ଘୋଷଣାରେ ସୀମିତ ନ ରହୁ ପୁନରୁଦ୍ଧାର

ଦେଓଗାଁ,୧୩ା୩(ଡି.ଏନ.ଏ):ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଗାଇବାହାଲ ପଞ୍ଚାୟତ ଅନ୍ତର୍ଗତ ସାଗରପାଲିସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ ଚାଲୁ ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଚଳିତ ବଜେଟରେ ଚିନିକଳ ଚାଲୁ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୯୨ କୋଟି ୬୦ ଲକ୍ଷ ଟଙ୍କା ପ୍ରସ୍ତାବ ରଖାଯାଇଛି। ଚିନିକଳକୁ ପିପିପି ମୋଡରେ ଚାଲୁ କରିବାପାଇଁ ପ୍ରୟାସ କରାଯାଉଛି। ତେବେ କିଛି ମାସପରେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେବାକୁ ଯାଉଛି। ଏଣୁ ଏହା ସରକାରଙ୍କ ନିର୍ବାଚନୀ ଚାଲ ନୁହେଁ କି ବୋଲି ସାମାଜିକ ଗଣମାଧ୍ୟମରେ ଲୋକେ ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି ା
ପ୍ରଥମ ପର୍ଯ୍ୟାୟରେ ଚିନିକଳ ଚାଲୁ ପାଇଁ ସରକାର ୯୨ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ବରାଦ ପାଇଁ ପ୍ରସ୍ତାବରେ ରଖିଛନ୍ତି। ତେବେ ତିନି ବର୍ଷ ପାଇଁ ଚାଲୁ ରଖିବାକୁ ହେଲେ ନୋଲସ ନୋ ପ୍ରଫିଟରେ ୧୨୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜିଲା ସମବାୟ ଚିନିକଳ କମିଟି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ା ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଚିନିକଳ ପୁନଃ ଚାଲୁ କରିବାପାଇଁ ସମବାୟ ବିଭାଗର ରାଜ୍ୟସ୍ତରୀୟ ବରିଷ୍ଠ କର୍ମଚାରୀ ଏବଂ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟିକୁ ଏକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା ହେଲେ ତାହା ଫାଇଲ ତଳେ ଚାପିହୋଇ ରହିଗଲା ା ନିର୍ବାଚନ ଆସିଲେ ସରକାରଙ୍କୁ ବିଜୟାନନ୍ଦ ସମବାୟ ଚିନିକଳ କଥା ମନେ ପଡେ ବୋଲି ବିରୋଧୀ କହୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ସ୍ଥାନୀୟ ଶାସକ ଦଳ ବିଧାୟକ ପ୍ରାର୍ଥୀ ବିଜୟ ହେଲେ ଚିନିକଳ ନିଶ୍ଚିତ ଚାଲୁ କରାଯିବ ବୋଲି କହିଥିଲେ ା ହେଲେ ଫଳାଫଳ ଘୋଷଣା ପରେ ସେହି ପ୍ରସଙ୍ଗ ନୀରବି ଗଲା। ଏଣୁ ଏବେ ଆଖୁଚାଷୀ ଏଥର ଚିନିକଳ ଚାଲିବା ନେଇ ନିଶ୍ଚିତ ହୋଇ ପାରୁ ନାହାନ୍ତି। ରାଜ୍ୟ ସରକାର ଚାଷୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଚିନିକଳକୁ ପୁନଃ ଚାଲୁ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

ସେମାନେ ଯାହା କହନ୍ତି….

