ଘରୋଇ ସହାୟକ, ଡ୍ରାଇଭରଙ୍କୁ ମିଳିବ ପିଏଫ୍‌

ନୂଆଦିଲ୍ଲୀ,୨୮-୮: ମୋଦି ସରକାର ଦ୍ୱିତୀୟ କାର୍ଯ୍ୟକାଳରେ ସାମାଜିକ ସୁରକ୍ଷା ଉପରେ ଅଧିକ ଦୃଷ୍ଟିନିବଦ୍ଧ କରିଛନ୍ତି। କର୍ମଚାରୀ ଭବିଷ୍ୟନିଧି ଆଇନରେ ଆବଶ୍ୟକ ସଂଶୋଧନ ଆଣି ଘରୋଇ ସହାୟକ, ଡ୍ରାଇଭର ଭଳି ସେଲ୍ଫ ହେଲ୍ପ ବ୍ୟକ୍ତିମାନଙ୍କୁ ଇପିଏଫ୍‌ରେ ସାମିଲ କରିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଏବେ କମ୍ପାନୀ, ସରକାରୀକ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ଲାଗି ପ୍ରଭିଡେଣ୍ଟ ଫଣ୍ଡ ଯୋଜନା ଲାଗୁ କରାଯାଇଛି। ଏଥିରେ ସ୍ବରୋଜଗାରରେ ସାମିଲ ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯାଇନାହିଁ। ନିକଟରେ ସରକାର ପିଏମ୍‌ ଶ୍ରମଯୋଗୀ ମାନଧନ ପେନସନ ଯୋଜନା ଆରମ୍ଭ କରିଛନ୍ତି। ଏବେ ଏହାର ଆକାଉଣ୍ଟଧାରୀଙ୍କୁ ପିଏଫ୍‌ ଆକାଉଣ୍ଟ ଖୋଲି ସେମାନଙ୍କ ଦ୍ୱାରା ଅଂଶଦାନ କରିବାକୁ ସରକାର ଚାହୁଁଛନ୍ତି। ତେବେ ଏଥିଲାଗି ୧୨%ର ଧାର୍ଯ୍ୟ ସୀମା ରଖାଯିବ ନାହିଁ। କେତେ ଲୋକ ସ୍ବରୋଜଗାର ଶ୍ରେଣୀରେ ରହିଛନ୍ତି, ଏହାଦ୍ୱାରା ଜଣାପଡିବ। ତେବେ ଏହି ପିଏଫ୍‌ ଆକାଉଣ୍ଟରେ ଅଂଶଦାନକୁ ବାଧ୍ୟତାମୂଳକ କରାଯିବ ନାହିଁ। ଲୋକେ ସହମତି ଭିତ୍ତିରେ ଅଂଶଦାନ କରିପାରିବେ। ବର୍ତ୍ତମାନ ଦେଶରେ ମୋଟ ୬.୫ କୋଟି ପିଏଫ୍‌ ଅଂଶଧାରୀ ରହିଛନ୍ତି ଏବଂ ଇପିଏଫ୍‌ଓ ଆକାଉଣ୍ଟରେ ୧୦.୫ ଲକ୍ଷ କୋଟି ଟଙ୍କା ଜମା ହୋଇ ରହିଛି। ବର୍ତ୍ତମାନ ବ୍ୟବସ୍ଥାରେ କର୍ମଚାରୀ ଓ ନିଯୁକ୍ତିକର୍ତ୍ତା ୧୨% ଲେଖାଏ ଅଂଶଧନ ଇପିଏଫରେ ଦେଇଥାନ୍ତି। ଅନ୍ୟପକ୍ଷରେ ବିଡି, ଝୋଟ୍‌, ଇଟା, କଏର ଭଳି ଉଦ୍ୟୋଗରେ ନିଯୁକ୍ତ କର୍ମଚାରୀଙ୍କୁ ୧୦ ପ୍ରତିଶତ ଲେଖାଏ ଅଂଶଧନ ଦେବାକୁ ପଡିଥାଏ। ଏହି ବ୍ୟବସ୍ଥା କ୍ଷତିରେ ଚାଲୁଥିବା କମ୍ପାନୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ହରାଉଛନ୍ତି ସରକାର

ଭୁବନେଶ୍ୱର,୧୯।୯: ସାରା ଦେଶରେ ବ୍ୟବସାୟିକ କ୍ଷେତ୍ରରେ କମର୍ସିଆଲ ଗ୍ୟାସ୍‌ ପରିବର୍ତ୍ତେ ଘରୋଇ ଗ୍ୟାସ୍‌ର ବହୁଳ ବ୍ୟବହାର ଯୋଗୁ ଉଭୟ ରାଜ୍ୟ ଓ କେନ୍ଦ୍ର ପ୍ରତି ବର୍ଷ...

ଜେଏସ୍‌ଏଲ୍‌କୁ ‘ଏମର୍ଜିଂ ଷ୍ଟିଲ୍‌ କମ୍ପାନୀ ଅଫ୍‌ ଦି ଇୟର’ପୁରସ୍କାର

ନୂଆଦିଲ୍ଲୀ,୩୧ା୮: ଷ୍ଟିଲ ୟୁଜର୍ସ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଏସ୍‌ୟୁଏଫଆଇ) ଏବଂ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ସହଯୋଗରେ ମୁମ୍ବାଇରେ ଆୟୋଜିତ ‘ଇଣ୍ଡିଆ ଷ୍ଟିଲ କନ୍‌ଫରେନ୍ସ-୨୦୨୨ ଏବଂ...

୨୦୧୮-୧୯ ଆଇଟିଆର୍‌ ପଇଠ ସୀମା ବଢ଼ିଲା

ନୂଆଦିଲ୍ଲୀ,୩୧।୭ -ଆର୍ଥତ୍କ ବର୍ଷ ୨୦୧୮-୧୯ ଲାଗି ଆୟକର ରିଟର୍ନ (ଆଇଟିଆର୍‌) ପଇଠ କରିବା ସୀମାକୁ ସରକାର ଚଳିତ ବର୍ଷ ସେପ୍ଟେମ୍ବର ଶେଷ ଯାଏ ବଢ଼ାଇଛନ୍ତି। ବର୍ତ୍ତମାନ...

ବିଓଆଇର ଡିବିୟୁ ଉଦ୍‌ଘାଟିତ

ଭୁବନେଶ୍ୱର,୧୭ା୧୦: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ (ଡିବିୟୁ) ଉଦ୍‌ଘାଟିତ ହୋଇଯାଇଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭର୍ଚୁଆଲ ମୋଡ୍‌ରେ ଦେଶର...

ଟଙ୍କା ମୂଲ୍ୟରେ ଆଖିଦୃଶିଆ ବୃଦ୍ଧି

ନୂଆଦିଲ୍ଲୀ: ବୁଧବାର କାରବାର ଦିବସରେ ଟଙ୍କା ମୂଲ୍ୟରେ ଆଖିଦୃଶିଆ ବୃଦ୍ଧି ଦେଖିବାକୁ ମିଳିଛି। ଦିନରେ ଡଲାର ତୁଳନାରେ ଟଙ୍କାରେ ୨୦ ପଇସା ବୃଦ୍ଧି ସହିତ ୭୭.୫୧...

୬୩,୪୯୩ ୟୁନିଟ ଯାନ ପ୍ରତ୍ୟାହାର କଲା ମାରୁତି

ନୂଆଦିଲ୍ଲୀ,୭-୧୨: କେତେକ ଯାନ୍ତ୍ରିକ ତ୍ରୁଟି ଯୋଗୁ ମାରୁତି ସୁଜୁକି ଇଣ୍ଡିଆ ଏହାର ୬୩,୪୯୩ ୟୁନିଟ ଯାନ ପ୍ରତ୍ୟାହାର କରି ନେଇଛି। ଏହି ଯାନଗୁଡିକ ସିଆଜ, ଏର୍ଟିଗା...

ଏସ୍‌ବିଆଇ ପକ୍ଷରୁ ୧ବିଲିୟନ୍‌ ଋଣ ପ୍ରଦାନ

ନୂଆଦିଲ୍ଲୀ,୨।୩: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ନିକଟରେ ୧ବିଲିୟନ୍‌ ଡଲାରର ସିଣ୍ଡିକେଟ୍‌ ଋଣ ପ୍ରଦାନ କରାଯାଇଛି। ଏସ୍‌ବିଆଇ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାରବାର...

ୟୁନୋ ଉପଭୋକ୍ତାଙ୍କ ସଂଖ୍ୟା ୧୬ ନିୟୁତ ଟପିଲା

ଭୁବନେଶ୍ୱର,୧୪-୧୨: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ଡିଜିଟାଲ ପ୍ଲାଟଫର୍ମ ୟୋନୋର ୟୁଜର ବେସ୍‌ ବା ଉପଭୋକ୍ତା ସଂଖ୍ୟା ୧୬ ନିୟୁତ ଟପିଥିବା ଜଣାପଡିଛି। ଶୁଭାରମ୍ଭ...

Advertisement
Archives

Model This Week