Posted inଜାତୀୟ

ଚନ୍ଦ୍ରୟାନ-୨ ଉତ୍‌କ୍ଷେପଣ ନିଷ୍ପତ୍ତି ବୁଧବାର

ବେଙ୍ଗାଲୁର,୧୬।୭: ଚନ୍ଦ୍ରୟାନ-୨ର ପରବର୍ତ୍ତୀ ଉତ୍‌କ୍ଷେପଣ ତାରିଖ ସଂକ୍ରାନ୍ତ ନିଷ୍ପତ୍ତି ବୁଧବାର ଘୋଷଣା କରାଯିବା ସମ୍ଭାବନା ଅଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ମିଳିଛି। ଲଞ୍ଚ୍‌ ଭେଇକିଲ୍‌ ସିଷ୍ଟମ୍‌ରେ ତ୍ରୁଟି ସୁଧାର କାର୍ଯ୍ୟ ସମ୍ପନ୍ନ ହେବାପରେ ଯାହା କିଛି ନିଷ୍ପତ୍ତି ନିଆଯିବ। ସବୁ ଠିକ୍‌ଠାକ୍‌ ରହିଲେ ଆସନ୍ତା ସୋମବାର (ଜୁଲାଇ ୨୨)ରେ ଉତ୍‌କ୍ଷେପଣ ହୋଇପାରେ ବୋଲି ବୈଜ୍ଞାନିକମାନେ ଆଶା କରୁଛନ୍ତି। ନଚେତ୍‌ ଅକ୍ଟୋବର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଆଉ କେତେକ ବୈଜ୍ଞାନିକଙ୍କ ଧାରଣା ଚଳିତ ବର୍ଷ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣ ସମ୍ଭବତଃ ହୋଇ ନ ପାରେ। ତେବେ ଏ ସମ୍ପର୍କରେ ଇସ୍ରୋ ସରକାରୀ ଭାବେ ସୂଚନା ଦେବା ବାକି ରହିଛି। ବୈଷୟିକ ତ୍ରୁଟି ଯୋଗୁ ରବିବାର ରାତିରେ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। କ୍ରାୟୋଜେନିକ୍‌ ଇଞ୍ଜିନ୍‌ ଏବଂ ଚନ୍ଦ୍ରୟାନ-୨କୁ ସଂଯୋଗ କରୁଥିବା ଯାନ ମଧ୍ୟରେ ଆବଶ୍ୟକ ଚାପ ସୃଷ୍ଟି ହେଉ ନ ଥିବାରୁ ଉତ୍‌କ୍ଷେପଣରେ ଅସୁବିଧା ଉପୁଜିବା ଆଶଙ୍କାକୁ ଦୃଷ୍ଟିରେ ରଖି ଶେଷ ମୁହୂର୍ତ୍ତରେ ଏହାକୁ ବନ୍ଦ କରିଦିଆଯାଇଛି। ଏହାର ଉତ୍‌କ୍ଷେପଣ ଅକ୍ଟୋବର ୧୦ରୁ ୨୬ ମଧ୍ୟରେ ହେବା ଯଥେଷ୍ଟ ସମ୍ଭାବନା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଡିୟୁ ନେତାଙ୍କୁ ଗୁଳିକରି ହତ୍ୟା

ମାଧେପୁରା, ୧୩।୮: ବିହାର ମାଧେପୁରା ଜିଲାର ଜଣେ ୫୦ ବର୍ଷୀୟ ଜେଡିୟୁ ନେତାଙ୍କୁ ମଙ୍ଗଳବାର ରାତିରେ ଗୁଳି କରି ହତ୍ୟା କରାଯାଇଥିବା ପୋଲିସ କହିଛି। ଜେଡିୟୁର...

ହୃଦୟ ଜିତିଲେ କୁନି ପ୍ରଚାରକ

ଚଣ୍ଡିଗଡ,୧୦।୨: ପଞ୍ଜାବର ମ୍ୟୁନିସିପାଲିଟି ନିର୍ବାଚନରେ ଆମ ଆଦମୀ ପାର୍ଟିର ଜଣେ କୁନି ପ୍ରଚାରକ ସୋସିଆଲ ମିଡିଆରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଘର ଘର ବୁଲି ପ୍ରଚାର...