ଚିନିକଳ ପୁନଃଚାଲୁ ପାଇଁ ବିଧାନସଭାରେ ଦାବି ଉଠାଇଥିଲି। ଏନେଇ ଆଗରୁ ସମସ୍ତ ଅଧିକାରୀଙ୍କୁ ଡକାଇ ଆଲୋଚନା କରିଥିଲି ା ଏବେ କେବଳ ଲୋକଦେଖାଣିଆ ପ୍ରୟାସ କରାଯାଉଛି ା ସରକାର ଚିନିକଳ ପାଇଁ ୩ଥର ଟେଣ୍ଡର ଡାକିଥିଲେ। ହେଲେ କେହି ବିଡର ବାହାରୁ ନ ଥିବାରୁ ଚଳାଇବା ପାଇଁ ଅକ୍ଷମତା ପ୍ରକାଶ କରିଥିଲେ। ଏଣୁ ସରକାରଙ୍କ ଆନ୍ତରିକତା ରହିଥିବା ମୁଁ ମନେ କରୁନାହିଁ।
ନରସିଂହ ମିଶ୍ର , ବିଧାୟକ ବଲାଙ୍ଗୀର
ଚିନିକଳ ଚାଲୁଥିବା ସମୟରେ ଅଞ୍ଚଳର ଆଖୁଚାଷୀ ଉପକୃତ ହେଉଥିଲେ। ଏହା ବନ୍ଦ ହୋଇପଡିବା ପରେ ଅଞ୍ଚଳର ଅର୍ଥନୈତିକହାନୀ ଘଟିଛି। ଏଣୁ ଏକମାତ୍ର ଏହି କୃଷିଭିତ୍ତିକ ଶିଳ୍ପକୁ ପୁନଃ ଚାଲୁ କରାଗଲେ ଆଖୁ ଚାଷୀ ସମେତ ଅଞ୍ଚଳବାସୀ ଉପକୃତ ହୁଅନ୍ତେ।
ଦୟାନିଧି ଖମାରୀ, ପଞ୍ଚାୟତ
ସମିତି ଅଧ୍ୟକ୍ଷ ଦେଓଗାଁ ବ୍ଲକ।
ବିଜୟାନନ୍ଦ ସମବାୟ ଚିନିକଳ ବନ୍ଦ ହେବାପରେ ପ୍ରାୟ ୩ଶହ କର୍ମଚାରୀ ବେରୋଜଗାର ହୋଇପଡଛନ୍ତି। ଅନେକ କର୍ମସଂସ୍ଥାନ ଅନ୍ବେଷଣରେ ବାହାର ରାଜ୍ୟକୁ କାମ କରିବାକୁ ଯାଇଛନ୍ତି। ଏହି ଶିଳ୍ପ ପୁନଃ ଚାଲୁ କରିବା ଦିଗରେ ରାଜ୍ୟ ସରକାର ଯେଉଁ ପଦକ୍ଷେପ ଆରମ୍ଭ କରିଛନ୍ତି ତାହା କାର୍ଯ୍ୟରେ ପରିଣତ ହେଲେ ଅଞ୍ଚଳବାସୀ ଉପକୃତ ହେବେ ା
ସୁବଳ ଚରଣ ରଣା, କର୍ମଚାରୀ ସଂଘ ଉପଦେଷ୍ଠା ସଦସ୍ୟ, ଦେଓଗାଁ ା
ଚିନିକଳ ବନ୍ଦ ହେବା ପରଠାରୁ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ଦୋହଲି ପଡିଛି ା ଏବେ କେତେକ ଚାଷୀ ବିନା ପ୍ରୋତ୍ସାହନରେ ଆଖୁ ଚାଷ ଜାରି ରଖିଛନ୍ତି। ହେଲେ ବଜାର ସୁବିଧା ନ ପାଇ କେବଳ ଗୁଡ ତିଆରି କରି ଅଭାବୀ ଦରରେ ବିକ୍ରି କରୁଛନ୍ତି ା ଏଣୁ ଆଖୁ ଚାଷୀଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ଏହି ଚିନିକଳ ସରକାର ପୁନଃ ଚାଲୁ କରିବାର ଆବଶ୍ୟକତା ରହିଛି ା
ଅନ୍ତର୍ଯ୍ୟାମୀ ଭୋଇ, ଅଗ୍ରଣୀ ଚାଷୀ,କରୁଆଁଝର ।


Enter your email to get our daily news in your inbox.

All Right Reserved By Dharitri.Com

ଫେକ୍‌ ଆଇଡିରୁ ଶୁଭ୍ରାଂଶୁଙ୍କ ନିକଟକୁ ଆସିଥିଲା ଚିଠି; ନାସା ନାଁରେ ଭୁଆଁ ବୁଲାଇଥିଲେ ନାବାଳକ

ଅନୁଗୋଳ ଅଫିସ,୨।୧୨: ମାତ୍ର ୬୫ ହଜାର ଟଙ୍କାରେ ଅନୁଗୋଳ ଗାନ୍ଧୀମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୯ମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ନାୟକ ପ୍ରସ୍ତୁତ କରିଥିବା...

ଆର୍‌ଟିଓ ଅଫିସରୁ ଦଲାଲ ହଟାଯିବା ପ୍ରସଙ୍ଗ: ଏଜେଣ୍ଟଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ, ଥଇଥାନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ରାଜ୍ୟର ବିଭିନ୍ନ ଆର୍‌ଟିଓ ଅଫିସରୁ ଦଲାଲ ହଟାଯିବା ପ୍ରସଙ୍ଗରେ ଏଜେଣ୍ଟମାନଙ୍କ ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଆର୍‌ଟିଓ ପରିସରରେ ବସିବା ପାଇଁ ଏଜେଣ୍ଟମାନଙ୍କ ପକ୍ଷରୁ...

ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା

ବୋଲଗଡ଼/ଭାପୁର,୧୭ା୬(ଡି.ଏନ୍‌.ଏ.)-ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ବୋଲଗଡ଼ଠାରେ ରବିବାର ସକାଳେ ଏକ କାର୍‌ ଦୁର୍ଘଟଣାରେ ପୂର୍ବତନ ସରପଞ୍ଚ ପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଭାପୁର...

ଜାତୀୟସ୍ତରରେ ବଣ୍ଟିଙ୍କ କୃତିତ୍ୱ

ଜଗତ୍‌ସିଂହପୁର ଅଫିସ୍‌,୭।୨: ନିଷ୍ଠା, ଆତ୍ମବିଶ୍ୱାସ ଓ କଠୋର ପରିଶ୍ରମ ଆଗରେ ଦାରିଦ୍ର୍ୟତା ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ସ୍ଥାନୀୟ ଶିଶୁ ଆଶ୍ରମରେ। ଆଶ୍ରମର...

‘ବୈଶାଖୀ ବାଣିଜ୍ୟ ମେଳା’

ଢେଙ୍କାନାଳ ଅଫିସ, ୧୦।୧୦: ଢେଙ୍କାନାଳ ଜୁବିଲି ଟାଉନ ବଜାରସ୍ଥିତ ମହିଷାପାଟ ଛକ ନିକଟରେ ରବିବାର ସନ୍ଧ୍ୟାରେ ‘ବୈଶାଖୀ ବାଣିଜ୍ୟ ମେଳା’ ଉଦ୍‌ଘାଟିତ ହୋଇଛି। ମେଳା ପରିସରରେ...

ବିପଦସଙ୍କୁଳ ଅବସ୍ଥାରେ କନାଝୁରୁ ପୋଲ, ତୁରନ୍ତ ମରାମତି ଦାବି

କୋଟଗଡ,୧୦ା୯(ଡି.ଏନ.ଏ.)- କୋଟଗଡ ବ୍ଲକ ସୁବର୍ଣ୍ଣଗିରି ରାସ୍ତାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା କନାଝୁରୁ ନାଳ ପୋଲ ଏବେ ବିପଦଶଙ୍କୁଳ ଅବସ୍ଥାରେ ରହିଛି। ଲଗାଣ...

ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ: ଦୁଇଦିନିଆ କର୍ମଶାଳା, ପ୍ରଶିକ୍ଷଣ ଉଦ୍‌ଘାଟିତ

ପୁରୀ ଅଫିସ, ୧୩ା୧୨: ସ୍ଥାନୀୟ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଦ୍ୱିଦିବସୀୟ କାର୍ଯ୍ୟକର୍ତ୍ତା କର୍ମଶାଳା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର...

ଘର ଘର ବୁଲି ପିଡିଏସ୍‌ ହିତାଧିକାରୀଙ୍କୁ ଆର୍ଥିକ ସହାୟତା

ବନ୍ତ,୯।୪(ସ୍ବ.ପ୍ର.)-କରୋନା ଲକ୍‌ ଡାଉନ୍‌ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପିଡିଏସ୍‌ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା...

Advertisement
Archives

Model This Week