ଘରୋଇ ଚିକିତ୍ସାଳୟ, ନିଦାନ କେନ୍ଦ୍ରରେ ଲାଗିବ ଲଗାମ: କାର୍ଯ୍ୟକାରୀ ହେବ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା

ନୟାଗଡ ଅଫିସ,୭ା୨: ନୟାଗଡ଼ ଜିଲାର ସମସ୍ତ ଘରୋଇ ଚିକିତ୍ସାଳୟ ଓ ନିଦାନ କେନ୍ଦ୍ର ଉପରେ ଲଗାମ ଲାଗିବ। ଜିଲାରେ ଥିବା ଏସବୁ କେନ୍ଦ୍ରଗୁଡ଼ିକରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ ହେବ। ଜିଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଜିଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିଶେଷ କରି ବିଭିନ୍ନ ଅସ୍ତ୍ରୋପଚାର ସମୟରେ ଘରୋଇ ଚିକିତ୍ସାଳୟର ମାଲିକମାନେ ଆବେଦନ ପତ୍ରରେ ଉଲ୍ଲେଖ ଥିବା ନିଶ୍ଚେତକ ଡାକ୍ତର, ସ୍ତ୍ରୀରୋଗ ବିଶେଷଜ୍ଞ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଦୈନିକ ଉପସ୍ଥାନ ବାୟୋମେଟ୍ରିକ ବ୍ୟବସ୍ଥା ମାଧ୍ୟମରେ ସୁନିଶ୍ଚିତ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଅଣଦେଖା କଲେ ସମ୍ପୃକ୍ତ ସଂସ୍ଥା/କେନ୍ଦ୍ର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ସରକାରୀ ନିର୍ଦ୍ଦେଶାବଳୀ ଅନୁସାରେ ବର୍ଜ୍ୟବସ୍ତୁ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସମସ୍ତ ସ୍ବତ୍ୱାଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହାସହ ମାସିକ ବିବରଣୀ ଠିକ୍‌ ସମୟରେ ପ୍ରଦାନ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ୱେତ କୁମାର ମହାପାତ୍ର, ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ) ଡା. ନୌଷଦ ଅଲ୍ଲୀ ଖାଁ, ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ (ଯକ୍ଷ୍ମା) ଡା. ଶରତ କୁମାର ଦାସ, ଜିଲାର ସମସ୍ତ ଘରୋଇ ଚିକିତ୍ସାଳୟ ଓ ନିଦାନ କେନ୍ଦ୍ରର ସ୍ବତ୍ୱାଧିକାରୀମାନେ ଉପସ୍ଥିତ ଥିଲେ।
ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା
ଘରୋଇ ଚିକିତ୍ସାଳୟ ଓ ନିଦାନ କେନ୍ଦ୍ରଗୁଡ଼ିକରେ ଜିଲାପାଳ ଲଗାମ ଲଗାଇବାକୁ ଯାଉଥିବାବେଳେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ଏଠାରେ ଜୈବିକ ବର୍ଜ୍ୟବସ୍ତୁ ଠିକ୍‌ ଭାବେ ପରିଚାଳନା ହେଉ ନ ଥିବାବେଳେ ଘରୋଇ ଚିକିତ୍ସାଳୟ ଓ ନିଦାନ କେନ୍ଦ୍ରରେ କିଭଳି ତାହା କାର୍ଯ୍ୟକାରୀ ହେବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସିରିଞ୍ଜ, ଔଷଧ ଖୋଳ ପରି ଜୈବିକ ବର୍ଜ୍ୟବସ୍ତୁ ପରିଚାଳନା କକ୍ଷ ସମ୍ମୁଖରେ ପଡିରହୁଛି। ଦିନେ କି ଦୁଇଦିନ ନୁହେଁ ମାସ ମାସ ଧରି ଏହା ପଡି ରହୁଥିଲେ ମଧ୍ୟ ସଫେଇ କରାଯାଉ ନାହିଁ। ଏପରି ଅବ୍ୟବସ୍ଥା ରୋଗକୁ ଆମନ୍ତ୍ରଣ କରୁଛି। ଏହାବ୍ୟତୀତ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସ୍ବେରେଜ ବ୍ୟବସ୍ଥା କାମ କରୁ ନାହିଁ। ଜୈବିକ ବର୍ଜ୍ୟବସ୍ତୁ ପରିଚାଳନା କକ୍ଷ ନିକଟରେ ଥିବା ଡ୍ରେନ ପାଣି ଜମା ହୋଇ ରହୁଥିବାରୁ ଦୁର୍ଗନ୍ଧ ବାହାରୁଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟ ପି.ପି. ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ଜୈବିକ ବର୍ଜ୍ୟବସ୍ତୁ ପରିଚାଳନା କକ୍ଷ ସମ୍ମୁଖରେ ଯେଉଁ ଅଳିଆ ଆବର୍ଜନା ପଡୁଛି ତାହା ତୁରନ୍ତ ସଫା କରାଯିବ। ମ୍ୟୁନିସିପାଲିଟିକୁ ଅବଗତ କରାଇ ସବୁବେଳେ ଯେପରି ଉକ୍ତ ଅଞ୍ଚଳ ପରିଷ୍କାର ରହିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୈବ ବିବିଧତା ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି

କେନ୍ଦ୍ରାପଡ଼ା ଅଫିସ, ୩୦ା୧୨: କେନ୍ଦ୍ରାପଡ଼ା ଜିଲା ରାଜନଗର ପେଣ୍ଠ ବେଳାଭୂମିରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତ ୧୫ ତାରିଖରୁ ଜାତୀୟଉଦ୍ୟାନ ଭିତରକନିକା ଇକୋ ରିଟ୍ରିଟ୍‌...

କୋଭିଡ ଟୀକାକରଣ ନିମନ୍ତେ ପୂର୍ବାଭ୍ୟାସ

ଦେବଗଡ଼,୩ା୧(ଡି.ଏନ.ଏ) ଦେବଗଡ ଜିଲାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର କୋଭିଡ ଟୀକାକରଣର ପୂର୍ବାଭ୍ୟାସ କରାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ...

ଜଙ୍ଗଲ କାଟି ସଫା କରିବା ସମୟରେ ଜେସିବ ଜବତ: ଜଣେ ଗିରଫ

ଡାବୁଗାଁ,୧୫।୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳର ମଇଦଲପୁର ସେକ୍ସନ ଅଧୀନ ବାର୍ଲି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଚାଷଜମି କରିବା ଉଦ୍ଦେଶ୍ୟରେ ଏକ ଜେସିବି ଦ୍ୱାରା ଜଙ୍ଗଲ...

ରୋଗ ଯନ୍ତ୍ରଣା ଅସହ୍ୟ ହେଲା: ନିଜକୁ ଜାଳିଦେଲେ ଯୁବକ

ରାଇରଙ୍ଗପୁର,୧୪।୧୨(ଡି.ଏନ୍‌.ଏ.) – ରୋଗ ଯନ୍ତ୍ରଣା ଅସହ୍ୟ ହେଲା। ଶେଷରେ ଜୀବନ ହାରି ଦେବାକୁ କଠୋର ନିଷ୍ପତ୍ତି ନେଲେ ଯୁବକ। ନିଜକୁ ଜାଳି ଦେଇ ସବୁଦିନ ପାଇଁ...

ପର୍ଯ୍ୟଟକ ଅପେକ୍ଷାରେ ତାମ୍ପରା: କରୋନା ଜିରୋ ଆକ୍ଟିଭ ହେଲେ ଖୋଲିବ

ଛତ୍ରପୁର,୧୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠରେ ରହିଛି ଆକର୍ଷଣୀୟ ତାମ୍ପରା ହ୍ରଦ। ଏହାକୁ ନୂଆରୂପ ଦେଇ ପାର୍କ ପ୍ରତିଷ୍ଠା ହୋଇଛି। ଉଦ୍‌ଘାଟନ ପରଠାରୁ କରୋନା ଯୋଗୁ...

ଠାରରେ ଖୋଜିଛନ୍ତି ଜୀବନ ଠିକଣା

ଭୁବନ, ୨୩।୭(ଡି.ଏନ.ଏ.)  କାନକୁ ଶୁଭୁନି, ହେଲେ ଭିଡିଓ ଦେଖି ଅବିକଳ ନାଚିପାରନ୍ତି। ଜନ୍ମରୁ ପାଟି ଫିଟୁନି ତଥାପି ଥରେ ତୂଳି ଧରିଲେ କଥାକୁହେ ତାଙ୍କ ହାତ...

ଗଞ୍ଜାମରେ ସମ୍ପୂର୍ଣ୍ଣ ଶଟ୍‌ଡାଉନ ଗୁଜବ: ଟୁଇଟ୍‌କରି ସୂଚନା ଦେଲେ ଜିଲାପାଳ

ଛତ୍ରପୁର, ୨୨।୬(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ଗଞ୍ଜାମ ଜିଲାରେ ସମ୍ପୂର୍ଣ୍ଣ ଶଟଡାଉନ୍‌ ହେବ ବୋଲି ସବୁଆଡେ ଚର୍ଚ୍ଚା ଚାଲିଛି। ତେବେ ଏହା ଏକ ଗୁଜବ ବୋଲି...

ଏମ୍‌କେସିଜିରେ ଡାକ୍ତର ଅଭାବ: ସମସ୍ୟା ସମାଧାନ ନ ହେଲେ ରାଜଧାନୀରେ ଧାରଣା

ବ୍ରହ୍ମପୁର ଅଫିସ,୬ା୨: ବ୍ରହ୍ମପୁର ବଡ଼ ମେଡିକାଲ ଏବେ ନାନା ଅବ୍ୟବସ୍ଥାରେ ଛନ୍ଦି ହୋଇ ହୋଇପଡ଼ିଛି। ଏଠାରୁ ବାରମ୍ବାର ବରିଷ୍ଠ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରାଯାଉଛି। ଡାକ୍ତର...

Advertisement
Archives

Model This Week