ଚଢ଼ାଦରରେ ଧାନ ବିହନ ବିକ୍ରି ଅଭିଯୋଗ

ଛତ୍ରପୁର,୨୧ା୬(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଚଢା ଦରରେ ଧାନ ବିହନ ବିକ୍ରି ଚାଲିଥିବା ଅଭିଯୋଗ ଆସିଛି। ପୂର୍ବରୁ ଘରୋଇ ଡିଲର ଓ ପ୍ରାଥମିକ ସମବାୟ ସେବା ସମିତିଗୁଡିକୁ ଜିଲାପାଳ ଏଥିପାଇଁ ତାଗିଦ୍‌ କରିଥିବା ନଜିର ରହିଛି ା ତେବେ ଠିକ୍‌ ସମୟରେ ସେବା ସମିତିଗୁଡିକ ଚାଷୀଙ୍କ ଚାହିଦା ମୁତାବକ ବିହନ ଆଣୁ ନାହାନ୍ତି। ଘରୋଇ ଡିଲରମାନେ ଏହାର ସୁଯୋଗ ନେଇ କେତେକ ସ୍ଥାନରେ ଚଢା ଦରରେ ବିହନ ବିକ୍ରି କରୁଛନ୍ତି ବୋଲି ଗୁରୁବାର ଛତ୍ରପୁରଠାରେ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଅଭିଯୋଗ କରାଯାଇଛି। ସରକାରଙ୍କ ପକ୍ଷରୁ ବିହନ ନିଗମ ଜରିଆରେ ଚାଷୀଙ୍କୁ ରିହାତି ଦରରେ ଧାନ ବିହନ ଯୋଗାଇବା ପାଇଁ ଘରୋଇ ଡିଲର ଓ ସୋସାଇଟିଗୁଡିକୁ ଦାୟିତ୍ୱ ଦିଆଯାଇଛି। ହେଲେ କେତେକ ସ୍ଥାନରେ ସୋସାଇଟି ଠିକ୍‌ ସମୟରେ ଧାନ ବିହନ ଆଣୁନାହାନ୍ତି। ଡିଲର ମାନେ ଚଢା ଦରରେ ବିକ୍ରି କରୁଥିବା ପ୍ରଶାସନ ନିକଟରେ ଅଭିଯୋଗ ହେବାରୁ ଜିଲାପାଳ ଏ ନେଇ ତାଗିଦ୍‌ କରିଥିଲେ। ଅଚାନକ ଛତ୍ରପୁରଠାରେ ଥିବା ଏକ ଘରୋଇ ଡିଲର ଦୋକାନରେ ସକାଳୁ ସକାଳୁ ପହଞ୍ଚି ଜିଲାପାଳ ଯାଞ୍ଚ କରିଥିଲେ। ଏହାପରେ ବି ଚଢ଼ା ଦରରେ ବିହନ ବିକ୍ରି ଚାଲିଥିବା ଚାଷୀ ସଂଗଠନଗୁଡିକ ଅଭିଯୋଗ କରିଆସୁଛନ୍ତି। ଘରୋଇ ଡିଲର ଓ ଦୋକାନୀମାନଙ୍କ ଠାରୁ ଆନ୍ଧ୍ର ମସୁରୀ ୩୦ କି.ଗ୍ରାକୁ ୮୦୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଥିବା କୁହାଯାଇଛି ା ବିହନ ଚଢା ଦରରେ ବିକ୍ରି ହେଉଥିବା ନେଇ ସୀତାରାମ ପାଣିଗ୍ରାହୀ, ବିଶ୍ୱାନଥ ସାହୁ,ବାବୁଲା ସ୍ବାଇଁ, ଶନିଆ ସ୍ବାଇଁ, ବଳରାମ ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି। ପୂର୍ବରୁ କୃଷି ବିଭାଗ ତରଫରୁ ବିହନ ଚାଷୀଙ୍କୁ ଦିଆଯାଉଥିଲା। ଯାହାଫଳରେ ଚାଷୀମାନେ ଠିକ୍‌ ସମୟରେ ସୁବିଧାରେ ବିହନ ପାଉଥିଲେ। ଏଣୁ ପ୍ରତି ପଞ୍ଚାୟତରେ ଗୋଦାମ କରି ବିହନ ଯୋଗାଇଦେବାକୁ ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

୯ ବର୍ଷ ହେଲା ଆଇଆର୍‌ବି ବାଟାଲିୟନକୁ ଜମି ମିଳୁନି

ଭଞ୍ଜନଗର,୨୦।୧୦(ଡି.ଏନ.ଏ): ଇଣ୍ଡିଆନ ରିଜର୍ଭ ବାଟାଲିୟନ (ଆଇଆରବି)ର ୮ମ ସ୍ବତନ୍ତ୍ର କାର୍ଯ୍ୟାଳୟ ପାଇଁ କନ୍ଧମାଳ ଜିଲାରେ ଜମି ମିଳୁ ନ ଥିବାରୁ ୯ବର୍ଷ ହେଲା ସ୍ଥାୟୀ କୋଠା...

ପୌର ନିର୍ବାଚନ ନେଇ ରାଜନୀତି ସରଗରମ: ପ୍ରଚାର ମଇଦାନରେ ଚେୟାରମ୍ୟାନ ପ୍ରାର୍ଥିନୀ

ଗଞ୍ଜାମ,୧୯।୩(ଡି.ଏନ୍‌.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢୁଛି । ପୁଇଁତୋଳା, ଦାମୋଦରପୁର, ପଣ୍ଡାସାହି, ଦୁର୍ଗାଦେବୀ ସାହିରେ ବିଜେଡି ଚେୟାରମ୍ୟାନ ପ୍ରାର୍ଥିନୀ...

ଓଡ଼ିଶାବାସୀଙ୍କୁ ସତର୍କ ରହିବାକୁ ପଡ଼ିବ: ବାଚସ୍ପତି

ଦିଗପହଣ୍ଡି, ୭।୧୧ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକକୁ ଶନିବାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ଲୋକଙ୍କୁ...

ଛାତ୍ରଙ୍କୁ ମାନସିକ ନିର୍ଯାତନା ଅଭିଯୋଗ

ବ୍ରହ୍ମପୁର ଅଫିସ,୮ା୨: ବ୍ରହ୍ମପୁର ସରକାରୀ ପଲିଟେକନିକରେ ପଢୁଥିବା ଜଣେ ଛାତ୍ରଙ୍କୁ ଅନୁଷ୍ଠାନର ଶିକ୍ଷକମାନେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କୁ...

ସହଯୋଗ ବାହାନାରେ ଏଟିଏମ୍‌ରେ ଠକେଇ

ଭଞ୍ଜନଗର,୩୦।୮(ଡି.ଏନ.ଏ)- ଟଙ୍କା ଉଠାଇବାରେ ସହଯୋଗ କରିବା ବାହାନାରେ ଜଣେ ମହିଳାଙ୍କ ଆକାଉଣ୍ଟରୁ ୨୧ ହଜାର ଟଙ୍କା ଠକି ନେଇଛନ୍ତି ଦୁର୍ବୃତ୍ତ। ଏଥିସହ ମହିଳାଙ୍କ ଏଟିଏମ୍‌ କାର୍ଡ଼ଟି...

ମହିଳା ହୋମଗାର୍ଡଙ୍କୁ ଆକ୍ରମଣ ମାମଲା: ସ୍ବାମୀଙ୍କ ସମେତ ୨ ଦେଡ଼ଶୁର ଗଲେ ଜେଲ୍‌

ଦିଗପହଣ୍ଡି,୨୦ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାରେ କାର୍ଯ୍ୟରତ ମହିଳା ହୋମଗାର୍ଡ ନର୍ମଦା ପଣ୍ଡାଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲାରେ ରବିବାର ତାଙ୍କ ସ୍ବାମୀ ରାଧାଶ୍ୟାମ ନନ୍ଦ, ଦେଡ଼ଶୁର...

ଗଞ୍ଜାମରେ ଏନ୍‌ଫୋର୍ସମେଣ୍ଟ କଡ଼ାକଡ଼ି: ମାସ୍କ ନ ପିନ୍ଧି ଗଣିଲେ ୧ ଲକ୍ଷରୁ ଅଧିକ ତଣ୍ଡ

ଛତ୍ରପୁର,୩୦।୭(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ଏନ୍‌ଫୋର୍ସମେଣ୍ଟକୁ କଡାକଡ଼ି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାର ବିଭିନ୍ନ ଥାନା ପୋଲିସ ପକ୍ଷରୁ...

ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା

ଛତ୍ରପୁର, ୧୫।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଉକ୍ତ ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଏ ସମ୍ପର୍କରେ ଗଞ୍ଜାମ...

Advertisement
Archives

Model This Week