ଘରେ ହେଲା ନମାଜ ପାଠ

ବାଙ୍ଗିରିପୋଷି,୨୬ା୫(ଡି.ଏନ.ଏ): ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‌ ଡାଉନ ଜାରି ରହିଛି। ଏହି ସମୟ ମଧ୍ୟରେ କୌଣସି ଧାର୍ମିକ ସ୍ଥଳରେ ପୂଜାର୍ଚ୍ଚନା ନ କରିବା ପାଇଁ କଟକଣା ରହିଛି। ଏହି ଅବସରରେ ସମସ୍ତ ମନ୍ଦିର ଓ ମସଜିଦରେ ୧୪୪ ଧାରା ଜାରି ଯାଇଛି ା ଲକଡାଉନ ସମୟରେ ଚଳିତ ବର୍ଷର ରମଜାନ ମାସ ପଡିଥିବାରୁ ଶ୍ରଦ୍ଧାଳୁମାନଙ୍କୁ ମସଜିଦ ଆସିବାକୁ ମନା କରାଯିବା ସହିତ ନିଜ ନିଜ ଘରେ ନମାଜ ପାଠ କରିବା ପାଇଁ କୁହାଯାଇଥିଲା। ଏହି ନିର୍ଦ୍ଦେଶନାମାକୁ ପାଳନ କରି ବାଙ୍ଗିରିପୋଷି ଅଞ୍ଚଳରେ ରହୁଥିବା ସମସ୍ତ ମୁସଲମାନ ଭାଇ ଭଉଣୀମାନେ ସେମାନଙ୍କର ପବିତ୍ର ଇଦ୍‌-ଉଲ୍‌-ଫିତର ପର୍ବରେ ଘରେ ରହି ନମାଜ ପାଠ କରିଥିଲେ। ଫଳରେ ମସଜିଦ ସମ୍ପୂର୍ଣ୍ଣ ଖାଁ ଖାଁ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ବାଙ୍ଗିରିପୋଷି ମସଜିଦ କମିଟିର ସଭାପତି ସେକ୍‌ ମାଇନୁଦ୍ଦିନ, ସମ୍ପାଦକ ସେକ ଆଫରଜ୍‌, କୋଷାଧ୍ୟକ୍ଷ ସେକ ତାଜୁଦ୍ଦିନ ଓ ସେକ ଆଜୁ, ସେକ ଆବାସ,ଏସକେ ସାକିଲ୍‌, ସେକ ଫରମାନ ଅନସାରୀ, ସେକ ଇସ୍‌ରାଇଲ,ସେକ୍‌ ଏହେସାନ, ମହମ୍ମଦ ସାଫିର ସାଗର, ଜମିର ଉଦ୍ଦିନ,ସେକ ସାକିଲ, ନାଇମୁଦ୍ଦିନ, ରାହିମ, ସାନୱାଜ, ତାଫଜିଲ,ନାଇମ, ଆଦିଲ ଆଦି ସରକାରଙ୍କ ନିୟମ ମାନି ଘରେ ରହି ନମାଜ ପାଠ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମୁଛି ଅଭିବୃଦ୍ଧି, ବଢୁଛି ଋଣ ଭାର: ଆନ୍ଧ୍ର, ତେଲଙ୍ଗାନା, ପଶ୍ଚିମବଙ୍ଗଠାରୁ ପଛରେ ଓଡ଼ିଶା

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟର ମୁଣ୍ଡପିଛା ଋଣ ୩ ଗୁଣା ହୋଇଛି। ଚଳିତବର୍ଷ ରାଜ୍ୟ ସରକାର ବିଭିନ୍ନ ଉତ୍ସରୁ ୨୩ ହଜାର ୫୮୪...

CORONAVIRUS UPDATE: ଯାଜପୁରରେ ପୁଣି ୧୪ କରୋନା ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୪୨

ଭୁବନେଶ୍ୱର,୩୦।୪(ବ୍ୟୁରୋ): ରାଜ୍ୟରେ ପୁଣି ୧୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଯାଜପୁର ଜିଲାର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍‌ସାଇଟ୍‌...

୨୯ରେ ପଦାର୍ପଣ କଲା ଅନୁଗୋଳ

ଅନୁଗୋଳ ଅଫିସ,୧।୪ ୧୯୯୩ ଏପ୍ରିଲ ୧ରେ ଜିଲା ମାନ୍ୟତା ପାଇଥିବା ଅନୁଗୋଳ ୨୯ ବର୍ଷରେ ପଦାର୍ପଣ କରିଛି। ତେଣୁ ଏପ୍ରିଲ୍‌ ୧ ଶୁକ୍ରବାର ଓଡ଼ିଶା ଦିବସ...

ବରିଷ୍ଠ ନାଗରିକ ପରିଷଦର ବୈଠକ:ଅବସରପ୍ରାପ୍ତ ଜିଲା ଜଜ୍‌ଙ୍କୁ ସଭାପତି ଦାୟିତ୍ୱ

ଢେଙ୍କାନାଳ ଅଫିସ,୩ା୯ ଢେଙ୍କାନାଳ ଭାଗୀରଥିସାଗର ନିକଟସ୍ଥ ପିପାର ସଭା ଗୃହରେ ସଂଘ ସଭାପତି ଦୁର୍ଗା ଚରଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ରବିବାର ଜିଲା ବରିଷ୍ଠ ନାଗରିକ ପରିଷଦର...

ବାତ୍ୟା: ଶୂନ ଜୀବନହାନି ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ସଙ୍କଟ ପରିଚାଳନା କମିଟି (ଏନ୍‌ସିଏମ୍‌ସି) ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ବୈଠକରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା...

ସ୍ଥଳଭାଗ ମୁହାଁ ସମ୍ଭାବ୍ୟ ବାତ୍ୟା; ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୨୫।୯(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ହୋଇଛି ପ୍ରଶାସନ। ଜରୁରୀ ପରିସ୍ଥିତିର ସାମ୍ନା ପାଇଁ ଗଜପତି ଜିଲାରେ ଅଫିସରଙ୍କ ଛୁଟି ବାତିଲ କରାଯାଇଛି। ସେପ୍ଟେମ୍ବର ୨୫...

ପୌର ନିର୍ବାଚନକୁ ଓହ୍ଲାଇବ ଏଏପି

ଭୁବନେଶ୍ୱର,୯।୩(ବ୍ୟୁରୋ): ରାଜ୍ୟରେ ଚଳିତବର୍ଷ ଶେଷ ଆଡକୁ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି। ଏହି ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ଅଂଶଗ୍ରହଣ କରିବ। ଓଡ଼ିଶା ଗସ୍ତରେ...

ବ୍ରାହ୍ମଣୀ ନଦୀରେ ଯାତ୍ରୀବାହୀ ଡଙ୍ଗା ବୁଡି ୨ ନିଖୋଜ

କେନ୍ଦ୍ରପଡା ଅଫିସ,୨୭।୪: ବ୍ରାହ୍ମଣୀ ନଦୀରେ ଯାତ୍ରୀବାହୀ ଡଙ୍ଗା ବୁଡି ୨ଜଣ ନିଖୋଜ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ...

Advertisement
Archives

Model This Week