Posted inରାଜ୍ୟ

୪୨ ଡିଗ୍ରୀ ଖରାରେ ଦୌଡ଼ାଇଲେ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଚନ୍ଦକାସ୍ଥିତ ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ୪୨.୪ ଡିଗ୍ରୀ ଖରାରେ ଟ୍ରେନିଂ ଚାଲିଥିଲାବେଳେ ଜଣେ ମହିଳା ପୋଲିସ ଅଫିସରଙ୍କ ସମେତ ୨୪ରୁ ଊର୍ଦ୍ଧ୍ୱ ଅଚେତ ହୋଇପଡିଥିଲେ। ଆମ୍ବୁଲାନ୍ସ ବଦଳରେ ସେମାନଙ୍କୁ ସ୍କୁଟିରେ ବୋହି ଟ୍ରେନିଂ ସେଣ୍ଟର ପରିସର ହସ୍ପିଟାଲକୁ ଅଣାଯାଇଥିଲା। ତୁରନ୍ତ ଅକ୍ସିଜେନ ଓ ସାଲାଇନ୍‌ ଲଗାଯାଇ ଚିକିତ୍ସା କରାଯାଇଥିଲା। ତେବେ ଏହି ଘଟଣାକୁ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଉପରିସ୍ଥ ଅଧିକାରୀଙ୍କୁ ଦାୟୀ କରି ଅସୁସ୍ଥ ଟ୍ରେନି ଯବାନ ଓ ପୋଲିସ ଅଧିକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଚନ୍ଦକାସ୍ଥିତ ସ୍ପେଶାଲ ଅପରେଶନ ଗ୍ରୁପ୍‌ (ଏସ୍‌ଓଜି) ଟ୍ରେନିଂ ସେଣ୍ଟରରେ ସକାଳ ସାଢ଼େ ୫ଟାରୁ ସାଢ଼େ ୯ଟା ଓ ଅପରାହ୍ନ ସାଢ଼େ ୩ଟାରୁ ସାଢ଼େ ୬ଟା ରେଗୁରାଲ ଟ୍ରେନିଂ ହୁଏ। ୫ କେଜି ଓଜନର ବନ୍ଧୁକ ଓ ୧୦ କେଜି ଓଜନର ସାମଗ୍ରୀ ଥିବା ବ୍ୟାଗ୍‌ କାନ୍ଧ ଓ ପିଠିରେ ଲଦି ଟ୍ରେନିଂ ନେବାକୁ ପଡେ। ପୂର୍ବରୁ ସମସ୍ତ ଯବାନ ଓ ମାଓବାଦୀ ଅଞ୍ଚଳରେ କାର୍ଯ୍ୟରତ ପୋଲିସ ଅଫିସରଙ୍କୁ ଏହି ଟ୍ରେନିଂ ଦିଆଯାଇଥାଏ। ଏବେ ସମସ୍ତ ପୋଲିସ ଅଧିକାରୀଙ୍କ ପାଇଁ ଏସ୍‌ଓଜି ଟ୍ରେନିଂ ବାଧ୍ୟତାମୂଳକ କରାଯାଇଛି। ବୁଧବାର ସକାଳେ ରେଗୁରାଲ ଟ୍ରେନିଂ ପରେ ସ୍ବତନ୍ତ୍ର ଟ୍ରେନିଂ ଆରମ୍ଭ ହୋଇଥିଲା। ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ଏସ୍‌ଓଜି ଯବାନ, ୭ଜଣ ଡିଏସ୍‌ପି ର଼୍ୟାଙ୍କ୍‌ର ମହିଳା ପୋଲିସ ଅଧିକାରୀ ଓ ୩୦ଜଣ ପୋଲିସ ଏସ୍‌ଆଇ ଥିଲେ। ବୁଧବାର ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୨.୪ ଡିଗ୍ରୀ ରହିଥିଲାବେଳେ ସକାଳ ୯ଟାରୁ ପ୍ରବଳ ତାତି ଅନୁଭୂତ ହୋଇଥିଲା। ସ୍ବତନ୍ତ୍ର ଟ୍ରେନିଂ ବେଳକୁ ତାପମାତ୍ରା ଆହୁରି ବଢ଼ିଯାଇଥିଲା। ଝାଞ୍ଜିରେ ମୁହଁ ପୋଡ଼ିଗଲା ଭଳି ଲାଗୁଥିଲା। ଦୌଡୁଥିବାବେଳେ ପ୍ରଥମେ କେତେଜଣ ଅସୁସ୍ଥ ଅନୁଭବ କରୁଥିବା ନେଇ ଟ୍ରେନିଂ ଅଫିସରଙ୍କୁ ଜଣାଇଥିଲେ। ହେଲେ ଉପରିସ୍ଥ ଅଫିସର କିଛି ନ ଶୁଣି ଦୌଡ଼ିବାକୁ କହିଥିଲେ। ଫଳରେ ଜଣକ ପରେ ଜଣେ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ। ଅଧିକାଂଶ ଅଚେତ ହୋଇପଡିଥିଲେ। ତୁରନ୍ତ ସେମାନଙ୍କୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ଆଣିବାକୁ ଉପସ୍ଥିତ ଅଧିକାରୀମାନେ ଫୋନ୍‌ କରି କାର୍ଯ୍ୟାଳୟକୁ ଜଣାଇଥିଲେ। ହେଲେ ଡ୍ରାଇଭର ନ ଥିବାରୁ ଆମ୍ବୁଲାନ୍ସ ଆସିପାରି ନ ଥିଲା। ପରେ ସ୍କୁଟି, ବାଇକ୍‌ ଓ ଅନ୍ୟ ଗାଡ଼ିରେ ସେମାନଙ୍କୁ ଟ୍ରେନିଂ ସେଣ୍ଟର ପରିସରସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲରେ ୨୦ ଏସ୍‌ଓଜି ଯବାନ, ୩ଜଣ ଏସ୍‌ଆଇ ଓ ଜଣେ ମହିଳା ଡିଏସ୍‌ପିଙ୍କୁ ଅକ୍ସିଜେନ, ସାଲାଇନ୍‌ ଦିଆଯାଇ ଚିକିତ୍ସା ଆରମ୍ଭ ହୋଇଥିବାବେଳେ ଅନ୍ୟ କେତେଜଣ ସାମାନ୍ୟ ଅସୁସ୍ଥଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିଲା।
ଘଟଣା ସଂକ୍ରାନ୍ତରେ ଏସ୍‌ଓଜି ଟ୍ରେନିଂ କମାଣ୍ଟାଣ୍ଟ୍‌ ଅନିରୁଦ୍ଧ କୁମାର ସିଂଙ୍କୁ ପଚାରିବାରୁ ସେ କହିଲେ, ମାଓବାଦୀଙ୍କ ସହ ଲଢ଼ିବାକୁ ଆମକୁ ସେପରି ଦକ୍ଷ ହେବାକୁ ପଡ଼ିବ। ତେଣୁ ଯବାନ ଓ ପୋଲିସ ଅଧିକାରୀଙ୍କୁ କଡା ଟ୍ରେନିଂ ଦେବାକୁ ପଡୁଛି। ବୁଧବାର ଟ୍ରେନିଂ ସମୟରେ ଗରମ ଓ ଗୁଳୁଗୁଳି ଟିକେ ଅଧିକ ଥିଲା। ୧୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା। ଏବେ ସେମାନେ ସୁସ୍ଥ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri