ଚନ୍ଦ୍ରଭାଗା ଉପକୂଳରେ ଡଲ୍‌ଫିନ

ପୁରୀ ଅଫିସ, ୨୬ା୧୨: ଚନ୍ଦ୍ରଭାଗା ଉପକୂଳରେ ଡଲ୍‌ଫିନ। ଗତ କିଛିଦିନ ହେଲା କୂଳଠାରୁ ପ୍ରାୟ ୫୦୦ ମିଟର ଦୂରରେ କିଛି ଡଲ୍‌ଫିନ ଖେଳୁଥିବା ଦେଖାଯାଉଛି। ତେବେ ପର୍ଯ୍ୟଟନ ଋତୁରେ ଡଲ୍‌ଫିନଙ୍କ ଉପସ୍ଥିତି ନିଶ୍ଚିତ ପର୍ଯ୍ୟଟକମାନଙ୍କ ପାଇଁ ଖୁସି ଖବର। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବର୍ତ୍ତମାନ ରାମଚଣ୍ଡୀ ନିକଟ ବେଳାଭୂମିରେ ଚାଲିଛି ଇକୋ ରିଟ୍ରିଟ୍‌। ଏଠାରେ ଅତ୍ୟାଧୁନିକ ବ୍ୟବସ୍ଥା ଉପଲବ୍ଧ ହେଉଥିବାବେଳେ ପର୍ଯ୍ୟଟକମାନେ ରାତି ବିତାଉଛନ୍ତି। ସମୁଦ୍ରରେ ପର୍ଯ୍ୟଟକମାନେ ଜେଟ୍‌ସ୍କି, ସ୍ପିଡ୍‌ ବୋଟ ଏବଂ ବାନାନା ବୋଟରେ ବୁଲୁଥିବାବେଳେ ଏହି ଡଲ୍‌ଫିନଙ୍କୁ ମଧ୍ୟ ଦେଖିପାରନ୍ତି। ତେବେ ଏହା କେଉଁ ପ୍ରଜାତିର ଡଲ୍‌ଫିନ ତାହା ସ୍ପଷ୍ଟ ଜଣାପଡି ନାହିଁ। ତେବେ ଏହା ଇରାୱାଡି ପ୍ରଜାତିର ବୋଲି ଅନୁମାନ କରାଯାଉଛି।
ଗତ ଜାନୁୟାରୀ ୧୯ରେ ପୁରୀ ବନଖଣ୍ଡ ଅଧୀନ ୫ଟି ରେଞ୍ଜ ମଧ୍ୟରୁ ଗୋପ (ଡଲ୍‌ଫିନଙ୍କ ରହିବା ଲାଗି ଜଳାଶୟ ନ ଥିବାରୁ)କୁ ବାଦ୍‌ ଦେଇ ଅନ୍ୟ ୪ଟି ବ୍ରହ୍ମଗିରି, ବାଲୁଖଣ୍ଡ, କୋଣାର୍କ ଓ ଅସ୍ତରଙ୍ଗ ରେଞ୍ଜରେ ଗଣତି ହୋଇଥିଲା। ଦେବୀ ମୁହାଣଠାରୁ ଅରଖକୁଦା ମୁହାଣ ପର୍ଯ୍ୟନ୍ତ ବ୍ୟାପିଥିବା ଏହି ରେଞ୍ଜରେ ଗୋଟିଏ ହେଲେ ବି ଡଲ୍‌ଫିନ ଦେଖିବାକୁ ମିଳି ନ ଥିଲା। ଅବଶ୍ୟ କୁହୁଡି ଯୋଗୁ ଗଣନା କାର୍ଯ୍ୟ ଠିକ୍‌ ଭାବେ ହୋଇପାରି ନ ଥିବାରୁ ଡଲ୍‌ଫିନଙ୍କୁ ଠାବ କରାଯାଇପାରି ନ ଥିଲା ବୋଲି ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା କହିଥିଲେ। ତେବେ ୨୦୧୮ରେ କେଳୁଣି ମୁହାଣରେ ୫ଟି ବଟଲନୋଜ ଡଲ୍‌ଫିନ ଦେଖିବାକୁ ମିଳିଥିବାବେଳେ ଚଳିତବର୍ଷ ସଂଖ୍ୟା ଶୂନ୍‌ ରହିବାକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। କୋଣାର୍କ ବନଖଣ୍ଡ ଅଧିକାରୀ ଅନନ୍ତ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଚନ୍ଦ୍ରଭାଗାରୁ କେଳୁଣୀ ମୁହାଣ ପର୍ଯ୍ୟନ୍ତ ଯାଇଥିଲେ ବି ଗୋଟିଏ ହେଲେ ଡଲ୍‌ଫିନ ଠାବ କରିପାରି ନ ଥିଲେ। ହେଲେ ଚନ୍ଦ୍ରଭାଗାରେ ଡଲ୍‌ଫିନ ଦେଖାଯିବା ଘଟଣା କିଛିମାତ୍ରାରେ ଆଶ୍ୱସ୍ତି ଆଣିଛି। ଏ ସମ୍ପର୍କରେ ପୁରୀ ଡିଏଫ୍‌ଓ ହର୍ଷବର୍ଦ୍ଧନ ଉଦ୍‌ଗାତା କହିଛନ୍ତି, ପୁରୀ ବନଖଣ୍ଡରେ ଡଲ୍‌ଫିନ ଆଦୌ ନ ଥିବା କହିବା ଭୁଲ୍‌ ହେବ। ଚଳିତବର୍ଷ ଗଣନା ଠିକ୍‌ ଭାବେ ହୋଇପାରି ନ ଥିଲା। ଗଣନା ଲାଗି ସକାଳ ୬ଟା ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ପ୍ରବଳ କୁହୁଡି ଯୋଗୁ ୯ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ତଥାପି କୁହୁଡି ଭଲ ଭାବେ ଛାଡି ନ ଥିଲା। ତେଣୁ ଗଣନା ଯେଉଁପରି ହେବା କଥା ହୋଇପାରି ନ ଥିଲା। ଆଉଥରେ ଡଲ୍‌ଫିନ ଗଣନା କରିବା ଲାଗି ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲୁ। କିନ୍ତୁ ଏ ନେଇ କୌଣସି ସୂଚନା ଆସି ନ ଥିଲା। ଡଲ୍‌ଫିନ ନିର୍ଦ୍ଦିଷ୍ଟ ଭାବେ କୌଣସି ଗୋଟିଏ ସ୍ଥାନରେ ରହି ନ ଥାନ୍ତି। ତେଣୁ ଏବେ ଚନ୍ଦ୍ରଭାଗା ସମୁଦ୍ରରେ ଡଲ୍‌ଫିନ ବାହାରିଥିବା କିଛି ନୂଆ ନୁହେଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ଚାଲି ଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଇ ଗଛରେ ପିଟି ହେଲା ମିନିଟ୍ରକ୍‌: ଚାଳକ ଫେରାର, ଗୁରୁତର…

ଦାରିଙ୍ଗବାଡ଼ି,୨୧।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବୃଦ୍ଧଜଣକ ହେଲେ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ବ୍ଲକ-ପଞ୍ଚାୟତ ପ୍ରଶାସନର ଟାଳଟୁଳ ନୀତି: ସ୍ୱାମୀଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ବି ସୂର୍ଯ୍ୟଙ୍କୁ ମିଳିନି ବିଧବା ଭତ୍ତା

ଥୁଆମୂଳ ରାମପୁର,୨୧।୭ (ଦୁର୍ଗା କୀର୍ତ୍ତି): ସରକାରୀ ସାମାଜିକ ସୁରକ୍ଷା ଯୋଜନାର ବ୍ୟାପକ ପ୍ରଚାର ଚାଲିଥିଲେ ହେଁ ପ୍ରଶାସନିକ ଅବହେଳା ଯୋଗୁ ପ୍ରକୃତ ହିତାଧିକାରୀମାନେ ଏହାରୁ ବଞ୍ଚିତ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri