ଚନ୍ଦ୍ରଯାନ -୨କୁ ନେଇ ଅନୁଷ୍କା କରିଥିଲେ ଟ୍ବିଟ୍‌, ଏହାର ଉତ୍ତର ରଖିଲେ ମୋଦି

ଭାରତର ‘ଚନ୍ଦ୍ରଯାନ -୨’ ମିଶନ ବିଫଳ ହୋଇଛି। ଲ୍ୟାଣ୍ଡ୍‌ର ବିକ୍ରମ ଚନ୍ଦ୍ରପୃଷ୍ଠକୁ ଛୁଇଁବା ପାଇଁ ୨.୧ କିମି ଦୂରତା ଥିବାବେଳେ ଇସ୍ରୋ ବୈଜ୍ଞାନିକଙ୍କଠାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏଥିରେ ସମଗ୍ର ଭାରତବାସୀ ଦୁଃଖ ପ୍ରକାଶ କରିଥିଲେ। ତଥାପି ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସହ ଉତ୍ସାହିତ କରିଥିଲେ ଦେଶବ୍ୟାପୀ ଲୋକ। ବଲିଉଡ୍‌ର କିଛି ସେଲିବି୍ରିଟି ମଧ୍ୟ ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରିଥିଲେ। ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଟୁଇଟ୍‌ କରି ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରିଥିଲେ। ସେ ଲେଖିଥିଲେ, ଏହା କେବଳ ଆଗକୁ ଯିବା ପାଇଁ ଆରମ୍ଭ ମାତ୍ର। ଆମର ବୈଜ୍ଞାନିକ ମାନେ ହତୋତ୍ସାହ ନ ହୋଇ ଆଗକୁ ବଢ଼ିବା ଉଚିତ୍‌। ତାଙ୍କର ଦୃଢ଼ ମନୋବଳ ଏବଂ ଉପଲବ୍ଧି ପାଇଁ ଆମେ ଗର୍ବିତ। ଆପଣ ସମସ୍ତେ ବାସ୍ତବରେ ପ୍ରେରଣାଦାୟକ।

ଅନୁଷ୍କାଙ୍କ ଏହି ଟୁଇଟ୍‌ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉତ୍ତର ଦେଇଛନ୍ତି। ସେ ଲେଖିଛନ୍ତି, ବିଲ୍‌କୁଲ୍‌ ଠିକ୍‌। ଆମେ ଆମ ବୈଜ୍ଞାନିକ କାର୍ଯ୍ୟରେ ଗର୍ବ ଅନୁଭବ କରୁଛୁ। ଇସ୍ରୋ ହଜାର ହଜାର ଯୁବ ବୈଜ୍ଞାନିକଙ୍କୁ ଆଗକୁ ଯିବା ପାଇଁ ପ୍ରେରଣା ଯୋଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରିୟାଙ୍କ ଜୀବନୀ ସହ ମେଳ ଖାଉଛି ଇଂଲଣ୍ଡ କ୍ରିକେଟରଙ୍କ ୬ ବର୍ଷ ତଳର ଏକ ଟୁଇଟ୍‌

ଇଂଲଣ୍ଡର ବୋଲର ଜୋଫ୍ରା ଆର୍ଚର ନିଜ ଟୁଇଟ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥରନ୍ତି। ତେବେ ରିୟାଙ୍କୁ ନେଇ ୬ ବର୍ଷ ତଳେ ଅର୍ଥାତ୍‌ ୨୦୧୪, ଜୁଲାଇ...

ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ତାଙ୍କ ସ୍କୁଲ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ବିଶେଷକରି ତାଙ୍କ ପ୍ରଶଂସକ ଏବଂ କିଛି ଫିଲ୍ମ କଳାକାର ଆଦୌ...

କାର୍‌ ଦୁର୍ଘଟଣାରେ ଶବାନା ଆଜମୀ ଆହତ

ମୁମ୍ବାଇ,୧୮।୧: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଏକ ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି। ମୁମ୍ବାଇ-ପୁନେ ଏକ୍ସପ୍ରେସଓ୍ବେର କାହଲପୁରଠାରେ ତାଙ୍କ କାର୍‌ ଦୁର୍ଘଟଣା ହେବା ସହ...

ରିୟାଙ୍କୁ ମେସେଜ୍‌ କରିଥିଲେ ସୁଶାନ୍ତଙ୍କ ବାପା, ଜାଣନ୍ତୁ କ’ଣ କହିଥିଲେ

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ କ୍ରମାଗତ ଭାବରେ ନୂଆ ତଥ୍ୟ ପ୍ରକାଶ କରାଯାଉଛି। ମାମଲାର ଅନୁସନ୍ଧାନରେ ସିବିଆଇ ଏବଂ ଇଡି କରୁଛନ୍ତି। ଏବେ କିଛି...

ମେ’ ୨୦୨୦ରେ ରିଲିଜ୍‌ ହେବ ବିଦ୍ୟାଙ୍କ ‘ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର’

ମୁମ୍ବାଇ: ବଲିଉଡ୍‌ ନାୟିକା ବିଦ୍ୟା ବଲାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର’ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ମେ ୮ରେ ପରଦାକୁ ଆସିବ...

ଗୀତ ଆଣିଲା ଯାତ୍ରାକୁ

ମମତା ବାରିକ। ଓଡ଼ିଆ ଯାତ୍ରା ଜଗତର ଜଣେ ସ୍ବନାମଧନ୍ୟ ଗାୟିକା। କେବଳ ସେ ଗାୟିକା ନୁହନ୍ତି; ଜଣେ ଆଙ୍କର ଭାବରେ ମଧ୍ୟ ସେ ନିଜର ଏକ...

ଲାଲୁଙ୍କ ଜୀବନୀ ଉପରେ ହେବ ବାୟୋପିକ୍‌

ପାଟନା,୩୦।୧୦: ବଲିଉଡ୍‌ରେ ଏବେ ବାୟୋପିକ୍‌ ଟ୍ରେଣ୍ଡ ଚାଲିଛି। ରାଜନୀତିଜ୍ଞଙ୍କଠାରୁ ଆରମ୍ଭ କରି ଖେଳାଳିଙ୍କ ଉପରେ ପ୍ରାଯୋଜକମାନେ ଫିଲ୍ମ ତିଆରି କରୁଛନ୍ତି। ତେବେ ରାଜନୀତି ହେଉ କି...

ବିନା ଶାର୍ଟରେ କ୍ୟାଟ୍‌ଙ୍କ ସହ ପାର୍ଟିକୁ ଯାଇଥିଲେ ଭାଇଜାନ : ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଦବଙ୍ଗ ଖାନ୍‌ ସଲମାନ ଶାର୍ଟଲେସ୍‌ ଆକ୍ଟର ଭାବେ ବଲିଉଡ୍‌ରେ ଜଣାଶୁଣା। ତାଙ୍କର ଅଧିକାଂଶ ଫିଲ୍ମରେ ଯେମିତି ହେଲେ ଗୋଟିଏ ଶାର୍ଟ ଖୋଲା ସିନ୍‌ ଥିବ। ବଡି...

Coronavirus Update


Archives

Model This Week

Why Dharitri