ଅସଦୁଦ୍ଦିନଙ୍କ ଗାଡି ଉପରକୁ ଗୁଳିମାଡ ଘଟଣାରେ ୨ ଗିରଫ

ନୂଆଦିଲ୍ଲୀ,୪ ।୨: ଗୁରୁବାର ସନ୍ଧ୍ୟାରେ ଏଆଇଏମ୍‌ଆଇଏମ୍ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱାଇଇସି ଯେତେବେଳେ ଏକ ନିର୍ବାଚନ ପ୍ରଚାର ସାରି ମିରଠରୁ ଦିଲ୍ଲୀ ଫେରୁଥିଲେ ସେତେବେଳେ ତାଙ୍କ ଗାଡି...

ଗିରଫ ଡିଏସ୍‌ପିଙ୍କୁ ଆତଙ୍କବାଦୀ ଭଳି ଜେରା କରାଯିବ

ଶ୍ରୀନଗର,୧୩ା୧: ହିଜବୁଲ ମୁଜାହିଦ୍ଦିନ ଓ ଲଶ୍କର-ଇ-ତୋଇବା ଆତଙ୍କବାଦୀଙ୍କ ସହ ଧରାପଡିଥିବା ଜମ୍ମୁ-କଶ୍ମୀରର ଡିଏସ୍‌ପି ଦେବୀନ୍ଦର ସିଂଙ୍କୁ ଗିରଫ କରାଯାଇଛି। ସେ ପୂର୍ବରୁ ସ୍ପେଶାଲ ଅପରେଶନ ଗ୍ରୁପ୍‌ରେ...

କମିପାରେ କରୋନା ଟିକାର ମୂଲ୍ୟ

ନୂଆଦିଲ୍ଲୀ,୨୬।୪ : କମିପାରେ କରୋନା ଟିକାର ମୂଲ୍ୟ। ଟିକାର ମୂଲ୍ୟ ନେଇ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଦେଖାଦେବା ପରେ ସୃଷ୍ଟି...

ଉତ୍ତର ପ୍ରଦେଶରେ ପାଦ ରଖିଲା କରୋନା ଭାଇରସ: ଗୋଟିଏ ପରିବାରର ୬ ଆକ୍ରାନ୍ତ!

ଆଗ୍ରା,୩।୩: ଭାରତରେ କରୋନା ଭାଇରସର ପ୍ରବେଶକୁ ନେଇ ଭୟ ସୃଷ୍ଟି ହୋଇଥିବା ବେଳେ ଏବେ ଏହା ଉତ୍ତର ପ୍ରଦେଶରେ ପାଦ ରଖିଛି ବୋଲି କୁହାଯାଉଛି। ଆଗ୍ରାର...

ବ୍ରହ୍ମୋସର ସଫଳ ପରୀକ୍ଷଣ କଲା ସେନା

ନୂଆଦିଲ୍ଲୀ,୨୪ ।୧୧: ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସର ଲ୍ୟାଣ୍ଡ ଆଟାକ ଭର୍ସନର ମଙ୍ଗଳବାର ଭାରତୀୟ ସେନା ସଫଳ ପରୀକ୍ଷଣ କରିଛି । ବିଶେଷ ସୂତ୍ରରୁ ମିଳିଥିବା...

କବରସ୍ତାନରୁ ଉଦ୍ଧାର ହେଲା ଚୋରି ହୋଇଥିବା ୨୨ ଜୈନ ମୂର୍ତ୍ତି

ଭୋପାଳ,୨୪।୬: ମଧ୍ୟପ୍ରଦେଶ ଭିଣ୍ଡ ଜିଲାର ଶାନ୍ତିନାଥ ଦିଗମ୍ବର ଜୈନ ମନ୍ଦିରରୁ ଚୋରି ରବିବାର ହୋଇଥିବା ମୂର୍ତ୍ତି ସୋମବାର ସକାଳେ ସ୍ଥାନୀୟ କବରସ୍ତାନରୁ ଉଦ୍ଧାର ହୋଇଛି। ମନ୍ଦିରରେ...

Advertisement
Archives

Model This Week