ଘାଟିରେ ପ୍ରବାସୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ଆଠମଲ୍ଲିକ, ୧୫ା୫(ଡି.ଏନ.ଏ.)- ପଶ୍ଚିମବଙ୍ଗର ବାଙ୍କୁଡା ଜିଲା ସୁନାମୁଖିରୁ ଫେରୁଥିବା ଜଣେ ପ୍ରବାସୀ ଓଡ଼ିଆଙ୍କ କାର୍‌ ଶୁକ୍ରବାର ଅନୁଗୋଳ ଜିଲା ଆଠମଲ୍ଲିକ ଥାନା ଆଠମଲ୍ଲିକ-ଅନୁଗୋଳ ପୂର୍ତ୍ତ ବିଭାଗ ରାସ୍ତା ଝରଝରି ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାରୁ ପ୍ରକାଶ, ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ବଙ୍ଗମୁଣ୍ଡା ଅଞ୍ଚଳର ଆଶିଷ କୁମାର(୨୪) କୋଭିଡ ପାସ୍‌ ନେଇ ଏକ କାର୍‌ (ନଂ. ଡବ୍ଲ୍ୟୁବି ୬୮ ଏସି ୫୪୦୮) ଯୋଗେ ପଶ୍ଚିମବଙ୍ଗରୁ ଘରକୁ ଫେରୁଥିବାବେଳେ ଝରଝରି ଘାଟଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତେବେ ସୌଭାଗ୍ୟବଶତଃ ସେ ଓ ଡ୍ରାଇଭର ପ୍ରିୟରଞ୍ଜନ ଚାଟାର୍ଜୀ ସୁରକ୍ଷିତ ଅଛନ୍ତି। ଆଠମଲ୍ଲିକ ଆଇଆଇସି ପ୍ରିୟବ୍ରତ ଦାଶ କାର୍‌ ଜବତ କରି ତଦନ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଭାରତୀୟ ବିଜ୍ଞାନ ପ୍ରଦର୍ଶନୀରେ ଚମକିଲେ ସୋନାଲୀ

ଅନୁଗୋଳ ଅଫିସ, ୯।୧ – ଧୀରେ ଧୀରେ ବଢ଼ୁଥିବା ପ୍ରଦୂଷଣ ସମସ୍ୟାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ଉପରେ ସର୍ବଭାରତୀୟ ବିଜ୍ଞାନ ପ୍ରଦର୍ଶନୀରେ ନିଜ ପ୍ରକଳ୍ପ...

ବ୍ୟବସାୟକୁ ଜୀବନ ଦେଇଛି କାଗଜଫୁଲ

ବଅଁରପାଳ,୧୦ା୭(ଉପେନ୍ଦ୍ର ରାଉତ) ଗଢ଼ିନି ପ୍ରକୃତି। ସୁଗନ୍ଧ ଦେଇନାହାନ୍ତି ଈଶ୍ୱର। ଗେଣ୍ଡୁ ପରି ଗୋଲଗାଲ ନୁହେଁ କି ଗୋଲାପ ଭଳି ଆକର୍ଷଣ ମଧ୍ୟ ନାହିଁ। ତଥାପି ଲକ୍‌ଡାଉନ୍‌...

ଜିଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ନୁନୁକାପଶି ସରପଞ୍ଚ; ବଇଣ୍ଡା ଅଞ୍ଚଳକୁ ୭୨ଘଣ୍ଟା ସଟ୍‌ଡାଉନ ଘୋଷଣା

ବଇଣ୍ଡା,୧୦।୫(ଡି.ଏନ.ଏ.)-ଅନୁଗୋଳ ଜିଲାରେ ରବିବାର ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କିଶୋରନଗର ବ୍ଲକ ନୁନୁକାପଶି ସରପଞ୍ଚ ଜଳଧର ସାହୁ ଜିଲାପାଳଙ୍କ କ୍ଷମତା ପ୍ରୟୋଗ...

କିଶୋରନଗର ଅଞ୍ଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି ଦାବି

ବଇଣ୍ଡା,୫।୬(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା ଇଲାକାରେ କିଛିଦିନ ହେବ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୋଲିସ ରାତି ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରୁ ନ ଥିବାରୁ...

ଛତିଶଗଡ଼, ଝାଡ଼ଖଣ୍ଡ ଗଲେ ୧୦୬

ଅନୁଗୋଳ ଅଫିସ/ଛେଣ୍ଡିପଦା/ପାଲଲହଡ଼ା, ୯।୫- ଅନୁଗୋଳ ଜିଲାର ବିଭିନ୍ନ ବ୍ଲକରେ କ୍ବାରାଣ୍ଟାଇନ୍‌ ଅବଧି ସମାପ୍ତ କରିଥିବା ଛତିଶଗଡ଼ର ୭୫ ଜଣ ଶ୍ରମିକଙ୍କୁ ଏକ ସ୍ବତନ୍ତ୍ର ବସ୍‌ ଯୋଗେ...

ଉଚ୍ଛେଦରେ ସୀମିତ ସମ୍ପ୍ରସାରଣ

ବଇଣ୍ଡା, ୧୦ା୮(ପରିକ୍ଷିତ ସାହୁ):  ଅନୁଗୋଳ ଜିଲା ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥକୁ ୪ ଲେନ୍‌ କରାଯାଉଛି। ହେଲେ କିଶୋରନଗର ବ୍ଲକ ଜାମ୍ବୁନାଳୀଠାରୁ...

୨ ରହୁଛି ଖୋଲା, ୫ରେ ତାଲା

ବଇଣ୍ଡା,(ପରିକ୍ଷିତ ସାହୁ) ୨୭ା୮:  ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ହୋମିଓପ୍ୟାଥି ଓ ଆୟୁର୍ବେଦ ଚିକିତ୍ସାସେବା। ଉପଖଣ୍ଡର ଆଠମଲ୍ଲିକ ଓ କିଶୋରନଗର ବ୍ଲକର ଜଙ୍ଗଲ...

୧୧ ଦିନ ପରେ ନାଲ୍‌କୋ ବିଶ୍ୱକର୍ମା ପୂଜା: ଝଲସିବ ଆଲୁମିନିୟମ ନଗରୀ

ବଅଁରପାଳ, ୬।୯ (ଡି.ଏନ୍‌.ଏ) – ନାଲ୍‌କୋ ପ୍ରସିଦ୍ଧ ଗଣପର୍ବ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଆସନ୍ତା ୧୭ ତାରିଖ ଠାରୁ ଅନୁଷ୍ଠିତ ହେବ। ଏହି ପୂଜା ପାଇଁ...


Coronavirus Update

Archives

Model This Week

Why Dharitri