ଘରୋଇ ସହାୟକ, ଡ୍ରାଇଭରଙ୍କୁ ମିଳିବ ପିଏଫ୍‌

ନୂଆଦିଲ୍ଲୀ,୨୮-୮: ମୋଦି ସରକାର ଦ୍ୱିତୀୟ କାର୍ଯ୍ୟକାଳରେ ସାମାଜିକ ସୁରକ୍ଷା ଉପରେ ଅଧିକ ଦୃଷ୍ଟିନିବଦ୍ଧ କରିଛନ୍ତି। କର୍ମଚାରୀ ଭବିଷ୍ୟନିଧି ଆଇନରେ ଆବଶ୍ୟକ ସଂଶୋଧନ ଆଣି ଘରୋଇ ସହାୟକ, ଡ୍ରାଇଭର ଭଳି ସେଲ୍ଫ ହେଲ୍ପ ବ୍ୟକ୍ତିମାନଙ୍କୁ ଇପିଏଫ୍‌ରେ ସାମିଲ କରିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଏବେ କମ୍ପାନୀ, ସରକାରୀକ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ଲାଗି ପ୍ରଭିଡେଣ୍ଟ ଫଣ୍ଡ ଯୋଜନା ଲାଗୁ କରାଯାଇଛି। ଏଥିରେ ସ୍ବରୋଜଗାରରେ ସାମିଲ ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯାଇନାହିଁ। ନିକଟରେ ସରକାର ପିଏମ୍‌ ଶ୍ରମଯୋଗୀ ମାନଧନ ପେନସନ ଯୋଜନା ଆରମ୍ଭ କରିଛନ୍ତି। ଏବେ ଏହାର ଆକାଉଣ୍ଟଧାରୀଙ୍କୁ ପିଏଫ୍‌ ଆକାଉଣ୍ଟ ଖୋଲି ସେମାନଙ୍କ ଦ୍ୱାରା ଅଂଶଦାନ କରିବାକୁ ସରକାର ଚାହୁଁଛନ୍ତି। ତେବେ ଏଥିଲାଗି ୧୨%ର ଧାର୍ଯ୍ୟ ସୀମା ରଖାଯିବ ନାହିଁ। କେତେ ଲୋକ ସ୍ବରୋଜଗାର ଶ୍ରେଣୀରେ ରହିଛନ୍ତି, ଏହାଦ୍ୱାରା ଜଣାପଡିବ। ତେବେ ଏହି ପିଏଫ୍‌ ଆକାଉଣ୍ଟରେ ଅଂଶଦାନକୁ ବାଧ୍ୟତାମୂଳକ କରାଯିବ ନାହିଁ। ଲୋକେ ସହମତି ଭିତ୍ତିରେ ଅଂଶଦାନ କରିପାରିବେ। ବର୍ତ୍ତମାନ ଦେଶରେ ମୋଟ ୬.୫ କୋଟି ପିଏଫ୍‌ ଅଂଶଧାରୀ ରହିଛନ୍ତି ଏବଂ ଇପିଏଫ୍‌ଓ ଆକାଉଣ୍ଟରେ ୧୦.୫ ଲକ୍ଷ କୋଟି ଟଙ୍କା ଜମା ହୋଇ ରହିଛି। ବର୍ତ୍ତମାନ ବ୍ୟବସ୍ଥାରେ କର୍ମଚାରୀ ଓ ନିଯୁକ୍ତିକର୍ତ୍ତା ୧୨% ଲେଖାଏ ଅଂଶଧନ ଇପିଏଫରେ ଦେଇଥାନ୍ତି। ଅନ୍ୟପକ୍ଷରେ ବିଡି, ଝୋଟ୍‌, ଇଟା, କଏର ଭଳି ଉଦ୍ୟୋଗରେ ନିଯୁକ୍ତ କର୍ମଚାରୀଙ୍କୁ ୧୦ ପ୍ରତିଶତ ଲେଖାଏ ଅଂଶଧନ ଦେବାକୁ ପଡିଥାଏ। ଏହି ବ୍ୟବସ୍ଥା କ୍ଷତିରେ ଚାଲୁଥିବା କମ୍ପାନୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri