ଘୋଷଯାତ୍ରା ମଧ୍ୟରେ ହେବ ଶ୍ରୀମନ୍ଦିର ମରାମତି: ୮ ଦିନରେ କାମ ସାରିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୧୩।୬(ବ୍ୟୁରୋ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ମଧ୍ୟରେ ଶ୍ରୀମନ୍ଦିର ମରାମତି କାମ ହେବ। ଆସନ୍ତା ଜୁଲାଇ ୪ରେ ଘୋଷଯାତ୍ରା ଶେଷ ହେବା ପରେ ୫ ଓ ୬ତାରିଖରେ ଏଏସ୍‌ଆଇ ଟିମ୍‌ ଶ୍ରୀମନ୍ଦିରରେ ସ୍ଥିତି ଅନୁଧ୍ୟାନ କରିବ। ଗର୍ଭ ଗୃହ, ନାଟ୍ୟ ମଣ୍ଡପ, ଭୋଗ ମଣ୍ଡପ, ରୋଷ ଘର ସବୁକିଛି ଅନୁଧ୍ୟାନ ହେବ। ଏହାପରେ ୭ତାରିଖରୁ ଶ୍ରୀମନ୍ଦିର ମରାମତି କାମ ଆରମ୍ଭ ହେବ। ୧୪ତାରିଖ ସନ୍ଧ୍ୟା ସୁଦ୍ଧା ଯୁଦ୍ଧକାଳୀନ ଭିତ୍ତିରେ ଶ୍ରୀମନ୍ଦିରରେ ମରାମତି କାମ ଶେଷ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ବୁଧବାର ଭୁବନେଶ୍ୱରର ଓପେପା ସମ୍ମିଳନୀ କକ୍ଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ବୈଠକ ପରେ ମହାପାତ୍ର ସୂଚନା ଦେଇ କହିଛନ୍ତି, ନୀଳଚକ୍ର ସୁରକ୍ଷିତ ଅଛି। ନୀଳଚକ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ରାସାୟନିକ ବିଶ୍ଳେଷଣ କରାଯିବ। ସେହିପରି ସିଂହଦ୍ୱାରରେ ପଥରରେ ନିର୍ମିତ ସ୍ଥାୟୀ ଜୟ-ବିଜୟ ମୂର୍ତ୍ତି ଲାଗିବ। ବର୍ତ୍ତମାନ ପିତ୍ତଳର ମୂର୍ତ୍ତି ରଖାଯିବ। ଆସନ୍ତା ୧୬ତରିଖରେ ଜୟ-ବିଜୟ ମୂର୍ତ୍ତି ସଂସ୍ଥାପନ କରାଯିବ ବୋଲି ମହାପାତ୍ର ସୂଚନା ଦେଇଛନ୍ତି। ଗର୍ଭଗୃହରେ ଫାଟ ନାହିଁ। କିନ୍ତୁ କେତେଜଣ ସେବାୟତ ଅଭିଯୋଗ କରିଥିଲେ। ତେଣୁ ତାହା ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି। ଦୁଇଦିନ ଧରି ଏଏସ୍‌ଆଇ ଟିମ୍‌ ଅନୁଧ୍ୟାନ କରିବ। ଯେଉଁଠି ଅଧିକ କ୍ଷତି ହୋଇଥିବ, ତାହା ଅଧିକ ଦିନ ଲାଗିପାରେ। ତେବେ ସେମିତି ଅଧିକ କ୍ଷତି ହୋଇ ନ ଥିବା ଆଶା କରାଯାଉଛି ବୋଲି ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ କହିଛନ୍ତି। ବୈଠକରେ ପୂର୍ତ୍ତ ବିଭାଗ ସଚିବ କ୍ରୀଷ୍ଣନ କୁମାରଙ୍କ ସହ ଏଏସ୍‌ଆଇ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅତି ଭୀଷଣ ବେଗରେ ମାଡିଆସୁଛି ‘ୟାସ୍‌’: ଆଉ ମାତ୍ର ଧାମରାଠାରୁ ୪୦ କି.ମି ଦୂରରେ

ପ୍ରବଳ ବେଗରେ ମାଡିଆସୁଛି ବାତ୍ୟା ୟାସ। ଏହା ଏବେ ଧାମରା ନିକଟକୁ ଆଉ ମାତ୍ର ୪୦ କିମି ଓ ବାଲେଶ୍ୱର ଠାରୁ ୯୦କିମି ଦୂରରେ ରହିଛି।...

ବଢି ଚାଲିଛି କରୋନା ସଂକ୍ରମଣ,ରାଜ୍ୟରେ ୨୭୦୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୭।୧(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୨୭୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୦୯ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

କୌଣସି ବ୍ୟକ୍ତି କରୋନା ଲକ୍ଷଣ ଲୁଚାନ୍ତୁ ନାହିଁ, ଶୀଘ୍ର କରନ୍ତୁ ଟେଷ୍ଟିଂ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଗୁରୁବାର ୪ଟି ଅପିଲ କରିଛନ୍ତି। ପ୍ରଥମଟି ହେଲା ଯଦି କୌଣସି ବ୍ୟକ୍ତିଙ୍କଠାରେ କରୋନା...

୨୯ ସୁଦ୍ଧା ତଥ୍ୟ ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୧୪ା୯: ପୋଲିସ ତଦନ୍ତରେ ମନ୍ଥରତା କରୁଥିବା ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଦ୍ୱାରା ହାଇକୋର୍ଟରେ ଆଗତ ମାମଲାର ଶୁଣାଣି ମଙ୍ଗଳବାର ହୋଇଛି। ବିଚାରପତି ବିଶ୍ୱଜିତ...

ଶ୍ରୀଲିଙ୍ଗରାଜ ମାର୍କେଟରେ ସାମାଜିକ ଦୂରତ୍ୱ ଅମାନ୍ୟ

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): କରୋନା ସଂକ୍ରମଣକୁ ଏଡ଼ାଇବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଲୋକଙ୍କୁ ସଚେତନ କରିବାରେ ଲାଗିପଡିଛି। ହେଲେ ହାଟଗୁଡିକରେ ସାମାଜିକ ଦୂରତ୍ୱକୁ ବ୍ୟବସାୟୀ ଓ ଲୋକେ...

ସରିଲା ନାମାଙ୍କନ ପ୍ରକ୍ରିୟା, ଆଜି ପ୍ରାର୍ଥୀପତ୍ର ଯାଞ୍ଚ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ସରିଯାଇଛି। ନାମାଙ୍କନ ଦାଖଲ ପରେ ଶନିବାର ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଆସନ୍ତାକାଲିଠାରୁ ୨୫...

ଘର ଦଖଲକୁ କେନ୍ଦ୍ର କରି ତୁମୁଳକାଣ୍ଡ

ଭୁବନେଶ୍ୱର,୧୭।୩(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ଏନ୍‌-୩ରେ ଏକ ଘର ଦଖଲକୁ କେନ୍ଦ୍ର କରି ମଙ୍ଗଳବାର ସନ୍ଧ୍ୟାରେ ତୁମୁଳକାଣ୍ଡ ଘଟିଛି। ଜଣେ ବିଧାୟକଙ୍କ ସମ୍ପର୍କୀୟ ଘର କିଣିବାପରେ...

ରାଜିନ୍ଦର ପିଆଇବି ଓଡ଼ିଶା ମୁଖ୍ୟ

ଭୁବନେଶ୍ୱର,୧୬।୩(ପି.ଆଇ.ବି.): ଭାରତୀୟ ସୂଚନା ସେବା (ଆଇଆଇଏସ୍‌)ର ବରିଷ୍ଠ ଅଧିକାରୀ ରାଜିନ୍ଦର ଚୌଧୁରୀ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ଓଡ଼ିଶା ମୁଖ୍ୟ ତଥା ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ...

Advertisement
Archives

Model This Week