ଚଢେଇ ରୂପରେ ଆସିଥିଲା ମୃତ୍ୟୁ ଦୂତ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ବଣ୍ଡା ବାଳକଙ୍କଜୀବନ

ଖଇରପୁଟ/ଗୋବିନ୍ଦପାଲ୍ଲି, ୨ା୬ (ଡି.ଏନ୍‌.ଏ.): ଚଢେଇ ରୂପରେ ଆସିଥିଲା ମୃତ୍ୟୁଦୂତ। ସେଇ ଚଢେଇ ଧରିବା ପାଇଁ ତା ପଛରେ ଗୋଡାଇ ଥିଲେ ୭ବର୍ଷର ବଣ୍ଡା ବାଳକ। ଚଢେଇ ଯାଇ ଟ୍ରାନ୍ସଫର୍ମର ଉପରେ ବସିଥିଲା। ବାଳକ ଜଣଙ୍କ ଟ୍ରାନ୍ସଫର୍ମର ଉପରେ ଚଢ଼ିବା କ୍ଷଣି ବିଦ୍ୟୁତ୍‌ ଆଘାତରେ ଲିଭିଗଲା ନିରୀହ ବାଳକର ଜୀବନ ଦୀପ। କାଳର ଏଭଳି ଆକସ୍ମିକ ଖେଳ ମାଲକାନଗିରି ଜିଲା ଖଇରପୁଟରେ ଦେଖିବାକୁ ମିଳିଛି।
ସୂଚନାନୁଯାୟୀ ଖଇରପୁଟ ବ୍ଲକ କଦମଗୁଡା ପଞ୍ଚାୟତ ପାକନାଗୁଡ଼ା ଗାଁର ରାମଚନ୍ଦ୍ର ଶିଶାଙ୍କ ପୁଅ ରାଜେନ୍ଦ୍ର(୭) ସାଙ୍ଗମାନଙ୍କ ସହ ରବିବାର ସକାଳେ ଖେଳୁଥିବାବେଳେ ଏକ ଚଢେଇ ଦେଖି ତା ପଛରେ ଗୋଡାଇଥିଲେ। ଚଢେଇଟି ଉଡିଯାଇ ଗାଁରେ ଥିବା ଟ୍ରାନ୍ସଫର୍ମର ଉପରେ ବସିଯାଇଥିଲା। ଚଢେଇକୁ ଧରିବାକୁ ରାଜେନ୍ଦ୍ର ଟ୍ରାନ୍ସଫର୍ମର ଉପରେ ଚଢିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। କରେଣ୍ଟ ନ ଥିବାବେଳେ ରାଜେନ୍ଦ୍ର ଟାନ୍ସଫର୍ମର ଉପରେ ଚଢିଥିଲେ। କିନ୍ତୁ ହଠାତ୍‌ କରେଣ୍ଟ ଆସିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ମୁଦୁଲିପଡା ପୋଲିସ ଓ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ବିଦ୍ୟୁତ ବିଭାଗ କର୍ମଚାରୀ ମୃତଦେହକୁ ଟାନ୍ସଫର୍ମର ତଳକୁ ଆଣିଥିଲେ। ଶୋକସନ୍ତପ୍ତ ପରିବାର ଓ ଗ୍ରାମବାସୀ ଘଟଣାସ୍ଥଳରେ ରୁଣ୍ଡ ହୋଇ କ୍ଷତିପୂରଣ ଦାବି କରିଥିଲେ। ପୋଲିସ ସେମାନଙ୍କୁ ବୁଝାଶୁଝା କରି ମୃତଦେହ ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି। ପରେ ଏକ ଶୋକାକୁଳ ପରିବେଶରେ ରାଜେନ୍ଦ୍ରଙ୍କ ମୃତଦେହର ସତ୍କାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ରାୟଗଡ଼ା ଅଫିସ, ୩୧।୭ (ଡି.ଏନ୍‌.ଏ.): ରାୟଗଡ଼ା ରେଳ ଷ୍ଟେଶନର ୭ ନଂ. ପ୍ଲାଟଫର୍ମରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ରେ ବୁଧବାର ଘଟିଛି ଅଗ୍ନିକାଣ୍ଡ।...

