Posted inଫୁରସତ

ଘର ଭଡ଼ା ନେଉଥିଲେ…

ଜବ୍‌, ବ୍ୟବସାୟ ହେଉ କିମ୍ବା ଅନ୍ୟାନ୍ୟ କାରଣରୁ  ଅଧିକାଂଶ ପରିବାର ଭଡ଼ାଘର ନେଇ ରହିଥାନ୍ତି। ସେଠାରେ ଆବଶ୍ୟକତା ଅନୁସାରେ ସମସ୍ତ ସାମଗ୍ରୀ ମଧ୍ୟ ରଖିଥାନ୍ତି।  ହେଲେ ବେଳେବେଳେ ବିଭିନ୍ନ କାରଣରୁ ଘର ପରିବର୍ତ୍ତନ କରିବାକୁ ପଡୁଥିବାରୁ କେତେକ ସାମଗ୍ରୀ ଭାଙ୍ଗିଯିବା କିମ୍ବା  ନଷ୍ଟ ହେବାର ଆଶଙ୍କାଥାଏ। ତେଣୁ ଭଡ଼ାଘରେ କେଉଁସବୁ ଜିନିଷ ନ ରଖିବା ଭଲ ଜାଣି ରଖନ୍ତୁ…

ଇଲେକ୍ଟ୍ରୋନିକ୍ସ ସାମଗ୍ରୀ: ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିନା ଚଳିବା ଯେମିତି ଏକ ପ୍ରକାରର ଅସମ୍ଭବ ହୋଇଗଲାଣି। ହେଲେ ଭଡାଘରେ ରହୁଥିଲେ, ପରେ ସିଫ୍ଟ ବେଳେ ଯେପରି ନଷ୍ଟ ନ ହୁଏ ସେଥିପାଇଁ ଟିଭି, ଫ୍ରିଜ୍‌, ଫ୍ୟାନ୍‌, କମ୍ପ୍ୟୁଟର ଭଳି ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀକୁ ଛାଡି ଏସି, ମାଇକ୍ରୋଓ୍ବେଭ୍‌, ଗିଜର ଆଦି ସାମଗ୍ରୀ କମ୍‌ ରଖିବାକୁ ଚେଷ୍ଟା କରନ୍ତୁ।
ଗାଡ଼ି: ଭଡ଼ାଘରେ ରହୁଥିଲେ ସଉକ ପାଇଁ ଏକାଧିକ ଗାଡ଼ି ବିଶେଷକରି ଚାରି ଚକିଆ ଯାନ ନ କିଣିବା ଭଲ। କାରଣ ଅନେକ ଭଡାଘରେ ପାର୍କିଂ ପାଇଁ ପର୍ଯ୍ୟାପ୍ତ ଜାଗା ନ ଥାଏ। ତେଣୁ ଗାଡି ରଖିବା ନିହାତି ଆବଶ୍ୟକ ଥିଲେ ପ୍ରଥମେ ପାର୍କିଂ ବ୍ୟବସ୍ଥା ଦେଖିବା ପରେ ଭଡ଼ା ନିଅନ୍ତୁ। ନଚେତ୍‌ ଆପଣଙ୍କୁ ରାସ୍ତା କଡରେ ଗାଡି ରଖିବାକୁ ପଡିପାରେ, ଯାହାକି ଉଭୟ ଅବୈଧ ଏବଂ ବିପଦପୂର୍ଣ୍ଣ।
ଗୃହସଜ୍ଜା ଉପକରଣ: ଘର ସଜାଇବାକୁ ସମସ୍ତେ ଭଲ ପାଆନ୍ତି, ତାହା ନିଜ ଘର ହେଉ ଅବା ଭଡାଘର। ହେଲେ ଭଡାଘର ମଝିରେ ମଝିରେ ବଦଳାଇବାକୁ ହେଉଥିବାରୁ ସିଫ୍ଟ ସମୟରେ ଯେପରି ଭାଙ୍ଗି ନ ଯାଏ ସେଥିପାଇଁ ଅଧିକ ଦାମୀ କାଚ ଶୋ ପିସ୍‌, ଝୁମର, ଅନ୍ୟାନ୍ୟ ଡେକୋରେଟିଭ୍‌ ଲାଇଟ୍‌ ଆଦି ସାମଗ୍ରୀ ନ ରଖିବା ଭଲ। ସେହିପରି ଅଧିକ ଦାମୀ ଗ୍ଲାସ୍‌ କିମ୍ବା ସେରାମିକ୍‌ ଫ୍ଲାଓ୍ବାର ପଟ୍‌ ବଦଳରେ ନ ଭାଙ୍ଗିବା ଲାଗି ମେଟାଲିକ୍‌ ପଟ୍‌ ରଖନ୍ତୁ। ଯଦି ସେସବୁ ନିହାତି ପସନ୍ଦ ତେବେ ତା’ ବଦଳରେ ଆପଣ ଚାହିଁଲେ ମାଟିର ଡେକୋରେଟିଭ୍‌ ଜିନିଷ କିମ୍ବା ପଟ୍‌ ରଖିପାରିବେ, ଯାହାକି ଭାଙ୍ଗିଗଲେ ଅଧିକ ଟଙ୍କା ନଷ୍ଟ ହେବାର ଦୁଃଖ ରହିବନାହିଁ।
ପୋଷା ଜୀବଜନ୍ତୁ: ଘରେ ପୋଷା ଜୀବଜନ୍ତୁ ରଖିବାର ସଉକ ଅନେକଙ୍କ ରହିଛି। ହେଲେ ଯଦି ଆପଣ ଭଡାଘରେ ରହୁଛନ୍ତି ତେବେ ପୋଷା ଜୀବଜନ୍ତୁ ନ ରଖିବା ଭଲ। କାରଣ ଅନେକ ଘର ମାଲିକ କୁକୁର, ବିଲେଇ ଆଦି ନିଜ ଘରେ ରଖିବାକୁ ପସନ୍ଦ କରନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

ନିଆଁ ସହ ଚାଲିଛି ଖେଳ

ଭୁବନେଶ୍ୱର,୧୪।୬(ରବିନାରାୟଣ ଜେନା): କଥାରେ ଅଛି ନିଆଁ ସହ ଖେଳନାହିଁ, ହେଲେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଏବେ ନିଆଁ ସହିତ ଖେଳୁଛନ୍ତି। ଏଥିଯୋଗୁ କେତେବେଳେ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ଡିଜି ପାହ୍ୟା: ବରିଷ୍ଠତା ଦେଖିପାରନ୍ତି

ଭୁବନେଶ୍ୱର,୧୪।୬(ସୁନିତ୍‌ ମିଶ୍ର): କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିବା ବିଭିନ୍ନ ଡିଜି ପାହ୍ୟାର ପଦବୀରେ ନିଯୁକ୍ତି ପାଇବା ପାଇଁ ଦେଶର ୩୩ ଜଣ ଆଇପିଏସ୍‌ ଅଫିସରଙ୍କ ତାଲିକା ୧୨…

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri