ଛତ୍ରପୁର,୨୧ା୬(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଚଢା ଦରରେ ଧାନ ବିହନ ବିକ୍ରି ଚାଲିଥିବା ଅଭିଯୋଗ ଆସିଛି। ପୂର୍ବରୁ ଘରୋଇ ଡିଲର ଓ ପ୍ରାଥମିକ ସମବାୟ ସେବା ସମିତିଗୁଡିକୁ ଜିଲାପାଳ ଏଥିପାଇଁ ତାଗିଦ୍ କରିଥିବା ନଜିର ରହିଛି ା ତେବେ ଠିକ୍ ସମୟରେ ସେବା ସମିତିଗୁଡିକ ଚାଷୀଙ୍କ ଚାହିଦା ମୁତାବକ ବିହନ ଆଣୁ ନାହାନ୍ତି। ଘରୋଇ ଡିଲରମାନେ ଏହାର ସୁଯୋଗ ନେଇ କେତେକ ସ୍ଥାନରେ ଚଢା ଦରରେ ବିହନ ବିକ୍ରି କରୁଛନ୍ତି ବୋଲି ଗୁରୁବାର ଛତ୍ରପୁରଠାରେ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଅଭିଯୋଗ କରାଯାଇଛି। ସରକାରଙ୍କ ପକ୍ଷରୁ ବିହନ ନିଗମ ଜରିଆରେ ଚାଷୀଙ୍କୁ ରିହାତି ଦରରେ ଧାନ ବିହନ ଯୋଗାଇବା ପାଇଁ ଘରୋଇ ଡିଲର ଓ ସୋସାଇଟିଗୁଡିକୁ ଦାୟିତ୍ୱ ଦିଆଯାଇଛି। ହେଲେ କେତେକ ସ୍ଥାନରେ ସୋସାଇଟି ଠିକ୍ ସମୟରେ ଧାନ ବିହନ ଆଣୁନାହାନ୍ତି। ଡିଲର ମାନେ ଚଢା ଦରରେ ବିକ୍ରି କରୁଥିବା ପ୍ରଶାସନ ନିକଟରେ ଅଭିଯୋଗ ହେବାରୁ ଜିଲାପାଳ ଏ ନେଇ ତାଗିଦ୍ କରିଥିଲେ। ଅଚାନକ ଛତ୍ରପୁରଠାରେ ଥିବା ଏକ ଘରୋଇ ଡିଲର ଦୋକାନରେ ସକାଳୁ ସକାଳୁ ପହଞ୍ଚି ଜିଲାପାଳ ଯାଞ୍ଚ କରିଥିଲେ। ଏହାପରେ ବି ଚଢ଼ା ଦରରେ ବିହନ ବିକ୍ରି ଚାଲିଥିବା ଚାଷୀ ସଂଗଠନଗୁଡିକ ଅଭିଯୋଗ କରିଆସୁଛନ୍ତି। ଘରୋଇ ଡିଲର ଓ ଦୋକାନୀମାନଙ୍କ ଠାରୁ ଆନ୍ଧ୍ର ମସୁରୀ ୩୦ କି.ଗ୍ରାକୁ ୮୦୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଥିବା କୁହାଯାଇଛି ା ବିହନ ଚଢା ଦରରେ ବିକ୍ରି ହେଉଥିବା ନେଇ ସୀତାରାମ ପାଣିଗ୍ରାହୀ, ବିଶ୍ୱାନଥ ସାହୁ,ବାବୁଲା ସ୍ବାଇଁ, ଶନିଆ ସ୍ବାଇଁ, ବଳରାମ ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି। ପୂର୍ବରୁ କୃଷି ବିଭାଗ ତରଫରୁ ବିହନ ଚାଷୀଙ୍କୁ ଦିଆଯାଉଥିଲା। ଯାହାଫଳରେ ଚାଷୀମାନେ ଠିକ୍ ସମୟରେ ସୁବିଧାରେ ବିହନ ପାଉଥିଲେ। ଏଣୁ ପ୍ରତି ପଞ୍ଚାୟତରେ ଗୋଦାମ କରି ବିହନ ଯୋଗାଇଦେବାକୁ ଦାବି ହୋଇଛି ା
ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…
ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…
ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ
ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…
ମୋବାଇଲ୍ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର
ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…
ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…
ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍ ଚଢ଼ାଉ କରି…
ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…
ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ
ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…
ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…
ହୃଦ୍ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା
ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

