ଘୁଞ୍ଚିଲା ପିଜି ମେରିଟ୍‌ଲିଷ୍ଟ ତାଲିକା ପ୍ରକାଶ ତାରିଖ

ବ୍ରହ୍ମପୁର ଅଫିସ,୧ା୮-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଚଳିତ ବର୍ଷ ସ୍ନାତକୋତ୍ତର ବିଭାଗଗୁଡିକର ନାମଲେଖା ପ୍ରକ୍ରିୟା ଆରମ୍ଭକୁ ନେଇ ଏବେ ପୁଣି ସମସ୍ୟା ଦେଖାଦେଇଛି ା ଏନ୍‌ଆଇସିର ଅପଲୋଡିଂରେ ବିଳମ୍ବ ଓ ମାକଲିଷ୍ଟ ତ୍ରୁଟି ଯୋଗୁ ସ୍ନାତକୋତ୍ତର ବିଭିନ୍ନ ବିଭାଗରେ ନାମଲେଖା ପାଇଁ ମେରିଟ୍‌ଲିଷ୍ଟ ତାଲିକା ପ୍ରକାଶରେ ନିୟୋଜିତ ବିଭାଗୀୟ କର୍ତ୍ତୃପକ୍ଷ ଦ୍ୱନ୍ଦ୍ୱରେ ପଡିଥିବା ନେଇ ଅଭିଯୋଗ ହୋଇଛି ା ଅନ୍ୟପକ୍ଷରେ ପୂର୍ବ ନିର୍ଦ୍ଧାରିତ ସମୟ ମଧ୍ୟ ସ୍ପୁଟିଂ ଆରମ୍ଭ ହୋଇପାରି ନ ଥିବାରୁ ସ୍ନାତକୋତ୍ତର ପରିଷଦ ପକ୍ଷରୁ ମେରିଟ୍‌ଲିଷ୍ଟ ପ୍ରକାଶ ତାରିଖକୁ ଘୁଞ୍ଚାଯାଇଥିବା ନେଇ ଚର୍ଚ୍ଚା ହୋଇଛି ା ଅଗଷ୍ଟ ୧ ପରିବର୍ତ୍ତେ ୭ରେ ତାଲିକା ପ୍ରକାଶ କରିବାକୁ ପରିଷଦ ପକ୍ଷରୁ ମଙ୍ଗଳବାର ବିଳମ୍ବିତ ରାତିରେ ନୋଟିସ ଜାରି କରାଯାଇଥିବା ଜଣାପଡିଛି ା ତେବେ ସ୍ପୁଟିଂରେ ବିଳମ୍ବ ଯୋଗୁ ନାମଲେଖା ଓ ପାଠ୍ୟକ୍ରମ ଆରମ୍ଭରେ ମଧ୍ୟ ଚଳିତ ବର୍ଷ ବିଳମ୍ବ ହେବାକୁ ନେଇ ଏବେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି ା
ମିଳିଥିବା ସୂଚନା ପ୍ରକାରେ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବିଭିନ୍ନ ବିଭାଗରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଜୁଲାଇ ୧ ରୁ ୭ ମଧ୍ୟରେ ହେବାକୁ ସ୍ଥିର କରାଯାଇଥିଲା ା ତେବେ କେତେକ ଛାତ୍ରୀଛାତ୍ରଙ୍କ ବିରୋଧ ପରେ ଜୁଲାଇ ୭ ରୁ ପରୀକ୍ଷା ହୋଇଥିଲା ା
ଅଗଷ୍ଟ ୧ରେ ମେରିଟ୍‌ ଲିଷ୍ଟ ପ୍ରକାଶ ନେଇ ପରିଷଦ ପକ୍ଷରୁ ନୋଟିସ ଜାରି କରାଯାଇଥିଲା ା କିନ୍ତୁ ମଙ୍ଗଳବାର ବିଳମ୍ବିତ ରାତିିରେ ତାଲିକା ପ୍ରକାଶ ତାରିଖ ପରିବର୍ତ୍ତନ କରାଯାଇ ଅଗଷ୍ଟ ୭ କୁ ଘୁଞ୍ଚାଯାଇଥିବା ନେଇ ପରିଷଦ ପକ୍ଷରୁ ନୋଟିସ ପ୍ରକାଶ ପାଇଥିଲା। ତେବେ ତାଲିକା ପ୍ରକାଶର ଦିନକ ପୂର୍ବରୁ ଅଚାନକ ଭାବେ ମେରିଟଲିଷ୍ଟ ଓ ନାମଲେଖା ତାରିଖ ପରିବର୍ତ୍ତନ କରିବା କାରଣକୁ ନେଇ ବିଭିନ୍ନ ଚର୍ଚ୍ଚା ଜୋର ଧରିଥିଲା ା ଏନ୍‌ଆଇସି ପକ୍ଷରୁ ବିଭିନ୍ନ ବିଭାଗକୁ ପଠାଯାଇଥିବା ଛାତ୍ରୀଛାତ୍ରଙ୍କ ମାର୍କଲିଷ୍ଟରେ ସିଜିପିଏ ଓ ପର୍ସେଣ୍ଟେଜରେ ତ୍ରୁଟି ଓ ସ୍ପୁଟିଂରେ ବିଳମ୍ବ ଯୋଗୁ ପରିଷଦ ପକ୍ଷରୁ ତାରିଖ ଘୁଞ୍ଚାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା ା ଏନେଇ ସ୍ନାତକୋତ୍ତର ପରିଷଦ ପ୍ରଶାସନିକ ଅଧିକାରୀ(ଏଓ) ସତ୍ୟ ପାତ୍ରଙ୍କୁ ଯୋଗଯୋଗ ବେଳେ ସେ ଏହାକୁ ଖଣ୍ଡନ କରିଛନ୍ତି ା ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କ ଫାଇନାଲ ତଥା ପ୍ରୋଭିଜନାଲ ମାର୍କଶିଟ ପ୍ରକାଶରେ ବିଳମ୍ବ ଓ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ଆଦି ବିଷୟରେ ଅବେଦନକାରୀଙ୍କ ସଂଖ୍ୟା ସର୍ବାଧିକ ହୋଇଥିବା ଯୋଗୁ ବିଭାଗୀୟ ମୁଖ୍ୟ ଏବଂ ପରୀକ୍ଷା ନିୟନ୍ତ୍ରକଙ୍କ ଅନୁରୋଧ ପ୍ରକାରେ ତାଲିକା ପ୍ରକାଶ ତାରିଖ ଘୁଞ୍ଚାଯାଇଥିବା ଏଓ ପାତ୍ର କହିଛନ୍ତି ା
ଅଗଷ୍ଟ ୨୯ରୁ ବିଭାଗରେ ପାଠପଢା ଆରମ୍ଭ ହେବା ସହ ଚଳିତ ବର୍ଷଠାରୁ ନିର୍ଦ୍ଧାରିତ ସମୟରେ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସେ ସୂଚାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ ସ୍କୁଲରେ ଶିକ୍ଷକ ଅଭାବ

ବ୍ରହ୍ମପୁର ଅଫିସ,୨୮।୪: ବ୍ରହ୍ମପୁର ମହାନଗର ନିଗମର ବହୁ ପୁରାତନ ସରକାରୀ ସିଟି ହାଇସ୍କୁଲରେ ଚଳିତ ଶିକ୍ଷାବର୍ଷ ନିମନ୍ତେ ଏପ୍ରିଲ ୨୦ରୁ ବିଭିନ୍ନ ଶ୍ରେଣୀରେ ଛାତ୍ରୀଛାତ୍ରଙ୍କ ନାମଲେଖା ଆରମ୍ଭ...

ସତ୍ୟଙ୍କ ରେକର୍ଡ ନିଶା: ପୁଣି କଲେ ବିଶ୍ୱ ରେକର୍ଡ;  ୟୁନିଭର୍ସାଲ, କଲାମ ବୁକ ଅଫ ରେକର୍ଡରେ ୧.୯ ଇଞ୍ଚର ଗଣେଶ

ବ୍ରହ୍ମପୁର ଅଫିସ,୧୪ା୧୨-ନିଆରା କଳାକୃତି କରି ରେକର୍ଡ କରିବାର ନିଶା ତାଙ୍କୁ ସାରା ବିଶ୍ୱରେ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି | ପୂର୍ବରୁ ବହୁବାର ଚକ, କାଠ,...

ଗଞ୍ଜାମ ସହରରେ ୮ କରୋନା ଆକ୍ରାନ୍ତ, ୪ ସୁସ୍ଥ

ଗଞ୍ଜାମ,୧୦।୭(ଡି.ଏନ୍‌.ଏ.): ମହାମାରୀ କରୋନା ଦୀର୍ଘ ପାଞ୍ଚ ମାସରୁ ଊର୍ଦ୍ଧ୍ୱ ସମୟ ସାରା ରାଜ୍ୟ ଆତଙ୍କ ସୃଷ୍ଟି କରିଛି। ବିଶେଷ ଭାବେ ଗଞ୍ଜାମ ଜିଲାକୁ ଅତ୍ୟଧିକ ପ୍ରବାସୀ...

‘ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଅଧୀନରୁ ଅଲଗା କର’

ବ୍ରହ୍ମପୁର ଅଫିସ୍‌,୧୪ା୯-ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ନାନା ସମସ୍ୟା ଦେଇ ଗତି କରୁଛି। ଏହି ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଗୋଟିଏ ପରେ ଗୋଟିଏ କଲେଜର ଛାତ୍ରୀଛାତ୍ରମାନେ ବିଭିନ୍ନ ସମସ୍ୟାକୁ...

୮୮ ତମ ପୋଲିସ ପ୍ରତିଷ୍ଠା ଦିବସ, ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କର : ଆଇଜି

  ବ୍ରହ୍ମପୁର ଅଫିସ,୧।୪: ବ୍ର୍ରହ୍ମପୁରରେ ଯେଉଁ ଉଦ୍ଦେଶ୍ୟ ନେଇ ପୋଲିସ ଜିଲା ପ୍ରତିଷ୍ଠା କରାଯାଇଥିଲା ତାହା ପୂରଣ କରିବା ପାଇଁ ମିଳିତ ଉଦ୍ୟମ ଦରକାର। ଅପରାଧ...

ପାଲୁରୁ ସାହେବ କେନାଲ ଅବରୋଧ, ଦୁର୍ଦ୍ଦିନରେ ମତ୍ସ୍ୟଜୀବୀ

ଗଞ୍ଜାମ,୬ା୮(ଡି.ଏନ.ଏ.): ଗଞ୍ଜାମ ବ୍ଲକ ଅଧୀନରେ ଥିବା ପାଲୁରୁ ସାହେବ କେନାଲ ନୂତନ ପୋଡ଼ାମପେଟା ଓଡିଆର୍‌ପି ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଗମନାଗମନ ସୁବିଧା ଦୃଷ୍ଟିରୁ ମୟୂରପଦା ଗ୍ରାମ ନିକଟରେ...

ସରକାରୀ ସୁବିଧା ଦାବିକଲେ ଚାଳକ

ବ୍ରହ୍ମପୁର ଅଫିସ୍‌,୧୮ା୯-ଓଡ଼ିଶା ମୋଟର୍‌ ଚାଳକ ସଂଘ ବ୍ରହ୍ମପୁର ଶାଖା ପକ୍ଷରୁ ମଙ୍ଗଳବାର ସକାଳେ ଚାଳକ ଦିବସ ପାଳନ କରାଯାଇଛି । ଏହି ଅବସରରେ ସକାଳେ ବହୁ...

ମହିଳାଙ୍କୁ ହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ଭଞ୍ଜନଗର,୭।୩(ଡି.ଏନ୍‌.ଏ.): ଭଞ୍ଜନଗର ଥାନା ବାଲିଆପଟାର ବସୁମତି ନାୟକ (୨୮)ଙ୍କୁ ଶୁକ୍ରବାର ରାତିରେ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଶନିବାର ସକାଳେ...

Advertisement
Archives

Model This Week