ଟଲିଉଡ ତାରକା ନିତିନ୍‌ ଏବଂ ଶାଲିନିଙ୍କ ବିବାହ ଖବର କିଛି ଦିନ ଧରି ଚର୍ଚ୍ଚାରେ ରହିଆସୁଛି। ଫେବୃୟାରୀରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିବା ବେଳେ ଏପ୍ରିଲରେ ବିବାହ...

ସାମାନ୍ୟ କଥାରେ ନୂଆ ଲଭ୍‌ବାର୍ଡ କଟ୍ରିନା-ବିକ୍କିଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା, ଏପରି ହେଉଛି ଚର୍ଚ୍ଚା…

ବମ୍ବେ: ଗତ କିଛି ଦିନ ଧରି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଚୁଲବୁଲି କଟ୍ରିନା କୈଫ। କଥିତ ପ୍ରେମିକ ବିକ୍କି କୌଶଲଙ୍କ ସହ ତାଙ୍କର ନିର୍ବନ୍ଧ...

ସିଲ୍‌ଭର ସ୍କ୍ରିନ୍‌ରୁ ଦୂରେଇ ଯାଇଥିଲେ ‘ଲେଡି ଅମିତାଭ’, ନିଜେ ବଖାଣିଲେ କାରଣ

ମୁମ୍ବାଇ : ତେଲଗୁ ଫିଲ୍ମରେ ‘ଲେଡି ଅମିତାଭ’ ନାଁରେ ପରିଚିତ ଅଭିନେତ୍ରୀ ବିଜୟାଶାନ୍ତି ୧୩ ବର୍ଷ ପରେ ପୁଣି ପରଦାକୁ ଫେରୁଛନ୍ତି। ଫିଲ୍ମ ଜଗତରେ ଏ...

ଅଭିନୟ କରି ଥକି ପଡିଲେଣି ଅନୁ କପୁର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନୁ କପୁର ଘରେ ଘରେ ବେଶ୍‌ ପରିଚିତ। ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥାଏ। ହେଲେ ଏବେ ସେ କହିଛନ୍ତି...

ଫିଲ୍ମ ‘ଦ କଶ୍ମୀର ଫାଇଲ୍‌ସ’ର ୩୧ ଦିନର ଆୟ ଜାଣିଲେ

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍‌ସ’ ମୁକ୍ତି ଲାଭକୁ ବର୍ଷେ ପରେ ମଧ୍ୟ ଏହି ଫିଲ୍ମ ଦେଖିବାକୁ ହଲ୍‌ରେ ଲୋକଙ୍କ ଭିଡ଼ ଲାଗି...

ରିଲିଜ ପୂର୍ବରୁ ଅକ୍ଷୟଙ୍କ ଫିଲ୍ମର ନାଁ ବଦଳିଲା

ବମ୍ବେ: ରିଲିଜ ପୂର୍ବରୁ ବଦଳିଲା ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ପୃଥ୍ବୀରାଜ’ର ନାମ। ଗୋଟିଏ ପଟେ ଅଧିନାୟକ ପ୍ରମୋଶନରେ ବ୍ୟସ୍ତ ଥିବା ବେଳେ ନିର୍ମାତାମାନେ ଏଭଳି...

ରାକ୍ଷୀ ସାଓ୍ବନ୍ତଙ୍କ ନାଁ ଶୁଣିବା ମାତ୍ରେ ରାଗି ଗଲେ

ବମ୍ବେ: ଦିନ ଥିଲା ରାକ୍ଷୀ ସାଓ୍ବନ୍ତଙ୍କୁ ଜୋର ଜବରଦସ୍ତ ଚୁମ୍ବନ ଦେଇ ଚର୍ଚ୍ଚାରେ ଥିଲେ ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂ। ହେଲେ ଏବେ ଜଣେ...

ଏକାସାଙ୍ଗରେ ୪ କାମ କରୁଛନ୍ତି ବିକି

ବଲିଉଡ୍‌ ଅଭିନେତା ବିକି କୌଶଲ ବିବାହ ପରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ସେ ଏବେ ଇନ୍ଦୋରରେ ଶୁଟିଂ କରୁଛନ୍ତି। ଶୁଟିଂ ପରେ ବିକି ସନ୍ଧ୍ୟାରେ...

Advertisement
Archives

Model This Week