ରାୟଗଡ଼ାରେ ପ୍ରାଚୀନ ଗୁମ୍ଫା, ପଥରର ସନ୍ଧାନ

ରାୟଗଡ଼ା ଅଫିସ,୪ା୧୧: ରାୟଗଡ଼ା ସହର ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ପିଏଚ୍‌.ଡି. ଛାତ୍ର ଲୋକେଶ ଦୁର୍ଗା ଏବଂ...

ଗୁଣପୁରରେ ବାଇକ୍‌ ଚଳାଚଳ ଉପରେ ପ୍ରଶାସନର କଡ଼ା ନଜର

ଗୁଣପୁର, ୨୫।୩(ଡି.ଏନ୍‌.ଏ.): କରୋନା(କୋଭିଡ୍‌-୧୯) ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏହାର ମୁକାବିଲା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ...

ବିଦ୍ୟୁତ ଆଘାତରେ ଆଖି ବୁଜିଲେ ଦମ୍ପତି

ସୁନାବେଡ଼ା,୨ା୧: କୋରାପୁଟ ଜିଲା ସୁନାବେଡ଼ା ମ୍ୟୁନିସିପାଲିଟି ଅଧୀନସ୍ଥ ପୋଲିସ କ୍ୟାମ୍ପରେ ରହୁଥିବା ସୁଧାକର ବିଶ୍ୱାଳ (୫୬) ଓ ତାଙ୍କର ସ୍ତ୍ରୀ ଚଞ୍ଚଳl ବିଶ୍ୱାଳ (୫୦) ବିଦ୍ୟୁତ...

୬୧ ବର୍ଷରେ ବ୍ରାହ୍ମଣସାହି ପୂଜା

ରାୟଗଡ଼ା ଅଫିସ,୩୦ା୯: ରାୟଗଡ଼ା ସହରରେ ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଧୂମଧାମରେ ପାଳନ ହେବ। ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆଗେଇ ଚାଲିଛି।...

ପୋଲିସ ଲାଠିମାଡ଼ରେ ଯୁବକଙ୍କ ମୁଣ୍ଡ ଫାଟିଲା

ରାୟଗଡ଼ା ଅଫିସ,୨୬ା୧୨:  ହେଲ୍‌ମେଟ ନ ପିନ୍ଧି ଗାଡ଼ି ଚଳାଇଥିବା ଜଣେ ଯୁବକ ପୋଲିସ ଲାଠିମାଡ଼ରେ ଆହତ ହୋଇଛନ୍ତି। ସେ ହେଲେ ରାୟଗଡ଼ା ଥାନା ଅଧୀନ ତଳ...

ଚନ୍ଦ୍ରପୁର ଆଇସିଡିଏସ କାର୍ଯ୍ୟାଳୟ: ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଚାଲିଛି ଅଫିସ କାମ

 ଚନ୍ଦ୍ରପୁର, ୨୮ା୪(ଡି.ଏନ୍‌.ଏ.)-ରାୟଗଡା ଜିଲା ଚନ୍ଦ୍ରପୁର ବ୍ଲକସ୍ଥିତ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଆଜକୁ ଦୀର୍ଘ ପାଞ୍ଚବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ସଦର ମହକୁମାସ୍ଥିତ  ରାଜୀବ...

ଶିକୁଳିବନ୍ଧା ଜୀବନ କାଟୁଛନ୍ତି ୨ ମହିଳା

କୁନ୍ଦୁରା,୧୯।୧୧(ଡି.ଏନ୍‌.ଏ.)କୁନ୍ଦୁରା ବ୍ଲକ ଚେଣ୍ଡିଆ ଝିଲିଗାଁର ପଦ୍ମା ପରଜା (୨୬) ଓ ବଡ଼ ଝିଲିଗଁାର ରାଧା ପରଜା (୨୮)। ଏହି ୨ ମହିଳା ମାନସିକ ଭାବେ ଅସୁସ୍ଥ...

Advertisement
Archives

Model This Week